ଦୈନିକ ରାଶିଫଳ: 18 ଜୁଲାଇ 2022, ମହାଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୧୮ତାରିଖ, ସୋମବାର, କର୍କଟମାସ୨ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ପଞ୍ଚମୀତିଥି ସକାଳ ୮ଟା ୫୫ମିନିଟ୍ ପରେ ଷଷ୍ଠୀତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର ସକାଳ ୬ଟା ୩୫ମିନିଟ୍ ପରେ ମୀନ ରାଶିରେ ଚନ୍ଦ୍ର । ଶୋଭନ ଯୋଗ । ତୈତିଳ କରଣ ସକାଳ ୮ଟା ୫୫ମିନିଟ୍ ପରେ ଗର କରଣ । ମିଥୁନ ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର ସକାଳ ୬ଟା ୩୫ମିନିଟ୍ ପରେ ଧନୁ ରାଶିର ଘାତଚନ୍ଦ୍ର । ବେଲ, ପଣସ ନ ଖାଇଲେ ଭଲ ସକାଳ ୮ଟା ୫୫ମିନିଟ୍ ପରେ ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଦକ୍ଷିଣେ ସକାଳ ୮ଟା ୫୫ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୬ଟା ୫୮ମିନିଟ୍ ରୁ ୮ଟା ୩୬ମିନିଟ୍, ଦିବା ୩ଟା ୮ମିନିଟ୍ ରୁ ୪ଟା ୪୬ମିନିଟ୍, ରାତ୍ରି ୧୦ଟା ୩୦ମିନିଟ୍ ରୁ ୧୧ଟା ୫୩ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୨ମିନିଟ୍ ରୁ ୬ଟା ୫୭ମିନିଟ୍, ଦିବା ୧୦ଟା ୩୫ମିନିଟ୍ ରୁ ୧ଟା ୧୦ମିନିଟ୍, ଦିବା ୪ଟା ୪୭ମିନିଟ୍ ରୁ ୫ଟା ୩୧ମିନିଟ୍, ସନ୍ଧ୍ୟା ୭ଟା ୯ମିନିଟ୍ ରୁ ରାତ୍ର ୯ଟା ୧୮ମିନିଟ୍, ରାତ୍ର ୧୧ଟା ୫୪ମିନିଟ୍ ରୁ ୨ଟା ୨୫ମିନିଟ୍ । ପର୍ବଦିନ- ନାଗ ପଞ୍ଚମୀ, ମନସା ପଞ୍ଚମୀ, ଶ୍ରାବଣ ସୋମବାର ବ୍ରତ ।

ମେଷ:-ସରକାରୀ କର୍ମଚାରୀମାନେ କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବାର ରାସ୍ତା ପରିଷ୍କାର ହୋଇଯିବ । ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ । ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ । ଆପଣଙ୍କ ମତାମତ ଅନ୍ୟମାନଙ୍କ ପାଇଁ ବହୁତ ସହାୟକ ହେବ । ବ୍ୟବସାୟରେ ବଡ ନିବେଶ କରିପାରିବେ । ସରକାରଙ୍କ ଠାରୁ ସମ୍ମାନ ମିଳିପାରେ । ପ୍ରତିକାର-ଲାଲଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବୃଷ:-ବାଣିଜ୍ୟ କର୍ମରେ ଅସ୍ଥିରତା ଦୂର ହୋଇ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ଜ୍ଞାନୀ ବ୍ୟକ୍ତିଙ୍କର ପ୍ରେରଣା ଓ ସରକାରୀ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପଢ଼ାପଢ଼ିରେ ମାନସିକ ଶାନ୍ତିି ମିଳିବା ସହ ପୂର୍ଣ୍ଣ ସଫଳତା ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ଦୂର ଯାତ୍ରାର ସୁଯୋଗ ପାଇ ପଦୋନ୍ନତି ଓ ନୂତନ ବନ୍ଧୁ ଲାଭ ହୋଇ ପାରିବ । ଦୃଢମନବଳ ଓ ଉତ୍ସାହର ସହିତ କାର୍ଯ୍ୟ କରିବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ପୁରାତନ ମିତ୍ରଙ୍କ ସାହାଯ୍ୟରେ ବ୍ୟବସାୟରେ ପ୍ରଚୁର ଲାଭ ହେବ । କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ମାନସିକ ଓ ଶାରୀରିକ ସ୍ତରରେ ସନ୍ତୁଷ୍ଟ ରହିବେ । କମ୍ ପରିଶ୍ରମ କରି ଅଧିକ ଲାଭ ପାଇବେ । ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ । ଖାଦ୍ୟପେୟ ନିୟନ୍ତ୍ରଣ ନକଲେ ସ୍ୱାସ୍ଥ୍ୟରେ ଅବନତି ହୋଇପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ ଓ ମାନସିକ ଅଶାନ୍ତି ଦୂର ହେବ । ଅଳ୍ପ ଦୂରତା ଯାତ୍ରା କରିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଯଶ ବଢିବ । ପୈତୃକ ବ୍ୟବସାୟରେ ଉନ୍ନତି ହେବ । ପୂର୍ବରୁ କରିଥିବା ପରିଶ୍ରମର ଫଳ ସ୍ୱରୂପ ଉପଯୁକ୍ତ ପରିଣାମ ମିଳିପାରେ । ଅଟକିଥିବା ଅର୍ଥ ପ୍ରାପ୍ତି ହେବ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରିୟଜନ ମାନଙ୍କୁ ଆର୍ଥିକ ଓ ଭାବନାତ୍ମକ ସାହାଯ୍ୟ କରିବେ । ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ । ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ ଓ ମାନସିକ ସ୍ଥିରତା ଦେଖାଦେବ । କୌଣସି ଜରୁରୀ କାର୍ଯ୍ୟକୁ ମନୋଯୋଗ ଦେଇ ପୂର୍ଣ୍ଣକରିବେ । ପାରିବାରିକ ଜୀବନ ସୁଖମୟ ହେବ । ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ । ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରିବା ଫଳରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ପ୍ରତିକାର- ମିଶ୍ରିଟିକେ ଖାଇ ଘରୁ ବାହାରନ୍ତୁ ।

ତୁଳା:-ସାମାଜିକ ଜୀବନରେ ନୂତନ ଗୁରୁଦାୟିତ୍ୱ ଗ୍ରହଣ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ କରିବା ସହ ପଦୋନ୍ନତି ପାଇବେ । ଅଟକିଥିବା କାର୍ଯ୍ୟ ପୁନରାୟ ଚାଲୁ କରିବେ । ମାନସମ୍ମାନ ବୃଦ୍ଧି, ବିଦ୍ୟାରେ ଉନ୍ନତି, ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ । ନୂତନ ବନ୍ଧୁଙ୍କ ସାହାଯ୍ୟରେ ନୂତନ ଯୋଜନା ପ୍ରସ୍ତୁତ କରି ଲାଭବାନ୍ ହେବେ । ଧନ ଆଗମନର ନୂତନସ୍ରୋତ ଖୋଲିଯିବ । ପରିଜନଙ୍କ ସମ୍ବନ୍ଧିତ ଶୁଭ ସମାଚାର ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ବିଚ୍ଛା:-ସାମାଜିକ କଲ୍ୟାଣ କାର୍ଯ୍ୟରେ ଯୋଗଦେଇ ପ୍ରଶଂସିତ ହେବେ । ଶିକ୍ଷା କିମ୍ବା ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ । କ୍ୟାରିୟର ସମ୍ବନ୍ଧରେ ନୂଆ ପ୍ରେରଣା ମିଳିବ । ଆର୍ଥିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ । କୌଣସି ଜରୁରୀ କାର୍ଯ୍ୟକୁ ମନଯୋଗ ଦେଇ ପୂର୍ଣ୍ଣକରିବେ । ବ୍ୟବସାୟିକ ଗତିବିଧି ଠିକ୍ ରହିବ । ପରିବାର ଜନଙ୍କ ସହ ହସଖୁସିରେ ସମୟ ବିତିବ । ପ୍ରତିଯୋଗିତା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଆର୍ଥିକ ଉନ୍ନତି ହେବାସହ ଆଶାତୀତ ଲାଭ ପ୍ରାପ୍ତିହେବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବା ଫଳରେ ପାରିବାରିକ ଜୀବନରେ ଶାନ୍ତି ଦେଖା ଦେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ଶତ୍ରୁନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । କାର୍ଯ୍ୟକ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ବିଦେଶ ଯାତ୍ରାରେ ଲାଭବାନ୍ ହେବେ । ଶିକ୍ଷା କ୍ଷେତ୍ରରେ ନକାରାତ୍ମକ ଦ୍ରବ୍ୟକୁ ତ୍ୟାଗକରି ସକାରାତ୍ମକ ଦ୍ରବ୍ୟକୁ ଗ୍ରହଣକରି ଆଗକୁ ବଢିବାର ପ୍ରୟାସ କରିବେ । ବ୍ୟବସାୟିକ କ୍ଷେତ୍ରରେ ସଫଳତା ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତିି ହେବ ଓ ନୂତନ ଦ୍ରବ୍ୟ କ୍ରୟ କରି ପାରନ୍ତି । ଦେହମନ ଭଲ ରହିବ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-ସହକର୍ମିଙ୍କ ସହଯୋଗ ଫଳରେ ଆଶାତୀତ ଲାଭ ପାଇବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ । ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଲାଭବାନ ହେବେ । ପାରିବାରିକ କ୍ଷେତ୍ରରେ ସୁଖ, ସମ୍ପତ୍ତି ଲାଭ ହେବା ଫଳରେ ଶାନ୍ତି ପାଇବେ । ରାଜନୀତି କ୍ଷେତ୍ରରେ ଅଯଥା ଦୌଡା ଝାପଟା କରିବାକୁ ପଡିବ । ଦୀର୍ଘଦିନ ଧରି ପଡିରହିଥିବା ଯୋଜନା ସାର୍ଥକହେବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ ପ୍ରତିଦ୍ୱନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ, ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ବ୍ୟବସାୟିକ କ୍ଷେତ୍ରରେ ଉନ୍ନତି ହେବା ସହ ଆର୍ଥିକ କ୍ଷେତ୍ରରେ ଅଚାନକ ପରିବର୍ତ୍ତନ ହେବ । ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଟଙ୍କା ନିବେଶ କରିପାରନ୍ତି । ଲୋକମାନଙ୍କୁ ସାହାଯ୍ୟ କରିବା ଦ୍ୱାରା ନିଜ ମନର ବୋଝ ଦୂର ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!