ଦୈନିକ ରାଶିଫଳ: 17 ଜୁଲାଇ 2022, ସୂର୍ଯ୍ୟଦେବଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୧୭ତାରିଖ, ରବିବାର, କର୍କଟମାସ୧ଦିନ, ଶ୍ରାବଣମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି ଦିବା୧୦ଟା୪୯ ମିନିଟ୍ ପରେ ପଞ୍ଚମୀତିଥି, ଶତାଭିଷା ନକ୍ଷତ୍ର ଦିବା ୧ଟା ୨୬ମିନିଟ୍ ପରେ ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭ ରାଶିରେ ଚନ୍ଦ୍ର । ସୌଭାଗ୍ୟ ଯୋଗ । ବାଳବ କରଣ ଦିବା ୧୦ଟା ୪୯ମିନିଟ୍ ପରେ କୌଳବ କରଣ । ମେଷ ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ ଦିବା ୧୦ଟା ୪୯ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ । ଯୋଗିନୀ- ନୈଋତେ ଦିବା ୧୦ଟା ୪୯ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଏବଂ ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୧୪ମିନିଟ୍ ରୁ ୧ଟା ୩୦ମିନିଟ୍, ରାତ୍ରି ୧ଟା ୧୪ମିନିଟ୍ ରୁ ୨ଟା ୩୬ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୨୧ମିନିଟ୍ ରୁ ୯ଟା ୪୧ମିନିଟ୍, ଦିବା ୧ଟା ୩୧ମିନିଟ୍ ରୁ ୨ଟା ୨ମିନିଟ୍, ସନ୍ଧ୍ୟା ୭ଟା ୯ମିନିଟ୍ ରୁ ରାତ୍ର ୯ଟା ୧୮ମିନିଟ୍, ରାତ୍ର ୧୨ଟା ୧୫ମିନିଟ୍ ରୁ ୧ଟା ୧୩ମିନିଟ୍, ରାତ୍ର ୨ଟା ୩୮ମିନିଟ୍ ରୁ ରାତ୍ର ୩ଟା ୮ମିନିଟ୍ । ପର୍ବଦିନ- ନାଗ ଚତୁର୍ଥୀ, କର୍କଟ ସଂକ୍ରାନ୍ତି ।

ମେଷ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ । ସରକାରୀ କର୍ମଚାରୀ ମାନଙ୍କର କର୍ମ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବ ଦେଖାଦେବ । ବିଦ୍ୟାରେଉନ୍ନତି, କାର୍ଯ୍ୟରେ ମନସନ୍ତୁଷ୍ଟ, ଖେଳରେ ବିଜୟୀ ହେବେ । ପ୍ରେମୀକ ପ୍ରେମିକାଙ୍କ ସମ୍ପର୍କରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ଶତୃ ଓ ବିରୋଧୀମାନେ କିଛି କ୍ଷତି କରି ପାରିବେ ନାହିଁ । ଭାଗୀଦାରି ବ୍ୟବସାୟରେ ଲାଭବାନ୍ ହେବେ । ଗଠନମୂଳକ କାର୍ଯ୍ୟପ୍ରତି ଆଗ୍ରହ ବଢ଼ିବ । ସବୁଦିଗରୁ ଶୁଭ ସମାଚାର ପାଇ ଖୁସି ହେବେ । ଆୟ ଉପାର୍ଜନରେ ବାଧା ନାହିଁ । ବ୍ୟବସାୟରେ ପ୍ରବଳ ଧନଲାଭ ହେବ । ଜୀବନ ସାଥୀଙ୍କ ଠାରୁ ଭଲ ସମର୍ଥନ ପାଇବେ । ଅଫିସରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ । ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମିଥୁନ:-ପରିବାରରେ ସମୃଦ୍ଧତା ଓ ସନ୍ତୁଷ୍ଟିର ପରିବେଶ ରହିବ । ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ଶିଷ୍ଟାଚାରର ପାଳନ କରନ୍ତୁ । ବିଦ୍ୟାର୍ଥୀ ମାନଙ୍କର ଅଧ୍ୟୟନ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ଧାର୍ମିକ କାର୍ଯ୍ୟକ୍ଷେତ୍ରରେ ଅଂଶ ଗ୍ରହଣ କରି ନୂଆ ସମ୍ଭାବନାକୁ ଖୋଜିବେ । ନିଜର ନୈତିକ ମୂଲ୍ୟବୋଧ ହେତୁ ସମ୍ମାନ ପ୍ରାପ୍ତ ହେବ । କର୍ମକ୍ଷେତ୍ରରେ ନିଜ ଇଛାକୁ ଅନୁସରଣ କରିବେ । କଠିନ ପରିଶ୍ରମ କରିବା ଯୋଗୁ ଶାରୀରିକ ଅସୁସ୍ଥତା ଦେଖା ଦେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଭବିଷ୍ୟତକୁ ଚିନ୍ତା କରି ନିଜ କ୍ୟାରିୟର ପାଇଁ ଯୋଜନା କରିବେ । ବୌଦ୍ଧିକ ଆଲୋଚନାରେ ଭାଗ ନେଇପାରନ୍ତି । ପ୍ରୋଫେଶନାଲ ମାମଲାକୁ ନେଇ ଭାଗ୍ୟବାନ ହେବେ । ଏକାଥରକେ ଅନେକ ଚିନ୍ତାଧାରାରେ ହତାଶ ହୁଅନ୍ତୁ ନାହିଁ । ବ୍ୟବସାୟ କ୍ଷେତ୍ରରେ ବାଧା ଉପୁଜିବା ସହ ଶତୃ ବୃଦ୍ଧି ହୋଇ ପାରନ୍ତି । ନିଜର କ୍ରୋଧଉପରେ ନିୟନ୍ତ୍ରଣ ନ ରଖିଲେ ପ୍ରତିକ୍ଷେତ୍ରରେ ବିଫଳହେବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ସିଂହ:-ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ । ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ । ଗୁରୁଜନଙ୍କ ମାର୍ଗଦର୍ଶନ ହେତୁ କର୍ମକ୍ଷେତ୍ରରେ ଲାଭ ମିଳିବ । ଅଚଳ ସମ୍ପତ୍ତି କିଣି ପାରିବେ । ସବୁ କ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟରେ ଗ୍ରାହକ ମାନଙ୍କ ସହିତ ସମ୍ପର୍କ ଭଲ ରହିବ । ପ୍ରେମୀକ ପ୍ରେମିକାମାନଙ୍କ ବିବାହ କରିବା ପାଇଁ ପ୍ରସ୍ତାବ ଆସିବ । ନିଜକୁ ଦୁର୍ବଳ ଓ ଅସହାୟ ମନେ କରି ପାରନ୍ତି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୋଇ ଆର୍ଥିକସ୍ଥିତି ମଜବୁତ୍ ହେବ । ମାନସିକ ଦୁଶ୍ଚିନ୍ତା, ଋଣଭାର, ଶତ୍ରୁବାଧା ଦୂରେଇ ଯିବ । ବ୍ୟବସାୟ କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ସହ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ପରିବାରର କୌଣସି ସଦସ୍ୟଙ୍କର ଉନ୍ନତିରେ ଆନନ୍ଦିତ ହେବେ । ମାନସିକ ଦୁଶ୍ଚିନ୍ତା ଦୁରାହୋଇ ଯିବ । ବାଦବିବାଦ, ମାଲିମକଦ୍ଦମା, ଅମିନ୍ ଜାମିନି ମଧ୍ୟସ୍ଥତା ଠାରୁ ଦୂରତା ରକ୍ଷାକରନ୍ତୁ । ଜାଣିଶୁଣି ଭୁଲ୍ ଲୋକର ପରାମର୍ଶରେ କେତେକ କାର୍ଯ୍ୟ ଅଧାରେ ଅଟକି ଯିବ । ଟଙ୍କା ଦେବା ନେବା କାରବାର ବିଷୟରେ ସାବଧାନ ରହିବା ଉଚିତ୍‌ । ନଚେତ୍‌ ଟଙ୍କା ଅଟକି ଯାଇ ପାରେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବିଚ୍ଛା:-ସମସ୍ତ କାର୍ଯ୍ୟ ମନଇଛା ଅନୁସାରେ ସମ୍ପନ୍ନ କରିବେ । ନୂଆ ନୂଆ ଲୋକଙ୍କ ସହ ସମ୍ପର୍କ ଓ ଜନ ସମ୍ପର୍କ ବୃଦ୍ଧି ପାଇବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ । ପାରିବାରିକ କ୍ଷେତ୍ରରେ ସ୍ନେହ-ସଦ୍ଭାବ ଦେଖା ଦେବ । ବିଦ୍ୟାର୍ଥିମାନେ ପ୍ରତିଯୋଗିତା ପରୀକ୍ଷାରେ ବିଜୟୀ ହେବେ । ଅଳ୍ପ ଦୂରତା ଯାତ୍ରା କରିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଯଶ ବଢିବ । ପୈତୃକ ବ୍ୟବସାୟରେ ଉନ୍ନତି ହେବ । ପ୍ରତିକାର- ଲାଲଚନ୍ଦନ ଘୋରି ମସ୍ତକରେ ଧାରଣ କରନ୍ତୁ ।

ଧନୁ:-ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ଆସିବ । ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଯୋଗେ ବ୍ୟବସାୟରେ ସଫଳତା ଅର୍ଜନ କରିବା ସହ ଦୂରଯାତ୍ରାର ସୁଯୋଗ ପାଇବେ । ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ । ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଯେ କୌଣସି ସ୍ଥାନରେ ବଡ଼ ଧରଣର ନିବେଶ କରନ୍ତୁ ନାହିଁ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେଇ ପାରେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ବ୍ୟବସାୟରେ ଉତ୍ତମ ଲାଭ ପ୍ରାପ୍ତି ହେବା ସହ ବେଶ୍ ଦୁଇ ପଇସା ରୋଜଗାର ହୋଇ ପାରିବ । କର୍ମକ୍ଷେତ୍ରରେ ସହଯୋଗୀ ମାନେ ପୂର୍ଣ୍ଣସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ମନଯୋଗ ଦେବେ । ପ୍ରତିକାର- ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-ଭାଗୀଦାରମାନଙ୍କ ସହିତ ଭୁଲ୍‌ ବୁଝାମଣା ସମାଧାନ ହୋଇଯିବ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି । ପରିବାର ସହିତ ଯାତ୍ରା କରିବାକୁ ଯୋଜନା କରିବେ । ବିଦ୍ୟାର୍ଥୀମାନଙ୍କର ଉଚ୍ଚ ଶିକ୍ଷାରେ ବାଧା ଦୂର ହେବ । କର୍ମକ୍ଷେତ୍ରରେ ବିରୋଧ, ବୈଚାରିକ ମତଭେଦ, ବିବାଦର ସାମ୍ନା କରିବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!