ଆଜି କେମିତି ରହିବ ଆପଣଙ୍କ ଦିନ : ୧୭ ଅପ୍ରେଲ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୭ ଅପ୍ରେଲ ୨୦୧୮

ମେଷ:

ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କୋର୍ଟ-କଚେରୀ ଧନ୍ଦା ମଧ୍ୟରେ ଆଶ୍ଵସ୍ତି ବଢିବ ଓ ସମୟ ଗଡି ଚାଲିବ। ଭୋଗ ବିଳାସକୁ ତୁଚ୍ଛମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:

ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନକରିବେ। ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ।  ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

ମିଥୁନ:

ବ୍ୟବସାୟୀମାନଙ୍କର କାରବାର ବଢିବ ଓ ଲୋକ ସମ୍ପର୍କ ବୃଦ୍ଧି ହେବ। ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ। କର୍ମ କ୍ଷେତ୍ରରେ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ। ପ୍ରତିକାର- ତୁଳସୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

କର୍କଟ:

ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ହ୍ରାସ ହେବ। ବ୍ୟବସାୟ ବଢାଇବାରେ ସମର୍ଥ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେସୀ ଉପକୃତ ହେବେ। ପ୍ରତିକାର- ସୋରିଷତେଲରେ ପରଟା କରି କୁକୁରକୁ ଖାଇବାକୁ ଦିଅନ୍ତୁ।

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ସିଂହ:

ବ୍ୟବସାୟୀମାନେ କଠିନ ପରିଶ୍ରମ ଫଳରେ ନୈରାଶ୍ୟର ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବେ। କର୍ମ କ୍ଷେତ୍ରରେ ନାନା ପ୍ରକାର ସଂଘର୍ଷ ମଧ୍ୟରେ ବାଟ ଚାଲିବେ। ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।

କନ୍ୟା:

ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ପ୍ରତିଯୋଗୀମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ପ ଦେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚ ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ପ୍ରତିକାର-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।

ତୁଳା:

ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ। ଉଚ୍ଚ ସମ୍ଭବନାର ଆଶାଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- ଲିମ୍ବଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ବିଛା:

ସୁଖ ସମ୍ପଦ ପ୍ରାପ୍ତି ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ।  ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ । ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ଧନୁ:

ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ। ଶ୍ଵଶୁର ଘର କିମ୍ବା ଜମିବାଡି ନେଇ କେତେକ ସମସ୍ୟା ଦେଖାଦେଇ ପରେ। ପ୍ରତିକାର-ସକାଳେ ଧର୍ମସ୍ଥାନକୁ ସଫା କରନ୍ତୁ।

ମକର:

ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ଆକସ୍ମିକ ଧନ ପ୍ରାପ୍ତି ହେବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ:

ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ। ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପାରିବାରିକ ସମସ୍ୟା ଗୁଡିକୁ ସୁଧାରୀ ନେଇସମ୍ମାନ ଓ ପ୍ରଶଂସା ପାଇବେ। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ଉତ୍ତୀର୍ଣ୍ଣ ହେବେ। ନୂତନ ସମ୍ପତି କ୍ରୟ କରିବାର ସୁଯୋଗ ପାଇବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରିବେ ଓ ଆଶୀର୍ବାଦ ପ୍ରାପ୍ତ କରିବେ।  

ମୀନ:

ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧି ଆଶା କରି ହେବ। ପରିବାରରେ ମନୋମାଳିନ୍ୟ ମେଣ୍ଟିଯିବ ଓ ଦାମ୍ପତ୍ୟ ଜୀବନ ଆନନ୍ଦମୟହେବ। ଅତ୍ୟଧିକ ପରିଶ୍ରମ ଓ ଅନିଦ୍ରା ଜନିତ ରୋଗପ୍ରତି ସାବଧାନ  ରହିବା ଉଚିତ୍। ପ୍ରତିକାର- ଇଷ୍ଟଦେବଙ୍କୁ ଦୁଇଟି କଦଳୀ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!