ଦୈନିକ ରାଶିଫଳ: ୧୬ ଫେବୃୟାରୀ ୨୦୧୯, ଶନିଦେବଙ୍କ କୃପାରୁ ଆଜି ଏହି ସବୁ ରାଶିର ଲୋକମାନଙ୍କର କର୍ମ କ୍ଷେତ୍ରରେ ହେବ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୬ ଫେବୃୟାରୀ ୨୦୧୯

ମେଷ:-

ବ୍ୟବସାୟ କ୍ଷେତ୍ରରେ ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ। ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି। ଆନ୍ତରିକଶକ୍ତି ଓ ଆତ୍ମବଳ ଦ୍ଵାରା ଆଗକୁ ବଢିବାରେ ସକ୍ଷମ ହେବେ। ମାନସିକଶାନ୍ତି ଅନୁଭବ କରିବେ। ଡାକଦ୍ଵାରା କୌଣସି ମହତ୍ଵପୂର୍ଣ୍ଣ ସୂଚନା ବା ସନ୍ଦେଶ ପ୍ରାପ୍ତ ହେବାର ସମ୍ଭାବନା ଅଛି। ଆନୁଷ୍ଠାନିକ କାମ, ଗୃହସୀମା, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ସମ୍ମାନ ଅକ୍ଷୁର୍ଣ୍ଣ ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।    

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହୋଇଯିବ। ନୂତନବନ୍ଧୁଙ୍କ ଆଗମନ ହେବ। ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ। କଳା, ସାହିତ୍ୟକ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ। ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ। କର୍ମକ୍ଷେତ୍ରରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ହେବେ। ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରି ଶାନ୍ତି ଅନୁଭବ କରିବେ। ବହୁତ ପରିଶ୍ରମ କଲେ ବ୍ୟବସାୟ ବୃଦ୍ଧି ହେବ। କାମ-କାର୍ଯ୍ୟରେ ନୂଆ ଏକ୍ସପେରିମେଣ୍ଟ ପ୍ରୟୋଗ କରିପାରିବେ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ମିଥୁନ:-

ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ। ରାଜନୀତିରେ ନୂଆ ଲକ୍ଷ ନିର୍ଦ୍ଧାରିତ କରି ସଫଳତା ପ୍ରାପ୍ତି ପାଇଁ ପ୍ରଯତ୍ନଶୀଳ ହେବେ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭହେବ। ସମସ୍ତ କାମ ନିର୍ବିଘ୍ନରେ ସମ୍ପନ୍ନ ହୋଇଯିବ। ବ୍ୟବସାୟିକ ଯାତ୍ରା କରିବା ଦ୍ଵାରା ଧନ ଲାଭ ହେବାର ସମ୍ଭାବନା ଅଛି। ନୂତନକର୍ମାରମ୍ଭ ଓ ବିନ୍ଧୁମିଳନ ହେତୁ ନୂଆଉତ୍ସାହନେଇ କାମ କରିବେ। ପ୍ରତ୍ୟେକକ୍ଷେତ୍ରରେ କେବଳ କୌଶଳପୂର୍ଣ୍ଣ କଥାକହିବା ଦ୍ୱାରା କାମହାସଲ କରି ପାରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:-

ଜମି, ଯାନବାହାନ, ସମ୍ପତ୍ତି କ୍ରୟ ଓ ବିକ୍ରୟ କରିପାରିବେ। ଚାକିରିରେ କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟ ନିଜ ହାତକୁ ନେବେ ଓ ସ୍ଥାନାନ୍ତରର ଭୟ ମଧ୍ୟ ରହିବ। ପୈତୃକ ସମ୍ପତ୍ତି  ସମ୍ବନ୍ଧୀୟ ସମସ୍ୟା ଦୂର ହେବ।  ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ମାନସିକ ସ୍ଥିତିକୁ ମଜଭୁତ୍ କରିବ। ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ। ଶିଳ୍ପ ବ୍ୟବସାୟରେ ବିଭିନ୍ନ ଆଡୁ ଲାଭ ପାଇବେ। ପ୍ରତିକାର- ଗାଈକୁ ଖାଇବାକୁ ଦେବେ।

ସିଂହ:-

ପରୋପକାର ବା ଲୋକକଲ୍ୟାଣ କାମରେ ବ୍ୟସ୍ତ ରହିବେ। ଗୃହ ସମସ୍ୟାରେ ଜଡିତ ଥିଲେ ମଧ୍ୟ ଅନ୍ୟକାର୍ଯ୍ୟରେ ଧ୍ୟାନ ରଖିବାକୁ ହେବ। ନୈତିକତା ହିସାବରୁ ଆପଣ ବହୁତ ଉଚ୍ଚରେ ରହିବେ। ଅଧ୍ୟୟନ, ଅନୁସନ୍ଧାନ, ଲେଖନ ଆଦି କାର୍ଯ୍ୟ ଆରମ୍ଭ କରିପାରିବେ। ପରିଶ୍ରମର ପୁରା ଲାଭ ମିଳିବ। ଆଶାକରିଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ। ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ। କୌଣସି ନୂତନ କାର୍ଯ୍ୟ ଆରମ୍ଭକଲେ ବିପଦରେ ପଡିବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

କନ୍ୟା:-

କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ। ବିଦ୍ୟାର୍ଥୀଙ୍କ ପାଇଁ ଅଧ୍ୟୟନ, ଶୋଧ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ। ପରିବାରର ଅନ୍ୟ ସଦସ୍ୟଙ୍କ ପ୍ରତି ସମ୍ବନ୍ଧ ସୁଦୃଢ ହେବ। ମନୋରଞ୍ଜନ ଓ ହସଖୁସିରେ ସମୟ ବ୍ୟତୀତ ହେବ। କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ  ସଫଳ ହେବେ ନାହିଁ। କୌଣସି କାଗଜରେ ନପଢି ନବୁଝି ଦସ୍ତଖତ କରିବେ ନାହିଁ। ନୂଆ କ୍ୟାରିୟର ଆରମ୍ଭ କରିପାରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ତୁଳା:-

ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷେତ୍ରରେ ଦୃଢତା ପ୍ରାପ୍ତ କରିବେ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ। ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକଶାନ୍ତି ପାଇବେ। ମହିଳାମାନେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। କୋର୍ଟ କଚେରି ମାମଲାର ଶୁଣାଣି ନିଜ ସପକ୍ଷରେ ହେବ। ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଛା:-

ଶତୃ ଓ ବିରୋଧୀମାନେ ଯେତେ ଚାହିଁଲେ ମଧ୍ୟ ଆପଣଙ୍କର କିଛି ଅହିତ କରିପାରିବେ ନାହିଁ। କୀର୍ତ୍ତି ଓ ପ୍ରତିଷ୍ଠାକୁ ସ୍ପର୍ଶ ମଧ୍ୟ କରିପାରିବେ ନାହିଁ। ଅଚାନକ ପରିଣାମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି। ନିଜର ବ୍ୟବହାର ଓ ଜୀବନ ଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବେ। ମାନସିକତାରେ ପରିବର୍ତ୍ତନ ହେବ। ମହିଳାମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ। ବିଦ୍ୟାରେ ଉନ୍ନତି ହେବ। ରାଜ ନୀତିରେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ଧନୁ:-

ନୂତନ ଦ୍ରବ୍ୟ କ୍ରୟ କରିବେ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ସନ୍ତୋଷ ଓ ଅର୍ଥାଗମହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଶତୃମାନେ ପରାଜିତ ହେବେ। ଯେଉଁ କାମରେ ହାତଦେବେ ତାହା ନିର୍ବିଘ୍ନରେ ସମାପନ ହେବ। ଆନୁଷ୍ଠାନିକ କାମ, ଗୃହ, ଜମିଜମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକତା ଅକ୍ଷୁର୍ଣ୍ଣ ରହିବ। ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶୃତି ପାଇ ଆନନ୍ଦିତ ହେବେ। କଳା, ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ। ମହିଳାମାନଙ୍କ କର୍ମକ୍ଷେତ୍ର ସମସ୍ୟା ଦୂର ହୋଇଯିବ। ପ୍ରତିକାର-ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ମକର:-

ଆତ୍ମୀୟ- ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ। ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ। ନାନା ସମସ୍ୟାର ସମାଧାନହେବ। ଅବଶ୍ୟକ ଅର୍ଥ ହାତ ପଇଠ ହୋଇ କାମରେ ଲାଗିଯିବ। ସ୍ୱାସ୍ଥ୍ୟରେ ସାମାନ୍ୟ ଉପସମ ଦେଖାଦେବ। ଆର୍ଥିକ ସ୍ୱଚ୍ଛଳତା ଫେରିପାଇବେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, ସଭାସମିତି ଓ ଆମଦାନୀ ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ମହିଳାମାନଙ୍କୁ ପାରିବାରିକ କ୍ଷେତ୍ରରୁ ମଧ୍ୟ ପ୍ରଶଂସା ମିଳିବ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କୁମ୍ଭ:-

ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଧର୍ମ କାର୍ଯ୍ୟ ଓ ଶୁଭ କାର୍ଯ୍ୟରେ ଯୋଗଦାନ କରି କିଛି ଅର୍ଥ ମଧ୍ୟ ବ୍ୟୟ କରିପାରନ୍ତି। ଗୃହପୋକରଣ ନୂତନ ଦ୍ରବ୍ୟ କ୍ରୟ କରିବେ। ବ୍ୟାପାରରେ କୌଣସି ନୂଆ କାମ, ଏଗ୍ରୀମେଣ୍ଟ ବା ନୂଆ ଅର୍ଡର ମିଳିପାରେ। ସମସ୍ତ ସମସ୍ୟା ଶାନ୍ତିପୂର୍ବକ ଢଙ୍ଗରେ ସମାଧାନ କରିପାରିବେ ଓ କଷ୍ଟରୁ ମୁକ୍ତି ପାଇବେ। ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରତିକାର:- ଗୋମାତାଙ୍କୁ  ଖାଦ୍ୟ ଦିଅନ୍ତୁ।

ମୀନ:-

ଶୁଭ ସମାଚାର ଶୁଣି ମାନସିକ ଚିନ୍ତା ଦୂର ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା ପାଇବେ। କେତେକ ସାଧାରଣ ଘଟଣାକୁ କେନ୍ଦ୍ରକରି ପରିବାରରେ ଉପୁଜିଥିବା ବିବାଦ ମେଣ୍ଟିଯିବ। ସଭାସମିତି, କଳା, କ୍ରୀଡ଼ା, ସଙ୍ଗୀତ ତଥା ନୂତନବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ବିଦ୍ୟାର୍ଥୀମାନେ ଆନନ୍ଦିତ ହେବେ। ପ୍ରତିକାର:- ଷଣ୍ଢକୁ ଖାଦ୍ୟ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!