ଜ୍ଞାନ କଥା – ଯେପରି ତୁଫାନ ଏକ ମଜବୁତ ପଥରକୁ ଭାଙ୍ଗି ପାରେ ନାହିଁ, ଠିକ୍ ସେହିପରି ବୁଦ୍ଧିମାନ ବ୍ୟକ୍ତି ନିଜର ତାରିଫ୍ ବା ଆଲୋଚନାରେ ପ୍ରଭାବିତ ହୁଅନ୍ତି ନାହିଁ।
ଗୌତ୍ତମ ବୁଦ୍ଧ ବୌଦ୍ଧ ଧର୍ମର ସଂସ୍ଥାପକ ଥିଲେ। ସେ ଲୁମ୍ବିନୀରେ ୫୬୩ସାଲ ପୂର୍ବ ଶାକ୍ୟକୂଳର ରାଜା ଶୁଦ୍ଧଧନଙ୍କ ଘରେ ତାଙ୍କ ଜନ୍ମ ହୋଇଥିଲା। ତାଙ୍କ ମାତାଙ୍କ ନାମ ମହାମାୟା। ବୁଦ୍ଧଙ୍କ ପିଲାବେଳର ନାମ ସିଦ୍ଧାର୍ଥ ଥିଲା। ସିଦ୍ଧାର୍ଥ ବିବାହ ପରେ ନିଜର ନବଜାତ ଶିଶୁ ରାହୁଲ ଓ ପତ୍ନୀ ଯଶୋଧାରାଙ୍କୁ ତ୍ୟାଗ କରିଥିଲେ। ସଂସାରକୁ ଦୁଃଖରୁ ମୁକ୍ତି ଦେବା ପାଇଁ ସେ ଦିବ୍ୟ ଜ୍ଞାନକୁ ଖୋଜିବା ପାଇଁ ଜଙ୍ଗଲକୁ ପଳାଇଥିଲେ। ବର୍ଷ ବର୍ଷ ଧରି କଠୋର ତପସ୍ୟା କରିବା ପରେ ବୋଧ ଗୟା (ବିହାର)ରେ ବୋଧୀ ବୃକ୍ଷ ତଳେ ତାଙ୍କୁ ଜ୍ଞାନର ପ୍ରାପ୍ତି ହୋଇଥିଲା ଓ ସେ ସିଦ୍ଧାର୍ଥ ଗୌତ୍ତମ ରୁ ବୁଦ୍ଧ ବୋଲି ପରିଚୟ ଦେଇଥିଲେ। ଏଠାରେ ଜାଣନ୍ତୁ ବୁଦ୍ଧଙ୍କ ୧୦ଟି ଏପରି ପ୍ରଚଳିତ ବିଚାର, ଯାହା ସୁଖୀ ଓ ସଫଳ ଜୀବନର ସୂତ୍ର ଲୁଚି ରହିଅଛି।
୧। ଯେପରି ତୁଫାନ ଏକ ମଜବୁତ ପଥରକୁ ଭାଙ୍ଗି ପାରେ ନାହିଁ, ଠିକ୍ ସେହିପରି ବୁଦ୍ଧିମାନ ବ୍ୟକ୍ତି ନିଜର ତାରିଫ୍ ବା ଆଲୋଚନାରେ ପ୍ରଭାବିତ ହୁଅନ୍ତି ନାହିଁ।
୨। ଈର୍ଷା ଓ ନଫରତ ର ନିଆଁରେ ଜଳୁଥିବା ସମୟରେ ଏହି ସଂସାରରେ ଖୁସି ଓ ଶାନ୍ତି ସ୍ଥାଇ ହୋଇ ରୁହେ ନାହିଁ। ଯଦି ଆପଣ ଅନ୍ଧାର ଭିତରେ ବୁଡି ରହିଥାନ୍ତି ତେବେ ଆପଣ ରଶ୍ମିକୁ କାହିଁକି ଖୋଜୁନାହାନ୍ତି।
୩। ଏକ ଉଜାଗର ରହିଥିବା ବ୍ୟକ୍ତିକୁ ରାତ୍ର ବଡ ଲମ୍ବା ଲାଗିଥାଏ। ଜଣେ ହାଲିଆ ହୋଇଥିବା ବ୍ୟକ୍ତିକୁ ନିଜର ରାସ୍ତା ବଡ ଦୂର ପର୍ଯ୍ୟନ୍ତ ଦେଖାଯାଏ। ଏହିପରି ସତ୍ୟ ଧର୍ମଠାରୁ ଦୂରେଇ ରହିଥିବା ବ୍ୟକ୍ତିମାନଙ୍କ ପାଇଁ ଜୀବନ-ମୃତ୍ୟୁ ର ସିଲସିଲା ମଧ୍ୟ ସେତିକି ହିଁ ଲମ୍ବା ହୋଇଥାଏ।
୪। ଅତୀତରେ ଧ୍ୟାନ କେନ୍ଦ୍ରିତ ନ କରିବା ଉଚିତ୍, ଭବିଷ୍ୟ ପାଇଁ ମଧ୍ୟ ସ୍ଵପ୍ନ ନ ଦେଖିବା ଉଚିତ୍। କେବଳ ନିଜର ବୁଦ୍ଧିକୁ ବର୍ତ୍ତମାନରେ କେନ୍ଦ୍ରିତ କରିବା ଆବଶ୍ୟକ।
୫। ଖରାପ ଅବଶ୍ୟ ରହିବା ଉଚିତ୍, କାରଣ ଭଲ ତା ଉପରେ ନିଜର ପବିତ୍ରତାକୁ ସାବିତ କରିପାରିବ।
୬। ଜଣେ ମୂର୍ଖ କୌଣସି ବୁଦ୍ଧିମାନ ବ୍ୟକ୍ତି ସହିତ ରହିଲେ ମଧ୍ୟ ନିଜର ଜୀବନରେ ସତ୍ୟକୁ ସେହିପରି ଦେଖିବ ନାହିଁ। ଯେପରି ଏକ ଚାମଚ ସୁପ୍ ର ସ୍ଵାଦକୁ ଆନନ୍ଦ ନେଇପାରେ ନାହିଁ।
୭। ମୃତ୍ୟୁ ଏକ ବିଚଳିତ ମନ ଭଳି ବ୍ୟକ୍ତିକୁ ସେହିପରି ବୁହାଇ କରି ନେଇଯାଏ, ଯେପରି ନଈବଢି ଗୋଟିଏ ଗାଁ କୁ ନିଦରେ ଥିବା ଅବସ୍ଥାରେ ଲୋକମାନେ ଭାସି ଯାଆନ୍ତି।
୮। ଆପଣ ନିଜର ଈର୍ଷା-ରାଗ ଭାବ ପାଇଁ ଦଣ୍ଡିତ ହୁଅ ନାହିଁ, ଆପଣ ନିଜ ରାଗଭାବ ଦ୍ଵାରା ହିଁ ଦଣ୍ଡିତ ହୋଇଥାଅ।
୯। ଆମର ମନ ହିଁ ସବୁକିଛି ଅଟେ, ତୁମେ ଯେପରି ଭାବୁଛ ବା ଚିନ୍ତା କରୁଛ, ଠିକ୍ ସେହିପରି ହୋଇ ଯାଉଛ।
୧୦। ସମସ୍ତ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟ ବା ରୋଗର ଲେଖକ ହୋଇଥାନ୍ତି।