୨୦୨୩ମସିହା, ଜାନୁୟାରୀ ମାସ ୧୪ତାରିଖ, ଶନିବାର, ମକରମାସ ୧ଦିନ, ମାଘମାସ, କୃଷ୍ଣପକ୍ଷ, ସପ୍ତମୀତିଥି ସନ୍ଧ୍ୟା ୭ଟା ୨୩ମିନିଟ୍ ପରେ ଅଷ୍ଟମୀତିଥି, ହସ୍ତାନକ୍ଷତ୍ର ସନ୍ଧ୍ୟା ୬ଟା ୧୩ମିନିଟ୍ ପରେ ଚିତ୍ରା ନକ୍ଷତ୍ର, କନ୍ୟା ରାଶିରେ ଚନ୍ଦ୍ର । ଅତିଗଣ୍ଡ ଯୋଗ ଦିବା ୧୨ଟା ୩୨ମିନିଟ୍ ପରେ ସୁକର୍ମା ଯୋଗ । ବିଷ୍ଟିକରଣ ସକାଳ ୬ଟା ୫୫ମିନିଟ୍ ପରେ ବବକରଣ ସନ୍ଧ୍ୟା ୭ଟା ୨୩ ମିନିଟ ପରେ ବାଳବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ବୃଷ ରାଶିର ଘାତଚନ୍ଦ୍ର । ନିଷେଧଖାଦ୍ୟ- ତାଳ ନ ଖାଇଲେ ଭଲ ସନ୍ଧ୍ୟା ୭ଟା ୨୩ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ସନ୍ଧ୍ୟା ୭ଟା ୨୩ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୬ଟା ୨୭ମିନିଟ୍ ରୁ ୭ଟା ୪୯ମିନିଟ୍, ଦିବା ୪ଟା ୧ମିନିଟ ରୁ ୫ଟା ୨୩ମିନିଟ୍, ଦିବା ୧ଟା ୧୭ମିନିଟ୍ ରୁ ୨ଟା ୩୯ମିନିଟ୍ । ସନ୍ଧ୍ୟା ୫ଟା ୨୩ ମିନିଟରୁ ୭ଟା ୧ମିନିଟ, ରାତ୍ରି ୪ଟା ୪୯ ମିନିଟରୁ ୬ଟା ୨୭ ମିନିଟ । ଶୁଭସମୟ- ଦିବା ୧୦ଟା ୩୩ମିନିଟ୍ ରୁ ୧ଟା ୧ମିନିଟ୍, ରାତ୍ରି ୮ଟା ରୁ ୧୦ଟା ୩୭ମିନିଟ୍, ରାତ୍ର ୧୨ଟା ୨୧ମିନିଟ୍ ରୁ ୨ଟା ୬ମିନିଟ୍ । ରାତ୍ର ୨ଟା ୫୮ ମିନିଟରୁ ୪ଟା ୪୩ମିନିଟ । ପର୍ବଦିନ- ମକର ସଂକ୍ରାନ୍ତି ।
ମେଷ:-ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବ୍ୟବସାୟ ସୂତ୍ରରୁ ବହୁତ ଲାଭ ଉଠାଇ ପାରିବେ । କର୍ମକ୍ଷେତ୍ରରେ ସାଫଲ୍ୟ ଯୋଗେ ସମ୍ମାନ ଲାଭ କରିବେ । ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଭଲଲାଭ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ମନରେ ଅଶାନ୍ତି ଅସନ୍ତୋଷ ଦୂରେଇ ଯାଇ ଅର୍ଥାଗମହେବ । ପ୍ରତିକାର- ଅଷ୍ଟଗନ୍ଧ ତିଳକ ଚନ୍ଦନ ଧାରଣ କରନ୍ତୁ ।
ବୃଷ:-ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବ୍ୟବସାୟରେ ପରିଶ୍ରମ ଫଳରେ ଉନ୍ନତି ହେବ । ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ । ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା ଘଟି ଅଶାନ୍ତି ବାତାବରଣ ସୃଷ୍ଟିହେବ । ସନ୍ତାନ ସନ୍ତତି ପୀଡ଼ିତ ହେବାରୁ ମାନସିକଚିନ୍ତା ବୃଦ୍ଧିପାଇବ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମିଥୁନ:-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ସମୟ ଗୁଡିକ ହସ ଖୁସିରେ ବିତିବ । ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ । ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ସନ୍ତାନଙ୍କ ଶୁଭ ଖବର ପାଇବା ଫଳରେ ଖୁସି ହେବେ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ବାଣିଜ୍ୟ ପ୍ରତିଦ୍ଵନ୍ଦିତାରେ ଉନ୍ନତମାନର ଫଳପାଇବେ । ପାରିବାରିକ ଆର୍ଥିକ ସଙ୍କଟ ଦୂର ହେବ । ରାଜନୀତିରେ ଆଲୋଚନା କ୍ଷେତ୍ରରେ ଠିକ୍ ନିସ୍ପତି ନେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
କର୍କଟ:-ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ । ଯାନବାହାନ ଭ୍ରମଣ ସଙ୍କ୍ରାନ୍ତିୟ ଶୁଭ ସୂଚନା ପାଇବେ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ । ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବାର ଯୋଗ ଅଛି । ଆକସ୍ମିକ ଅର୍ଥଲାଭ ଓ ସୁନାମ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କଲେ ମଧ୍ୟ ଶାରୀରିକ ସୁସ୍ଥତା ଅନୁଭବ କରିବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।
ସିଂହ:-କର୍ମକ୍ଷେତ୍ରରେ ନିଜର ପ୍ରତିଷ୍ଠା ସୁନାମ ବଢିବ । ପାରିବାରିକ ଜୀବନ ସମସ୍ତଙ୍କ ମେଳରେ ରହି ସୁଖ-ସନ୍ତୋଷରେ କଟିବ । ରାଜନୀତି କ୍ଷେତ୍ରରେ ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ସନ୍ତାନର ସୁ-ଖବର ଶୁଣି ଖୁସି ହେବେ । ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କନ୍ୟା:-କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ଠିକ୍ ଭାବେ ବୁଝିପାରିବେ । ବନ୍ଧୁଙ୍କ ସାହାଯ୍ୟ ପାଇ ଆନୁଷ୍ଠାନିକ କାମ ହାସଲ କରିବେ । ବିଦ୍ୟାକ୍ଷେତ୍ରରେ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଜନ ସେବାରେ ନିଜକୁ ନିୟୋଜିତ କରିବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।
ତୁଳା:-ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ । ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବେ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । ଧାର୍ମିକ ଅନୁଷ୍ଠାନ କାମରେ ପ୍ରଶଂସା ମିଳିବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।
ବିଚ୍ଛା:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁଁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଗୃହୋପକରଣ କ୍ରୟ କରିବେ । ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବେ । ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଫଳରେ ବିଦ୍ୟାରେ ଉନ୍ନତି କରିବେ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ଧନୁ:-ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ । କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ । ବ୍ୟବସାୟରେ ଭାଗୀଦାରୀମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।
ମକର:-କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ । ଶିକ୍ଷାକ୍ଷେତ୍ରରେ ଚଳଚଞ୍ଚଳ ହୋଇ ଲକ୍ଷ୍ୟସ୍ଥଳରେ ପହଁଞ୍ଚିବାକୁ ଚେଷ୍ଟା କରିବେ । ଶତୃମାନେ ବିପଦରେ ପକେଇବାକୁ ଚେଷ୍ଟା କରି ବିଫଳ ହେବେ । ମାନସିକ ଏକାଗ୍ରତା ରଖି ପାରିବେ । ବ୍ୟବସାୟରେ ସାମାନ୍ୟ ଲାଭ, ଶରୀର ପୀଡ଼ା, ଶତ୍ରୁ ବୃଦ୍ଧି, କେତେକକ୍ଷେତ୍ରରେ ଭଲ କାମକରି ବଦ୍ନାମ ହୋଇ ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।
କୁମ୍ଭ:-ସାମାଜିକ ପତିଆରା ଅମଳିନ ରହିବ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ । କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।
ମୀନ:-ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପୁରାତନରୋଗର ଉପଶମ ମିଳିବ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।