ମକର ସଂକ୍ରାନ୍ତି ପର୍ବର ମହତ୍ଵ ଓ ମାନ୍ୟତା, ଏହି ନିଶ୍ଚୟ କରନ୍ତୁ ଏହି ସବୁ ମହାଉପାୟ…. ବଦଳିଯିବ ଆପଣଙ୍କ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତ ଏକ ଧର୍ମ ନିରପେକ୍ଷ ଓ ସାଂସ୍କୃତିକ ବିବିଧତା ଦେଶ ଅଟେ । ହିନ୍ଦୁ ଧର୍ମରେ ବର୍ଷକଯାକ ହର୍ଷୋଲ୍ଲାସର ବାତାବରଣ ଲାଗି ରହିଥାଏ । ଅନେକ ପର୍ବ ପାଳନ କରାଯାଏ ଓ ବ୍ରତ ଉପବାସ ମଧ୍ୟ ରଖାଯାଏ । ହିନ୍ଦୁ ଧର୍ମରେ ଏହା ପ୍ରମୁଖ ପର୍ବ ଅଟେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତିରେ ରବି ଗ୍ରହ ଧନୁରାଶିରୁ ମକର ରାଶିରେ ପ୍ରବେଶ କରନ୍ତି । ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ । ମକର ସଂକ୍ରାନ୍ତିର ମକର ଅର୍ଥ ମକରରାଶିକୁ ସୂଚିତ କରୁଛି ଓ ସଂକ୍ରାନ୍ତି ଅର୍ଥ ସଂକ୍ରମଣ ଅର୍ଥାତ୍ ପ୍ରବେଶ କରିବା । ତେଣୁ ରବି ମକର ରାଶିରେ ପ୍ରବେଶ କରୁଥିବାରୁ ମକର ସଂକ୍ରାନ୍ତି କୁହାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ମକର ସଂକ୍ରାନ୍ତିକୁ ଉତ୍ତରାୟଣ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଏହିମାସକୁ ମାଘମାସ ମଧ୍ୟ କୁହାଯାଏ । ମାଘମାସରେ ସୂର୍ଯ୍ୟଦେବଙ୍କର ଆବିର୍ଭାବ ହୋଇଥିଲା । ଶାସ୍ତ୍ରକୁହେ ମାଘମାସେ ମଘା ନକ୍ଷତ୍ର ନେଇ ଜନ୍ମହୋଇଛନ୍ତି ସବିତାସାଇଁ ମେଷେରବି ସିଂହରାଶି ଯାହାର ତ୍ରିଭୁବନେ ତାର ନାହିଁଟି ଡର । ତେଣୁ ମାଘପୂର୍ଣ୍ଣିମାରେ ସୂର୍ଯ୍ୟଙ୍କ ଉଦ୍ୟେଶ୍ୟରେ ଅଗ୍ନିଉତ୍ସବ ପାଳନ କରାଯାଏ ବା ଅଗିଜଳା ପୂର୍ଣ୍ଣିମା କୁହନ୍ତି । ମକରସଂକ୍ରାନ୍ତି ଦିନ ସ୍ନାନଦାନ ଓ ସୂର୍ଯ୍ୟଦେବଙ୍କ ପୂଜା ଉପାସନା କରିବାର ବିଶେଷ ମହତ୍ଵ ରହିଛି ।

ଶାସ୍ତ୍ର ଅନୁସାରେ ଦକ୍ଷିଣାୟନରେ ନକରାତ୍ମକ ଓ ଉତ୍ତରାୟଣରେ ସକାରାତ୍ମକର ପ୍ରତୀକ ବୋଲି ମନାଯାଏ । ସେଥିପାଇଁ ଏହି ଦିନ ସ୍ନାନ, ଜପ, ତପ, ଦାନ, ଶ୍ରାଦ୍ଧ, ତର୍ପଣ ଆଦି ଧର୍ମ କର୍ମରେ ବିଶେଷ ମହତ୍ଵ ରହିଛି । ବିଶ୍ଵାସ କରାଯାଏ କି ଏହି ଦିନ କରାଯାଉଥିବା ଦାନ ଶହେଗୁଣ ବଢି ପୁନଃ ପ୍ରାପ୍ତ ହୋଇଥାଏ । ଏହି ଦିନ ଶୁଦ୍ଧ ଘିଅ ଓ କମ୍ବଳ ଦାନ କରିଲେ ମୋକ୍ଷ ପ୍ରାପ୍ତି ହୁଏ । ମକର ସଂକ୍ରାନ୍ତି ସହିତ ଜଡିତ କେତେକ ପୌରାଣିକ କଥା ଅଛି । ଏହି ଦିନ ଭଗବାନ ସୂର୍ଯ୍ୟଦେବ ନିଜର ପୁତ୍ର ଶନିଦେବଙ୍କୁ ଦେଖା କରିବା ପାଇଁ ଯାଇଥିଲେ । ଶନିଦେବ ମକର ରାଶିର ସ୍ଵାମୀ ଅଟନ୍ତି । ସେଥିପାଇଁ ଏହି ଦିନକୁ ମକର ସଂକ୍ରାନ୍ତି ବୋଲି କୁହାଯାଏ ।

କୁହାଯାଏ କି ମକର ସଂକ୍ରାନ୍ତି ଦିନ ଭାଗିରଥଙ୍କ ପଛରେ ମା ଗଙ୍ଗା ମୁନି କପିଳଙ୍କ ଆଶ୍ରମ ହୋଇ ସାଗର ରେ ମିଶିଥିଲେ । ମା ଗଙ୍ଗାଙ୍କୁ ଧରିତ୍ରୀକୁ ଆଣିବା ପାଇଁ ଭାଗିରଥ ପୂର୍ବଜଙ୍କ ଏହିଦିନ ତର୍ପଣ କରିଥିଲେ । ସେହିପରି ତୀରର ଶର୍ଯ୍ୟାରେ ପିତାମହ ଭୀଷ୍ମ ପ୍ରାଣ ତ୍ୟାଗ କରିବା ପାଇଁ ଏହି ମକର ସଂକ୍ରାନ୍ତି ଦିନକୁ ଚୟନ କରିଥିଲେ । ବିଶ୍ଵାସ କରାଯାଏ କି ଏହି ଦିନରେ ଯିଏ ଦେହ ତ୍ୟାଗ କରେ ସେହି ବ୍ୟକ୍ତି ଜନ୍ମ ମରଣର ଚକ୍ରରେ ପୁଣି ମୁକ୍ତ ହୋଇଯାଏ । ପର୍ବର ନାମ, ମହତ୍ଵ ଓ ପାଳିବାର ନିୟମ ପ୍ରଦେଶ ଓ ଭୌଗଳିକ ସ୍ଥିତି ଅନୁସାରେ ବଦଳି ଯାଏ ।

ଦକ୍ଷିଣ ଭାରତରେ ଏହି ପର୍ବକୁ ପୋଙ୍ଗଲ୍, ଉତ୍ତର ଭାରତରେ ଲୋହଡି, ଖିଚଡି, ଉତ୍ତରାୟଣ, ମାଘୀ, ପତଙ୍ଗୋତ୍ସବ ଆଦି ନାମରେ ଜଣାଯାଏ ଏବଂ ମଧ୍ୟଭାରତରେ ଏହାକୁ ସଂକ୍ରାନ୍ତି କୁହାଯାଏ । ଶୀତଋତୁରେ ବାତାବରଣର ତାପମାତ୍ରା ବହୁତ କମ୍ ହୋଇଥିବାରୁ ଶରୀରରେ ରୋଗ ସୃଷ୍ଟି ହୁଏ । ସେଥିପାଇଁ ଏହି ଦିନ ନୂଆଅରୁଆ ଚାଉଳ, ଗୁଡ, ପାଚିଲାକଦଳୀ, ଶାକର, ନଡିଆ, ଛେନା, କ୍ଷୀର, ଅଦା, ଗୋଲମରୀଚ ଆଦି ଏକତ୍ରକରି ମକର ଚାଉଳ ପ୍ରସ୍ତୁତ କରନ୍ତି ଓ ସେବନ କରିବାଦ୍ବାରା ଅନେକ ପ୍ରକାର ରୋଗନାଶକ ମୋଦକ ଭଳି କାମକରେ । ଆହୁରି ମଧ୍ୟ ରାଶିଲଡୁ ବା ଅନ୍ୟ ଖାଦ୍ୟ ତିଆରି କରି ଖାଇଥାନ୍ତି ଓ ବାଣ୍ଟି ଥାନ୍ତି । ଏହି ଖାଦ୍ୟରେ ଗରମ ସୃଷ୍ଟି କରିବା ତତ୍ଵ ସହିତ ଶରୀର ପାଇଁ ଲାଭଦାୟକ ପୋଷକ ପଦାର୍ଥ ମଧ୍ୟ ରହିଥାଏ । ସେଥିପାଇଁ ଉତ୍ତର ଭାରତରେ ଏହି ଦିନ ଖିଚଡି ଭୋଗ କରାଯାଏ ତଥା ଗୁଡ, ତିଳ, ରାବିଡି, ଆଦିର ପ୍ରସାଦ ବଣ୍ଟା ଯାଇଥାଏ ।

୨୦୨୩ ମସିହା ବର୍ଷଟି ଭଲରେ କଟେଇବା ପାଇଁ କରନ୍ତୁ କେତୋଟି ଉପାୟ ୧- ମକରସଂକ୍ରାନ୍ତି ଦିନ ଯେ କୌଣସି ମନ୍ଦିରରେ ତମ୍ବା, ଲାଲବସ୍ତ୍ର, ଲାଲଫୁଲ, ଗୁଡ, ଘିଅ, ଲାଲଚନ୍ଦନ, ଅରୁଆ ଚାଉଳ କିଛି ଦାନ କରନ୍ତୁ । ୨- ପ୍ରବାହିତ ନଦୀ ଜଳକୁ ଏକ ମାଟିପାତ୍ରରେ ଭର୍ତ୍ତି କରି ଘର ଭିତରେ ରଖନ୍ତୁ । ୩- ସୂର୍ଯ୍ୟଦେବଙ୍କୁ ପ୍ରତେହ ଜଳ ଅର୍ପଣ କରନ୍ତୁ ଓ ହସ୍ପିଟାଲରେ ଫଳଜଳ ଦାନ କରନ୍ତୁ । ୪- ଧର୍ମ, ଦେବୀ ଦେବତା ଓ ପିତୃପୁରୁଷଙ୍କୁ ସମାଲୋଚନା କରନ୍ତୁ ନାହିଁ । ୫- ମାଆ ବାପାଙ୍କୁ ଅପମାନ କରନ୍ତୁ ନାହିଁ । ୬- ଆମିଷ ଓ ମାଦକଦ୍ରବ୍ୟ ଇତ୍ୟାଦି ସେବନ କରନ୍ତୁ ନାହିଁ । ୭- ମିଛ କୁହନ୍ତୁ ନାହିଁ ଓ ଆଚରଣକୁ ଶୁଦ୍ଧ ରଖନ୍ତୁ । ୮- ଆପଣଙ୍କର ଯୋଜନାଗୁଡିକ ଗୁପ୍ତ ରଖନ୍ତୁ ଓ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ ଏବଂ ଅସହାୟ ଲୋକମାନଙ୍କର ସେବା କରନ୍ତୁ । ଏହିପ୍ରକ୍ରିୟା କରିଚାଲିଲେ କୌଣସି ବିପଦ ପାଖ ମାଡିବନି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!