ସାପ୍ତାହିକ ରାଶିଫଳ: ଡିସେମ୍ବର 14 ତାରିଖ ରୁ ଡିସେମ୍ବର 20 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏ ସପ୍ତାହରେ ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ନୂତନକର୍ମ ସଂସ୍ଥାନରେ ନିଯୁକ୍ତି ପାଇବାର ଯୋଗ ରହିଛି। କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। କେତେକ କ୍ଷେତ୍ରରେ ନିଜସ୍ୱ ପ୍ରଶଂସାର ବଶବର୍ତ୍ତି ହୋଇ ନିଜ ଇଛାଶକ୍ତି ପ୍ରୟୋଗ ମାଧ୍ୟମରେ ଅହଂକାରକୁ ହ୍ରାସ କରି ପାରିବେ। ୧୪ ଓ ୨୦ ତାରିଖରେ ଏକାଧିକ କାମରେ ହାତ ଦେଇ ଭଲ ବଦଳରେ ମନ୍ଦସୃଷ୍ଟି ହୋଇପାରେ। ଦୂରଯାତ୍ରାରେ କଷ୍ଟ ଅନୁଭବ କରିବେ। ଯାନ ବାହନରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ବୃଷ:- ଏ ସପ୍ତାହରେ ଶିକ୍ଷା କ୍ଷେତ୍ରରେ ସଫଳ ହେବା ସହ ଶୁଭ ସୂଚନା ମଧ୍ୟ ପାଇବେ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇ ପାରନ୍ତି। ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ପୁରାତନ ରୋଗରୁ ଉପସମ ପାଇବା ଫଳରେ ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ। ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ। ବ୍ୟବସାୟରେ ସମ୍ପର୍କୀୟ ବ୍ୟକ୍ତି ବନ୍ଧୁ ମିତ୍ରମାନେ ସହଯୋଗର ହାତ ବଢେଇବେ। ରାଜନୈତିକ କ୍ଷେତ୍ରରେ ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ୧୫/୧୬ ତାରିଖରେ ସବୁଦିଗରୁ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:- ଏ ସପ୍ତାହରେ ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ସାଧାରଣ ଲୋକ ସମ୍ପର୍କକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତିଷ୍ଠିତ କରି ପାରିବେ। ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହି କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ। ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ପ୍ରେମିକ ପ୍ରେମିକା ମାନଙ୍କର ମାନସିକ ଦୁଶ୍ଚିନ୍ତା ଦୂର ହୋଇ ପ୍ରେମ କ୍ଷେତ୍ରରେ ଶାନ୍ତି ମିଳିବ। ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶାତୀତ ଲାଭ ମିଳିବ। ଆୟ ଉପାର୍ଜନରେ ବାଧାନାହିଁ। ରାଜନୈତିକ କ୍ଷେତ୍ରରେ ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ୧୭/୧୮ତାରିଖରେ ସବୁଦିଗରୁ ସତର୍କତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

କର୍କଟ:-ଏ ସପ୍ତାହରେ ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ମାନସିକ ଏକାଗ୍ରତା ବଜାୟ ରହିବ। ଉତ୍ତମ ରୋଜଗାର ହେବା ଫଳରେ ନୂତନ ବ୍ୟବସାୟ ଆରମ୍ଭ, ନୂତନ ଜାଗା, ଜମି, ଗୃହ ଓ ଯାନବାହାନ କିଣି ପାରିବେ। କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:- ଏସପ୍ତାହରେ ପାରିବାରିକ ଅଶାନ୍ତି ଦୂରେଇ ଯାଇ ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଶାନ୍ତି ଲଭିବେ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ବ୍ୟବସାୟରେ ଦୂରଯାତ୍ରାର ସୁଯୋଗ ପାଇବେ ଓ ଆଶାତୀତ ଲାଭମିଳିବ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ ପ୍ରୟାସରତ ରହିବେ। ଆୟ ବୃଦ୍ଧି ହେବା ଦ୍ଵାରା ଆର୍ଥିକ ଉନ୍ନତି ହେବା ସହ ଗୃହବାହାନ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବା ସହ ନୃତ୍ୟଗୀତ ତଥା ମନୋରଞ୍ଜନରେ ମଜ୍ଜି ରହିବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

କନ୍ୟା:- ଏସପ୍ତାହରେ ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଉତ୍ତମ ରୋଜଗାର କରି ପାରିବେ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ମାନସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ତୁଳା:- ଏସପ୍ତାହରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତମ ରୋଜଗାର ମିଳିବ। ବ୍ୟବସାୟରେ ଭଲ ଲାଭ ପାଇବା ସହ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ ଓ ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। ପ୍ରଶାସନ ବିଭାଗ, ଜ୍ୟୋତିଷ, ବିଚାର ବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ। ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ମେଣ୍ଟିଯିବ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କେତେକ କ୍ଷେତ୍ରରେ ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ। ନୂତନ ଯୋଜନାରେ ସଫଳତା ମିଳିବ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:- ଏସପ୍ତାହରେ ଶରୀର ଅସୁସ୍ଥ ରହିବ। ଶୁଭ ସମାଚାର ପାଇ ଖୁସି ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ କଠିନ ପରିଶ୍ରମ ହେତୁ ଆଶାନୁରୂପ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର : କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ।

ଧନୁ:- ଏସପ୍ତାହରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ। ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ନିଜ ପରିଶ୍ରମରୁ ଲାଭ ମିଳିବ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇ ଗୃହସ୍ଥ ଜୀବନ ସୁଖମୟ ହେବ। ନୂତନ କର୍ମନିଯୁକ୍ତି ପାଇବେ। ଆୟ ଉପାର୍ଜନରେ ବାଧାନାହିଁ। ସହଯୋଗୀଙ୍କ ସାହାଯ୍ୟ ପାଇ ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। କଠିନ ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ନୂତନ ଯୋଜନାରେ ସଫଳତା ମିଳିବ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତମ ରୋଜଗାର ମିଳିବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ କରିବେ। ପ୍ରତିକାର:- ପିଲାମାନଙ୍କୁ ଚକୋଲେଟ ବାଣ୍ଟନ୍ତୁ।

ମକର:-ଏସପ୍ତାହରେ ଶୁଭକାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟର ସ୍ଥିତି ସୁଧୁରିବା ଫଳରେ ଆଶାନୁରୂପ ଲାଭପାଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଆୟରସ୍ରୋତ ବୃଦ୍ଧିହେବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। କ୍ରୀଡ଼ା, କଳା, ସାହିତ୍ୟ, ପ୍ରକାଶନ କୃଷି ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇବେ। ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦ ପାଇବେ। ଦାମ୍ପତ୍ୟ ସୁଖ ବୃଦ୍ଧିହେବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପ୍ରେମିକ ପ୍ରେମିକାମାନେ ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟ ଗୀତ, ଭୋଜିଭାତ, ମଉଜ ମଜିଲିସ୍ ରେ ମଜ୍ଜି ରହିବେ। ବିଦ୍ୟାକ୍ଷେତ୍ରରେ ସମସ୍ୟାର ସମାଧାନ ହୋଇ ସଫଳତା ମିଳିବ। ପ୍ରତିକାର:- ଭୋକିଲା ଲୋକଙ୍କୁ ଖାଦ୍ୟ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକ ଶାନ୍ତିସହ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟିବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ କିଛି ବ୍ୟୟ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:- ଏସପ୍ତାହରେ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଆର୍ଥିକ ସ୍ଥିତିରେ ବୃଦ୍ଧିହେବ। ଛାତ୍ରଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ପାଇବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!