ଦୈନିକ ରାଶିଫଳ: 14 ଡିସେମ୍ବର ୨୦୨୦, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କର୍ମରେ ଉନ୍ନତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ଡିସେମ୍ବର ମାସ ୧୪ତାରିଖ, ସୋମବାର, ବିଛାମାସ ୨୯ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଅମାବାସ୍ୟାତିଥି, ଜ୍ୟେଷ୍ଠାନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର। ମିଥୁନ ରାଶିର ଘାତବାର। ଆମିଷ, ତୈଳ ନ ଖାଇଲେ ଭଲ। ଶୁଭସମୟ- ପ୍ରାତଃ ୬ଟା ୧୭ମିନିଟ୍ ରୁ ୭ଟା ୩୬ମିନିଟ୍, ଦିବା ୯ଟା ୧୦ମିନିଟ୍ ରୁ ୧୧ଟା ୧୮ମିନିଟ୍, ରାତ୍ର ୭ଟା ୪୫ମିନିଟ୍ ରୁ ୧୦ଟା ୧ମିନିଟ୍। ପର୍ବଦିନ:- ମାସାନ୍ତ, ମଧ୍ୟ ଦେବଦୀପାବଳୀ ଉତ୍ସବ, ମହୋଦଧି ଅମାବାସ୍ୟା, ସୋମମହତୀ ଗୋ ସହସ୍ରି ଗଙ୍ଗା ସ୍ନାନ, ପଞ୍ଚଗ୍ରହ କୂଟ ଶେଷ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଧାର୍ମିକ କାର୍ଯ୍ୟରେ ମନ ଲାଗିବ ଏବଂ ତୀର୍ଥଯାତ୍ରା ମଧ୍ୟ କରି ପାରନ୍ତି। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ। ବ୍ୟବସାୟରେ ସାମାନ୍ୟ ଲାଭ ପାଇ ବ୍ୟବସାୟ ବାଣିଜ୍ୟ କାରବାର ଯୋଗେ ଚିନ୍ତିତ ରହି ପାରନ୍ତି। ପରିବାରର ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ବ୍ୟତିବ୍ୟସ୍ତ ହୋଇ ଯିବେ। ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ।

ବୃଷ:-

ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ମାନସିକ ଦୁଶ୍ଚିନ୍ତା ଦୂରେଇ ଯିବ। ଆୟବୃଦ୍ଧି ହେବା ସହ ଲୋକ ସମ୍ପର୍କ ବୃଦ୍ଧି ହେବ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବା ସହ ଦୁଃଖୀ ଲୋକଙ୍କୁ ସାହାରା ହେବେ। ଘରୋଇ କାମରେ ସଫଳତା ମିଳିବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ସାମାଜିକ ଉତ୍ସବରେ ଯୋଗ ଦେବେ। ଧନଲାଭ ହେବାରୁ ଖୁସି ହେବେ। ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବା ସହ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ। ରାଜନୀତିରେ ସଫଳତା ମିଳିବ। ନୂଆ ସମ୍ପର୍କ ସୃଷ୍ଟିହେବ ଓ ଅଧାଥିବା କାର୍ଯ୍ୟ ପୂରଣ ହେବ। ଶତୃମାନେ ଦୁର୍ବଳ ହେବା ଫଳରେ ଆୟରପନ୍ଥା ସହଜ ହେବ। ଆର୍ଥିକ ଚିନ୍ତା ଦୁରହେବା ସହ ବନ୍ଧୁ ପରିବାର ଠାରୁ ସୁଖ ମିଳିବ। ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇ ପାରେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ। ବ୍ୟବସାୟ କ୍ଷେତ୍ରରେ ଚତୁରତାସହ ଗତିକରି କାମ ହାସଲ କରିବେ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ସିଂହ:-

ସ୍ୱାସ୍ଥ୍ୟ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

କନ୍ୟା:-

ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ପ୍ରେମପ୍ରସଙ୍ଗରେ ଉନ୍ନତି ହେବ। ସମସ୍ତ କ୍ଷେତ୍ରରେ ଖୁସି ମିଳିବ। କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ। ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-

କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବା ଫଳରେ ମାଲିକ ବା ଅଧିକାରୀ କାମରେ ପ୍ରସନ୍ନ ରହିବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ମାଲିମୋକଦ୍ଦମାରେ ଖେଳ ନୃତ୍ୟ ଗୀତ ପ୍ରତିଯୋଗିତାରେ ସଫଳ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ସହନ ଶୀଳତା ଯୋଗେ ସାମାଜିକ ପତିଆରା ଅମଳିନ ରହିବ। ବ୍ୟାପାର ଓ କାରବାରରେ ସୁଧାର ଆସିବ। ଟଙ୍କାର ଆବଶ୍ୟକତା ପୂରଣ ହେବ। ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ। ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ସ୍ୱାସ୍ଥ୍ୟସମସ୍ୟା ସୁଧୁରିଯିବ ଓ ନୂତନ ବନ୍ଧୁଙ୍କ ସହିତ ଭେଟ ହେବା ଫଳରେ ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ଧନୁ:-

ସ୍ଵାସ୍ଥ୍ୟରେ ସାମାନ୍ୟ ସୁଧାର ଆସିବ। ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ। ଋଣ ଭରଣାରେ ସହଜ ହେବ। ଭଲ କାମକରି ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ରାଜନୀତି କ୍ଷେତ୍ରରେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟି ହେବ ନାହିଁ। ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମକର:-

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ଉନ୍ନତି ହେବ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ। ଅଧାଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ।

କୁମ୍ଭ:-

ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସନ୍ତାନମାନଙ୍କ ଉନ୍ନତି ପାଇଁ ଖୁସି ରହିବେ। ବାସସ୍ଥାନ ବା ଯାନବାହାନର ନବୀକରଣ କରି ପାରନ୍ତି। କ୍ରିଡା, ପ୍ରତିଦ୍ଵନ୍ଦିତାରେ କୃତକାର୍ଯ୍ୟ ହେବେ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଲେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନବୃଦ୍ଧି ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ଆୟ ଉପାର୍ଜନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ସହିତ ନିମ୍ନ ବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ। ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ।

ମୀନ:-

ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ। ପରିବହନରେ ବିଶେଷ ଲାଭବାନ ହେବେ। ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ। ଅପେକ୍ଷା କରିଥିବା କାମର ଶୁଭସୂଚନା ମିଳିବ। ମାଲିମୋକଦ୍ଦମାରେ ସଫଳତା ମିଳିବ। ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!