ଦୈନିକ ରାଶିଫଳ: 09 ଡିସେମ୍ବର 2022, ମା’ ସନ୍ତୋଷୀଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଡିସେମ୍ବର ମାସ ୯ତାରିଖ, ଶୁକ୍ରବାର, ବିଛାମାସ ୨୪ଦିନ, ପୌଷମାସ କୃଷ୍ଣପକ୍ଷ, ପ୍ରତିପଦାତିଥି ଦିବା ୧୧ଟା ୩୪ମିନିଟ୍ ପରେ ଦ୍ଵିତୀୟାତିଥି, ମୃଗଶିରା ନକ୍ଷତ୍ର ଦିବା ୨ଟା ୫୯ମିନିଟ୍ ପରେ ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ଶୁଭ ଯୋଗ । କୌଳବ କରଣ ଦିବା ୧୧ଟା ୩୪ମିନିଟ୍ ପରେ ତୈତିଳ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । ପାଣିକଖାରୁ ନ ଖାଇଲେ ଭଲ ଦିବା ୧୧ଟା ୩୪ମିନିଟ୍ ପରେ ବୋଇତିକଖାରୁ ନ ଖାଇଲେ ଭଲ । ଯୋଗିନୀ- ପୂର୍ବେ ଦିବା ୧୧ଟା ୩୪ମିନିଟ୍ ପରେ ଉତ୍ତରେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୫୬ମିନିଟ୍ ରୁ ୧୧ଟା ୩୮ମିନିଟ୍, ରାତ୍ରି ୮ଟା ୨୧ମିନିଟ୍ ରୁ ୧୦ଟା । ଶୁଭସମୟ- ପ୍ରାତଃ ୬ଟା ୧୪ମିନିଟ୍ ରୁ ୬ଟା ୫୫ମିନିଟ୍, ସକାଳ ୭ଟା ୪୧ମିନିଟ୍ ରୁ ୮ଟା ୫୫ମିନିଟ୍, ଦିବା ୧୨ଟା ୧ମିନିଟ୍ ରୁ ୨ଟା ୫୨ମିନିଟ୍, ଦିବା ୩ଟା ୩୮ମିନିଟ୍ ରୁ ୫ଟା ୩ମିନିଟ୍, ସନ୍ଧ୍ୟା ୫ଟା ୫୭ମିନିଟ୍ ରୁ ରାତ୍ର ୮ଟା ୨୦ମିନିଟ୍, ରାତ୍ର ୧୨ଟା ୬ମିନିଟ୍ ରୁ ୧ଟା ୪୯ମିନିଟ୍, ରାତ୍ର ୨ଟା ୪୪ମିନିଟ୍ ରୁ ୪ଟା ୨୭ମିନିଟ୍ । ପର୍ବଦିନ- ଦାଣ୍ଡ ପହଁରା ଓ ବାଟ ଓଷା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସ୍ୱାସ୍ଥ୍ୟରେ ଉନ୍ନତି ଓ ମାନସିକ ଶାନ୍ତି ପାଇବେ । ଦୃଢସଂକଳ୍ପ ନେଇ ନୂତନ କାର୍ଯ୍ୟ ଆରମ୍ଭ କରିବାର ଯୋଜନା ପ୍ରସ୍ତୁତ କରି ପାରିବେ । ଜାଗାଜମି, ସମ୍ପତ୍ତିଆଦି କ୍ରୟ ବିକ୍ରୟରୁ ପ୍ରବଳ ଲାଭ ପାଇବେ । ପରିବାରରେ ସୁସ୍ଥ ବାତାବରଣ ଜାରିରହିବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ମଧ୍ୟ ସୁଧାର ଆସିବ । ନିଜ ଆତ୍ମୀୟ ଲୋକଙ୍କ ସହ ସାକ୍ଷାତ ହେବ । ପ୍ରତିକାର:-ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

ବୃଷ:-ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବା ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ବ୍ୟବସାୟ କ୍ଷେତ୍ରରେ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଓ କଠିନ ପରିଶ୍ରମ ହେତୁ ଶାରିରୀକ ଏବଂ ମାନସିକ କଷ୍ଟ ଭୋଗିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ଭୋଗବିଳାସରେ ଦିନ କାଟିବା ପାଇଁ ଆଗ୍ରହୀହେବେ ଓ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବାଯୋଗେ ସାମାଜିକ ପତିଆରା ଅମଳିନ ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ସନ୍ତାନ ସୁଖରେ ସୁଖୀ ହେବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ ପାଇବେ । ନିଜଲୋକଙ୍କ ସହଯୋଗରେ ଅନେକ କାର୍ଯ୍ୟ ପୂରଣ କରି ପାରିବେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ବିଜୟ ହେବ । ବ୍ୟବସାୟ କ୍ଷେତ୍ରରେ କୌଣସି ଖୁସି ପ୍ରସଙ୍ଗ ଆସିବା ଫଳରେ ମନ ପ୍ରଫୁଲ୍ଲିତ ରହିବ । ବିଦ୍ୟାର୍ଥି ମାନଙ୍କର ମନୋଅନୁକୂଳ ଫଳପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ଶାରୀରିକ ଅସୁସ୍ଥତା ଦୂର ହୋଇ ଋଣଭାର କମିଯିବ ଓ ଦାମ୍ପତ୍ୟ ସୁଖରେ ସୁଖୀ ହେବେ । ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ବହୁତ ଭଲ ସମୟ ପାଇବେ । ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭଫଳ ପାଇବେ ଓ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢ଼ୀଭୂତ ହେବ । ପୈତୃକ ସମ୍ପତ୍ତିକୁନେଇ କୋର୍ଟକଚେରୀ ମାମଲାରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ଅଧିକ ଲୋକସମ୍ପର୍କ ଫଳରେ ଆତ୍ମସନ୍ତୋଷ ମିଳିବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ବିରୋଧୀମାନେ ହଇରାଣ ହୋଇ ମଥାନତ କରିବେ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ସାଧାରଣ ପରିବର୍ତ୍ତନ ଘଟି ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ଆର୍ଥିକ ଚିନ୍ତା ଦୁରହେବ ଓ ସ୍ୱାସ୍ଥ୍ୟ ରେ ଉନ୍ନତି ଦେଖାଦେବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସି, ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ରାଜନେତା ମାନଙ୍କର ଶତୃ ପରାଜିତ ହୋଇ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:-କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଥିଲେ ଆଜି ତାହା ସମାଧାନ ହେବ । ରାଜନେତା ମାନେ ଧାର୍ମିକ କାର୍ଯ୍ୟରେ ଯୋଗ ଦେଲେ ସମ୍ମାନୀତ ହେବେ । ବ୍ୟବସାୟରେ ଭଲ ଲାଭ ପାଇବେ । ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ । ଋଣ ଭରଣାରେ କଷ୍ଟ ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ପାରନ୍ତି । କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ସାଧାରଣ ବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ । ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭହେବା ସହ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ । ରାଜନେତା ମାନେ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ଉଚ୍ଚଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ କର୍ମୋନ୍ନତି ହେବ । ମାନସିକ ଦୁଶ୍ଚିନ୍ତା ଓ ଶତୃବଧା ଦୂରେଇ ଯିବ । ପାରିବାରିକ ଜୀବନ ଆନନ୍ଦରେ କଟିବ । ଦୂରଯାତ୍ରାରେ ସଫଳ ହେବେ । ଆକସ୍ମିକ ଅର୍ଥଲାଭ, ପୁରୁଣା ଧନଲାଭ ହେବାରୁ ଖୁସି ହେବେ ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କୁମ୍ଭ:-ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ନ୍ୟାୟମାର୍ଗ ଓ ମିଷ୍ଟ ବଚନକୁ ନିଜର ଭୂଷଣଭାବି କର୍ମ କରିଲେ ଲାଭବାନ ହେବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ । ପଇସା ଅଭାବରୁ ମାନସିକ ଅଶାନ୍ତି ବୃଦ୍ଧି ପାଇ ପାରେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମୀନ:-କଠିନ ପରିଶ୍ରମ କରିବା ଫଳରେ ଉପରିସ୍ଥ କର୍ମଚାରୀ ମାନଙ୍କ ପ୍ରିୟଭାଜନ ହୋଇ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ । ଶିକ୍ଷା କ୍ଷେତ୍ରରେ ସଫଳ ହୋଇ ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ସୁଯୋଗ ପାଇବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!