ଦୈନିକ ରାଶିଫଳ: 08 ଡିସେମ୍ବର 2022, ମା’ ଲକ୍ଷ୍ମୀଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଡିସେମ୍ବର ମାସ ୮ତାରିଖ, ଗୁରୁବାର, ବିଛାମାସ ୨୩ଦିନ, ମାର୍ଗଶିରମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି ଦିବା ୯ଟା ୩୮ମିନିଟ୍ ପରେ ପ୍ରତିପଦାତିଥି, ରୋହିଣୀ ନକ୍ଷତ୍ର ଦିବା ୧୨ଟା ୩୩ମିନିଟ୍ ପରେ ମୃଗଶିରା ନକ୍ଷତ୍ର, ବୃଷ ରାଶିରେ ଚନ୍ଦ୍ର । ସାଧ୍ୟ ଯୋଗ । ବବ କରଣ ସକାଳ ୯ଟା ୩୮ମିନିଟ୍ ପରେ ବାଳବ କରଣ । ତୁଳା, କୁମ୍ଭ ରାଶିର ଘାତବାର । ବିଛା ରାଶିର ଘାତଚନ୍ଦ୍ର । ଆମିଷ, ତୈଳ ନ ଖାଇଲେ ଭଲ ସକାଳ ୯ଟା ୩୮ମିନିଟ୍ ପରେ ପାଣିକଖାରୁ ନ ଖାଇଲେ ଭଲ । ଯୋଗିନୀ-ବାୟବ୍ୟେ ସକାଳ ୯ଟା ୩୮ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୨୧ମିନିଟ୍ ରୁ ୫ଟା ୩ମିନିଟ୍, ରାତ୍ରି ୧୧ଟା ୩୮ମିନିଟ୍ ରୁ ୧ଟା ୧୭ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ୧୩ମିନିଟ୍ ରୁ ୭ଟା ୩୮ମିନିଟ୍, ସନ୍ଧ୍ୟା ୫ଟା ୫୭ମିନିଟ୍ ରୁ ରାତ୍ର ୯ଟା ୨୬ମିନିଟ୍, ରାତ୍ର ୧ଟା ୧୮ମିନିଟ୍ ରୁ ୩ଟା ୩୪ମିନିଟ୍, ରାତ୍ର ୪ଟା ୨୯ମିନିଟ୍ ରୁ ୬ଟା ୧୨ମିନିଟ୍ । ପର୍ବଦିନ- ପଣ୍ଡୁ ପୂର୍ଣ୍ଣିମା, ଗୁରୁ ପୂର୍ଣ୍ଣିମା ବ୍ରତ, ମାଣବସା ଗୁରୁବାର ଶେଷ ପାଳି, ଦତ୍ତାତ୍ରେୟ ଜୟନ୍ତୀ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ପିଲାମାନେ ପରୀକ୍ଷାରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁ ବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନହେବ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । କର୍ମକ୍ଷେତ୍ରରେ ଜଟିଳ ପରିସ୍ଥିତି ଥିଲେ ସରଳ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ । ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଉଚ୍ଚଫଳ ପ୍ରାପ୍ତି ହେବ ଓ ପ୍ରସାର ପ୍ରଚାର କରିବାର ସୁଯୋଗ ପାଇ ଖୁସି ହେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମିଥୁନ:-ହାତକୁ ନେଇଥିବା କାର୍ଯ୍ୟଟି ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ । ଧର୍ମକାର୍ଯ୍ୟ ପ୍ରତି ମନବଳାଇ ବହୁତ ଶାନ୍ତି ପାଇବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହେବ । ବନ୍ଧୁ ମିତ୍ରଙ୍କ ଆଗମନ ହେବ । ଲୋକଙ୍କ ପ୍ରତି ଉଦାର ଓ ଦୟାଳୁ ପ୍ରବୃତି ଜାଗ୍ରତ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଅଚାନକ ଧନପ୍ରାପ୍ତି, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବା ପାଇଁ ମନ କରିବେ । ସ୍ଵର୍ଣ୍ଣ ଅଳଙ୍କାର କ୍ରୟ କରି ପାରନ୍ତି । ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବା ସହ ଆର୍ଥିକ ସ୍ଥିତି ସନ୍ତୋଷପ୍ରଦ ହେବ । ସହଭାଗୀତାରେ କୌଣସି ଏକ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରି ପାରନ୍ତି । ପୁରୁଣା ସାଙ୍ଗମାନଙ୍କ ସହ ଭେଟ ହେବା ଫଳରେ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପାଇଁ ଉତ୍ସାହିତ ହୋଇପାରନ୍ତି । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ସିଂହ:-ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସି ଶରୀର ସୁସ୍ଥ ରହିବ ଓ ଦାମ୍ପତ୍ୟଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ ଓ ଯାନ ବାହନ ସୁଖ ମିଳିବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ । ନିଜର ଚିନ୍ତାଧାରାକୁ ସକାରାତ୍ମକ ରଖିବା ଫଳରେ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । କର୍ମକ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସଫଳ ହେବେ । ପ୍ରତିକାର- କମଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କନ୍ୟା:-ବ୍ୟକ୍ତିଗତ ବିଷୟ ସମ୍ବନ୍ଧରେ ସମ୍ପର୍କୀୟମାନେ ଆପଣଙ୍କଠାରୁ ମତାମତ ନେଇ ପାରନ୍ତି । ପ୍ରିୟକାର୍ଯ୍ୟ ବିଷୟରେ ବହୁତ ଆଗ୍ରହୀ ହେବେ ଓ ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ କଠିନ ପରିଶ୍ରମର ସକରାତ୍ମକ ଫଳାଫଳ ପାଇବେ । ନିଜର ଭାବନା ଓ କ୍ରୋଧକୁ ନିୟନ୍ତ୍ରଣ କରି ଉଚ୍ଚାଧିକାରୀଙ୍କର ପ୍ରିୟପାତ୍ର ହୋଇ ପାରିବେ । କିଛି ଲୋକ ଆପଣଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ଜୀବନସାଥିଙ୍କ ସହିତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ନୂତନ ଚିନ୍ତାଧାରା ଏବଂ କାର୍ଯ୍ୟ ଶୈଳୀର ପରାକାଷ୍ଠା ଯୋଗେ ବିଶେଷ ଲାଭ ପାଇବେ । ସାମାଜିକ କାର୍ଯ୍ୟରେ ନିଜର ସକ୍ରିୟତା ବୃଦ୍ଧି ପାଇବା ଫଳରେ ସମ୍ମାନିତ ହେବେ । ଅନ୍ୟମାନଙ୍କ ଠାରୁ ପରାମର୍ଶ ନେବା ଅପେକ୍ଷା ନିଜର ଚିନ୍ତାଧାରାକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ । ଦୂରଯାତ୍ରା କଲେ ହଇରାଣ ହରକତ ହେବାକୁ ପଡିପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଶିକ୍ଷାର୍ଥୀମାନେ ଅଧ୍ୟୟନରେ ମନନିବେଶ କରି ସଫଳତା ପାଇବେ । ବ୍ୟବସାୟୀ ମାନେ ବହୁତ ଦିନର ବାକିପଡିଥିବା ଅର୍ଥ ପାଇ ସମସ୍ୟାକୁ ସୁଧାରି ନେବେ । ଜୀବନସାଥିଙ୍କ ସମର୍ଥନ ଆପଣଙ୍କ ଚିନ୍ତାକୁ ହ୍ରାସ କରିବ ଓ ସୁଖଶାନ୍ତିବଜାୟ ରଖିବେ । ରାଜନୀତି କ୍ଷେତ୍ରରେ ସୁବକ୍ତା ଓ ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବା ସହ ଯେ କୌଣସି ଇଚ୍ଛା ପୂରଣ ହୋଇ ପାରିବ । ନିଜଲୋକ ସାହାଯ୍ୟ କରିବେ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ଆଇନଗତ ପ୍ରସଙ୍ଗରେ ବିଜୟି ହୋଇ ସମାଜରେ ଖ୍ୟାତି ଓ ସମ୍ମାନ ପାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-ଆତ୍ମବିଶ୍ୱାସର ସହିତ କାର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତୁ ସବୁକାର୍ଯ୍ୟ ସୁରୁଖୁରୁରେ ହୋଇଯିବ । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇ ଆର୍ଥିକ ଅବସ୍ଥା ଭଲ ରହିବ । ବ୍ୟବସାୟରେ ଆଶା କରାଯାଉଥିବା ଠାରୁ ଅଧିକ ଲାଭ ପାଇବେ । ଉଧାର ଦେଇଥିବା ଟଙ୍କା ମିଳି ଯିବା ଫଳରେ ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି । କଠିନ ପରିସ୍ଥିତିରେ ପ୍ରିୟଜନଙ୍କୁ ସାହାଯ୍ୟ କରିଥିବାରୁ ପ୍ରଶଂସିତ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଧନ ସମ୍ବନ୍ଧୀୟ ମାମଲାରେ ବିବେକ ଦ୍ଵାରା ବିଚାର କଲେ ଲାଭ ମିଳିବ । ବ୍ୟବସାୟରେ କରିଥିବା ପରିଶ୍ରମର ଫଳ ବିସ୍ତାର ରୂପରେ ପାଇବେ । କାର୍ଯ୍ୟାଳୟରେ ଉଚ୍ଚପଦସ୍ଥ କର୍ମକର୍ତ୍ତାମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ ଓ ନୂତନ ଯାନ କିଣି ପାରିବେ । ବ୍ୟବସାୟ କ୍ଷେତ୍ରରେ ନିଜର ଦକ୍ଷତା ଅନୁଯାୟୀ ଭଲଲାଭ ପାଇବେ । ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ । ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ପାଇ ମାନସିକ ଶାନ୍ତି ଦେଖାଦେବ । ରାଜନୀତିରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!