ଦୈନିକ ରାଶିଫଳ: 08 ସେପ୍ଟେମ୍ବର 2022, ମା’ ଲକ୍ଷ୍ମୀଙ୍କ କୃପାରୁ ଏହି 4ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ସେପ୍ଟେମ୍ବର ମାସ ୮ତାରିଖ, ଗୁରୁବାର, ସିଂହମାସ ୨୩ଦିନ, ଭାଦ୍ରବମାସ, ଶୁକ୍ଳପକ୍ଷ, ତ୍ରୟୋଦଶୀତିଥି, ଶ୍ରବଣା ନକ୍ଷତ୍ର ଦିବା ୧ଟା ୪୫ମିନିଟ୍ ପରେ ଧନିଷ୍ଠା ନକ୍ଷତ୍ର, ମକର ରାଶିରେ ଚନ୍ଦ୍ର । ଅତିଗଣ୍ଡ ଯୋଗ । କୌଳବ କରଣ ଦିବା ୧୦ଟା ୩୪ମିନିଟ୍ ପରେ ତୈତିଳ କରଣ । ତୁଳା, କୁମ୍ଭ ରାଶିର ଘାତବାର । ସିଂହ ରାଶିର ଘାତଚନ୍ଦ୍ର । ବାଇଗଣ ନ ଖାଇଲେ ଭଲ ରାତି ୯ଟା ୩ମିନିଟ୍ ପରେ ବିରି ଜାତୀୟ ଦ୍ରବ୍ୟ ନ ଖାଇଲେ ଭଲ । ଯୋଗିନୀ- ଦକ୍ଷିଣେ ରାତି ୯ଟା ୩ମିନିଟ୍ ପରେ ପଶ୍ଚିମେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୪୮ମିନିଟ୍ ରୁ ୫ଟା ୫୨ମିନିଟ୍, ରାତ୍ରି ୧୧ଟା ୪୪ମିନିଟ୍ ରୁ ୧ଟା ୧୨ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୭ମିନିଟ୍ ରୁ ୭ଟା ୧୩ମିନିଟ୍, ଦିବା ୧୦ଟା ୩୧ମିନିଟ୍ ରୁ ୧୨ଟା ୫୬ମିନିଟ୍, ରାତ୍ର ୨ଟା ୨୯ମିନିଟ୍ ରୁ ୩ଟା ୧୪ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ବ୍ୟବସାୟିକ କ୍ଷେତ୍ରରେ ସଫଳତା ମିଳିବା ସହ ବକେୟା ଅର୍ଥ କିଛି ଆଦାୟ ହୋଇପାରେ । ଆୟ ଉପାର୍ଜ୍ଜନ ଅପରିବର୍ତ୍ତିତ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ ସ୍ନେହ ସଦ୍ଭାବର ବୃଦ୍ଧିହେବ । ସନ୍ତାନ-ସନ୍ତତିଙ୍କ ମର୍ଜି ରକ୍ଷା କରି ଶାନ୍ତି ଶୃଙ୍ଖଳା ବଜାୟ ରଖିବେ । ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପଦୋନ୍ନତି ସହ ନୂତନ କର୍ମପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ଆୟର ସ୍ରୋତ ଖୋଲିଯିବ ଓ ଆର୍ଥିକସ୍ଥିତି ସୁଦୃଢ ହେବ । ଭଲ ଚାକିରୀ ମଧ୍ୟ ମିଳିବ । ବିଦେଶକୁ ଯାତ୍ରା କରିପାରିବେ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ । ଦାମ୍ପତ୍ୟ କଳହ ଓ ପରିବାରର ମାମଲା ସମାଧାନ ହେବ । ସ୍ଵାସ୍ଥ୍ୟରେ ଉନ୍ନତି ହେବ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନଆଦାନ ପ୍ରଦାନରେ ଲାଭବାନ୍ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ସାଙ୍ଗମାନଙ୍କ ପାଖରେ ଅତ୍ୟନ୍ତ ପ୍ରିୟ ହେବେ । ଦାନ ପୂଣ୍ୟ ଆଦି କାର୍ଯ୍ୟରେ ରୁଚି ବଢ଼ିବ । କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମିଳିପାରେ । ବ୍ୟାପାର ବା କାରବାରରେ ବହୁତ ଭଲ ଲାଭ ହେବ । ଆପଣଙ୍କ ଚେଷ୍ଟା ଓ ନେତୃତ୍ୱ ଦ୍ୱାରା ବଡ଼ କାର୍ଯ୍ୟ ହୋଇ ପାରେ । ରାଜନୀତି କ୍ଷେତ୍ରରେ ଇଛିତ ଫଳ ପ୍ରାପ୍ତ ହେବ । କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କର୍କଟ:-ଜମି କ୍ରୟ ବା ବିକ୍ରୟ କରିବା ସହ ନୂତନ ବାହନ କ୍ରୟ କରିବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ପରିବେଶ ଶାନ୍ତିମୟ ରହିବ । କୌଣସି କାର୍ଯ୍ୟକୁ ନେଇ ଯାତ୍ରା କରିବାର ସମ୍ଭାବନା ରହିଛି । ଜୀବନସାଥୀଙ୍କ ସମ୍ପର୍କରେ ମଧୁରତା ବୃଦ୍ଧି ପାଇବ । ପ୍ରେମ ସମ୍ପର୍କକୁ ନେଇ ବହୁତ ସକ୍ରିୟ ରହିବେ । ରାଜନୀତି କ୍ଷେତ୍ରରେ ନିଜର କ୍ଷମତାକୁ ଉପଯୋଗ କରି ଉଚ୍ଚପଦ ପ୍ରାପ୍ତି ହୋଇପାରେ । ସେୟାର ମାର୍କେଟରେ ନିବେଶ କଲେ ଲାଭ ମିଳିବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-ଶିକ୍ଷାକ୍ଷେତ୍ରରେ ମନଯୋଗ ଦେଇ ପ୍ରଶଂସା ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ପରିଶ୍ରମ ଫଳରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ଓ ଆଶାତୀତ ଲାଭ ପାଇବେ । କର୍ମ କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବାଦ୍ଵାରା ସାଧାରଣ ଲୋକମାନେ ସମ୍ମାନ ଦେବେ । ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଅଶାନ୍ତି ଦୂରେଇ ଯିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସମୟର ସଦୁପଯୋଗ କରି ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ଅବିବାହିତ ମାନକ ପାଇଁ ବିବାହସ୍ଥିର ହବ । କୌଣସି ବିଶିଷ୍ଠ କାର୍ଯ୍ୟରେ ଆପଣ ସମ୍ମାନିତ ହେବେ । ପ୍ରେମିକ ପ୍ରେମିକାଙ୍କୁ କିଛି ଉପହାର ଦେବା ପାଇଁ ବିଚାର କରିବେ । କାର୍ଯ୍ୟ ଓ ବ୍ୟବସାୟରେ ଲକ୍ଷପ୍ରତି ଯଥାର୍ଥବାଦୀ ହେବେ । ଭାଗୀଦାରୀଙ୍କ ସହିତ ଲାଗିରହିଥିବା ବିବାଦ ବା ମତଭେଦର ନିରାକରଣ ହୋଇଯିବ । ମନ ଆନନ୍ଦ ଓ ଉତ୍ସାହ ପୂର୍ଣ୍ଣ ରହିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ବ୍ୟବସାୟରେ ପରିଶ୍ରମ କଲେ ଭଲଲାଭ ମିଳିବ ଓ ଆୟରେ ବୃଦ୍ଧି ହେବ । ବିବରୀତ ଲିଙ୍ଗ ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ରହିବେ । ଆପଣଙ୍କ ପ୍ରୟାସରେ ସୁଖଦ ପରିଣାମ ଅବଶ୍ୟ ଆସିବ । କୌଣସି ମାଙ୍ଗଳିକ ଆୟୋଜନରେ ଯୋଗ ଦେବେ । କଷ୍ଟ ଓ କଠିନ ପରିଶ୍ରମ ଆପଣଙ୍କ ପାଇଁ କିଛି ଅସମ୍ଭବ ହେବ ନାହିଁ । ଭ୍ରମଣ କରିବାର ସୁଯୋଗ ଅଛି । ଲୋକମାନଙ୍କ ସହିତ ମିଳିମିଶି କାମ କରିପାରିବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସବୁ କାର୍ଯ୍ୟ ଠିକ ସମୟରେ ସମ୍ପୂର୍ଣ୍ଣ କରିବେ । ଉଚ୍ଚସଂସ୍ଥାରୁ କାର୍ଯ୍ୟର ଡାକରାପାଇ ଶୁଭଫଳ ପାଇବେ । ଋଣ ପରିଶୋଧ କରିବାସହ ଋଣପ୍ରାପ୍ତିର ସୁଯୋଗ ପାଇବେ । ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବା ସହ ମାନସିକ ସ୍ଥିତି ବହୁତ ଭଲ ରହିବ । ସମାଜରେ ପ୍ରତିଷ୍ଠା ବୃଦ୍ଧି ହବ । ପୁରୁଣା କାର୍ଯ୍ୟରେ ଲାଭ ମିଳିବ ଓ କିଛି ନୂଆ କାର୍ଯ୍ୟ ଆରମ୍ଭକରି କାର୍ଯ୍ୟକ୍ଷେତ୍ରରେ ପ୍ରସଂଶନୀୟ ହେବେ । ଆଜି ଆପଣଙ୍କର ଦିନଟି ବହୁତ ସୁଖ ଶାନ୍ତିରେ କଟିବ । ପ୍ରତିକାର- ଆମିଷ ସେବନ କରନ୍ତୁ ନାହିଁ ।

ଧନୁ:-ସମ୍ପତ୍ତି ବିକିବାକୁ ଚାହୁଥିଲେ ଭଲ ଗ୍ରାହକ ମିଳିଯିବେ । ବ୍ୟବସାୟରେ ଅଧିକ ବିକ୍ରୟ ହେବାରୁ ଆପଣଙ୍କ ମନ ଖୁସି ରହିବ । ପରିବାର ପ୍ରତି ଆପଣଙ୍କ ଦାଇତ୍ଵ ଅଧିକ ବଢିବା ସହ ଭାଇ ଭଉଣୀଙ୍କ ସହ ସମ୍ପର୍କ ବହୁତ ଭଲ ରହିବ । ସ୍ଥିର ସ୍ଵଭାବ ଏବଂ ମଧୁରଭାଷି ହେତୁ ଲାଭକୁ ଦ୍ଵିଗୁଣା ବଢେଇପାରିବେ । ଅତିରିକ୍ତ ଆୟର ମଧ୍ୟ ସମ୍ଭାବନା ଅଛି । ପୈତୃକ ସମ୍ପତ୍ତି ସମ୍ବନ୍ଧୀୟ ମାମଲା ସମସ୍ୟା ଦୂର ହେବ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ସାମାଜିକ କାର୍ଯ୍ୟରେ ଦାଇତ୍ଵ ବଢିବ ଓ ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ସୁଖ ସମୃଦ୍ଧି ବୃଦ୍ଧି ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ନୂତନ ବସ୍ତୁ କ୍ରୟ କରିପାରିବେ । ସାମାଜିକ କ୍ଷେତ୍ର ଓ ଆର୍ଥିକ ସ୍ଥିତି ସୁଦୃଢ ରହିବ । ନିଜ ଉପରେ ଆତ୍ମ ବିଶ୍ଵାସ ବୃଦ୍ଧି ପାଇବ । ପ୍ରତିକାର- କଳାରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କୁମ୍ଭ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନିର୍ମାଣମୂଳକ ଯୋଜନାରେ ଆଗେଇବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ମାନସିକ ବିଷାଦ, ଦାମ୍ପତ୍ୟ କଳହ, ଭୟ ଆଶଙ୍କା ଦୂରେଇ ଯିବ । ପୁରାତନ ରୋଗର ଉପଶମ ହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ବହୁତ ଦିନରୁ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇ ଯାଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଆଜି ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!