ପୌରଣିକ ଶାସ୍ତ୍ରରେ ଏକାଦଶୀ ବ୍ରତର କେତେଗୁଡିଏ ନିୟମ ଦିଆଯାଇଛି, ଆସନ୍ତୁ ଜାଣିବା:-
ଅଷାଢ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଯୋଗିନୀ ଏକାଦଶୀ ପାଳନ କରାଯାଏ। ଏହି ଏକାଦଶୀ ୨୦୧୮ମସିହା ଜୁଲାଇ ୯ ତାରିଖ ସୋମବାର ଦିନ ପାଳନ କରାଯିବ। ଆଷାଢ ମାସରେ ଏହି ଏକାଦଶୀର ବହୁତ ମହତ୍ତ୍ଵ ଅଛି। ଯଦି ଆପଣ କୌଣସି ଗ୍ରହପୀଡା ରେ କଷ୍ଟ ଭୋଗ କରୁଛନ୍ତି ତେବେ ଏହି ଏକାଦଶୀ ଦ୍ଵାରା ତାହା ଖଣ୍ଡନ ହେବ।
ଆଷାଢ କୃଷ୍ଣ ଏକାଦଶୀର ଗୋଟେ ଦିନ ପୂର୍ବରୁ ବା ଦଶମୀ ତିଥିର ରାତ୍ରିରୁ ଏକାଦଶୀ ବ୍ରତ କରିବାର ସଂକଳ୍ପ କରିବା ଉଚିତ୍।
<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>
ଏକାଦଶୀ ଦିନ ସକାଳୁ ସ୍ନାନ ଆଦି ନିତ୍ୟକର୍ମ ସାରି ଭଗବାନ ଶ୍ରୀହରି ବିଷ୍ଣୁ ତଥା ଲକ୍ଷ୍ମୀ ନାରାୟଣଙ୍କର ସ୍ମରଣ କରି ଘିଅ ଦୀପ, ନୈବେଦ୍ୟ, ଧୂପ, ପୁଷ୍ପ ତଥା ଫଳ ଆଦି ପୂଜା ସାମଗ୍ରୀ ସହ ପବିତ୍ର ମନୋଭାବରେ ପୂଜାର୍ଚ୍ଚନା କରିବା ଉଚିତ୍।
“ଓଁ ନାରାୟଣାୟ ବିଦ୍ମହେ ବାସୁଦେବାୟ ଧୀମହି ତନ୍ନୋ ବିଷ୍ଣୁ ପ୍ରଚୋଦୟାତ୍” ଏହି ମନ୍ତ୍ରର ଜପ କରନ୍ତୁ।
ଏହି ଦିନ ଅସହାୟ ବା ଭୋକିଲା ବ୍ୟକ୍ତିଙ୍କୁ ଅନ୍ନ ଓ ଜଳ ଦାନ କରିବା ସହ ସେମାନଙ୍କ ଆଶୀର୍ବାଦ ଭିକ୍ଷା କରନ୍ତୁ।
ରାତ୍ରିରେ ବିଷ୍ଣୁ ମନ୍ଦିରରେ ଦୀପ ଦାନ କରିବା ସହ ଭଜନ କୀର୍ତ୍ତନ୍ନ ତଥା ଜାଗରଣ କରିବା ଉଚିତ୍।
ଏହା ପରେ ଦ୍ଵାଦଶୀ ତିଥିରେ ନିଜର କ୍ଷମତା ଅନୁସାରେ ଅସହାୟଙ୍କୁ କିଛି ଦାନ ଦେଇ ଏହି ବ୍ରତ ଉଦ୍ଯାପନ କରିବା ଶାସ୍ତ୍ର ସମ୍ମତ।
ଆହୁରି ପଢନ୍ତୁ: ଆଜିଠାରୁ ମା ଦୁର୍ଗା ଓ ଶନି ଦେବ ପୂରଣ କରିବେ ଏହି ୩ଟି ରାଶିର ସବୁ ଇଚ୍ଛା।
ଏହି ବ୍ରତରେ ଅନ୍ନ ସେବନ ନିଷେଧ ଅଟେ, କେବଳ ଫଳ ଆହାର କରିପାରିବେ।
ଦଶମୀ ତିଥିରୁ ବ୍ରତ ଉଦ୍ଯାପନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟା ପାଳନ ପୂର୍ବକ ସମୟ ଗୁଡିକ ସତ୍କର୍ମରେ ବିତାଇବା ଉଚିତ୍।
ଏହି ବ୍ରତର ମହତ୍ତ୍ଵ ବହୁତ। ଏହି ବ୍ରତ କରିବା ଦ୍ଵାରା ମନୁଷ୍ୟର ସବୁ କଷ୍ଟ ଦୂର ହୁଏ, ତଥା ସମସ୍ତ ପାପରୁ ମୁକ୍ତି ମିଳିଥାଏ ଓ ପୂଣ୍ୟ ଫଳ ପ୍ରାପ୍ତ ହୁଏ।
ଆହୁରି ପଢନ୍ତୁ: କଟକିଦଳ ଦ୍ଵାରା କଟିଯିବ ଅଶୁଭତ୍ଵ ଓ ଲକ୍ଷ୍ମୀଙ୍କ ଆଗମନ ହେବ।
ଯୋଗିନୀ ଏକାଦଶୀ ପୂଜାର ଶୁଭ ସମୟ ଓ ମୂହୁର୍ତ୍ତ
ଏକାଦଶୀ ତିଥି ରବିବାର ରାତ୍ରି ୧୧.୩୦ ମିନିଟ୍ ରୁ ଆରମ୍ଭ ହୋଇ ସୋମବାର ଦିନ ରାତ୍ରି ୯.୨୭ ମିନିଟ୍ ରେ ସମାପ୍ତ ହେବ।