2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ ସିଂହ (Leo) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା ଇଂରାଜୀ ନବବର୍ଷ କେମିତି କଟିବ ସିଂହରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ ସିଂହରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

ସିଂହରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ସ୍ୱାସ୍ଥ୍ୟ, କ୍ୟାରିୟର, ରାଜନୀତି, ଦାମ୍ପତ୍ୟ ଓ ପାରିବାରିକ କ୍ଷେତ୍ରରେ ସାମାନ୍ୟ ଉତ୍ଥାନ ପରିସ୍ଥିତି ଦେଖା ଦେଇପାରେ । ବର୍ଷ ଆରମ୍ଭରେ ଗ୍ରହରାଜ ଶନିଶ୍ଚର ବ୍ୟବସାୟ ବା ଜାୟାଭାବରେ ରାହୁ ଭାଗ୍ୟ ଭାବରେ ଓ ଗୁରୁ ନିଧନ ଭାବରେ ରହିବା ଫଳରେ ନକାରାତ୍ମକ ଫଳ ମିଳିବ । କିନ୍ତୁ ଅପ୍ରେଲ ୨୧ତାରିଖରେ ଗୁରୁ ଭାଗ୍ୟ ଭାବରେ ରହିବା ଫଳରେ ସକାରାତ୍ମକ ଫଳ ମିଳିବ । କେତେଗୁଡିଏ ମହତ୍ଵପୂର୍ଣ୍ଣ କାର୍ଯ୍ୟର ପରିବର୍ତନ ହୋଇ ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । କର୍ମକ୍ଷେତ୍ରରେ ଦକ୍ଷତା ପ୍ରତିଭା ପ୍ରଦର୍ଶନ ଜନିତ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବା ସହ ଅଟକି ଥିବା କାର୍ଯ୍ୟ ପୂରଣ କରି ପାରିବେ । କର୍ମକ୍ଷେତ୍ରରେ ପଦ ପଦବୀ ମିଳିବା ସହ ସ୍ଥାନ ପରିବର୍ତ୍ତନ ହେବାର ଯୋଗ ମଧ୍ୟ ରହିଛି ।

ସରକାରୀ ଚାକିରୀ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ଚାକିରୀ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ଯଦି ଆପଣ ଚାକିରି ବଦଳାଇବାକୁ ଚାହୁଁଛନ୍ତି ତେବେ ସର୍ବୋତ୍ତମ ସମୟ । ନୂତନ ଆୟର ଉତ୍ସ ଦେଖାଦେବାସହ ବ୍ୟାଙ୍କର ବିଭିନ୍ନ ଯୋଜନାରେ ଟଙ୍କା ବିନିଯୋଗ କରି ପାରିବେ । ସନ୍ତାନଙ୍କ ଯୋଗେ ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହେବ । ବାଦବିବାଦର ସମାଧାନ ହୋଇ ପରିବାରରେ ପାରସ୍ପରିକ ସମ୍ପର୍କ ବହୁତ ଭଲ ରହିବ । ପିଲାମାନଙ୍କ ସହିତ ଭଲରେ ସମୟ ବିତାଇବାକୁ ଚେଷ୍ଟା କରିବେ । ଯେଉଁମାନଙ୍କର ଘର ନାହିଁ, ସେମାନଙ୍କର ସ୍ୱପ୍ନ ସାକାର ହୋଇପାରେ । କମ୍ ଅର୍ଥ ଖର୍ଚ୍ଚ କରି ମୂଲ୍ୟବାନ ଜିନିଷ କିଣିବାରେ ସକ୍ଷମ ହେବେ, ନୂତନ ସମ୍ପତ୍ତି କିଣି ପାରିବେ ଓ ମହଙ୍ଗା ଯାନମଧ୍ୟ କିଣି ପାରିବେ । ନୂତନ ଘର କିଣିବାର କଳ୍ପନା କରିଲେ ବାପାମାଆ ଭାଇମାନଙ୍କ ସମର୍ଥନ ପାଇବେ ।

ରାଜନୀତି କ୍ଷେତ୍ରରେ କୌଶଳପୂର୍ଣ୍ଣ କାର୍ଯ୍ୟଶୈଳୀ ଓ ବିବେକାନୁମୋଦିତ ଚିନ୍ତାଧାରା ସାଙ୍ଗକୁ ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ । ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ଶତୃମାନଙ୍କୁ ମୁକାବିଲା କରିପାରିବେ । ଲୋକ ସମର୍ଥନ, ଦଳ ସମର୍ଥନ ବୃଦ୍ଧି ପାଇବା ସହ ମୁଖ୍ୟନେତାଙ୍କର ପ୍ରିୟ ପାତ୍ର ହେବେ । ବ୍ୟବସାୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କଲେ ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ବିଦେଶରେ ରହି ବ୍ୟବସାୟ କରୁଥିବା

ବ୍ୟକ୍ତିମାନଙ୍କ ପାଇଁ ଅତ୍ୟଧିକ ଲାଭ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଭାଗିଦାରମାନେ ପାଦ ସହିତ ପାଦ ମିଶେଇ ବେପାର ବୃଦ୍ଧି କରିବେ । କାରଣ ବକ୍ରୀମଙ୍ଗଳ ମାର୍ଚ୍ଚମାସ ପର୍ଯ୍ୟନ୍ତ ଦଶମ ଭାବରେ ବା କ୍ୟାରିୟର ଭାବରେ ଯୁକ୍ତ ହୋଇ ରହିବା ସମୟରେ କର୍ମକ୍ଷେତ୍ରରେ ଉନ୍ନତି ହେବ । ମଙ୍ଗଳ ଗ୍ରହ ଆପଣଙ୍କ ଜୀବନକୁ ମଙ୍ଗଳମୟ କରିବେ । ଆପଣଙ୍କୁ ଅନେକ ଶୁଭଫଳ ମିଳିବାର ସୁଯୋଗ ଆସିବ । ବର୍ଷ ଆରମ୍ଭରେ ପ୍ରେମ କ୍ଷେତ୍ରରେ ସୁଧାର ହେବ । ଜୀବନସାଥିଙ୍କ ସହିତ ସମ୍ପର୍କ ମଜବୁତ ହେବ । ପରିବାର ସଦସ୍ୟଙ୍କର ସାହାଯ୍ୟ ସହଯୋଗ ମଧ୍ୟ ମିଳିବ । ଏହି ବର୍ଷ ଆର୍ଥିକ ସ୍ଥିତି ଭଲ ରହିବ । ଘର ଖର୍ଚ୍ଚ ବା ଆବଶ୍ୟକ ଜିନିଷ ପୂରଣ କରିବା ପାଇଁ ବିଦେଶରୁ ଧନ ଆଗମନ ହେବାର ସମ୍ଭାବନା ଅଛି । ରବି ଗ୍ରହଙ୍କ ଗୋଚର ହେତୁ ଅଚାନକ ଭାବରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି ।

ଯାହାକି ଆର୍ଥିକ ସ୍ଥିତି ମଜବୁତ ହେବ । ଗୁରୁ ଗ୍ରହଙ୍କ ଗୋଚର ହେତୁ ଗୃହରେ ମାଙ୍ଗଳିକ ବା ଧାର୍ମିକ କାର୍ଯ୍ୟ ମଧ୍ୟ ଆୟୋଜନ କରିପାରିବେ । ଆର୍ଥିକ ସହଯୋଗ ପାଇ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହେବାରୁ ମାନସିକ ଶାନ୍ତି ପାଇବେ । ପୈତୃକ ସମ୍ପତ୍ତି ବୃଦ୍ଧି ହେବାର ସମ୍ଭାବନା ଅଛି । ଯାହାକି ନିଶ୍ଚିତ ରୂପରେ ଆପଣଙ୍କ ପାଇଁ ଲାଭଦାୟକ ହେବ । ଯଦି କୌଣସି ନୂଆ କାମ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ନିର୍ଦୋନ୍ଦରେ କାର୍ଯ୍ୟ ଆରମ୍ଭ କରିପାରିବେ । ଯେଉଁ ଛାତ୍ର ଛାତ୍ରୀମାନେ ଉଚ୍ଚ ଶିକ୍ଷା ପ୍ରାପ୍ତ କରୁଛନ୍ତି ବା କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଶୁଭ ଫଳ ପାଇ ପାରନ୍ତି । ଶିକ୍ଷା କ୍ଷେତ୍ରରେ କୌଣସି ଶୁଭ ସମାଚାର ମଧ୍ୟ ମିଳିପାରେ । ଏହି ସମୟରେ ଯଦି କୌଣସି କଲେଜ ବା ପ୍ରଶିକ୍ଷଣ ସଂସ୍ଥାରେ ଯୋଗ ଦେବାକୁ ଚେଷ୍ଟା କରିବେ ବା ପ୍ରତିଯୋଗୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେବେ ତେବେ ସେଥିରେ ସଫଳତା ପାଇବେ । ବୃହସ୍ପତି ମେଷରାଶିରେ ଗୋଚର ହେବା ଫଳରେ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ଓ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!