2023 ମସିହା ଇଂରାଜୀ ନବବର୍ଷ କେମିତି କଟିବ କର୍କଟ (Cancer) ରାଶିର, କଣ କହୁଛି ଗ୍ରହ ନକ୍ଷତ୍ର… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୩ ମସିହା ଇଂରାଜୀ ନବବର୍ଷ କେମିତି କଟିବ କର୍କଟରାଶିର ଆବାଳବୃଦ୍ଧ ବନିତାମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା – ନୂଆ ବର୍ଷ ଅର୍ଥାତ୍ ଜୀବନର ନୂଆ ନୂଆ ଯୋଜନା ଓ ସ୍ଵପ୍ନ । ଏହି ନୂଆ ବର୍ଷ ସହିତ ଏକ ଆଶାର ଡୋରୀ ବାନ୍ଧି ହୋଇଥାଏ । ଏହି ଆଶାରୁ ହିଁ ଜିଜ୍ଞାସା ସୃଷ୍ଟି ହୁଏ । ଏହି ନୂଆ ଯୋଜନା ଓ ସ୍ଵପ୍ନକୁ ନେଇ ଅନେକ ପ୍ରକାର ପ୍ରଶ୍ନ ମନରେ ସୃଷ୍ଟି ହୁଏ । ଯେପରିକି କ୍ୟାରିୟର କିପରି ହେବ ? ଶିକ୍ଷା କ୍ଷେତ୍ରରେ କିପରି ହେବ ? ସ୍ୱାସ୍ଥ୍ୟ କିପରି ରହିବ ? ପାରିବାରିକ ଓ ବୈବାହିକ ଜୀବନ କିପରି ରହିବ ? ଏହିପରି ଅନେକ ପ୍ରଶ୍ନ ମନରେ ଆସିଥାଏ । ସମୟ ସବୁବେଳେ ସମାନ ନଥାଏ, କିନ୍ତୁ ସମୟ ପୂର୍ବରୁ ଘଟଣା ଗୁଡିକ ବିଷୟରେ ଜାଣି ପ୍ରତ୍ୟେକ ସମସ୍ୟାକୁ ସାମ୍ନା କରିବାକୁ ସାହସ ଓ ଧର୍ଯ୍ୟ ଏକଜୁଟ କରି ଲଢିବାର କ୍ଷମତାକୁ ବିକସିତ କରିବା ଆବଶ୍ୟକ । ତେବେ ଆସନ୍ତୁ ପ୍ରଥମେ ଜାଣିବା ୨୦୨୩ ମସିହାରେ କର୍କଟରାଶିର ରାଶିଫଳ ଅନୁସାରେ ଜୀବନର ଶୁଭ ଅଶୁଭ ଫଳାଫଳ ବିଷୟରେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବର୍ଷ ଆରମ୍ଭରୁ ଧନୁରାଶିରେ ରବି, ବୁଧ, ମେଷରାଶିରେ ଚନ୍ଦ୍ର, ରାହୁ, ବୃଷରେ ମଙ୍ଗଳ, ମକରରେ ଶନି, ଶୁକ୍ର, ମୀନରାଶିରେ ଗୁରୁ, ତୁଳାରାଶିରେ କେତୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି । ଗୁରୁ ୨୦୨୩ମସିହା ଏପ୍ରିଲମାସ ୨୧ତାରିଖରେ ମେଷରାଶିକୁ ଗମନ କରି ବର୍ଷଶେଷ ପର୍ଯ୍ୟନ୍ତ ରହିବେ । ୨୦୨୩ ମସିହା ଜାନୁୟାରୀ ୧୭ତାରିଖରେ ଶନି କୁମ୍ଭରାଶିକୁ ଗୋଚର ହୋଇ ବର୍ଷଶେଷ ପର୍ଯ୍ୟନ୍ତ ଅବସ୍ଥାନ କରିବେ ।

କର୍କଟରାଶିର ଜାତକଙ୍କ ପାଇଁ ୨୦୨୩ ମସିହାରେ ଗୁରୁ ନବମ ଭାବରେ ରାହୁ ଦଶମ ଭାବରେ ରହିବା ଫଳରେ ରାଜ ଯୋଗ ଭୋଗ କରିବେ । ଉତ୍ତମ ଫଳ ପ୍ରାପ୍ତ ହେବ । କ୍ୟାରିୟର ଦୃଷ୍ଟିକୋଣରୁ ଏହି ବର୍ଷ ଅତ୍ୟନ୍ତ ଶୁଭ । ଚାକିରିରେ ପଦୋନ୍ନତି ହେବାର ଏକ ଦୃଢ ସମ୍ଭାବନା ଅଛି । ଇଚ୍ଛା ଶକ୍ତି ପ୍ରବଳ ହେତୁ ଯୁଦ୍ଧ ଜାରି ରଖିବେ । ଅଧିକାରୀମାନେ ଆପଣଙ୍କର ଦକ୍ଷତାକୁ ପ୍ରଶଂସା କରିବେ । କିଛି ମହତ୍ଵପୂର୍ଣ୍ଣ କାର୍ଯ୍ୟ କରି କାର୍ଯ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ଲାଭ ପାଇବେ । ଅଧିକ ଆୟ ଉପାର୍ଜନ କରି ଆର୍ଥିକ କ୍ଷେତ୍ରରେ ବିଶେଷ ଲାଭ ବାନ ହେବେ । ଏହି ବର୍ଷ ଅଲଗା ଅଲଗା ମାଧ୍ୟମରେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ ।

ସାମାଜିକ ଜୀବନ ବିସ୍ତାର ହେବ, ଘରୋଇ କାର୍ଯ୍ୟକ୍ରମରେ ଆପଣ ଅଗ୍ରଣୀ ରହିବେ, ପିଲାମାନଙ୍କ ଆଚରଣରୁ ଆନନ୍ଦ ଏବଂ ଗର୍ବ ଅନୁଭବ କରିବେ । ନିଜର ନିର୍ଣ୍ଣୟ କ୍ଷମତା ବୃଦ୍ଧି ହେବ । ଏହି ନିର୍ଣ୍ଣୟ ଜୀବନରେ ଅନେକକିଛି ପରିବର୍ତ୍ତନ କରିପାରେ । କ୍ୟାରିୟରରେ ସଫଳତା ମିଳିବ । ନିଜର ପରିଶ୍ରମରେ ଅନେକ ପରିବର୍ତ୍ତନ ହେବ । ବ୍ୟାଙ୍କ ବାଲାନ୍ସ ବୃଦ୍ଧି ହେବା ସହିତ ଋଣ କରଜ ମଧ୍ୟ ସୁଝି ପାରିବେ । ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ପଡୋଶୀ ବା କୁଟୁମ୍ବଙ୍କ ସହ ମାନମନାନ୍ତର ଥିଲେ ମେଣ୍ଟିଯିବ । ଜାଗାଜମି ଘରବାଡ଼ି ନେଇ ଥିବା ସମସ୍ୟାର ସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ପରିବାରରେ ପରିବର୍ତ୍ତନର ଝଲକ ଦୃଶ୍ୟହେଲେ ମଧ୍ୟ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ । ସମ୍ପର୍କୀୟଙ୍କ କୌଣସି ଘଟଣା ଯୋଗୁ ଶୁଭ ସୂଚନା ପାଇବେ ।

ପାରିବାରିକ କ୍ଷେତ୍ରରେ ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ । ଶୁଭ ସମ୍ବାଦ ପାଇ ଆମୋଦ ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ ଓ ମନୋରଞ୍ଜନ କାର୍ଯ୍ୟ କ୍ରମରେ ମଜ୍ଜି ରହିବେ । ପ୍ରେମ ସମ୍ପର୍କ ବିବାହରେ ପରିଣତ ହେବ । ସମସ୍ତ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ନୂତନ ପ୍ରେମ ସମ୍ପର୍କ ବିକାଶ ହୋଇପାରେ । ପାରସ୍ପରିକ ସମନ୍ୱୟ ଯୋଗେ ଭଲ ପାଉଥିବା କ୍ଷେତ୍ରରେ ବିବାହପ୍ରସ୍ତାବ ଦେଇ ପାରିବେ । ପରିବାର ସଦସ୍ୟଙ୍କ ସହମତିରେ କାମ କରିବା ଶୁଭ ହେବ । ଜୀବନସାଥୀଙ୍କ ସହିତ ପର୍ଯ୍ୟଟନ ପାଇଁ ବାହାର ଷ୍ଟେଟକୁ ଯାଇପାରିବେ ।

ଛାତ୍ର ଛାତ୍ରୀମାନେ ଅଧ୍ୟୟନରେ ଏକାଗ୍ରତା ସୃଷ୍ଟି କରି ପାରିବେ ଓ ନୂତନ ପାଠ୍ୟକ୍ରମରେ ଆଡମିଶନ ନେଇ ସଫଳ ହୋଇ ପାରିବେ । ଯେଉଁ ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପାଇଁ ବିଦେଶ ଯିବାକୁ ଚାହାଁନ୍ତି, ସେମାନେ ଏହି ବର୍ଷ ଅତ୍ୟନ୍ତ ଶୁଭ ଫଳପାଇବେ । ମିତ୍ରଙ୍କ ସାହାଯ୍ୟରେ ବନ୍ଦ ଥିବା କାର୍ଯ୍ୟ ଚାଲୁ କରିବାକୁ ସକ୍ଷମ ହେବେ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ଆଗ୍ରହ ବଢିବ । ବିଦ୍ୟାର୍ଥୀମାନେ ପ୍ରତିଦ୍ୱନ୍ଦିତାରେ ସଫଳ ହେବା ପାଇଁ ଆପ୍ରାଣ ଚେଷ୍ଟା କରିବେ । ଶିକ୍ଷା କ୍ଷେତ୍ରରେ ମାନସିକ ଏକାଗ୍ରତା ବଜାୟ ରହିବା ଯୋଗେ ଆନନ୍ଦିତ ହେବେ । ଧାର୍ମିକ ସାହିତ୍ୟ ପଢିବା ପାଇଁ ରୁଚି ବୃଦ୍ଧି ହେବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା, ପ୍ରତିଦ୍ଵନ୍ଦିତାରେ ସଫଳ ହେବେ ।

ନୂଆ ନିଯୁକ୍ତି ପାଇ ରୋଜଗାର ପ୍ରାପ୍ତି ହେବାର ସମ୍ଭାବନା ଅଛି । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ଶତୃମାନଙ୍କୁ ମୁକାବିଲା କରି ପାରିବେ । ରାଜନିତୀ କ୍ଷେତ୍ରରେ ସଫଳତା ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବୟସ୍କ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବା ଉଚିତ୍ । ଯୋଗ ଏବଂ ପ୍ରାଣାୟାମକୁ ଆପଣଙ୍କର ଦୈନଦିନ କାର୍ଯ୍ୟର ଏକ ଅଂଶ କରନ୍ତୁ । ପ୍ରତିକାର- ୧- ପ୍ରତ୍ୟେକ ଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ଓ ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ । ୨- କଉଡି ଗୋଟିଏ ପାଖରେ ରଖନ୍ତୁ ଓ ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ । ୩- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!