ସେପ୍ଟେମ୍ବର 27 ତାରିଖ ରୁ ଅକ୍ଟୋବର 03 ତାରିଖ ସାପ୍ତାହିକ ରାଶିଫଳ, ଏହି 3 ରାଶି ଏ ସପ୍ତାହରେ ପାଇବେ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ମିଳିବ । ବିଦ୍ୟୁତ୍ ଓ ଯନ୍ତ୍ର ଚାଳନ, ଯାନବାହାନ ତଥା ଖଣି ଏବଂ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନଙ୍କର ସମୟ ଆନନ୍ଦମୟ ହେବ । ଜୁଆ ଓ ଲଟେରୀ ଖେଳରେ ମନମୁତାବକ ଲାଭବାନ ହେବାର ସମ୍ଭାବନା । ପୁରାତନ ରୋଗରୁ ମୁକ୍ତି ମିଳିବ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ । ହୋଟେଲ, କଳାକାର, ଶିଳ୍ପକାରୀ, ରେଡିମେଡ୍ ବସ୍ତ୍ରବ୍ୟବସାୟୀ, ମଡେଲିଂ, ତେଲବ୍ୟବସାୟୀ ଓ ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ରାଜନୀତିରେ ଉନ୍ନତି ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରବାସ ଯାତ୍ରାରେ ଲାଭବାନ ହେବେ । ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବା ସହ କୌଣସି ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବା ଫଳରେ ମନ ଖୁସି ରହିବ । ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପ୍ରଶଂସିତ ହେବେ । ରାଜନୀତିରେ ସମାଜ ସେବା କରି ସ୍ଵନାମ ଅର୍ଜନ କରିପାରିବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ନୂଆ ଜ୍ଞାନର ବୃଦ୍ଧି ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଓ ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେଇ ପାରନ୍ତି । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟୀ ହେବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ସମ୍ମାନିତ ହେବେ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପାରିବାରିକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ ଓ ବ୍ୟବସାୟରେ ଉନ୍ନତି ହେବା ଫଳରେ ଖୁସି ରହିବେ । ଅଧୁରା କାର୍ଯ୍ୟ ପୂରଣ ହେବ । ରାଜନୀତିରେ ମିତ୍ରଙ୍କ ସହାୟତା ଦ୍ଵାରା ଉନ୍ନତି ହେବ । ଆଇନ ଅଦାଲତ ଲେଖାପଢାରୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସ୍ଥିରତା ଦେଖାଦେବା ସହ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ କଟିବ । ଆର୍ଥିକସ୍ଥିତି ଭଲ ରହିବ କିଛି ଅସୁବିଧା ହେବ ନାହିଁ । ପ୍ରତିକାର- ପାଣିରେ କିଛି ଫିଟିକିରି ପକାଇ ଘରକୁ ପୋଛନ୍ତୁ ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପରିଶ୍ରମ ଓ ମେହନତର ପରିଣାମ ମିଳିବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ ଆନନ୍ଦ ଅନୁଭବ କରିବେ । ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ । କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ କଳା ସଙ୍ଗୀତରେ ସୁନାମ ଅର୍ଜନ କରିବେ । ବନ୍ଧୁଙ୍କ ନିମନ୍ତ୍ରଣ ପାଇ ପିକନିକ୍, ପାର୍ଟି ଆଦିର ପୋଗ୍ରାମ୍ କରିବେ । ବ୍ୟବସାୟରେ ସଫଳତା ପାଇ ଆୟ ବୃଦ୍ଧି ହେବା ଫଳରେ ନୂତନପନ୍ଥା ଅନୁସରଣ କରିବେ । ବିଦ୍ୟାକ୍ଷେତ୍ରରେ ଉନ୍ନତି କରି ପ୍ରଶଂସିତ ହେବେ । ଭାଇ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ । ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ । ପାରିବାରିକ କ୍ଷେତ୍ରରେ ଅଶୁଭତ୍ୱନାଶ ହୋଇ ଶୁଭ ଫଳ ପ୍ରାପ୍ତି ହେବ ଓ ପାରିବାରିକ ଜୀବନ ଆନନ୍ଦରେ କଟିବ । ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ଓ ଉଚ୍ଚଆଶା ସଫଳ ହେବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଯୁବତୀମାନେ ନୂଆ ଚାକିରୀରେ ଯୋଗ ଦେଇ ପାରନ୍ତି । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ କ୍ଷେତ୍ରରେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ବନ୍ଧୁ ମିତ୍ରମାନଙ୍କର ଓ ବରିଷ୍ଠ କର୍ମୀଙ୍କ ପ୍ରିୟପାତ୍ର ହେବେ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ ଓ ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । ଚିକିତ୍ସକ, ରସାୟନଜ୍ଞ, ଔଷଧନିର୍ମାଣ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭାନ୍ୱିତ ହେବେ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ । ସରକାରୀ କର୍ମଚାରୀମାନେ ସ୍ଥାନ ପରିବର୍ତ୍ତନ ପାଇଁ ଚେଷ୍ଟା କରି ପାରନ୍ତି । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରବାସ ଯାତ୍ରାରେ ଲାଭବାନ ହେବେ । କର୍ମକ୍ଷେତ୍ରରେ ଉଚ୍ଚାଧିକାରୀଙ୍କ ସହଯୋଗରେ ଉନ୍ନତି ହେବ । ଖେଳ, କୁଦ, ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀ ମାନଙ୍କର ସହପାଠୀ ମାନଙ୍କ ସହିତ ବନ୍ଧୁତ୍ଵ ବୃଦ୍ଧି ପାଇବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ରାଜନୀତିରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ବିଚ୍ଛା:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବିଭିନ୍ନ ପ୍ରକାର ସମସ୍ୟା ସମାଧାନ କରି ପାରିବାରିକ ଦୁଶ୍ଚିନ୍ତା ଦୂରହେବା ସହ ମାନସିକ ଶାନ୍ତି ଦେଖାଦେବ । ଇଲେକ୍ଟ୍ରୀ, ଇଲେକ୍ଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । କୋର୍ଟ କଚେରି ଧନ୍ଦା ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତାର ସୁଯୋଗ ପାଇବେ । ଚେଷ୍ଟାଜାରି ରଖିଥିଲେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । କର୍ମଜୀବୀମାନେ ଅଳ୍ପରେ ସନ୍ତୁଷ୍ଟ ହେଲେ ପରେ ହଇରାଣ ହେବେ ନାହିଁ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ଧନୁ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ । ଯାତ୍ରାଫଳରେ ଉତ୍ସାହିତ ହେବେ । ଦାମ୍ପତ୍ୟ ସୁଖରେ ପ୍ରସନ୍ନତା ଅନୁଭୂତି ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ଶାନ୍ତି ଅନୁଭବ କରିବେ । ପରିବାରରେ ମାନ ମନାନ୍ତର ଦୂର ହୋଇ ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ବାଦବିବାଦ, ମାଲିମୋକଦ୍ଦମା, ଖେଳ, କୁଦ, ପରୀକ୍ଷା, ପ୍ରତିଯୋଗିତାରେ ସଫଳତା ମିଳିବ । ପଢିବା, ପଢେଇବାରେ ସଫଳତା ମିଳିବ । ରାଜନୀତିରେ ଉନ୍ନତି ହେବା ସହ ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ । ପାର୍ଟି ମିଟିଙ୍ଗ ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ମକର:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ବିଦ୍ୟା କ୍ଷେତ୍ରରେ ଆତ୍ମବିଶ୍ଵାସ ବୃଦ୍ଧି ପାଇବା ସହ ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । ଜମି ଜମା ସଙ୍କ୍ରାନ୍ତିୟ ସମସ୍ତ ଜରୁରୀ କାର୍ଯ୍ୟ ସୁଚାରୁରୂପେ ହୋଇ ପାରିବ । ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ । ଉଚ୍ଚାଧିକାରୀ, ସହକର୍ମୀଙ୍କ ସହଯୋଗରେ ଯଶକୀର୍ତ୍ତୀ, ମାନସମ୍ମାନ, ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସମସ୍ତ ବାଧାକୁ ଭ୍ରୂକ୍ଷେପ ନକରି ସଂଘର୍ଷ କରି ଆଗକୁ ବଢି ପାରିବେ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ କର୍ତ୍ତୁତ୍ଵ ଜାରି ରଖି ବିଜୟୀ ହେବେ । ବାକ୍ୟ ସଂଯମତା ନରଖିଲେ ବ୍ୟବସାୟି ମାନେ ଅସୁବିଧାର ସମ୍ମୁଖୀନ ହେବେ ଓ ଅଧିକ ପରିଶ୍ରମ କରି ସାମାନ୍ୟଲାଭ ପାଇବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କୁମ୍ଭ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବୃତ୍ତିଗତ ଦୃଷ୍ଟିରୁ ସମୟ ଅତ୍ୟନ୍ତ ଶୁଭ ଥିବାରୁ କର୍ମକ୍ଷେତ୍ରରେ ପୂର୍ଣ୍ଣ ସଫଳତା ପ୍ରାପ୍ତି ହେବ । ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ । ବିଚାର ବିଭାଗ ରାୟ ସପକ୍ଷରେ ଯିବା ଫଳରେ ଉଚ୍ଚଆଶା ସଫଳ ହେବ । ରାଜନୀତିରେ ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ । ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଲେ ଆୟର ସ୍ରୋତ ବୃଦ୍ଧି ହେବ । କିଏ ଚାହିଁଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଦୂରଯାତ୍ରାର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକା ମାନେ ମିତ୍ରଙ୍କ ଦ୍ଵାରା ସହାୟତା ପାଇବେ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ସ୍ନାନ କରନ୍ତୁ ।

ମୀନ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପ୍ରେମିକ ପ୍ରେମିକାମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ । କର୍ମକ୍ଷେତ୍ରଟି ସୁଦୃଢ ହେବା ଫଳରେ ମନ ଖୁସି ରହିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ସନ୍ତାନର ଶିକ୍ଷା ପାଇଁ ଦୂର ଯାତ୍ରା କରିବାକୁ ପଡ଼ିବ । ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!