ଅଫିସ୍ ସହ ଜଡିତ ୧୦ଟି ବାସ୍ତୁ ଟିପ୍ସ, ଜାଣି ରଖନ୍ତୁ ଏହି ସବୁ ଟିପ୍ସ କେବେ ବି ବ୍ୟବସାୟରେ ଦେଖାଦେବନି ସମସ୍ୟା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଅଫିସରେ ବାସ୍ତୁଦୋଷ ଥାଏ, ତେବେ ତାହାର ପରିଣାମ କର୍ମଚାରୀ ମାନଙ୍କ ମନ-ମସ୍ତିଷ୍କରେ ତଥା ଶରୀର ଉପରେ ମଧ୍ୟ ପ୍ରଭାବ ପଡିଥାଏ। ଆର୍ଥିକ କ୍ଷେତ୍ରରେ ମଧ୍ୟ କ୍ଷତି ହୁଏ। ଅଫିସରେ ବାସ୍ତୁଦୋଷକୁ ନିମ୍ନରେ ଦିଆଯାଇଥିବା ଉପାୟ ଦ୍ଵାରା ଦୂର କରାଯାଇ ପାରିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅଫିସରେ କ୍ୟାସିୟର କେଉଁ ଦିଗରେ ବସିବା ଠିକ୍ ଏବଂ କାହିଁକି ?

ଏହିଭଳି ଅନେକ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ, ତେବେ ଏହିଭଳି ସବୁ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ । ଅଫିସ ବା ନିଜର କର୍ମ କରୁଥିବା ସ୍ଥାନ ବିଷୟରେ କିଛି ଏଭଳି ବାସ୍ତୁ ଟିପ୍ସ ଯାହା ଆପଣଙ୍କ ବ୍ୟବସାୟକୁ ଆହୁରି ଉନ୍ନତି କରାଇବାରେ ସାହାଯ୍ୟ କରିବ ।  ତେବେ ଆସନ୍ତୁ ସେହି ସବୁ ଉପାୟ ଗୁଡିକ କଣ ସେ ବିଷୟରେ ଜାଣିବା ।

୧। ଅଫିସରେ ମାଲିକ ବା ବସଙ୍କ କ୍ୟାବିନ ପ୍ରଥମେ କରିବା ଉଚିତ ନୁହେଁ । ପ୍ରବେଶ ଦ୍ଵାର ନିକଟରେ ଏକ ସହାୟକର କକ୍ଷ ରହିବା ଦରକାର ଯାହା ଅଫିସକୁ ଆସୁଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେବ ।

୨। ଅଫିସର କବାଟ ସିଧାରେ କୌଣସି କର୍ମଚାରୀଙ୍କୁ ବସେଇବ ନାହିଁ।

୩। ଅଫିସରେ ସବୁଜ ବା ଗାଢ ରଙ୍ଗର ପ୍ରୟୋଗ କରିବ ନାହିଁ । ଧଳା, କ୍ରିମ୍ ବା ହଳଦିଆ ପରି ହାଲୁକା ରଙ୍ଗର ଉପଯୋଗ କରିବା ଉଚିତ୍।

୪। ଅଫିସରେ ଐଶାନ୍ୟ କୋଣରେ ପାଣିର ବ୍ୟବସ୍ଥା କରିବା ଉଚିତ୍, ଏହା ଶୁଭ ହୋଇଥାଏ । ଯଦି ଘର ଚଟାଣରୁ ଉଚ୍ଚରେ ପାଣି ରଖନ୍ତି ତେବେ ନିଜର ସୁବିଧା ଅନୁସାରେ ଯେ କୌଣସି ସ୍ଥାନରେ ରଖି ପାରିବେ।

୫। ଅଫିସରେ କ୍ୟାସିୟର ଏପରି ଜାଗାରେ ବସିବା ଉଚିତ୍, ଯେମିତିକି କ୍ୟାସିୟର ଜଣଙ୍କ କାର୍ଯ୍ୟ କରୁଥିବା ସମୟରେ କେହି କର୍ମଚାରୀ ଦେଖୁ ନଥିବେ ।

୬। ଅଫିସରେ କ୍ୟାସିୟର ଜଣଙ୍କ ଉତ୍ତର ଦିଗରେ ବସିବା ଉଚିତ୍ । ଏହା ଶୁଭ ହୋଇଥାଏ ।

୭। ଅଫିସରେ କମ୍ପ୍ୟୁଟର, ବିଦ୍ୟୁତ ଉପକରଣ ଆଦି କକ୍ଷର ଅଗ୍ନି କୋଣରେ ରଖିବା ଉଚିତ୍ ।

୮। ଯଦି ଅଫିସରେ ୱେଟିଙ୍ଗ ରୁମ୍ କରିବ ତେବେ ବାୟବ୍ୟ କୋଣରେ କରିବା ଉଚିତ୍ । କନଫ୍ରେନ୍ସ ବା ମିଟିଙ୍ଗ ମଧ୍ୟ ବାୟବ୍ୟ କୋଣରେ କଲେ ଶୁଭ ହୋଇଥାଏ ।

୯। ଗୋଟିଏ ଟେବୁଲ୍ ରେ ଏକରୁ ଅଧିକ କର୍ମଚାରୀ ନ ବସିବା ଉଚିତ୍ । ଏଥିରେ କାମ ପ୍ରଭାବିତ ହୁଏ ।

୧୦। ଅଫିସରେ ବଡ ଅଧିକାରୀଙ୍କୁ ପଶ୍ଚିମ ଦିଗରେ ବସିବା ଉଚିତ୍ ।

ଏହି ସବୁ ନିୟମ ମାନି ଅଫିସର ବ୍ୟବସ୍ଥା କଲେ ଆପଣଙ୍କ ବ୍ୟବସାୟରେ କୌଣସି ବାଧା ଦେଖା ଦେବ ନାହିଁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!