ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ସବୁ ବାସ୍ତୁ ଟିପ୍ସ କୁ ଧ୍ୟାନ ଦେବା ଉଚିତ୍- ଏବେ ହିଁ ଜାଣି ନିଅନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରର ବାସ୍ତୁ ଦୋଷ ଜୀବନରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଏହି ବାସ୍ତୁଦୋଷ କେତେ ଗୁଡିଏ ଛୋଟ-ଛୋଟ କଥାକୁ ନେଇ ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ହୁଏ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ଗୃହରେ କିଛି ଏମିତି  ଜିନିଷ ଅଛି, ଯାହାକୁ ଆମେ ଅଣଦେଖା କରିଥାଉ। କିନ୍ତୁ ଏହା ଆମ ଜୀବନରେ ବହୁତ କ୍ଷତି ଓ ଚିନ୍ତାର କାରଣ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ବାସ୍ତୁଶାସ୍ତ୍ରରେ ଗୃହରେ ବୁଢୀଆଣୀ ଜାଲକୁ ଅଶୁଭ କୁହାଯାଏ। ତେଣୁ ଘରେ ବୁଢୀଆଣୀ ଜାଲ ସାଫା କରିଦେବା ଉଚିତ୍ ।

୨- ଘରେ ଭାଙ୍ଗି ଯାଇଥିବା ଆଇନା ବା କୌଣସି କାଚ ବ୍ୟବହାର କଲେ ସେଥିରୁ ନକରାତ୍ମକ ଊର୍ଜା ଜାତ ହୁଏ, ସେଥିପାଇଁ ଭାଙ୍ଗି ଯାଇଥିବା ଆଇନା ବା କୌଣସି କାଚକୁ ବାହାରକୁ କାଢିଦେବା ଉଚିତ୍।

୩- ଗୃହରେ ଚମକାଦଡ ବା ବାଦୁଡି ଚଢେଇର ପ୍ରବେଶ ଅଶୁଭ ମାନାଯାଏ। ବାସ୍ତୁ ବିଜ୍ଞାନ ଅନୁସାରେ ଏହା ଘରେ ପଶିଲେ ଗୃହରେ ଅଶୁଭ ଘଟଣା ଘଟିବାର ସଂକେତ ମିଳିଥାଏ।

୪- ଘରର କାନ୍ଥ ଫାଟି ଥିଲେ ଅଶୁଭ ହୋଇଥାଏ, ସେଥିପାଇଁ ଫାଟି ଯାଇଥିବା କାନ୍ଥକୁ ମରାମତି କରିବ। ଏହା ଧନହାନି ହେବାର ଅଶୁଭ ମାନାଯାଏ।

୫- ପାଣି କଳରୁ ଟପ-ଟପ ହୋଇ ପାଣି ପଡିଲେ ମଧ୍ୟ ଅଶୁଭ ମାନାଯାଏ। ଏହା ଧନହାନି ହୋଇଥାଏ। ତେଣୁ ପାଣି କଳକୁ ସଜାଡିବା ଦରକାର।

୬- ଘରର ଛାତ ଉପରେ ଅଳିଆ ବା ଅଦରକାରୀ ଜିନିଷକୁ ଏକତ୍ର ରଖିବା ନାହିଁ। ବାହାରକୁ କାଢିଦେବା ଉଚିତ୍।

୭- ପୂଜାସ୍ଥଳ ବା ଘରର ଯେକୌଣସି ସ୍ଥାନରେ ବାସୀ ଫୁଲକୁ ଏକାଠି କରି ଯମେଇ ରଖିବ ନାହିଁ।

୮- ଘରେ ଖରାପ ହୋଇଥିବା ଇଲେକ୍ଟ୍ରି ଉପକରଣ ଗୁଡିକୁ ରଖିବ ନାହିଁ। ଏହା ବାସ୍ତୁଦୋଷକୁ ବୃଦ୍ଧି କରାଏ।

୯- ବାସ୍ତୁ ବିଜ୍ଞାନ ଅନୁସାରେ ଗୃହରେ ପାରା ଆସି ତାର ବସା ବାନ୍ଧିଲେ ଅଶୁଭ ସଂକେତ ମିଳିଥାଏ। କୁହାଯାଏ କି ଏହା ବଡ ଦୁଃଖ ବା ଚିନ୍ତାର କାରଣ ହୋଇଥାଏ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!