ବାସ୍ତୁ ଶାସ୍ତ୍ରରେ ୭ଟି ଧଳା ଘୋଡାର ଫଟୋ ଲଗାଇବାର କଣ ରହିଛି ମହତ୍ଵ, ଜାଣି ବିଶ୍ବାସ ହେବନି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁଶାସ୍ତ୍ର ଅନୁସାରେ ଘୋଡାର ଫଟୋ ଘରେ ଲଗାଇଲେ ଜୀବନରେ ଉନ୍ନତି ହୋଇଥାଏ । କିନ୍ତୁ ଏହି ଫଟୋକୁ କେଉଁ ଦିଗରେ, କେମିତି ଓ କେଉଁଭଳି ଲଗାଇବା ତାହା ମଧ୍ୟ ଜାଣିବା ବହୁତ ଜରୁରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହି ଫଟୋ ଲଗାଇବା ବିଷୟରେ ୫ଟି ବିଶେଷ କଥା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ଘରର ବୈଠକ ରୁମ୍ ରେ ଏହି ଫଟୋ ଲଗାଇବାକୁ ଚାହୁଞ୍ଚନ୍ତି ତେବେ ସମୁଦ୍ର କୂଳରେ ୭ଟି ଧଳା ଘୋଡା ଦୌଡୁଥିବାର ଦୃଶ୍ୟ ଫଟୋ ଲଗାଇବା ଉଚିତ୍ ।

୨- ଘରେ ପୂର୍ବ ଦିଗର କାନ୍ଥରେ ୭ଟି ଧଳା ଘୋଡାର ଫଟୋ ଲଗାଇବା ଶୁଭ କୁହାଯାଏ । କିନ୍ତୁ କାର୍ଯ୍ୟାଳୟ କ୍ଷେତ୍ରରେ ଦକ୍ଷିଣ ଦିଗରେ ୭ଟି ଧଳା ଘୋଡାର ଫଟୋ ଲଗାଇବା ଶୁଭ ହୋଇଥାଏ ।

୩- ଘରେ ଏହି ୭ଟି ଧଳା ଘୋଡାର ଫଟୋ ଲଗାଇଲେ ଘରେ ସୁଖ ସମୃଦ୍ଧି ମିଳିବା ସହିତ ଲକ୍ଷ୍ମୀଙ୍କର ନିବାସ ହୋଇଥାଏ ।

୪- ଏହି ୭ଟି ଧଳା ଘୋଡାର ଫଟୋ ଘରେ ଲଗାଇଲେ ନକରାତ୍ମକ ଊର୍ଜାକୁ ନଷ୍ଟ କରିଥାଏ ଓ ସକାରାତ୍ମକ ଊର୍ଜା ସୃଷ୍ଟି କରିବା ସହିତ ନିଜର ବିଚାର ଶକ୍ତିକୁ ଦୃଢ କରିଥାଏ ।

୫- ବାସ୍ତୁଶାସ୍ତ୍ର ଅନୁସାରେ ଘୋଡା ଦୌଡୁଥିବାର ଦୃଶ୍ୟ ଫଟୋ ଲଗାଇଲେ ଜୀବନରେ ଆଗକୁ ବଢିବା, ସଫଳତା ଓ ଶକ୍ତିର ପ୍ରତୀକ ହୋଇଥାଏ । ଏହା ଜୀବନରେ ଉନ୍ନତି କରାଇଥାଏ ।

କହିବାକୁ ଗଲେ ୭ ଅଙ୍କ ବହୁତ ଶୁଭ ହୋଇଥାଏ । ଯେପରିକି ସକଳ ଶକ୍ତିର ଆଧାର ସର୍ବମୟ କର୍ତ୍ତା ପରମ ବ୍ରହ୍ମ ସୂର୍ଯ୍ୟଙ୍କର ସପ୍ତାଶ୍ଵ  ବାହନ, ସାତଟି ଘୋଡା ସାତ ରଙ୍ଗର ପ୍ରତୀକ ବା ଶକ୍ତି ଓ ସମରଥର ପ୍ରତୀକ, ସପ୍ତଋଷି, ବା ସପ୍ତର୍ଷି ମଣ୍ଡଳ, ଇନ୍ଦ୍ର ଧନୁଷର ୭ଟି ରଙ୍ଗ, ବୃକ୍ଷ ମନ୍ଦିର ମାନଙ୍କରେ ୭ଥର ପରିକ୍ରମା କରିବା ଆଦି ଅନେକ କଥା ୭ ଅଙ୍କର ରହସ୍ୟକୁ ଉଜାଗର କରିଥାଏ । ସେଥିପାଇଁ ୭ଟି ଘୋଡାର ଫଟୋ ଲଗାଇବା ଅତ୍ୟନ୍ତ ଶୁଭ ଦାୟକ ।

ବିଶେଷକରି ଏହି ୭ଟି ଘୋଡାର ଫଟୋ ବ୍ୟବସାୟ କ୍ଷେତ୍ରରେ ଓ କାର୍ଯ୍ୟାଳୟ କ୍ଷେତ୍ରରେ ଲଗାଯାଏ । ଯଦି ଆପଣ ଘରେ ଏହି ଫଟୋ ଲଗାଇବାକୁ ଚହୁଁଛନ୍ତି ତେବେ ବାସ୍ତୁଶାସ୍ତ୍ରଙ୍କ ମତାନୁସାରେ ଲଗାଇବା ଉଚିତ୍ । କାରଣ ସେ ଆପଣଙ୍କ ଘରକୁ ଦେଖିବା ପରେ ହିଁ ସେ କେଉଁଭଳି, କିପରି ଓ କେଉଁ ଦିଗରେ ୭ଟି ଘୋଡାର ଫଟୋ ଲଗାଇବା ପାଇଁ ସଠିକ୍ ମତ ଦେବେ । ଯଦି ଘୋଡାର ଫଟୋ ଲଗାଇବାକୁ ଚାହୁଁ ନାହାନ୍ତି ତେବେ ପହଁରୁଥିବା ମାଛର ଫଟୋ ମଧ୍ୟ ଘରେ ଲଗାଇପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!