ଘରେ ଗଛ ଲଗାଇବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ, ତେବେ ଧନ ବୃଦ୍ଧି, ସୁଖ, ସମୃଦ୍ଧି ଓ ଶାନ୍ତି ମିଳିବ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଗଛ ମନୁଷ୍ୟର ସାଥି ଅଟେ । ପ୍ରକୃତିର ସନ୍ତୁଳନ ବଜାୟ ରଖେ । ଲୋକମାନଙ୍କୁ ଅମ୍ଳଜାନ ଯୋଗାଇଥାଏ । ଗଛ ମନୁଷ୍ୟର ସ୍ୱାସ୍ଥ୍ୟ, ଧନ, ସମୃଦ୍ଧି ଓ ସୌଭାଗ୍ୟ ଅଟେ । ଏହା ପରିବେଶର ଊର୍ଜାବାନ ପ୍ରସ୍ତୁତ କରେ ଓ ନକରାତ୍ମକକୁ ଦୂର କରିବାର ଏକ ଭୂମିକା ମଧ୍ୟ ରହିଛି । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏମିତି ଗଛ ଅଛି ଯାହାକୁ ଆମେ ଘରେ ଲଗାଇବା ଉଚିତ୍ । ତାହା ଜୀବନଶୈଳୀକୁ ବିକାଶ କରିଥାଏ ଓ ବାତାବରଣକୁ ଶୁଦ୍ଧ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଗଛ ଲଗାଇବ, କେଉଁ ଦିଗରେ ଲଗାଇବ ଓ କେଉଁ ଦିନ ଲଗାଇବାର ମହତ୍ଵ ମଧ୍ୟ ଅଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ରାଶି ଅନୁସାରେ ଗଛ ମଧ୍ୟ ଅଛି, ଯାହା କି ସୂର୍ଯ୍ୟଙ୍କ ସଂକେତ ଅନୁସାରେ ଘରେ ଲଗାଇବା ବାସ୍ତବରେ ଭାଗ୍ୟଶାଳୀ ହୁଏ । ଯଦି ଗଛକୁ ନିୟମ ଅନୁସାରେ ଲଗାଇବେ ତେବେ ଘରେ ସକାରାତ୍ମକ ଊର୍ଜାକୁ ସଞ୍ଚାର କରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଲଗାଇଲେ ଧନ, ସୁଖ, ସମୃଦ୍ଧି ଓ ଶାନ୍ତି ମିଳିବ ।

୧ ମନିପ୍ଲାଣ୍ଟ- ଘରେ ଲଗାଯାଉଥିବା ମନିପ୍ଲାଣ୍ଟକୁ ସର୍ବୋତ୍ତମ ଭାଗ୍ୟ ବୋଲି କୁହାଯାଏ । ଏହା ଧନ ଓ ସମୃଦ୍ଧି ପାଇବା ପାଇଁ ଲଗାଯାଏ । ଏହାକୁ ସଠିକ୍ ଦିଗରେ ଲଗାଇବା ଉଚିତ୍ । ବାସ୍ତୁ ଅନୁସାରେ ଘରେ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଲାଭଦାୟକ ହୁଏ । ବାସ୍ତୁରେ ଦକ୍ଷିଣ ପୂର୍ବ ଦିଗର ସ୍ଵାମୀ ଶ୍ରୀ ଗଣେଶ ଓ ଶୁକ୍ର ଗ୍ରହଙ୍କ ସ୍ଥାନ ଅଟେ । କୁହାଯାଏ କି ଭଗବାନ ଶ୍ରୀ ଗଣେଶ ଘରର ଦୁର୍ଭାଗ୍ୟକୁ ଦୂର କରନ୍ତି ଓ ଧନ ସମୃଦ୍ଧତା ପ୍ରଦାନ କରିଥାନ୍ତି । ଏହା ସତ୍ୟ ଯେ ମନିପ୍ଲାଣ୍ଟ ବାୟୁ ବିଶୋଧନକାରୀ ଉଦ୍ଭିଦ ମଧ୍ୟରୁ ଗୋଟିଏ ।

୨ ତୁଳସୀ- ତୁଳସୀକୁ ଦେବୀ ବୋଲି ବିବେଚନା କରାଯାଏ । ଏହାକୁ ପବିତ୍ର ତୁଳସୀ ମଧ୍ୟ କୁହାଯାଏ । ଏଥିରେ ଔଷଧୀୟ ଗୁଣ ମଧ୍ୟ ରହିଛି । ଘରେ ତୁଳସୀ ଗଛ ରହିଲେ ଭଗବାନ ରହିବା ସହିତ ସମାନ । ଲୋକମାନେ ଘରର ଅଗଣା, ବରଣ୍ଡା ବା ଘର ଭିତରେ ରହିବାକୁ ପସନ୍ଦ କରନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ତୁଳସୀ ପବିତ୍ର ତଥା ଶୁଭ ଗଛକୁ ଉତ୍ତର, ପୂର୍ବ  ବା ଉତ୍ତର-ପୂର୍ବ କୋଣରେ ରଖିବା ଉଚିତ୍ । ଏହା ଆମ ଶରୀରର ବିଷକୁ ଦୂର କରିବାରେ ସାହାଯ୍ୟ କରେ ଓ ଆମ ଶରୀରର ରକ୍ତରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ହେଉଛି ଲୋକପ୍ରିୟ ଗଛ, ଯାହାକୁ ଘରେ ରଖିବା ଉଚିତ୍ ।

୩ ଲକି ବୟୋବୁ ପ୍ଲାଣ୍ଟ- ଏହି ଗଛ ଧନ, ସ୍ୱାସ୍ଥ୍ୟ ଓ ସମୃଦ୍ଧି ମିଳିଥାଏ ଓ ଭାଗ୍ୟଶାଳୀ ହୋଇଥାଏ । ଏହାକୁ ଘରେ ଲଗାଇଲେ ଶୁଭଫଳ ମିଳିଥାଏ । ଫେଙ୍ଗ୍ ସୁଇ ଓ ବାସ୍ତୁ ଅନୁସାରେ ଏହାକୁ ଡ୍ରେକେନା ବୃନୀ ମଧ୍ୟ କୁହାଯାଏ । ଏହା ଭାଗ୍ୟ ଓ ଶାନ୍ତି କୁ ବୃଦ୍ଧି କରିଥାଏ । କୁହାଯାଏ କି ଏହି ଗଛକୁ ଜୀବନସାଥି ପରସ୍ପରକୁ ଉପହାର ଦେଲେ ଏଥିରେ ପ୍ରସିଦ୍ଧ ଓ ଧନ ମିଳିଥାଏ ।

ଏହି କଥାପ୍ରତି ଧ୍ୟାନ ରଖନ୍ତୁ- ଅନେକ ଗଛ ଅଛି ଯାହା ଧନ, ସୁଖ, ସମୃଦ୍ଧି ଓ ଶାନ୍ତି ରେ କାରକ ହୋଇଥାଏ । ଆଉ କେତେକ ଗଛ ଅଛି  ତାହା ନକରାତ୍ମକ ଊର୍ଜା ଦେଇଥାଏ । ଏହା ବ୍ୟତୀତ ସକାରାତ୍ମକ ଥିବା ଗଛ ମଧ୍ୟ ଅନେକ କ୍ଷେତ୍ରରେ ଶୁଭ ହୁଏ ନାହିଁ ବୋଲି ମନାଯାଏ । ଏହିପରି ଘରେ ଗଛ ଲଗାଇବା ବେଳେ କିଛି ବିଶେଷ କଥା ପ୍ରତି ଧ୍ୟାନ ରଖିବା ଉଚିତ୍ ।

୧- ଘରେ ନକଲି ଗୋଲାପ ଫୁଲ ଆଦି ରଖାଯାଏ । ଏହା  ସକାରାତ୍ମକ ଊର୍ଜା ଆଣିବାରେ ସାହାଯ୍ୟ କରେ ନାହିଁ ।

୨- ମନିପ୍ଲାଣ୍ଟ ଗଛ ଲଗାଇ ପାରିବେ, କିନ୍ତୁ ଏହା ଜ୍ୟୋତିଷଙ୍କ ଅନୁସାରେ ଲଗାଇବା ଉଚିତ୍ । ଏହା ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କରେ ମଧୁର ହୋଇଥାଏ ।

୩- ବାଂଶ ଗଛ ଘରର ମୁଖିଆଙ୍କ ପାଇଁ ଶୁଭ ହୋଇଥାଏ । ଏହା ଗହରେ ସମୃଦ୍ଧି ମିଳିବା ସହିତ ଯଶ ମଧ୍ୟ ମିଳିଥାଏ ।

୪-ଯଦି ଘରର ଅଗଣା ବା ଅନ୍ୟ ସ୍ଥାନରେ ଓସ୍ତ ଗଛ ଉଠିଥାଏ ତେବେ ତାକୁ ନ କାଟି ମାଟି ସହିତ ଉଠାଇ ଅନ୍ୟ ଏକ ଦୂର ସ୍ଥାନରେ ଲଗାଇବା ଉଚିତ୍ । ଏହି ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି ।

୫-ଶୋଇବା ଘରେ ସୁନ୍ଦର ଚିତ୍ର ଲଗାଇପାରିବେ, କିନ୍ତୁ କୌଣସି ଗଛ ନ ଲଗାଇବା ଉଚିତ । ଏହା ବୈବାହିକ ଜୀବନ ପାଇଁ ଶୁଭ ହୁଏ ନାହିଁ ।

୬- ଯେଉଁ ଗଛରେ ଧଳା ଦ୍ରବ୍ୟ ପରି କ୍ଷୀର ବାହାରେ, ତାକୁ ଘରେ ନ ଲଗାଇବା ଉଚିତ୍ । କଣ୍ଟା ଜାତୀୟ ଗଛ ମଧ୍ୟ  ନ ଲଗାଇବା ଉଚିତ୍ ।

୭- ଘରେ ଗୋଲାପ ଗଛ ଲଗାଇପାରିବେ, ଏହା ଶୁଭ ହୁଏ ।  କିନ୍ତୁ ଏହାକୁ ବାସ୍ତୁ ଅନୁସାରେ ଲଗାଇବେ ।

୮- ଫୁଲଦାନିରେ ବାସୀ ଫୁଲ ରଖନ୍ତୁ ନାହିଁ, ଏହା ନକରାତ୍ମକକୁ ବୃଦ୍ଧି କରିଥାଏ । ଏହି ଫୁଲଦାନୀ ଘର ବା ଅଫିସ୍ ରେ ରଖିପାରିବେ । ଏହା ସୁଖ ଓ ସୌଭାଗ୍ୟ ପ୍ରାପ୍ତ ହୁଏ ।

୯- ଶାସ୍ତ୍ରରେ ସବୁଠାରୁ ଶୁଭ, କଲ୍ୟାଣକାରୀ ଓ ସୌଭାଗ୍ୟବର୍ଦ୍ଧକ ତୁଳସୀ ଗଛକୁ କୁହାଯାଏ । ଅନେକ ଔଷଧୀୟ ଗୁଣ ଯୁକ୍ତ ଏହା ପବିତ୍ର ହୋଇଥାଏ ।

୧୦-ଅତ୍ୟଧିକ ସୁଗନ୍ଧ ଯୁକ୍ତ ଗଛ ରଜନିଗନ୍ଧା, ମଲ୍ଲୀ, ଚମେଲି, ଚମ୍ପା ଆଦି ଘର ଭିତରେ ଲଗାନ୍ତୁ ନାହିଁ । ଏହାକୁ ଘରର କିଛି ଦୂରରେ ଲଗାନ୍ତୁ ଯେପରି ତାର ବାସ୍ନା ଘରକୁ କମ୍ ଆସୁଥିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!