ଏହି 4 ପ୍ରକାରର ସ୍ତ୍ରୀମାନେ ବିବାହ ପାଇଁ ହୋଇଥାନ୍ତି ବହୁତ ଖତରନାକ, ପୁରୁଷ ମାନେ ବଞ୍ଚିକି ରୁହନ୍ତୁ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମନୁଷ୍ୟ ଜୀବନରେ ଏମିତି ଏକ ସମୟ ଆସେ ସେତେବେଳେ ସେ ବିବାହ କରିଥାଏ। ବିବାହ ନିର୍ଣ୍ଣୟ  କରିବା ଏକ ମହତ୍ଵପୂର୍ଣ୍ଣ ଅଟେ। ଷୋହଳ ସଂସ୍କାରରେ ମଧ୍ୟରୁ ବିବାହ ଏକ ମହତ୍ଵପୂର୍ଣ୍ଣ ସଂସ୍କାର। ବୈବାହିକ ଜୀବନରେ ଖୁସିରେ ରହିବା ପାଇଁ ଭଲ ପାର୍ଟନର ବା ସାଥି ମିଳିବା ବହୁତ ଜରୁରୀ ଅଟେ। ସେଥିପାଇଁ ବିବାହ ପାଇଁ କିଭଳି ପୁଅ ବା ଝିଅ ପସନ୍ଦ କରିବା ଉଚିତ୍ ଯାହା ନିଜର ସ୍ଵାମୀ ବା ସ୍ତ୍ରୀ ଓ ପରିବାରକୁ ଶ୍ରଦ୍ଧା ପୂର୍ବକ ସମ୍ଭାଳି ପାରୁଥିବ। ବିଷ୍ଣୁ ପୁରାଣ ଅନୁସାରେ ବିଶେଷ କରି ମହିଳାଙ୍କ ବିବାହ ପାଇଁ ଉପଯୁକ୍ତ ଉପାୟମାନ କୁହାଯାଇ ନାହିଁ। ତେବେ କେଉଁମାନେ ଅଟନ୍ତି  ସେହି ମହିଳା ଆସନ୍ତୁ ଜାଣିବା।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅନ୍ୟ ପୁରୁଷଙ୍କ ସହିତ ସମ୍ବନ୍ଧ ରଖୁଥିବା ମହିଳା

ଯଦି କୌଣସି ସ୍ତ୍ରୀ ଦୁଷ୍ଟ ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଛନ୍ତି ତେବେ ତାଙ୍କୁ ବିବାହ ନ କରିବା ଉଚିତ୍, କାରଣ ସେ କୌଣସି ମୁସିବତରେ ପଡ଼ିପାରନ୍ତି। ସେହିଭଳି ପୁରୁଷଙ୍କ ସହିତ ସମ୍ବନ୍ଧ ରଖିଲେ ସେହି ସ୍ତ୍ରୀର

ସ୍ଵଭାବ ସେହି ପୁରୁଷ ଭଳି ହୋଇଯାଏ। ଏହିପରି ହେଲେ ତାଙ୍କର ଚରିତ୍ରରେ ମଧ୍ୟ ଦୋଷ ଲାଗିଥାଏ, ସେଥିପାଇଁ ସେହି ସ୍ତ୍ରୀ ସହିତ ବିବାହ କରିବ ନାହିଁ।

କଟୁ ବା କର୍କଶ ବଚନ କହୁଥିବା ମହିଳା

ବିଷ୍ଣୁ ପୁରାଣରେ କୁହାଯାଇଛି କି ଯେଉଁ ସ୍ତ୍ରୀ ର ବଚନ ମଧୁର ହୋଇଥାଏ ତାଙ୍କ ବଚନରେ ସର୍ବଦା ମା’ ସରସ୍ଵତୀ ବାସ କରିଥାନ୍ତି। ମନାଯାଏ କି ବଚନରେ ମା’ ସରସ୍ଵତୀ ବାସ କରିଥାନ୍ତି ଓ ଯେଉଁ ମହିଳାମାନେ ମଧୁର ବଚନ କୁହନ୍ତି ତାଙ୍କୁ ମା’ ସରସ୍ଵତୀ ପ୍ରସନ୍ନ ହୁଅନ୍ତି। ଯଦି ମହିଳାମାନେ ଖରାପ ଓ କଟୁ ବା କର୍କଶ ବଚନ କହିଥାନ୍ତି ତେବେ ତାଙ୍କ ଘରେ କେବେ ମଧ୍ୟ ଶାନ୍ତି ମିଳେ ନାହିଁ। ସେହି ଘରେ ସର୍ବଦା ଅଶାନ୍ତିର ବାତାବରଣ ସୃଷ୍ଟି ହୁଏ। ସେଥିପାଇଁ ଏହିପରି ମହିଳାଙ୍କୁ ବିବାହ କରିବ ନାହିଁ।

ନିଜର ବନ୍ଧୁତା ଓ ଏକ ଗୋତ୍ରରେ ବିବାହ କରିବ ନାହିଁ।

ଯେ କୌଣସି ବ୍ୟକ୍ତି ନିଜର ପିତା ବା ମାତାଙ୍କ ତରଫରୁ ବନ୍ଧୁଙ୍କ  ମହିଳା ସହିତ ବିବାହ ନ କରିବା ଉଚିତ୍। ବିଷ୍ଣୁ ପୁରାଣରେ କୁହାଯାଇଛି କି ନିଜର ବନ୍ଧୁତା ବା ଏକ ଗୋତ୍ରରେ ବିବାହ କରନ୍ତି ତେବେ ଜେନେଟିକ ରୋଗ ହେବାର ସମ୍ଭାବାନା ଥାଏ। ଯେଉଁ ସ୍ତ୍ରୀର ମାତାଙ୍କ ପକ୍ଷରୁ ପାଞ୍ଚ ପିଢୀ ପର୍ଯ୍ୟନ୍ତ ଓ ପିତାଙ୍କ ପକ୍ଷରୁ ସାତ ପିଢୀ ପର୍ଯ୍ୟନ୍ତ କୌଣସି ବନ୍ଧୁ ଥାନ୍ତି ତେବେ ତାଙ୍କୁ ବିବାହ ନ କରିବା ଉଚିତ୍।

ଯେଉଁ ମହିଳା ସକାଳୁ ଶୀଘ୍ର ଉଠନ୍ତି ନାହିଁ

ଜଣେ ବୈବାହିକ ସ୍ତ୍ରୀ ଉପରେ ପରିବାରର ସମସ୍ତ ଜିମ୍ମେଦାରୀ ଥାଏ। ଯଦି ସ୍ତ୍ରୀ ସେହି ଜିମ୍ମେଦାରୀକୁ ସମ୍ଭାଳିପାରନ୍ତି ନାହିଁ ତେବେ ସେ ଆଳସ୍ୟ ପରାୟଣତା ହୋଇଥାନ୍ତି। ମନାଯାଏ କି ଯଦି ସ୍ତ୍ରୀ ଦିନଯାକ ଘରର କାମ କରନ୍ତି ନାହିଁ ତେବେ ସେମାନେ ବେଶି ସମୟ ପର୍ଯ୍ୟନ୍ତ ଶୋଇ ରୁହନ୍ତି। ସେହି ସ୍ତ୍ରୀ ନିଜର ଘର କେବେ ମଧ୍ୟ ସଫା ରଖନ୍ତି ନାହିଁ। ସେଥିପାଇଁ ଘରେ କେବେ  ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୁଏ ନାହିଁ ଓ ଗରିବ ହୋଇଯାନ୍ତି। ସେଥିପାଇଁ  ଏହିପରି ମହିଳାଙ୍କୁ ବିବାହ ନ କରିବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!