ଏହି ଆଠଟି ଚିହ୍ନ ଭିତରୁ ଯଦି ଗୋଟିଏବି ଅଛି ଆପଣଙ୍କ ହାତରେ ତେବେ ଚମକିଉଠିବ ଆପଣଙ୍କ ଭାଗ୍ୟ – ଏବେହିଁ ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଏହି ଆଠଟି ଚିହ୍ନ ଭିତରୁ ଯଦି ଗୋଟିଏବି ଅଛି ଆପଣଙ୍କ ହାତରେ ତେବେ ଚମକିଉଠିବ ଆପଣଙ୍କ ଭାଗ୍ୟ

ସାଧାରଣତଃ ଲୋକମାନେ କହିଥାନ୍ତି ନିଜର ସଫଳତା ନିଜ ହାତରେ ଅଛି । ଆପଣଙ୍କ ପରିଶ୍ରମ, ନିର୍ଣ୍ଣୟ କ୍ଷମତା ଉପରେ ନିଜର ଭବିଷ୍ୟତ ନିର୍ଭର କରେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହସ୍ତ ରେଖା ଚିହ୍ନକୁ ବିଶ୍ଳେଷଣ କଲେ ବ୍ୟକ୍ତିର ସ୍ଵଭାବ, କ୍ୟାରିଅର, ଜୀବନଶୈଳୀ ଓ ଭବିଷ୍ୟତ ବ୍ୟକ୍ତ କରାଯାଏ । ବୈଜ୍ଞାନିକଙ୍କ ମତରେ ହାତର ଆଙ୍ଗୁଠି, ନଖ ଆଦି ସହିତ ରେଖାଚିହ୍ନ ଗୁଡିକର ମଧ୍ୟ ଅଲଗା ଅଲଗା ମହତ୍ଵ ଥାଏ । ଏହି ଚିହ୍ନରେ ନିଜର ସ୍ଵଭାବ ଓ ସୌଭାଗ୍ୟ ବିଷୟରେ ଜାଣିହୁଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ହାତରେ ମୁଖ୍ୟତଃ ୮ ପ୍ରକାର ଚିହ୍ନ ଥାଏ, ଯାହା ଶୁଭଫଳ ଦାୟକ ହୋଇଥାଏ । ଆସନ୍ତୁ ଜାଣିବା ଏହି ଚିହ୍ନର ପରିଣାମ କଣ ହୋଇଥାଏ ।

୧ । ମନ୍ଦିର ଚିହ୍ନ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ହାତରେ ମନ୍ଦିର ପରି ରେଖାଚିହ୍ନ ଥାଏ, ତେବେ ବୁଝିବାକୁ ହେବ ଯେ ସେହି ବ୍ୟକ୍ତି ସର୍ବଶ୍ରେଷ୍ଠ ପଦ ପ୍ରାପ୍ତ କରେ ଓ ଭୋଗବିଳାସରେ ରୁହନ୍ତି । ଏମାନେ ବହୁତ ଭାଗ୍ୟଶାଳୀ ହେବା ସହିତ ସାତ୍ତ୍ଵିକ ପ୍ରବୃତିର ହୋଇଥାନ୍ତି ଓ ଯାହାକି ନିଜର ଜୀବନରେ କୌଣସି ଭୁଲ୍ କାର୍ଯ୍ୟ କରନ୍ତି ନାହିଁ ।

୨ । ତ୍ରିଶୂଳ ଚିହ୍ନ

ତ୍ରିଶୂଳ ଚିହ୍ନ ସୌଭାଗ୍ୟର ପ୍ରତୀକ ଅଟେ, ଯାହା ଭାଗ୍ୟଶାଳୀ ବ୍ୟକ୍ତିଙ୍କ ହାତରେ ଥାଏ । ଏହି ବ୍ୟକ୍ତି ଜୀବନରେ ସମସ୍ତ ସୁଖ, ସୁବିଧା, ମାନ-ସମ୍ମାନ ପାଇଥାଆନ୍ତି । ସମସ୍ତ କାର୍ଯ୍ୟ ଓ ମନୋକାମନା ପୂରଣ ହୋଇଥାଏ ।

୩ । ରଥ ଚିହ୍ନ

ଯେଉଁ ବ୍ୟକ୍ତିର ହାତରେ ରଥ ଚିହ୍ନ ଥାଏ ସେମାନେ ରାଜଯୋଗ ଭୋଗ କରନ୍ତି । ସେମାନେ ରାଜାଙ୍କ ପରି ଜୀବନ ବିତାଇଥାନ୍ତି ।

୪ । ସ୍ଵସ୍ତିକ ଚିହ୍ନ

ସ୍ଵସ୍ତିକ ଚିହ୍ନକୁ ବହୁତ ପବିତ୍ର ମନାଯାଏ । ଯେଉଁ ବ୍ୟକ୍ତିର ହାତରେ ସ୍ଵସ୍ତିକ ଚିହ୍ନ ଥାଏ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହୁଅନ୍ତି । ସେମାନେ ଧର୍ମ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଓ ସମାଜରେ ମାନ ସମ୍ମାନ ପ୍ରାପ୍ତି ହୁଏ ।

୫ । ହାତୀ ଚିହ୍ନ

ହାତୀ ଚିହ୍ନ ସୌଭାଗ୍ୟର ପ୍ରତୀକ ଅଟେ । ଯେଉଁ ବ୍ୟକ୍ତିର ହାତର ପାପୁଲିରେ ରେଖା ହାତୀ ଚିହ୍ନ ପରି ଥାଏ ସେମାନଙ୍କୁ ଭଗବାନ ଗଣେଶଙ୍କ କୃପା ପ୍ରାପ୍ତି ହୁଏ ଓ ସମସ୍ତ ରାଜକୀୟ ସୁଖ ସୁବିଧା ମିଳିଥାଏ । ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ହୁଅନ୍ତି ଓ ଶତୃମାନେ କିଛି କ୍ଷତି କରିପାରନ୍ତି ନାହିଁ ।

୬ । ମତ୍ସ୍ୟ ବା ମାଛ ଚିହ୍ନ

ମତ୍ସ୍ୟ ରେଖାର ଚମତ୍କାରିତା ହସ୍ତ ରେଖାରେ ଜାଣିବାକୁ ମିଳେ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ମତ୍ସ୍ୟ ରେଖା ଚିହ୍ନ ପରି ଥାଏ ସେମାନଙ୍କ ଜୀବନରେ ଅନେକ ସ୍ମରଣୀୟ ଘଟଣା ଘଟେ । ଅଚାନକ ଭାଗ୍ୟ ପରିବର୍ତ୍ତନ ଓ ଅଚାନକ ଧନଲାଭ, ଚାକିରୀ ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ମଧ୍ୟ ଅଚାନକ ଭାବରେ ଘଟିଥାଏ ।

୭ । ଧ୍ଵଜ ବା ପତାକା ଚିହ୍ନ

ହସ୍ତ ରେଖାରେ ଧ୍ଵଜ ବା ପତାକା ଚିହ୍ନ ଭାଗ୍ୟଶାଳୀ ବୋଲି କୁହାଯାଏ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲିରେ ରେଖା ଧ୍ଵଜ ବା ପତାକା ଚିହ୍ନ ପରି ଥାଏ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତି ହୁଏ । ଏହି ବ୍ୟକ୍ତି କୋର୍ଟ କଚେରୀ, ବାଦ ବିବାଦ, ମାଳିମୋକଦ୍ଦମାରେ ଜୟଯୁକ୍ତ ହୁଅନ୍ତି ।

୮ । ବୃକ୍ଷ ବା ଗଛ ଚିହ୍ନ

ହସ୍ତ ରେଖାରେ ବୃକ୍ଷ ବା ଗଛ ଚିହ୍ନ ଅତ୍ୟନ୍ତ ଶୁଭଫଳ ଦାୟକ । ଯେଉଁ ବ୍ୟକ୍ତିଙ୍କ ହାତ ପାପୁଲି ରେଖା ବୃକ୍ଷ ବା ଗଛ ଚିହ୍ନ ପରି ଥାଏ ଅଚାନକ ସୌଭାଗ୍ୟ ପ୍ରାପ୍ତି ହେବ । ଶୁଭଫଳ ବୃଦ୍ଧି ହେବ । ଧନଧାନ୍ୟ ଯୁକ୍ତ ହୋଇ କାଲତିପାତ କରିବେ ।

ଏମିତି ନୂଆ ନୂଆ ଲେଖା ପାଇଁ ଲାଇକ କରନ୍ତୁ ଆମ ପେଜ ଜନ୍ତ୍ରଜ୍ଯୋତିଷ କୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!