କୌଣସି ଖରାପ ତନ୍ତ୍ର ମନ୍ତ୍ର କାମ କରି ପାରିବ ନାହିଁ, ଯଦି ଆପଣଙ୍କ ପାଖରେ ଅଛି ଏହି ଜିନିଷ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ତନ୍ତ୍ରରେ ଏହିଭଳି ବହୁତ ବିଦ୍ୟା ବିଷୟରେ କୁହାଯାଇଛି ଯାହା ଦ୍ଵାରା କୌଣସି ବି ଜାଦୁ ଟୋନାରୁ ବ୍ୟକ୍ତି ନିଜକୁ ବଞ୍ଚାଇ ପାରିବ । ଯେଉଁ ବ୍ୟକ୍ତିଙ୍କ ଉପରେ ଜାଦୁ ଟୋନା ହେଉଛି ସେମାନେ ଏହି ବିଦ୍ୟା ଗୁଡିକୁ ବ୍ୟବହାର ଅବଶ୍ୟ କରି ପାରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ତାହାକୁ ଧାରଣ କରିବେ ତେବେ ଆପଣଙ୍କର କୌଣସି ବି ଜାଦୁ ଟୋନା କିଛି ବି ଖରାପ କରି ପାରିବ ନାହିଁ । ଆମେ କଉଡି ବିଷୟରେ ଆପଣଙ୍କୁ କହୁଛୁ । ଏହାକୁ ଜଳରୁ ପ୍ରାପ୍ତ କରାଯାଏ । ପ୍ରାଚୀନ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ନଡିଆର ତାଳପତ୍ର  ସମୁଦ୍ରରେ ପକାଯାଏ ସେଥିରେ କଉଡି ଲାଗି ରହିଯାନ୍ତି । ଏହାକୁ ବାହାର କରି ସମୁଦ୍ରର ତଟରେ ହିଁ ଶୁଖାଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରାଚୀନ କାଳରେ କଉଡିକୁ ମୁଦ୍ରା ରୂପରେ ବ୍ୟବହାର କରାଯାଉଥିଲା । କିନ୍ତୁ ମୁଦ୍ରା ରୂପରେ କଉଡିର ପ୍ରଚଳନ କେବେ ବନ୍ଦ ହେଲା ଏହା ବିଷୟରେ କିଛି ବି କହିବା ବହୁତ କଷ୍ଟ ଅଟେ । ଭାରତ ଦେଶର ସଂସ୍କୃତିରେ କଉଡିର ବହୁତ ଗଭୀର ସମ୍ବନ୍ଧ ଅଛି । ବହୁତ ସମାଜରେ ବିବାହ ସଂସ୍କାରରେ କଉଡିର ବହୁତ ମହତ୍ଵ ସ୍ଥାନ ଦିଆଯାଇଅଛି । ଏହାକୁ ବହୁତ ଶୁଭ ବୋଲି କୁହାଯାଇଛି । ରାଜସ୍ଥାନରେ କଉଡିରେ ମଣ୍ଡପ ସଜା ଯାଇଥାଏ । କନ୍ୟାର ହାତରେ ବି କଉଡି ବନ୍ଧା ଯାଇଥାଏ ।

ଆପଣ ସମସ୍ତେ ପଞ୍ଜାବୀ ବାହାଘର ବିଷୟରେ ଶୁଣିଥିବେ କି ପଞ୍ଜାବୀ କନ୍ୟା କଲିରେ ପିନ୍ଧନ୍ତି ଯାହା ଭିତରେ କଉଡି ଲାଗି ରହିଥାଏ । ଯାହା ତାଙ୍କ ହାତରେ ଝୁଲିଥାଏ । ଆସାମର ଅହୋମ ଜାତିରେ ବୟସ୍କ ଲୋକମାନେ କନ୍ୟା ଏବଂ ବରର କାନ ପାଖରେ କଉଡି ହଲାଇଟଠାନ୍ତି। ଏପରି କରିବା ଦ୍ଵାରା କୁହାଯାଏ କି ତାଙ୍କୁ ଭଲ ସନ୍ତାନର ପ୍ରାପ୍ତି ହୁଏ ।

ସେମିତି ଦେଖାଗଲେ ବହୁତ ଅନୁଷ୍ଠାନରେ ଏବଂ ଧାର୍ମିକ କାର୍ଯ୍ୟରେ କଉଡିର ବହୁତ ମହତ୍ଵ ମନା ଯାଏ । ବହୁତ ଲୋକମାନେ ପୂଜା ସ୍ଥାନରେ ଶଙ୍ଖ ସହିତ କଉଡି ବି ରଖନ୍ତି । ଯେତେବେଳେ ଦୀପାବଳି ଆସିଥାଏ ତେବେ ଗୋବର୍ଧନ ପୂଜାରେ ଗାଈଙ୍କୁ ବେକରେ କଉଡିର ମାଳା ପିନ୍ଧା ଯାଏ ।

ଏମିତି କୁହାଯାଏ କି ଯଦି କଉଡି ପିନ୍ଧାବା ଦ୍ଵାରା ଜାଦୁ ଟୋନାର କୌଣସି ପ୍ରଭାବ ହୋଇ ନଥାଏ ଏହା ଛଡା କିଛି ଜନ ଜାତି ଏମିତି ବି ଅଛନ୍ତି କଉଡିକୁ ଶୌର୍ୟର ପ୍ରତୀକ ମାନନ୍ତି । ୟୂନାନୀ ଚିକିତ୍ସା ପଦ୍ଧତିରେ ପାଚନ ଶକ୍ତିର ଖରାପ , ଆଖି – କାନ ତଥା କିଡନୀ ଇତ୍ୟାଦି ସବନ୍ଧିତ ରୋଗର ଉପଚାର ତଥା ଭଲ ମାତ୍ରାରେ କ୍ୟାଲସିୟମ ଉପଲବ୍ଧ କାରାଇବା ପାଇଁ କଉଡିର ବ୍ୟବହାର କରିଥାନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!