ହସ୍ତରେଖା ଜ୍ୟୋତିଷ ବିଦ୍ୟାରେ ଲୋକଙ୍କ ହାତର ରେଖା ଗୁଡିକ ଦେଖି ବ୍ୟକ୍ତିର ଭବିଷ୍ୟତ ବିଷୟରେ କେତେ ମହତ୍ଵପୂର୍ଣ୍ଣ କଥା ଜାଣିହୁଏ। ଶିବପୁରୀ ର ଜ୍ୟୋତିଷାଚାର୍ଜ୍ୟ ପଣ୍ଡିତ ରାମକୃଷ୍ଣ ଶର୍ମାଙ୍କ ଅନୁସାରେ ଲୋକମାନଙ୍କ ହାତରେ ଥିବା ସୂର୍ଯ୍ୟ ରେଖାକୁ ଦେଖି ମଧ୍ୟ କେତେ କଥା ଜାଣିହୁଏ ଯାହା ଆପଣଙ୍କ ଜୀବନକୁ ପ୍ରଭାବିତ କରିଥାଏ। ଏହି ରେଖା ଜୀବନରେ ଆର୍ଥିକସ୍ଥିତି ଓ ମାନ-ସମ୍ମାନ ବିଷୟରେ ଇସାରା ଦେଇଥାଏ। ଯଦି କୌଣସି ବ୍ୟକ୍ତିର ହାତରେ ଏହି ରେଖା ପରିଷ୍କାର ଭାବରେ ଦେଖାଯାଏ ତେବେ ତାହାକୁ ଜୀବନସାରା ବହୁତ ଧନ ସମ୍ପତ୍ତି ମିଳିଥାଏ।
ଏହିପରି ଜାଣନ୍ତୁ ହାତର ସୂର୍ଯ୍ୟ ରେଖାର ଶୁଭ ଓ ଅଶୁଭ ପ୍ରଭାବ ବିଷୟରେ
୧। ହାତରେ ସୂର୍ଯ୍ୟ ରେଖାଥିଲେ ଶୁଭ ମାନଯାଏ। ଯେଉଁ ବ୍ୟକ୍ତିର ହାତରେ ଏହି ରେଖା ଦୋଷ ମୁକ୍ତ ଥାଏ, ତାହା ଜୀବନରେ ବହୁତ ମାନ-ସମ୍ମାନ ଓ ଧନ ମିଳିଥାଏ।
୨। ଯେଉଁ ବ୍ୟକ୍ତିର ହାତରେ ଏହି ରେଖା ନଥାଏ ତେବେ ତାଙ୍କୁ ମାନ-ସମ୍ମାନ ବଡ କଷ୍ଟରେ ପ୍ରାପ୍ତ ହୋଇଥାଏ, ଜୀବନରେ ଅର୍ଥିକସ୍ଥିତିରେ ମଧ୍ୟ ବଧା ସୃଷ୍ଟି ହୁଏ।
୩। ଏହି ରେଖା ଅଧିକ ଲମ୍ବା ହୋଇଥିଲେ ଆପଣଙ୍କ ସୁଖୀ ଜୀବନ ପ୍ରତି ଇସାରା କରିଥାଏ।
୪। ଏହି ରେଖାରେ ସ୍ଵସ୍ତିକ ଚିହ୍ନ ରହିଲେ ବହୁତ ଶୁଭ ମନାଯାଏ, ଏହି ବ୍ୟକ୍ତିର ଜୀବନରେ ସୁଖର ଅଭାବ ହୁଏ ନାହିଁ।
୫। ଏହି ରେଖା ଲମ୍ବା ଓ ପରିଷ୍କାର ଥାଏ, କିନ୍ତୁ ଏହି ରେଖା ଉପରେ ଅଣ୍ଡାକୃତି ଚିହ୍ନ ଥାଏ ତେବେ ଏହାକୁ ଅଶୁଭ ମନାଯାଏ।
୬। ଏହି ରେଖାକୁ ଅନ୍ୟ ରେଖା କାଟିଥିଲେ ଏହା ମାନ-ସମ୍ମାନ ଓ ଆର୍ଥିକଭାବ ଦେଖାଦିଏ।
୭। ଯଦି ସୂର୍ଯ୍ୟ ରେଖା କୌଣସି ତରଂଗ ଆକାର ପରି ହୁଏ ତେବେ ଏହା ଶୁଭ ହୁଏ ନାହିଁ। ଏଥିରେ ବ୍ୟକ୍ତିର ମନ ବିଚଳିତ ହୁଏ ଓ ଗୋଟିଏ ସ୍ଥାନରେ ରହିପାରନ୍ତି ନାହିଁ।
୮। ଯଦି ଏହା ଭାଗ୍ୟ ରେଖା ଠାରୁ ଅନାମିକା ପର୍ଯ୍ୟନ୍ତ ବଢିଥାଏ ତେବେ ଜାତକକୁ ଯଶ ପ୍ରାପ୍ତି ହୋଇଥାଏ।
୯। ସୂର୍ଯ୍ୟ ରେଖାରେ ଗୁଣନ ଚିହ୍ନ ପରି ଥାଏ ତେବେ ଏହା ଜାତକକୁ ଦୁଖ ଦେଇଥାଏ। ଏହା ମନବଳ ଦୁର୍ବଳ ହେବାର ମଧ୍ୟ ପ୍ରତୀକ ମନାଯାଏ।
୧୦। ଯଦି ହାତରେ ଦୁଇଟି ସମାନ୍ତର ସୂର୍ଯ୍ୟ ରେଖା ଥାଏ ତେବେ ଏହା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବହୁତ ଶୁଭ ମନାଯାଏ। ଏହା ଜାତକକୁ ଧନ, ମାନ-ସମ୍ମାନ ଓ ପ୍ରସିଦ୍ଧି ପ୍ରାପ୍ତ ହୋଇଥାଏ।
୧୧। ଯଦି ସୂର୍ଯ୍ୟ ପର୍ବତରୁ ଏହି ରେଖାର ଏକ ଶାଖା ମଧ୍ୟମା (ସବୁଠାରୁ ବଡ ଆଙ୍ଗୁଠି) ଆଡକୁ ତଥା ଏକ ଶାଖା ସବୁଠାରୁ ଛୋଟ ଆଙ୍ଗୁଠି ଆଡକୁ ଯାଏ ତେବେ ଜାତକ ବୁଦ୍ଧିମାନ ହୋଇଥାଏ। ଏହିପରି ଲୋକ ବହୁତ ଭଲ ଭାଷଣ ଦିଅନ୍ତି।
୧୨। କେତେ ଲୋକଙ୍କ ହାତରେ ସୂର୍ଯ୍ୟ ରେଖା ନଥାଏ। ସେମାନେ ମଧ୍ୟ ସଫଳ ହୋଇପାରିବେ। କିନ୍ତୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ। ଏହି ସ୍ଥିତିରେ ତାଙ୍କ ଭାଗ୍ୟ ଅନ୍ୟ ରେଖାର ଆଧାରରେ ଦେଖାଯାଇ ପାରିବ।
ହାତର କେଉଁଠାରେ ଏହି ରେଖା ଥାଏ-
ସୂର୍ଯ୍ୟ ରେଖା ରିଙ୍ଗ ଫିଙ୍ଗର ର ତଳକୁ ଥାଏ। ଏହା ଭାଗ୍ୟ ସୂର୍ଯ୍ୟ ପର୍ବତ କୁହାଯାଏ। ଏହି ରେଖା ଥିଲେ ତାହା ସୂର୍ଯ୍ୟ ରେଖା କୁହାଯାଏ। ଏହି ରେଖା ସୂର୍ଯ୍ୟ ପର୍ବତର ନୀଚ ସ୍ଥାନରେ ହୃଦୟ ରେଖା ଆଡକୁ ଯାଇଥାଏ।