ରବିବାର ଦିନ ସୂର୍ଯ୍ୟଙ୍କ ପୂଜାରେ ଏହି ମନ୍ତ୍ରକୁ ପ୍ରୟୋଗ କଲେ ବିଦ୍ୟା, ବୈଭବ ଓ ତେଜର ଆଶୀର୍ବାଦ ମିଳିଥାଏ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସୂର୍ଯ୍ୟଙ୍କ ପୂଜାରେ କେତେ ଗୁଡିଏ ମନ୍ତ୍ର ଅଛି

ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କରାଯାଏ । ଏହି ଦିନ  ସୂର୍ଯ୍ୟଙ୍କୁ ପାଣି ଦେବା, ମନ୍ତ୍ର ଜପ କରିବା ଓ ସୂର୍ଯ୍ୟଙ୍କୁ ନମସ୍କାର କରିଲେ ବଳ, ବୁଦ୍ଧି, ବିଦ୍ୟା, ବୈଭବ, ତେଜ, ପରାକ୍ରମ ଓ ଦିବ୍ୟତା ଆଦି ମିଳେ। ସୂର୍ଯ୍ୟଙ୍କ କେତେ ଗୁଡିଏ ମନ୍ତ୍ର ମଧ୍ୟରୁ ଗୋଟିଏ ମନ୍ତ୍ର ରାଷ୍ଟ୍ରବର୍ଦ୍ଧନ ସୂକ୍ତକୁ ସୂର୍ଯ୍ୟଙ୍କ ଦୁର୍ଲଭ ମନ୍ତ୍ର –

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

‘ଉଦସୌ ସୂର୍ଯ୍ୟ ଅଗାଦୁଦିଦଂ ମାମକଂ ବଚଃ। ଯଥାହଂ ଶତୃହୋସାନ୍ୟସପତ୍ନଃ ସପତ୍ନହା’ ॥

ସପତ୍ନକ୍ଷୟଣୋ ବୃଷାଭିରାଷ୍ଟ୍ରୋ ବିଷ ସାହିଃ। ଯଥାହଭେଷାଂ ବୀରାଣାଂ ବିରାଜାନି ଜନସ୍ୟ ଚ ॥

ଅର୍ଥ-  ସୂର୍ଯ୍ୟ ଉପରକୁ ଚାଲି ଗଲେଣି, ମୋର ଏହି ମନ୍ତ୍ର ମଧ୍ୟ ଉପରକୁ ଯାଇଛି, ଯାହା ମୁଁ ଶତୃମାନଙ୍କୁ ମାରିପାରିବି। ପ୍ରତିଦ୍ଵନ୍ଦୀକୁ ନଷ୍ଟ କରିବା, ପ୍ରଜାଙ୍କ ଇଛା ପୂରଣ କରିବା, ରାଷ୍ଟ୍ରକୁ ସାମର୍ଥ୍ୟ ପ୍ରାପ୍ତ କରେଇବା ଓ ସମସ୍ତ କ୍ଷେତ୍ରରେ ବିଜୟୀ ହେବା, ଶତୃ ପକ୍ଷଙ୍କ ବିରତା ତଥା ଲୋକମାନଙ୍କ ଶାସକ ବା ରାଜା ହୋଇପାରିବି ।

ରବିବାର ଦିନ ସୂର୍ଯ୍ୟଙ୍କ ପୂଜାରେ ରକ୍ତ ପୁଷ୍ପ ଦେଇ ଅର୍ଘ୍ୟ ଦିଆଯାଏ । ଅର୍ଘ୍ୟ ଦ୍ଵାରା ବିସର୍ଜିତ ଜଳକୁ ଦକ୍ଷିଣପଟ ର ନାକ, ଆଖି, କାନ ଓ ବାହୁ କୁ ସ୍ପର୍ଶିତ କରିବ । ଏଥିସହିତ ନିମ୍ନଲିଖିତ ମନ୍ତ୍ର ଜପ କରିବ।

ମନ୍ତ୍ର-

ଓଁ ଐହୀ ସୂର୍ଯ୍ୟଦେବ ସହସ୍ତ୍ରାଂଶୋ ତେଜୋ ରାଶି ଜଗତ୍ପତେ।

ଅନୁକମ୍ପୟ ମାଂ ଭକତ୍ୟା ଗୃହଣାର୍ଘ୍ୟ ଦିବାକରଃ ॥

ଓଁ ସୂର୍ଯ୍ୟାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ନମୋ ଭାସ୍କରାୟ ନମଃ, ଅର୍ଘ୍ୟ ସମର୍ପୟାମି ॥

ସୂର୍ଯ୍ୟଙ୍କ ଧ୍ୟାନ ମନ୍ତ୍ର :

ଧ୍ୟେୟ ସଦା ସବିସ୍ତୃ ମଣ୍ଡଳ ମଧ୍ୟବର୍ତି। ନାରାୟଣଃ ସର ସିଂଜାସନ ଶାସ୍ତ୍ରୀଃ ବିଷ୍ଟଃ ॥

କେୟୁରବାମ୍ନକର କୁଣ୍ଡଳବାନ କିରିଟୀ। ହାରୀ ହିରଣ୍ୟମୟ ବପୁଧୃତ ଶଙ୍ଖ ଚକ୍ର॥

ଜପାକୁସୁମ ସଂକାଶଂ କାଶ୍ୟପେୟଂ ମହାଧୁତିମ। ତମୋହାରି ସର୍ବପାପଧ୍ରଂ ପ୍ରଣତୋସ୍ମି ଦିବାକରମ॥

ସୂର୍ଯ୍ୟସ୍ୟ ପଶ୍ୟ ଶ୍ରେମାଣଂ ଯୋନ ତନ୍ଦ୍ରୟତେ। ଚରଶ୍ଚରୈବେତି ଚରେବେତି।

୧୩ ଥର ନମସ୍କାର :-

ସୂର୍ଯ୍ୟଙ୍କୁ ୧୩ ଥର ନମସ୍କାର କରିବ ଓ ପ୍ରତ୍ୟେକ ରବିବାର ଦିନ ସୂର୍ଯ୍ୟଙ୍କ ନିମ୍ନ ମନ୍ତ୍ର କୁ ଉଚ୍ଚାରଣ କଲେ ବିଶେଷ ଲାଭ ହୋଇଥାଏ। ମନ୍ତ୍ର –

୧- ଓଁ ମିତ୍ରାୟ ନମଃ, ୨- ଓଁ ରବୟେ ନମଃ, ୩- ଓଁ ସୂର୍ଯ୍ୟାୟ ନମଃ, ୪- ଓଁ ଭାନବେ ନମଃ,

୫- ଓଁ ଖଗାୟ ନମଃ, ୬- ଓଁ ପୁଷ୍ଣେ ନମଃ, ୭- ଓଁ ହିରଣ୍ୟଗର୍ଭାୟ ନମଃ, ୮- ଓଁ ମରିଚୟେ ନମଃ,

୯- ଓଁ ଆଦିତ୍ୟାୟ ନମଃ, ୧୦- ଓଁ ସବିନ୍ନେ ନମଃ, ୧୧- ଓଁ ଅର୍କାୟ ନମଃ, ୧୨- ଓଁ ଭାସ୍କରାୟ ନମଃ, ୧୩- ଓଁ ସବିତୃ ସୂର୍ଯ୍ୟନାରାୟଣାୟ ନମଃ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!