ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ଦ୍ଵାରା ଜୀବନର ହେବ ଧନର ଅପାର ବୃଦ୍ଧି

ଶେୟାର କରନ୍ତୁ ଅନ୍ୟମାନକ ସହିତ

ରବିବାର ଦିନଟି ସୂର୍ଯ୍ୟ ଦେବତାଙ୍କର ଅଟେ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନଟି ବ୍ରତ ପାଳନ କରିବା ଆବଶ୍ୟକ । ରବିବାର ଦିନ ଏକ ଖୋଲା ସ୍ଥାନରେ ପୂର୍ବ ପଟକୁ ମୁହଁ କରି ଆସନ ପକାଇ ବସିବେ । ଏହାପରେ କଳା ରାଶି, ଯଅ, ଗୁଗୁଳ, କର୍ପୁର ଓ ଘିଅ ମିଶାଇ ଏକ ସାକଲ୍ୟ ପ୍ରସ୍ତୁତ କରିବେ । ଆମ୍ବ ଗଛର କାଠରେ ଅଗ୍ନିଙ୍କୁ ସମର୍ପଣ କରି ଦିବ୍ୟ ସୂର୍ଯ୍ୟ ମନ୍ତ୍ରରେ ୧୦୮ଥର ଆହୁତି ଦେବାକୁ ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମନ୍ତ୍ର- ଓଁ ହ୍ରୀଙ୍ଗ ଘୃଣି: ସୂର୍ଯ୍ୟ ଆଦିତ୍ୟ: କ୍ଳିଙ୍ଗ ଓଁ ।

Image Courtesy: Google

ସେହିପରି ମାନ ସମ୍ମାନ, ସୁଖ, ସୌଭାଗ୍ୟ ବୃଦ୍ଧି, ଦୁଃଖ, ଦାରିଦ୍ର୍ୟ ଦୂର କରିବାକୁ ଓ ରୋଗ ଦୋଷ ଦୂର କରିବାକୁ ଏହି ମନ୍ତ୍ର ଦ୍ଵାରା ରବିବାର ଦିନ ବ୍ରତ ପାଳନ କରି ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଉଚିତ୍ ।

ଏହାପରେ ଆସନରେ ବସି ଏହି ମନ୍ତ୍ରକୁ  ୧୦୮ ଥର ଜପ କରିବାକୁ ହେବ । ଜପ କରିବା ସମୟରେ ଭଗବାନ ସୂର୍ଯ୍ୟ ଦେବତାଙ୍କୁ ମନରେ ଧ୍ୟାନ କରିବେ । ଏହିପରି ୧୧ଦିନ ପର୍ଯ୍ୟନ୍ତ ମନ୍ତ୍ରକୁ ଜପ  କରିଲେ ଏହି ମନ୍ତ୍ର ସିଦ୍ଧ ହୋଇଯାଏ । ଏହି ସାଧନାରେ ରବିବାର ବ୍ରତ ପାଳନ ଅବଶ୍ୟ କରିବେ ।

Image Courtesy: Google

ପ୍ରତିଦିନ ସକାଳେ ଗାଧୋଇ ସାରିବା ପରେ ଏକ ତମ୍ବା ପାତ୍ରରେ ଜଳ ଭର୍ତ୍ତି କରି ଏହି ମନ୍ତ୍ରରେ ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଭୂମିରେ ଜଳ ନ ପଡିବା ପାଇଁ ସେହି ଭୂମିରେ ଆଉ ଏକ ତମ୍ବା ପାତ୍ର ରଖିବେ । ଯେପରିକି ସେହି ଜଳ ଭୂମିରେ ନ ପଡି ତମ୍ବା ପାତ୍ରରେ ପଡିବ । ଏହାପରେ ଆସନରେ ବସି ଏହି ମନ୍ତ୍ରକୁ  ୧୦୮ଥର ଜପ କରିବେ । ଏହିପରି ପ୍ରତିଦିନ ଏହି ମନ୍ତ୍ରକୁ ଜପ କରିଲେ ଆୟୁଷ ବୃଦ୍ଧି, ରୋଗରୁ ମୁକ୍ତି, ଐଶ୍ଵର୍ଯ୍ୟ ପ୍ରାପ୍ତି ଓ ଯଶ କୀର୍ତ୍ତି ବୃଦ୍ଧି ହୋଇଥାଏ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!