ସବୁବେଳେ ଘରର ଗୁରୁଜନମାନେ କହିଥାନ୍ତି ଯେ ବାହାରକୁ ଯିବାବେଳେ ମିଠାଦହି ଖାଇ ବାହାରକୁ ଯାଅ । ଯଦି କୌଣସି ଶୁଭ କାମ କରିବାକୁ ଯାଉଥାଉ କିମ୍ବା ପରୀକ୍ଷା ଦେବାକୁ ଯିବା ସମୟରେ, ଚାକିରୀ ପାଇଁ ଇଣ୍ଟରବ୍ୟୁ ଦେବାକୁ ଯିବା ସମୟରେ କିମ୍ବା କୌଣସି ବିଦେଶ ଜାଗାକୁ ଯିବା ସମୟରେ ମିଠା ଦହି ଖାଇ ଯିବାକୁ କହିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ନିର୍ଦେଶ ଅଛି କୌଣସି ଶୁଭକାମକୁ ଗଲେ ମିଠାଦହି ଖାଇ ଯାତ୍ରାକଲେ ବା ବାହାରକୁ ଗଲେ ଶୁଭଫଳ ମିଳିଥାଏ ଓ କାର୍ଯ୍ୟରେ ଦେଖାଯାଉଥିବା ବାଧା ଦୂର ହୁଏ ଏବଂ କାର୍ଯ୍ୟ ଭଲରେ ପୂରଣ ହୋଇଥାଏ । ଆସନ୍ତୁ ଜାଣିବା ଶୁଭ କାର୍ଯ୍ୟରେ ଯିବାବେଳେ ମିଠାଦହି ଖାଇ ଘରୁ ବାହାରିଲେ ତାର କଣ ଉପକାର ମିଳିଥାଏ ।
ଯୁଆଡେ ଯାଉଛୁ ଯାଆ ମିଠାଦହି ଟିକେ ଖାଆ ଶୁଭ କାମ ପାଇଁ ମିଠାଦହି ଖାଇ ଘରୁ ବାହାରିବାର ଏହି ମାନ୍ୟତା ଅଛି-
ମିଠାଦହିର ରଙ୍ଗ ଦେଖିବାକୁ ସାମାନ୍ୟ ମାଟିଆ ବା ଘିଅ ରଙ୍ଗ କିମ୍ବା ଧଳା ହୋଇ ଥିବାରୁ ଏହି ଦୁଇଟିର ସମ୍ବନ୍ଧ ଚନ୍ଦ୍ର ଗ୍ରହଙ୍କ ସହିତ ଜଡିତ ଅଛି । ଚନ୍ଦ୍ର ଗ୍ରହ ଆମ ମନକୁ ନିୟନ୍ତ୍ରିତ କରିଥାନ୍ତି । ମିଠାଦହି ଖାଇଲେ ଆମ ମନକୁ ଥଣ୍ଡା ଓ ପାଚନତନ୍ତ୍ର ଶାନ୍ତ ରହିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ସାମାନ୍ୟ ମିଠାଦହି ଖାଇ ଘରୁ ବାହାରିଲେ ଶୁଭଫଳ ମିଳିଥାଏ ।
ଶୁଭ କାମ ପାଇଁ ମିଠାଦହି ଖାଇ ଘରୁ ବାହାରିବାର ଏହି ସତ୍ୟତା ଅଛି ଯେ-
୧- ଦହିରେ ବହୁତ ଭିଟାମିନ୍ ଓ ମୀନରଲ୍ସ ଭରପୁର ରହିଥାଏ ।
୨- ଯେତେବେଳେ ଆମେ କୌଣସି ଜରୁରୀ କାର୍ଯ୍ୟ କରିବାକୁ ଯାଉ ସେତେବେଳେ ଆମ ମନରେ ଅନେକ ପ୍ରଶ୍ନ ଆସିଥାଏ ଓ ମନ ବିଚଳିତ ହୋଇଯାଏ । ଯାହା କି ଆମ ସ୍ୱାସ୍ଥ୍ୟ ଓ ପାଚନତନ୍ତ୍ର ଉପରେ ପ୍ରଭାବ ପଡିଥାଏ । ଏହି କାରଣରୁ ଆମକୁ ଏସିଡିଟି ବା ଗ୍ୟାସରୋ-ଗ ଆରମ୍ଭ ହୋଇଯାଏ । ଯାହା ଦ୍ଵାରା ଦେହ ଅସୁସ୍ଥ ହେବାର ଅନୁଭବ କରିଥାଉ । ତେଣୁ ବାହାରକୁ ଯିବା ବେଳେ ମିଠାଦହି ଖାଇଲେ ତାହା ଆମର ପାଚନତନ୍ତ୍ରକୁ ସାହାଯ୍ୟ କରିଥାଏ ।
୩- ସେହିପରି ମିଠା ଆମ ଶରୀରର ସୁଗାର ଲେବୁଲ୍ କୁ କଣ୍ଟ୍ରୋଲ କରିଥାଏ । ଯଦି ଶରୀରର ପାଚନତନ୍ତ୍ର ଓ ସୁଗାର ଲେବୁଲ୍ ଠିକ୍ ଥାଏ ତେବେ ଆମ ଶରୀରରେ ଊର୍ଜା ସୃଷ୍ଟି ହୋଇଥାଏ । ତେଣୁ କାମ କରିବା ପାଇଁ ମନ ଲାଗେ । ସେଥିପାଇଁ ଘରର ଗୁରୁଜନମାନେ ଘରୁ ବାହାରିବା ସମୟରେ ପ୍ରଥମେ ଦହି ଓ ମିଠା ବା ମିଠାଦହି ଖାଇ ଯିବାକୁ କୁହନ୍ତି ।
ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ କହବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।