ଘରର ମନ୍ଦିରରେ ଯଦି ଅଛି ଭଗବାନ ଶ୍ରୀକୃଷ୍ଣଙ୍କର ମୂର୍ତ୍ତି ତେବେ କେବେ ବି ଭୁଲନ୍ତୁ ନାହିଁ ଏହି ୬ ଟି ଜିନିଷ !

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରୀ କୃଷ୍ଣଙ୍କୁ ପ୍ରେମର ଦେବତା ବୋଲି କୁହାଯାଏ । ଗ୍ରନ୍ଥରେ କୁହାଯାଏ କି ଶ୍ରୀ କୃଷ୍ଣଙ୍କର ବ୍ୟକ୍ତିତ୍ଵ ବହୁତ ସମ୍ମୋହିକ ଅଟେ । ସେ ହଳଦିଆ ଧୋତି ଧାରଣ କରନ୍ତି ଏବଂ ତାଙ୍କର ମୁକୁଟ ଉପରେ ମୟୂର ପର ଲଗାନ୍ତି । ଶ୍ରୀ କୃଷ୍ଣ ୬ ଟି ଜିନିଷକୁ ବହୁତ ଭଲ ପାଆନ୍ତି, ପ୍ରଥମ ହେଉଛି ବଂଶୀ ଯାହାକୁ ସେ ସବୁବେଳେ ନିଜର ଓଠରେ ଲଗାଇ ରଖନ୍ତି । ଦ୍ଵିତୀୟ ଗାଈ, ତୃତୀୟ ଲହୁଣୀ, ଚତୁର୍ଥ ମୟୂର ପର, ପଞ୍ଚମ ପଦ୍ମ ଏବଂ ବଜୟନ୍ତୀ ମାଲା । ଏହି ୬ଟି ଜିନିଷ ଶ୍ରୀ କୃଷ୍ଣଙ୍କର ବହୁତ ପ୍ରିୟ ଅଟେ । ସେଥିପାଇଁ ଯିଏ ବି ଶ୍ରୀ କୃଷ୍ଣଙ୍କର ଏହି ଜିନିଷକୁ ଅର୍ପଣ କରିଥାଏ ତାହାର ଘରେ ସବୁବେଳେ ଖୁସି ସମୃଦ୍ଧି ଏବଂ ଐଶ୍ୱର୍ୟ ରହିଥାଏ । ଆସନ୍ତୁ ଜାଣିବା ଶ୍ରୀ କୃଷ୍ଣଙ୍କର ପ୍ରିୟ ୬ ଟି ଜିନିଷ ବିଷୟରେ-

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମୁରଲୀ କିମ୍ବା ବାଂସୁରୀ

କୃଷ୍ଣଙ୍କୁ ବାଂସୁରୀ ବହୁତ ପସନ୍ଦ ଅଟେ । ବାଂସୁରୀ ତିନୋଟି କଥା ଆମକୁ ଶିଖାଇଥାଏ । ପ୍ରଥମେ ଏହା ସିଧା ହୋଇଥାଏ ଏଥିରେ କୌଣସି ପ୍ରକାରର ଗଣ୍ଠି ନଥାଏ ଯାହା ଆମକୁ ସଂକେତ ଦେଇଥାଏ କି ନିଜ ଭିତରେ କୌଣସି ପ୍ରକାରର ଖରାପ ଭାବନା ରଖିବା ଉଚିତ ନୁହେଁ । ଦୁତ୍ଵିୟ ନ ବଜାଇଲେ ତାହା ବାଜେ ନାହିଁ । ମାନେ ଯେତେବେଳେ ପର୍ଯ୍ୟନ୍ତ ନ କୁହାଯାଇଛି ସେତେବେଳେ ପର୍ଯ୍ୟନ୍ତ କହିବା ଉଚିତ ନୁହେଁ ।ତୃତୀୟ ଯେତେବେଳେ ଏହା ବାଜେ ଏହା ମଧୁର ବାଜି ଥାଏ । ଏହାର ଅର୍ଥ ଯେତେବେଳେ ବି କୁହ ମିଠା କଥା କୁହ ।

ଗାଈ

କୁହନ୍ତି କି ଗାଈଙ୍କର ଶରୀରରେ ୩୩ କୋଟି ଦେବତା ବାସ କରନ୍ତି । ଗାଈ ଶ୍ରୀ କୃଷ୍ଣଙ୍କର ଅତିପ୍ରିୟ ଅଟନ୍ତି । ଗାଈ ଦ୍ଵାରା ପ୍ରାପ୍ତ ମୁତ୍ର, ଗୋବର, କ୍ଷୀର ଏବଂ ଘିଅ ଇତ୍ୟାଦିର ବହୁତ ମହତ୍ଵ ଅଛି । ମାନ୍ୟତା ଅନୁସାରେ ଏହାକୁ ସେବନ କରିବା ଦ୍ଵାରା ଶରୀରରେ ଭିତରେ ପାପ ରୁହେ ନାହିଁ । ଏହା ସହିତ ଘରର ମନ୍ଦିରରେ କୃଷ୍ଣଙ୍କ ପାଖରେ ଗାଈ ସହିତ ବାଛୁରି ବି ରଖିବା ଉଚିତ ।

ମୟୂର ପର

ମୟୂର ପର ଦେଖିବାକୁ ବହୁତ ସୁନ୍ଦର ହୋଇଥିବାରୁ ଏହାକୁ ସମ୍ମୋହନର ପ୍ରତୀକ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଶ୍ରୀ କୃଷ୍ଣ ମୁଣ୍ଡରେ ମୟୂର ପର ଧାରଣ କରିଥାନ୍ତି । ମୟୂର ପରର ଗଭୀର ରଙ୍ଗ ଦୁଖ ଏବଂ କଷ୍ଟ, ହାଲୁକା ରଙ୍ଗ ସୁଖ ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ ।

ପଦ୍ମ

ପଦ୍ମ ପଙ୍କରେ ହିଁ ଉଠିଥାଏ ଏବଂ ସେଥିରୁ ହିଁ ପୋଷଣ ନେଇଥାଏ, କିନ୍ତୁ ଏହା ସବୁବେଳେ ପଙ୍କରୁ ଅଲଗା ହୋଇ ରହିଥାଏ । ସେଥିପାଇଁ ପଦ୍ମକୁ ପବିତ୍ରତାର ପ୍ରତୀକ ବୋଲି କୁହାଯାଏ । ଏହାର ସୁନ୍ଦରତା ଏବଂ ସୁଗନ୍ଧ ସମସ୍ତଙ୍କର ମନକୁ ମୋହ କରି ନେଇଥାଏ । ଏହା ସହିତ ପଦ୍ମ ଏହା ସଂକେତ ଦେଇଥାଏ କି ଆମ୍ଭମାନଙ୍କୁ କେମିତି ନିଜର ଜୀବନ ବିତାଇବା ଦରକାର ।

ମିଶ୍ରି ଏବଂ ଲହୁଣୀ

କାହ୍ନାଙ୍କୁ ଲହୁଣୀ ମିଶ୍ରି ବହୁତ ଭଲ ଲାଗେ । ମିଶ୍ରି ଲହୁଣିରେ ମିଶାଇବା ଦ୍ଵାରା ଏହା ଲହୁଣୀକୁ ଆହୁରି ସ୍ଵାଦିଷ୍ଟ କରିଥାଏ । ମିଶ୍ରି ଯୁକ୍ତ ଲହୁଣୀ ଜୀବନ ଏବଂ ବ୍ୟବହାରକୁ ପ୍ରେମ ସହିତ ଆପଣାଇବା ପାଇଁ ସନ୍ଦେଶ ଦେଇଥାଏ ।

ବଜୟନ୍ତୀ ମାଲା

ଭଗବାନଙ୍କ ବେକରେ ବଜୟନ୍ତୀ ମାଲା ଥିବା ଦରକାର ଯାହା ପଦ୍ମର ମଞ୍ଜିରୁ ହିଁ ତିଆରି ହୋଇଥିବ । କହିବାକୁ ଗଲେ ପଦ୍ମର ମଞ୍ଜି ଭାଙ୍ଗେ ନାହିଁ, ପଚି ଯାଏ ନାହିଁ ଏବଂ ସବୁବେଳେ ଚମକୁ ଥାଏ । ଏହାର ଅର୍ଥ ବଞ୍ଚିଥିବା ପର୍ଯ୍ୟନ୍ତ ସବୁବେଳେ ପ୍ରସନ୍ନ ରହିବା ଉଚିତ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!