ଶ୍ରାବଣ ମାସର ଶେଷ ସୋମବାର, ଭୁଲରେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ, ନଚେତ….

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶ୍ରାବଣ ମାସର ସୋମବାର ବ୍ରତ ତୃତୀୟ ପ୍ରହାର ପର୍ଯ୍ୟନ୍ତ କରାଯାଏ । ଅର୍ଥାତ୍ ସନ୍ଧ୍ୟା ପର୍ଯ୍ୟନ୍ତ ବ୍ରତ ପାଳନ କରାଯାଏ । ଯାହାକୁ ପ୍ରଦୋଷକାଳ କୁହାଯାଏ । ଶିବଙ୍କର ଜଳ ଅଭିଶେଷ କରିବା ସବୁଠାରୁ ଶ୍ରେଷ୍ଠ ଉତ୍ତମ ଫଳଦାୟୀ କୁହାଯାଏ । ଏହି ସୋମବାର ବ୍ରତ ଦିନ ସକାଳୁ ଉଠି ଘରକୁ ସଫା ସୁତୁରା କରି ଗାଧୋଇବେ । ଏହାପରେ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ପୂଜା କରିବେ ବା ଘରେ ମଧ୍ୟ ପୂଜା କରିପାରିବେ । ପ୍ରଥମେ ସଂକଳ୍ପ କରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବ୍ରତ ଦିନ ମାତା ପାର୍ବତୀଙ୍କୁ ମଧ୍ୟ ପୂଜା କରିବେ । ପୂଜା ସାମଗ୍ରୀରେ ଜଳ, କ୍ଷୀର, ଦହି, ଚିନି, ମହୁ, ଘିଅ, ମହୁ, ଫୁଲ, ଚନ୍ଦନ, କର୍ପୁର, ବେଲପତ୍ର, ଚାଉଳ, ପଦ୍ମଗଟାର ମାଳ, ଧଳାବସ୍ତ୍ର, ମୋଲିସୂତା, ପାନ ସୁପାରୀ, ଲବଙ୍ଗ, ଅଳେଇଚ, ଭାଙ୍ଗ ଓ ଦକ୍ଷିଣା ଆଦି ଆବଶ୍ୟକ ହୋଇଥାଏ । ଯଦି ଏହି ସାମଗ୍ରୀ ନାହିଁ ତେବେ ଏକ ଲୋଟା ଜଳ ଓ ବେଲପତ୍ରରେ ମଧ୍ୟ ପୂଜା କରିପାରିବେ । ଯଦି ବେଲ ଗଛର ପତ୍ର ମିଳୁନାହିଁ ତେବେ ଗୋଟିଏ ଚାନ୍ଦିରେ ତିଆରି ବେଲପତ୍ରରେ ମଧ୍ୟ ପୂଜା କରିପାରିବେ । ସକାଳେ ଓ ତୃତୀୟ ପ୍ରହର ବେଳରେ ପୂଜା କରିବା ବେଳେ କର୍ପୁର ଆଳତି ନିଶ୍ଚୟ କରନ୍ତୁ । ଯେତେବେଳ ତୃତୀୟ ପ୍ରହରର ପୂଜା ସରିଯିବ ତାପରେ ଗୋଟିଏ ଥର ଖାଦ୍ୟ ଖାଇବେ ।

ବ୍ରତ ଦିନ କଣ ଖାଦ୍ୟ ଖାଇବେ- ଏହି ଦିନ ଭଗବାନଙ୍କର ମନ୍ତ୍ର ଜପ କରିବାକୁ ହେବ । ଯଦି କିଛି ମନ୍ତ୍ର କିଛି ଜାଣି ନଥାନ୍ତି ତେବେ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରିପାରିବେ । ଯଦି ଆପଣଙ୍କର ଶତ୍ରୁବାଧା ରହିଛି ତେବେ “ନମୋଃ ନୀଳ କଣ୍ଠାୟ” କହି ମନ୍ତ୍ର ଜପ କରିପାରିବେ । ଯଦି ସ୍ୱାସ୍ଥ୍ୟ ଖରାପ ହେଉଛି ତେବେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିପାରିବେ । ଭଗବାନ ଶିବଙ୍କର ଯେ କୌଣସି ମନ୍ତ୍ର ଏହିଦିନ ଜପ କରିପାରିବେ । ଏହି ବ୍ରତ ଦିନ କଣ ଖାଇବେ ।

କିଛି ଲୋକମାନେ ବ୍ରତ ଦିନ ମିଠା ଦ୍ରବ୍ୟ ଖାଇଥାନ୍ତି ଓ ଅନ୍ୟ କିଛି ନାମକିନ ଖାଦ୍ୟ ଖାଇଥାନ୍ତି । କଳା ଲୁଣ ବ୍ୟବହାର କରିବା ଓ ଘିଅରେ ଖାଦ୍ୟ ପ୍ରସ୍ତୁତ କରିବା ଆବଶ୍ୟକ । ଏହି ଦିନ ଆଳୁ, କଖାରୁ, ଅଟା, ଶାଗୁ ଖାଇପାରିବେ । କିନ୍ତୁ ଚାଉଳରେ ତିଆରି ଖାଦ୍ୟ, ଆଖୁରସ, ପିଆଜ, ରସୁଣ ଆଦି ନ ଖାଇବା ଉଚିତ୍ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଜିନିଷ ଅର୍ପିତ କରାଯାଇଥାଏ । ସେହିପରି ତାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଦ୍ରବ୍ୟ ମଧ୍ୟ ନ ଖାଇବା ଉଚିତ୍ । ଧାର୍ମିକ ମାନ୍ୟତା ଅନୁସାରେ ତାଙ୍କୁ ପୂଜା କରିଲେ ଭାଗ୍ୟ ପରିବର୍ତ୍ତନ ହୋଇଯାଏ ଓ କଷ୍ଟ ଦୂର ହୋଇଯାଏ ।

ତେଣୁ ଏହି ବ୍ରତ ଦିନ ରସୁଣ, ପିଆଜ କଦାପି ଖାଇବା ନାହିଁ ଓ ମ-ଦ, ଆମିଷ ଦ୍ରବ୍ୟ ମଧ୍ୟ ନ ଖାଇବା ଉଚିତ୍ । ସେହପରି ବନ୍ଧାକୋବି, କ୍ଷୀର, ଦହି ଓ ବାଇଗଣ ମଧ୍ୟ ନ ଖାଇବା ଉଚିତ୍ । କୁହାଯାଏ ବାଇଗଣ ଏକ ଅଶୁଦ୍ଧ ପରିବା ଅଟେ । ବାଇଗଣକୁ କାର୍ତ୍ତିକ ମାସରେ ମଧ୍ୟ ଖାଆନ୍ତି ନାହିଁ । ସେହିପରି କଡି-ଦହିକଡି, ବେସନ କଡି ଆଦି ନ ଖାଇବା ଆବଶ୍ୟକ । ଯଦି ଆପଣ ଏହି ସୋମବାର ବ୍ରତ କରୁଛନ୍ତି ତେବେ ଏହି ସବୁ ଜିନିଷ ନ ଖାଇବା ଉଚିତ୍ । ଏହି ବ୍ରତ ଦିନ ଫଳ ଆହାର ଓ ସାତ୍ତ୍ଵିକ ଖାଦ୍ୟ ଖାଇପାରିବେ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!