ଶୋଇବା ଘରେ ରଖୁଥିଲେ ଏହି ୫ଟି ଜିନିଷ, ତୁରନ୍ତ ହଟାନ୍ତୁ ନଚେତ…

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶୋଇବା ଘର ଏକ ଏମିତିକା ଘର ଯାହା କି ଦୁନିଆର ସବୁ ଚିନ୍ତାକୁ ଭୁଲିଯାଇ ଶାନ୍ତିରେ ଆରମ ଭାବରେ ଶୋଇଥାଉ ଓ ଦାମ୍ପତ୍ୟ ଜୀବନରେ ଶାନ୍ତି ମଧ୍ୟ ମିଳିଥାଏ । କିନ୍ତୁ ଆପଣ ଜାଣି ନଥିବେ ଯେ ଶୋଇବାଘରେ ରଖାଯାଇଥିବା କିଛି ଏମିତି ଜିନିଷ ଆପଣଙ୍କ ଶାନ୍ତିରେ ବାଧା ସୃଷ୍ଟି କରିଥାଏ । ଏହି ବାଧା ଦୂର କରିବା ପାଇଁ ଯଦି ଶୋଇବାଘରେ ଏହି ୫ଟି ଜିନିଷ ଥାଏ ତେବେ ତାକୁ ବାହାର କରିଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୋଇବାକୁ ଯିବାବେଳେ ଯଦି ଶରୀର ଭଲ ଲାଗେ ନାହିଁ, ଝଗଡା ହୁଏ ବା ଭଲ ନିଦ ହୁଏ ନାହିଁ ତେବେ ଦେଖିବାକୁ ହେବ ଯେ ଶୋଇବାଘରେ ଏହି ୫ଟି ଜିନିଷ ନଥିବା ଉଚିତ୍ ।

୧- ଜୋତା ବା ଚପଲ- କେବେ ମଧ୍ୟ ଶୋଇବାଘରେ ଜୋତା ବା ଚପଲ ରଖନ୍ତୁ ନାହିଁ, କାରଣ ଏଥିରୁ ଯେଉଁ ଦୂଷିତ ଗନ୍ଧ ବାହାରେ ତାହା ଆପଣଙ୍କ ଜୀବନ ଉପରେ ବାଧା ସୃଷ୍ଟି କରିଥାଏ ।

୨- ଝାଡୁ- ଯଦି ଶୋଇବାଘରେ ଝାଡୁ ରହିଥାଏ ତେବେ ପ୍ରତିଦିନ ଝଗଡା ହେବ । ତେଣୁ ଝାଡୁ ବାହାର କରିଦେବା ଉଚିତ୍ ।

୩- ଚିରା ଫଟା ବସ୍ତ୍ର- ଯଦି ଶୋଇବାଘରେ ଚିରା ଫଟା କପଡା ବା ବସ୍ତ୍ର ରହିଥାଏ ତେବେ ତାହାକୁ ତୁରନ୍ତ ବାହାର କରି ଫୋପାଡି ଦିଅନ୍ତୁ, ଏହା ଆପଣଙ୍କୁ କଙ୍ଗାଳ କରିବ ଓ ସମସ୍ତଙ୍କ ଠାରୁ ଦୂରେଇ ଦେବ ।

୪- ଭଙ୍ଗା ଫଟା ପ୍ଲାଷ୍ଟିକ ଓ ପଲିଥିନ୍- ଯଦି ଆପଣଙ୍କ ଶୋଇବାଘରେ ଭଙ୍ଗା ଫଟା ପ୍ଲାଷ୍ଟିକ ଓ ପଲିଥିନ୍ ଜମା କରି ରଖୁଛନ୍ତି ତେବେ ତାକୁ ଅନ୍ୟ ସ୍ଥାନରେ ରଖନ୍ତୁ । କାରଣ ଏଥିରୁ ଯେଉଁ ନକରାତ୍ମକ କିରଣ ବାହାରେ ତାହା ଆପଣଙ୍କୁ ବିଚଳିତ କରିଦେବ ।

୫- ଟିଭି- ବର୍ତ୍ତମାନ ସମୟରେ ସମସ୍ତେ ଶୋଇବାଘରେ ଟିଭି ରଖୁଛନ୍ତି, କିନ୍ତୁ ଏହା ବହୁତ ଘାତକ ଅଟେ । କାରଣ ଇଲେକ୍ଟ୍ରୋନିକ୍ସ ଜିନିଷରୁ ମଧ୍ୟ ନକରାତ୍ମକ ଊର୍ଜା ବାହାରେ । ଯଦି ଟିବି ଅନ୍ୟ ଜାଗାରେ ରଖିବାକୁ ସ୍ଥାନ ନାହିଁ, ତେଣୁ ଶୋଇବାଘରେ ଟିବି ରଖିବାକୁ ବାଧ୍ୟ ହେଉଛନ୍ତି, ତେବେ ଶୋଇବାବେଳେ ଟିବିକୁ ଘୋଡେଇ ଦିଅନ୍ତୁ ।

ଅନ୍ୟ- ଏହା ବ୍ୟତୀତ ଘର ଅପରିଷ୍କାର, ବୁଢିଆଣୀ ଜାଲ, ପୁରୁଣା କସମେଟିକ୍, ଖାଲି ଡବା, ଘରପୋଛା, ଭଙ୍ଗା କାଚ ସାମଗ୍ରୀ, ଖରାପ ବିଛଣା ଓ ଭଙ୍ଗା ବା ଶବ୍ଦ କରୁଥିବା ପଙ୍ଖାକୁ ମଧ୍ୟ ଶୋଇବାଘରେ ରଖନ୍ତୁ ନାହିଁ, ଯଦି ଏହି ସାମଗ୍ରୀ ରହିଅଛି ତେବେ ତାହାକୁ ତୁରନ୍ତ ବାହାରକୁ କାଢି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!