ସିଂହ ରାଶିର କେମିତି କାଟିବା ନୂତନ ବର୍ଷ 2021, ଜାଣନ୍ତୁ କଣ କହୁଛି ଆପଣଙ୍କ ଗ୍ରହ ନକ୍ଷତ୍ର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

ସିଂହ:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ସିଂହ ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ପଞ୍ଚମ ଭାବରେ, ମଙ୍ଗଳ ନବମ ଭାବରେ, ଗୁରୁ, ଶନି ଷଷ୍ଠ ଭାବରେ, ଶୁକ୍ର, କେତୁ ଚତୁର୍ଥ ଭାବରେ ଓ ରାହୁ ଦଶମ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ଶୁକ୍ର, ଶନି ଓ ରାହୁ ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ।

ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ। ରାହୁ କର୍ମ ଭାବରେ ରହି ବୃହସ୍ପତିଙ୍କର କର୍ମ ଭାବକୁ ଦ୍ରୁଷ୍ଟି ପଡୂଥିବାରୁ ଓ ଶନିଷଷ୍ଠ ଭାବରେ ରହି ରାଜଯୋଗ ସୃଷ୍ଟି କରୁ ଥିବାରୁ ନିଜ ଭିତରେ ଏକ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ। ନିଜର ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ, ଯାହା ଦ୍ଵାରା ଆପଣଙ୍କୁ ପ୍ରଶଂସା ଓ ପୁରଷ୍କାର ମିଳିବ। ଭୂମି ସମ୍ପତ୍ତି ଆଦି ମିଳିବ। ବିଶେଷକରି ପୈତୃକ ସମ୍ପତ୍ତି ପ୍ରାପ୍ତି ହେବା ସହ ରାଜକୀୟ ସମ୍ମାନ ମଧ୍ୟ ପ୍ରାପ୍ତି ହେବ। ପ୍ରତ୍ୟେକ କ୍ଷେତ୍ରରେ ଭଲ ପରାମର୍ଶ ମିଳିବ। ସଫଳତାର ବାଟ ମିଳିବ।

ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ। ବ୍ୟବସାୟ ବାଣିଜ୍ୟ ଓ ପରିବହନକ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଅନୁଢାମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ।

ଅଳ୍ପରେ ସନ୍ତୁଷ୍ଟ ହେବେ। ବନ୍ଧୁ ବାନ୍ଧବଙ୍କଦ୍ଵାରା ସମସ୍ୟାର ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ ଓ ସହନଶୀଳତା ଯୋଗେ ପ୍ରଶଂସା ମିଳିବ। ଶୁକ୍ର ସୁଖ ସ୍ଥାନରେ ବିରାଜମାନ କରିବେ, ଯାହା କି ଆପଣଙ୍କ ଭାଗ୍ୟୋଦୟର କାର୍ଯ୍ୟ କରିବେ, ଏହା ପରେ ଆଗାମୀ ସମୟରେ ବହୁତ ସୁଖ ମିଳିବ।

ଅଟକିଥିବା କାର୍ଯ୍ୟ ପୂରଣ ହେବାର ସମ୍ଭାବନା ହେଉଛି। ଆପଣଙ୍କର ଦକ୍ଷତା ବୃଦ୍ଧିରେ ସାହାଯ୍ୟ କରିବ। ଭାଗ୍ୟ ଉଜ୍ଜ୍ବଳ ଓ ସମୃଦ୍ଧି ପ୍ରାପ୍ତି ହେବ। ବିଚାରଧିନ କାର୍ଯ୍ୟଗୁଡିକ ମଧ୍ୟ ସମାପ୍ତ ହୋଇପାରେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବା ସହ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ।

ବୃହସ୍ପତି ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରି ଜାୟାଭାବ ବା ବ୍ୟବସାୟ ଭାବରେ ରହିବା ଫଳରେ ସବୁ କ୍ଷେତ୍ରରେ ଶୁଭ ଫଳ ପ୍ରାପ୍ତି ହେବ। ବୈବାହିକ ଜୀବନ ଓ ବ୍ୟବସାୟରେ ସଫଳତା ମିଳିବ। ନିଜ ବିବେକ ଓ ଧୈର୍ଯ୍ୟର ସହିତ କାମ କରିବାକୁ ହେବ। ଧନ ବା କୁଟୁମ୍ବ ଭାବକୁ ବୃହସ୍ପତିଙ୍କ ଦ୍ରୁଷ୍ଟି ପଡୂଥିବାରୁ ଘରେ ସୁଖ ସୁବିଧାରେ ବୃଦ୍ଧି ହେବାର ସମ୍ଭାବନା ଅଛି। ଯେଉଁ କାର୍ଯ୍ୟ କରିବାକୁ ଭାବିଛନ୍ତି ତାହା ମଧ୍ୟ ପୂରଣ ହୋଇପାରେ।

 

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ଶ୍ରୀ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୧ ମାଳା ଜପ କରନ୍ତୁ ଔଁ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ। ୨- ପ୍ରଥମ ମାସର ଯେକୌଣସି ଗୁରୁବାରଦିନ ଉସୁନାଚାଉଳ, ନଡିଆତେଲ, ଛିଟବସ୍ତ୍ର, ମିଶାଫୁଲ, ନଡିଆ, କମ୍ବଳ, ପନିକି ବା ଛୁରୀ ବିଧବା ଅସହାୟା ମହିଳାଙ୍କୁ ଦାନ କରି ଦିଅନ୍ତୁ। ୩- ମାଆବାପା, ଜେଜେ ଜେଜେମାଙ୍କ ସେବା କରିବା ସହ ଗୋମାତାଙ୍କୁ କିଛି ଖାଇବାକୁ ଦେଉଥିବେ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!