ଶୁକ୍ର ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ? ଜାଣନ୍ତୁ କଣ କହୁଛି ଜ୍ଯୋତିଷ ଶାସ୍ତ୍ର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶୁକ୍ର ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣ କରିବେ ଅଶୁଭ ଶୁକ୍ରଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା। ଶୁକ୍ର ଗୋଚର ଫଳ- ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ଶୁକ୍ରଗ୍ରହ ବୈବାହିକ ସମ୍ବନ୍ଧ, ଇନ୍ଦି୍ରୟ ଭୋଗ ବିଳାସ, ଯୌନସମ୍ବନ୍ଧୀୟ ସମସ୍ତ ପ୍ରକାରସୁଖ, ସମ୍ପତ୍ତି, ଆଭୁଷଣ, ସୁନ୍ଦରତା, ସୁଗନ୍ଧିତ ବସ୍ତୁ, ଫୁଲ, ସଜେଇବା ସାମଗ୍ରୀ, କଳାତ୍ମକତା, ଡିଜାଇନ୍‌ ବସ୍ତୁ, ଧଳା ରଙ୍ଗର ପଦାର୍ଥ, ସୁନ୍ଦର ଶରୀର, ବଡ଼ ଆଖି, ଆକର୍ଷକ, କସରା ବାଳ, କାବ୍ୟାତ୍ମକ, ଗାଇବା, ବଜେଇବା, ବିଳାସିତ, ବ୍ୟଭିଚାର, ମଦ, ନିଶାଯୁକ୍ତ ପଦାର୍ଥ, କଫଯୁକ୍ତ, ସୁନ୍ଦର, ଗୁପ୍ତରୋଗ, ଆଖି, ଅଣ୍ଟା, ମଧୁମେହ ଇତ୍ୟାଦିର କାରକ ହୋଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ- ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ। ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ। ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ। ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ। ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ। ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ।

ଶୁକ୍ର ଜନ୍ମହେଲେ ଶତ୍ରୁକ୍ଷୟ ହୁଏ ଅନେକ ମିଳାଇ ଧନ ଦ୍ୱିତୀୟରେ ଦ୍ରବ୍ୟଲାଭ ପୁଣି ଭୋଗ ବିଳାସରେ ମନ ତୃତୀୟରେ ବିତ୍ତ ସମ୍ପତ୍ତି ମିଳଇ ସର୍ବଶୁଭ ମନେଭାବ ଚତୁର୍ଥରେ ପ୍ରେମ ସମ୍ପର୍କ ବଢଇ ଆଭୁଷଣ ପ୍ରାପ୍ତି ହେବ ପଞ୍ଚମରେ ସୁତଅର୍ଥ ଲାଭହୋଇ ଗୃହ ବାହନ ମିଳଇ ଷଷ୍ଠେ ଶତ୍ରୁଭୟ ଦେହପୀଡ଼ା ପୁଣି ଋଣଗ୍ରସ୍ଥ ନିଶ୍ଚେହୋଇ ସପ୍ତମରେ ଶୋକଭାବ ହୁଏଜାତ ଆବର ଦାମ୍ପତ୍ୟ ହାନୀ ଅଷ୍ଟମରେ କାର୍ଯ୍ୟସିଦ୍ଧି ଅନ୍ନଲାଭ ଧନରେ ହୁଅଇ ମାନି ନବମରେ ସଉଭାଗ୍ୟ ପ୍ରାପ୍ତିହେବ ସକଳ ପଦାର୍ଥେ ସୁଖି ଦଶମେ ଦେହରେ ଅତି କଷ୍ଟ ହୁଏ ଗୃହରେ ହୁଏ ଅସୁଖି ଏକାଦଶେ ବହୁଧନ ବିତ୍ତ ଲାଭ ସୁଖରେ ଦିନ କଟଇ ଦ୍ୱାଦଶରେ ଧନଜନ ଗୋପଲକ୍ଷ୍ମୀ ସେବାକାରୀ ଭୃତ୍ୟପାଇ ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ

ଶୁକ୍ର ଜନ୍ମରାଶି ହେଲେ ଶତ୍ରୁନାଶ, ଦ୍ୱିତୀୟରେ ଧନଲାଭ, ତୃତୀୟରେ ଅତିସୁଖ, ଚତୁର୍ଥରେ ଧନଲାଭ, ପଞ୍ଚମରେ ପୁତ୍ରଲାଭ, ଷଷ୍ଠରେ ଶତ୍ରୁବୃଦ୍ଧି, ସପ୍ତମରେ ଶୋକ, ଅଷ୍ଟମରେ ଅର୍ଥଲାଭ, ନବମରେ ବିବିଧ ସୁଖଲାଭ, ଦଶମରେ ଶରୀରକଷ୍ଟ, ଏକାଦଶରେ ଧନଲାଭ ଓ ଦ୍ୱାଦଶରେ ବହୁ ଧନାଗମ ହେବ ।

ପ୍ରତିକାର:- ଜନ୍ମ ଶୁକ୍ରହେଲେ ୧-ଧାର୍ମିକ ସାଧୁ ସନ୍ଥ ମାନଙ୍କୁ କ୍ଷୀରଯୁକ୍ତ ଖାଦ୍ୟ ଦାନ କରନ୍ତୁ। ଦ୍ଵିତୀୟ ଶୁକ୍ରହେଲେ୨- ସ୍କୁଲ, କଲେଜ କିମ୍ବା ଅନ୍ୟ କୌଣସି ଶିକ୍ଷାନୁଷ୍ଠାନରେ କିଛି ଦାନ ଦିଅନ୍ତୁ। ତୃତୀୟଶୁକ୍ର ହେଲେ୩-ଆୟଠାରୁ ଅଧିକ ଖର୍ଚ୍ଚ ନକରି କିଛିସଞ୍ଚୟ କରନ୍ତୁ। ଚତୁର୍ଥଶୁକ୍ର ହେଲେ ୪- ପ୍ରତ୍ୟେକ ଶୁକ୍ରବାରରେ ବଟବୃକ୍ଷ ମୂଳରେ ନିୟମିତ ପାଣି ଦିଅନ୍ତୁ। ପଞ୍ଚମ ଶୁକ୍ରହେଲେ ୫- ପିଲାମାନଙ୍କର ଯତ୍ନ ନିଅନ୍ତୁ ଓ ଗୁରୁଙ୍କ ପାଇଁ ମନ୍ଦକାର୍ଯ୍ୟ କରନ୍ତୁ ନାହିଁ। ଷଷ୍ଠ ଶୁକ୍ରହେଲେ ୬- ଜୁଆ, ସଟ୍ଟା, ବ୍ୟଭିଚାର, ମାଂସ, ମଦ୍ୟପାନ ଆଦି ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ସପ୍ତମ ଶୁକ୍ର ହେଲେ ୭- ଶୁକ୍ର ଚଳନ ଦିନ ଯେ କୌଣସି ଦେବୀମନ୍ଦିରରେ ଧଳାବସ୍ତ୍ର ଅରୁଆ ଚାଉଳ ଦାନ କରନ୍ତୁ।

ଅଷ୍ଟମ ଶୁକ୍ରହେଲେ ୮-ବର୍ଷା ଜଳ କିମ୍ବା ପ୍ରବାହିତ ନଦୀ ଜଳକୁ ଏକ ପାତ୍ରରେ ଭର୍ତ୍ତି କରି ଘର ଭିତରେ ରଖନ୍ତୁ। ନବମ ଶୁକ୍ରହେଲେ ୯- ମାଆ ବାପା ଓ ଗୁରୁ ଗୁରୁଜନ ମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ରାତିରେ କ୍ଷୀର ପିଅନ୍ତୁ ନାହିଁ। ଦଶମ ଶୁକ୍ରହେଲେ ୧୦- ଆପଣଙ୍କର ଯୋଜନା ଗୁଡିକ ଗୁପ୍ତ ରଖନ୍ତୁ ଓ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ। ଏକାଦଶ ଶୁକ୍ରହେଲେ ୧୧- ଧାର୍ମିକତାର କାର୍ଯ୍ୟ କରନ୍ତୁ ସମୟ ଭଲ ରହିବ। ଦ୍ଵାଦଶ ଶୁକ୍ରହେଲେ ୧୨- ଲୋଭ ଓ ସ୍ୱାର୍ଥପରତା ଠାରୁ ଦୂରେଇ ଲୋକମାନଙ୍କର ସେବା କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!