ସାବଧାନ ! ମହଶିବରାତ୍ରିର ପୂଜା ସମୟରେ ଭଗବାନ ଶିବଙ୍କ ଉପରେ ଭୁଲରେ ବି ଚଢନ୍ତୁ ନାହିଁ ଏହି ସବୁ ଦ୍ରବ୍ୟ, ନଚେତ ଦେଖାଦେବ ସଙ୍କଟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମହାଶିବରାତ୍ରି ଭଳି ବିଶେଷ ପୂଜାରେ କିଛି ଖାସ ଦ୍ରବ୍ଯରେ ଭଗବାନ ଶିବଙ୍କର ପୂଜା କରାଯାଏ। ସେଇଠି ମଧ୍ୟ ଏମିତି କିଛି ଜିନିଷର ଧ୍ୟାନ ଦେବା ଆବଶ୍ୟକ ଯାହା ଭଗବାନ ଶିବଙ୍କ ଉପରେ ଚଢାଯାଏ ନାହିଁ । ଭୁଲରେ ବି ସେହି ସବୁ ବସ୍ତୁର ଉପଯୋଗ ପୂଜାରେ କରିଲେ ଦୋଷ ଲାଗିଥାଏ । ଭଗବାନ ଶିବଙ୍କୁ ଭାଙ୍ଗ – ଦୁଦୁରା ଆଦି ବହୁତ ପସନ୍ଦ । କିନ୍ତୁ କିଛି ଏମିତି ସାମଗ୍ରୀ ମଧ୍ୟ ଅଛି ଯାହାର ଉପଯୋଗ ମହଶିବରାତ୍ରିରେ ଶିବଙ୍କ ଆରାଧନା ସମୟରେ ବିଲକୁଲ କରିବା କଥା ନୁହେଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମହଶିବରାତ୍ରି ପୂଜାରେ ଏହି ୫ଟି ଜିନିଷର ବ୍ୟବହାର କରନ୍ତୁ ନାହିଁ

୧- କେତକୀ ଫୁଲ

ପୌରାଣିକ କଥା ଅନୁସାରେ କେତକୀ ଫୁଲ ବ୍ରହ୍ମାଙ୍କର ମିଛରେ ସହଯୋଗ କରିଥିଲେ, ଯେଉଁଥିପାଇଁ କ୍ରୋଧିତ ହୋଇ ଭୋଲେନାଥ କେତକୀ ଫୁଲକୁ ଶ୍ରାପ ଦେଇଥିଲେ ଓ କହିଥିଲେ କି ଶିବଲିଙ୍ଗ ଉପରେ କେବେବି କେତକୀ ଫୁଲ ଅର୍ପଣ କରାଯିବ ନାହିଁ । ଏହା ପରଠୁ ଶିବଙ୍କୁ କେତକୀ ଫୁଲ ଚଢା ଯାଏ ନାହିଁ ।

୨- ହଳଦୀ ଚଢାନ୍ତୁ ନାହିଁ

ଶିବଙ୍କ ବ୍ଯତୀତ ପ୍ରାୟତଃ ସମସ୍ତ ଦେବୀ ଦେବତାଙ୍କୁ ପୂଜାରେ ହଳଦୀର ପ୍ରୟୋଗ କରାଯାଏ । ଶାସ୍ତ୍ର ଅନୁସାରେ ଶିବଲିଙ୍ଗ ପୁରୁଷ ତତ୍ଵଏ ପ୍ରତୀକ ଅଟେ ଏବଂ ହଳଦୀ ସ୍ତ୍ରୀ ତତ୍ଵ ବସ୍ତୁ ଅଟେ । ସେଥିପାଇଁ ଶିବଲିଙ୍ଗ ଉପରେ ହଳଦୀ ଚଢାଯାଏ ନାହିଁ ।

୩- କୁମକୁମ ବା ସିନ୍ଦୁର

ସିନ୍ଦୁର, ବିବାହିତ ସ୍ତ୍ରୀଙ୍କର ଗହଣା ଅଟେ । ସ୍ତ୍ରୀମାନେ ନିଜ ସ୍ବାମୀର ଦୀର୍ଘାୟୁ ପାଇଁ ନିଜ ମଥାରେ ସିନ୍ଦୁର ଲାଗନ୍ତି ଓ ଭଗବାନଙ୍କୁ ମଧ୍ୟ ଅର୍ପଣ କରନ୍ତି । କିନ୍ତୁ ଶିବ ହେଉଛନ୍ତି ବିନାଶର ଦେବତା ସେଥିପାଇଁ ତାଙ୍କୁ ସିନ୍ଦୁର ଦେଇ ପୂଜା କରିବା ଠିକ ନୁହେଁ ବୋଲି କୁହାଯାଏ।

୪- ଶଙ୍ଖରେ ଜଳ

ଦୈତ୍ୟ ଶଙ୍ଖଚୂଡର ଅତ୍ୟାଚାରରେ ସମସ୍ତ ଦେବତା ଚିନ୍ତିତ ଥିଲେ । ଭଗବାନ ଶଙ୍କର ତ୍ରିଶୂଳରେ ତାଙ୍କର ବଧ କରିଥିଲେ । ଯାହା ପରେ ତାର ଶରୀର ଭସ୍ମ ହୋଇଯାଇଥିଲା। ସେହି ଭସ୍ମରୁ ଶଙ୍ଖର ଉତ୍ପତ୍ତି ହୋଇଥିଲା। ଶିବ ଶଙ୍ଖଚୂଡର ବଧ କରିଥିଲେ ସେଥିପାଇଁ କେବେବି ଶଙ୍ଖରେ ଶିବଙ୍କୁ ଜଳ ଅର୍ପଣ କରାଯାଏ ନାହିଁ ।

୫- ତୁଳସୀ ପତ୍ର

ଏମିତି ତ ତୁଳସୀ ପତ୍ର ପୂଜାରେ ବହୁତ କାମରେ ଆସେ, କିନ୍ତୁ ଭଗବାନ ଶିବଙ୍କ ପୂଜାରେ କରିବା କଥା ନୁହେଁ । ଭଗବାନ ଶିବ ତୁଳସୀଙ୍କର ସ୍ଵାମୀ ଅସୁର ଜଳନ୍ଧରର ବଧ କରିଥିଲେ । ସେଥିପାଇଁ ସେ ନିଜେ ଶିବଙ୍କୁ ନିଜ ଅଲୌକିକ ଏବଂ ଦିବ୍ୟ ଗୁଣରୁ ବଞ୍ଚିତ କରିଛନ୍ତି ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!