ମକର ଓ କୁମ୍ଭ ରାଶିର ସ୍ଵାମୀ ଅଟନ୍ତି ଶନି ଦେବ, ତାଙ୍କୁ ପ୍ରଶନ୍ନ କରିବା ପାଇଁ ପ୍ରତ୍ୟେକ ଶନିବାର ଦିନ କରନ୍ତୁ ତାଙ୍କର ଏହି ବିଶେଷ ପୂଜା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ୯ଟି ଗ୍ରହ ବିଷୟରେ କୁହାଯାଇଛି। ଏହି ୯ଟି ଗ୍ରହ ମଧ୍ୟରୁ ଶନି ଦେବଙ୍କୁ ନ୍ୟାୟଧୀଶ ବୋଲି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି ଓ ମକର – କୁମ୍ଭ ରାଶିର ସ୍ଵାମୀ ଅଟନ୍ତି। ପ୍ରତ୍ୟେକ ଶନିବାର ଦିନ ଶନି ଦେବଙ୍କୁ ତେଲ ଦାନ କରିବାର ପରମ୍ପରା ଅଛି। ଉଜ୍ଜୈନର ଜ୍ୟୋତିଷଚାର୍ଯ୍ୟ ପଣ୍ଡିତ ମନିଷ ଶର୍ମାଙ୍କ ଅନୁସାରେ ଜାଣନ୍ତୁ  ଶନି ଦେବଙ୍କ ଜଡିତ କିଛି ମହତ୍ତ୍ଵ କଥା, ଯାହାର ଧ୍ୟାନ ରଖିବା ଦରକାର।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶନି ଦେବଙ୍କୁ କର୍ମର ପ୍ରଧାନ ଦେବତା ବୋଲି କୁହାଯାଏ। ଅର୍ଥାତ୍ ଏହି ଗ୍ରହ ଆମର କର୍ମର ଫଳ ପ୍ରଦାନ କରିଥାଏ।

ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି ଓ ତାଙ୍କର ମାତାଙ୍କ ନାମ ଛାୟା ଅଟେ। ତାଙ୍କ ଭାଇଙ୍କ ନାମ ଯମରାଜ ଓ ତାଙ୍କ ଭଉଣୀଙ୍କ ନାମ ଯମୁନା ଅଟେ।

ଯେଉଁ ବ୍ୟକ୍ତିମାନେ ପରିଶ୍ରମ କରନ୍ତି, ଅନୁଶାସନ ମଧ୍ୟରେ ରୁହନ୍ତି, ଧର୍ମର ପାଳନ କରନ୍ତି ଓ ସମସ୍ତଙ୍କୁ ସମ୍ମାନ ଦିଏ ସେମାନଙ୍କୁ ଶନିଦେବ ଶୁଭଫଳ ପ୍ରଦାନ କରିଥାନ୍ତି।

ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ଶନିବାର ଦିନ ସୋରିଷ ତେଲ ଦାନ କରିବା ଉଚିତ୍।

ଏହି ସମୟରେ ଶନି ଧନୁ ରାଶିରେ ଅଛନ୍ତି। ଏହି କାରଣରୁ ବିଛା, ଧନୁ ଓ ମକର ରାଶିର ବ୍ୟକ୍ତିର ଶନି ସାଢେସାତି ଚଳିବେ। ବୃଷ ଓ କନ୍ୟା ରାଶି ବ୍ୟକ୍ତିର ଶନି ଢାୟା ଚଳିବେ।

ପ୍ରତ୍ୟେକ ଶନିବାର ଦିନ ପିପଳ ବୃକ୍ଷକୁ ବିଶେଷ ଭାବରେ ପୂଜା କରିବା ଉଚିତ୍। ଏହି ବୃକ୍ଷ ମୂଳରେ ପାଣି ଢାଳିବ ଓ ଏହାର ଚାରିପଟରେ ପରିକ୍ରମା କରିବ।

ଶନିବାର ଦିନ ସୋରିଷ ତେଲ ଦାନ କରିବା ସମୟରେ ଧ୍ୟାନ ରଖିବାକୁ ହେବ ଯେ ତେଲ ଏଠି-ସେଠି ତଳେ ନ ପଡିବା ଉଚିତ୍।

ପ୍ରତ୍ୟେକ ଶନିବାର ଦିନ କଳା ରାଶି  ମଧ୍ୟ ଦାନ କରିବେ। ଚମଡାରେ ତିଆରି ଜୋତା-ଚପଲ ଦାନ କରିବା ମଧ୍ୟ ଶୁଭ ବୋଲି କୁହାଯାଏ।

ପ୍ରତ୍ୟେକ ଶନିବାର ଦିନ ସମ୍ମି ବୃକ୍ଷକୁ ବିଶେଷ ଭାବରେ ପୂଜା କରିବା ଉଚିତ୍ ଓ ସୋରିଷ ତେଲର ଦୀପ ଜଳାନ୍ତୁ।

ପ୍ରତ୍ୟେକ ଶନିବାର ଦିନ ଭଗବାନ ଶ୍ରୀ ହନୁମାନଙ୍କ ନିକଟରେ ମଧ୍ୟ ସୋରିଷ ତେଲର ଦୀପ ଜଳାଇ ହନୁମାନ ଚାଳିଶା ପାଠ କରିବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!