ଶନି ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ? Astrology

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶନି ଗୋଚର ହେଲେ କେଉଁ ରାଶିକୁ କିଫଳ ଦିଅନ୍ତି ଓ କଣକରିବେ ଅଶୁଭ ଶନିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଶନି ଗୋଚର ଫଳ- ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ଗ୍ରହରାଜ ଶନିଶ୍ଚର ଜୀବନ, ଆୟୁ, ଦୁଃଖ, ଦରିଦ୍ରତା, ଅନାଦର, ନିର୍ଧନତା, ଅନୁଚିତ ବ୍ୟବହାର, ନିମ୍ନସ୍ତର କାର୍ଯ୍ୟ, ପ୍ରାକୃତିକଦ୍ରବ୍ୟ, ପାପଭୟ, ଗୋପନୀୟତା, କାରାବାସ, ଚାକିରୀ, ବିଜ୍ଞାନନିୟମ, ଗନ୍ଧତେଲ, ମଜଦୁର, ସେବକ, ସେବାଭାବ, କୃଷିକାର୍ଯ୍ୟ, ତ୍ୟାଗ, ଉଚରୁ ପତ୍ତନ, ଅପମାନ, ଋଣ, କଠୋର ପରିଶ୍ରମ, କାଠ, ବିଷ, ଅଙ୍ଗାର, ଆତ୍ମତ୍ୟାଗ, ଡକାୟତି, ଅବରୋଧ, ଇସ୍ପାତ, କାର୍ଯ୍ୟବିଳମ୍ବ, ସେବା ବିଭାଗ, ଖଣିଜ ପଦାର୍ଥ, ଭୂମିରୁ ବାହାରୁଥିବା ପଦାର୍ଥ, ବିଦେଶୀ ଭାଷା, ଲୋଭ, ଅହଂକାର, ଚୋରୀ, ଛୋଟେଇବା, ପାଦ, ବାତ, ଉଦାସ, ଦୁର୍ବଳ ଇତ୍ୟାଦିର କାରକ ହୋଇଥାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗ୍ରହ ସଞ୍ଚାର ସମୟେ ଚନ୍ଦ୍ରର ବଳାବଳ ଗ୍ରହମାନେ ଚନ୍ଦ୍ରବଳ ଆଶ୍ରୟ କରିଣ । ଶୁଭାଶୁଭ ଫଳ ସବୁ କରନ୍ତି ପ୍ରଦାନ । ଯଥା ମନଯୋଗ ବିନା କାର୍ଯ୍ୟର ବିଫଳ । ଚନ୍ଦ୍ର ବଳ ବିନା ଗ୍ରହ ନ ଦିଅନ୍ତି ଫଳ । ଅନେକ ସମୟରେ ଦେଖାଯାଇଛି ଚତୁଃପାଶ୍ୱର୍ରେ ଦୁଃଖ ଘେରି ରହିଥିଲେ ମଧ୍ୟ ଆନନ୍ଦ ସୁଖ ବେଳେ ବେଳେ ମନକୁ ପ୍ରଫୁଲ୍ଲିତ କରିଥାଏ । ସେହି ଦୃଷ୍ଟିରୁ ଚନ୍ଦ୍ର ମନର ଅଧିଷ୍ଠାତା ହୋଇଥିବାରୁ ଚନ୍ଦ୍ରସ୍ଥିତି ରାଶିଠାରୁ ସମସ୍ତ ଗ୍ରହମାନଙ୍କର ଗୋଚରଫଳ ବିବେଚନା କରିବାକୁ ପଡିଥାଏ ।

ଶନି ଜନ୍ମହେଲେ ପ୍ରାଣୀଙ୍କ ଶରୀରେ ନାନା କଷ୍ଟ ହୁଏ ଜାତ ଧନ ଜନ ମନ ଅସ୍ଥିର ହୁଅଇ କାହାକୁ ନ ମଣ ସତ୍ୟ ଦ୍ୱିତୀୟରେ ତହୁଁକିଛି ଊଣାହେବ କଷ୍ଟଫଳ ନିଶ୍ଚେଜାଣ ତୃତୀୟେ ମିଳଇ ଅମାପ ସମ୍ପତ୍ତି ଅତ୍ୟନ୍ତ ଶୁଭ ପ୍ରମାଣ ଧନମାନ ଯଶ ମିଳଇ ଅବଶ୍ୟ ରାଜାଭଳି ଭୋଗକରେ ଚତୁର୍ଥ ହୁଅନ୍ତେ ଶତ୍ରୁ ବୃଦ୍ଧି କରି ଚିତ୍ତକୁ ଅସ୍ଥିର କରେ ପଞ୍ଚମରେ ଧନବ୍ୟୟ ହୋଇ ମଧ୍ୟ ସନ୍ତାନ ଲାଭଟି ଜାଣ ଷଷ୍ଠରେ ଅପାର ଶୁଭ ଯେ ହୁଅଇ ମିଳେ ଧନ ଯଶ ମାନ ସପ୍ତମ ଶନିରେ ସକଳ ବେଳରେ ପ୍ରାଣୀଙ୍କର ଦୁଃଖ ଜାତ ଅଷ୍ଟମରେ ମହାଭୟ ପାଇଥାଇ କ୍ଲେଶ ଉପୁଜେ ନିୟତ ଧନମାନ ଜ୍ଞାନ ବିନାଶ ହୁଅଇ ।

ନବମ ଶନି ହୋଇଲେ ଦଶମରେ ରାଜଯୋଗ ଭୋଗହେବ ସମୟ କଟଇ ଭଲେ ଶୁଭଫଳ ମିଳେ ଏକାଦଶ ହେଲେ ରାଜଯୋଗ ଭୋଗହେବ ସୁଖ ସମ୍ପଦଯେ ମିଳଇ ନିୟତ ସବୁଠାରେଜୟହେବ ଦ୍ୱାଦଶରେ ପୁଣି ବହୁତ ସଙ୍କଟ ପ୍ରାଣପୀଡ଼ା ଧନକ୍ଷୟ ଯଶମାନହାନୀ ବନ୍ଧୁରେ ବିଛେଦ ଆବର ବନ୍ଧନ ଭୟ । ନବଗ୍ରହଙ୍କର ଗୋଚର ଫଳ ଏ ପାରାଶର ଲେଖିଛନ୍ତି ଦଶା ଶୁଭଥିବ ଗୋଚରେ ଶୁଭଯେ ବିଚାରିବେ ଭାବିଛିନ୍ତି ଦଶା ଶୁଭଥିବ ଗୋଚରେ ଅଶୁଭ ଥିବେ ଯଦି ଗ୍ରହଗଣ ଶୁଭଫଳ ସବୁ ନଷ୍ଟ ହୋଇଯାଏ ମିଳଇ ବହୁ କଷଣ ।

ଶନି ଜନ୍ମହେଲେ ବିତ୍ତନାଶ ଓ ସନ୍ତାପ, ଦ୍ୱିତୀୟରେ ଚିତ୍ତକ୍ଳେଶ, ତୃତୀୟରେ ଶତ୍ରୁନାଶ ଓ ବିତ୍ତଲାଭ, ଚତୁର୍ଥରେ ଶତ୍ରୁବୃଦ୍ଧି, ପଞ୍ଚମରେ ଧନହାନୀ, ପୁତ୍ର ଓ ଭୃତ୍ୟଲାଭ, ଷଷ୍ଠରେ ରାଜସୁଖ, ଅର୍ଥଲାଭ, ସପ୍ତମରେ ବହୁଦୁଃଖ, ଅଷ୍ଟମରେ ଦେହପୀଡ଼ା, ନବମରେ ଧନ ଓ ମାନହାନୀ, ଦଶମରେ ମନ ଶାନ୍ତି ଓ ସୁଖସୌଭାଗ୍ୟ ଲାଭ, ଏକାଦଶରେ ବିତ୍ତଲାଭ, ରାଜସୁଖ, ଶତ୍ରୁନାଶ ଓ ବିଜୟଲାଭ, ଦ୍ୱାଦଶରେ ଅର୍ଥନାଶ, ଅପବାଦ ପାଦପୀଡ଼ା ହେବ ।

ପ୍ରତିକାର:- ଜନ୍ମ ଶନିହେଲେ ୧- ଦିବ୍ୟାଙ୍ଗ, ସେବକ କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ଭଲ ବ୍ୟବହାର କରନ୍ତୁ । ଦ୍ଵିତୀୟ ଶନି ହେଲେ୨- ପ୍ରତିଦିନ କାଉକୁ ରୋଟି ଖାଇବାକୁ ଦିଅନ୍ତୁ ଓ ଗୋମୁତ୍ରରେ ଦାନ୍ତ ସଫା ରଖନ୍ତୁ । ତୃତୀୟ ଶନି ହେଲେ୩- ଶିକ୍ଷା ଓ ଚାକିରୀ ପ୍ରତି ଦାୟିତ୍ଵ ବାନହୁଅନ୍ତୁ । ଚତୁର୍ଥଶନି ହେଲେ ୪- ଝଗଡା ଠାରୁ ଦୂରେଇ ରୁହନ୍ତୁ ଓ ଜୀବନସାଥି ଓ ମାଆଙ୍କ ପ୍ରତି ବିଶେଷ ଧ୍ୟାନ ରଖନ୍ତୁ । ପଞ୍ଚମ ଶନି ହେଲେ ୫-ଷ୍ଟିଲପାତ୍ରରେ ରାଶିତେଲରେ ନିଜର ଛାୟା ଦର୍ଶନ କରି ଅସହାୟଙ୍କୁ ଦାନ କରନ୍ତୁ । ଷଷ୍ଠ ଶନିହେଲେ ୬-ବାପା, ଗୁରୁ ଓ ଶ୍ଵଶୁରଙ୍କୁ ଅପମାନ କରନ୍ତୁ ନାହିଁ କି ବୈରାଗ୍ୟ ଭାବ ରଖନ୍ତୁ ନାହିଁ । ସପ୍ତମ ଶନି ହେଲେ ୭- ଶନିବାର ଦିନ ଖାଲି ପାଦରେ ମନ୍ଦିରକୁ ଯାଆନ୍ତୁ ଓ ମଥାରେ କ୍ଷୀର ବା ଦହିର ତିଳକ ଲଗାନ୍ତୁ ।

ଅଷ୍ଟମ ଶନିହେଲେ ୮- ଦିବ୍ୟାଙ୍ଗ, ସେବକକର୍ମୀ ଓ ସଫେଇ କର୍ମୀଙ୍କୁ ଭଲ ବ୍ୟବହାର କରନ୍ତୁ । ନବମ ଶନିହେଲେ ୯- ମାସର ଯେ କୌଣସି ଶନିବାରରେ ଆଖି ଔଷଧ ଦାନ କରନ୍ତୁ ଓ ପ୍ରତ୍ୟେକ ଶନିବାରରେ ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ଦଶମ ଶନିହେଲେ ୧୦- ଶନିବାରଦିନ ଯେ କୌଣସି ପାଣି ଥିବା କୂଅରେ କିଛି କ୍ଷୀର ଢାଳନ୍ତୁ । ଏକାଦଶ ଶନିହେଲେ ୧୧- ଘରର କବାଟ ପାଖରେ ପଥର ନିର୍ମିତ କିଛି ବସ୍ତୁ ରଖନ୍ତୁ ନାହିଁ । ଦ୍ଵାଦଶ ଶନିହେଲେ ୧୨- ପ୍ରତିଦିନ କାଉ, କୁକୁର, ପାରାକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!