ଗ୍ରହ ଦୋଷ- ଭୁଲରେ ବି କରନ୍ତୁ ନି କୌଣସି ଗରିବର ଅପମାନ, ନଚେତ ଶନିଦେବ ବିଗାଡି ପାରନ୍ତି ସବୁ କାମ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟାଧୀଶ ବୋଲି କୁହଯାଏ। ଏହି ଗ୍ରହ ଆମ କର୍ମର ଫଳ ଆମକୁ ଦେଇଥାଏ। ଯେଉଁ ମାନଙ୍କର କର୍ମ ଠିକ ନ ଥାଏ, ସେମାନଙ୍କ ପାଇଁ ଶନି ଅଶୁଭ ହୋଇଯାନ୍ତି । ଶନିଙ୍କର ଅଶୁଭ ହେବା କାରଣରୁ କୌଣସି ବି କାମରେ ସଫଳତା ସହଜରେ ମିଳିବ ନାହିଁ । ଏହା ସହ ଘର ପରିବାରରେ ଅଶାନ୍ତି ମଧ୍ୟ ଦେଖାଦିଏ । ଶନିବାରର କାରକ ଗ୍ରହ ହେଉଛନ୍ତି ଶନିଦେବ ଏବଂ ବିଶେଷ ଭାବେ ଏହି ଦିନ ଏମିତି କାମରୁ ବଞ୍ଚିତ ରହିବା ଦରକାର ଯାହା ପାଇଁ ଶନିଦେବଙ୍କର ଅଶୁଭ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବ । ତେବେ ଚାଲନ୍ତୁ ଜାଣିବା ଶନିବାର ଦିନ କେଉଁ କେଉଁ କାମ କରିବା ଉଚିତ ନୁହେଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

1- ଶନିବାର ଦିନ ଘରକୁ ଲୁହା ଓ ଲୁହାରେ ତିଆରି କୌଣସି ବସ୍ତୁ ଘରକୁ ଆଣିବା କଥା ନୁହେଁ । ଏହି ଦିନ ଲୁହା ବସ୍ତୁର ଦାନ କରିବା ଦରକାର ।

2- ଶନିବାର ଦିନ କୌଣସି ଗରିବର ଅପମାନ କରନ୍ତୁ ନାହିଁ । ଶନିଦେବ ଗରିବଙ୍କର ପ୍ରତିନିଧିତ୍ଵ କରନ୍ତି । ସେଥିପାଇଁ ଯେଉଁଲୋକ ଗରିବର ଅପମାନ କରନ୍ତି ଶନି ସେମାନଙ୍କ ଜୀବନରେ ସମସ୍ଯା ବଢାଇ ଥାନ୍ତି।

3- ଶନି ଦେବଙ୍କୁ ମନାଇବା ପାଇଁ ଶନିବାର ଦିନ ତେଲ ଦାନ କରନ୍ତୁ । ଏହି ଦିନରେ ତେଲ ଘରକୁ ଆଣିବା କଥା ନୁହେଁ ।

4- ଧ୍ୟାନ ରଖିବେ କୌଣସି ବାହାର ଲୋକଠାରୁ ଜୋଟା ବା ଚପଲ ଉପହାରରେ ନେବେ ନାହିଁ । ଶନିବାର ଦିନ ଜୋତା ଚପଲର ଦାନ କୌଣସି ଗରିବ କରିଲେ ଶନିଦୋଷ ଦୂର ହୁଏ ।

5- ଶନିବାର ଦିନ ଓସ୍ତ ଗଛର ପୂଜା କରିବା ଉଚିତ । ପୂଜା କରିବା ପରେ ସାତ ଥର ପରିକ୍ରମା କରନ୍ତୁ । ଶନିଦେବଙ୍କ ପାଇଁ କଳା ତିଳ ଦାନ କରନ୍ତୁ ।

6- ହନୁମାନ ମନ୍ଦିରରେ ସୋରିଷ ତେଲର ଦୀପ ଜଳାନ୍ତୁ ।

ଏହି ସବୁ ଉପାୟ ନିଶ୍ଚୟ ଅପଣାନ୍ତୁ ଦେଖିବେ ଜୀବନରେ ଥିବା ସବୁ ଦୁଃଖ କଷ୍ଟ ସମାପ୍ତ ହୋଇ ଶୂକ ଶାନ୍ତି ବିରାଜ ମାନ କରିବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!