ଗୋଟେ ଗୋଡରେ ଠିଆ ହୋଇ ଜପକରନ୍ତୁ ଶନି ଦେବଙ୍କର ଏହି ମନ୍ତ୍ର, ଦୁନିଆର ସମସ୍ତ ଦୁଃଖ ହେବ ଦୂର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମନୁଷ୍ୟ ଜୀବନରେ କଷ୍ଟ କେତେବେଳେ ଓ କେମିତି ଆସିଯାଏ ତାହା ଜାଣି ହୁଏ ନାହିଁ । ବଡ ଲୋକ ହେଇଥାନ୍ତୁ ବା ଯେମିତିକା ଲୋକ ହୋଇଥାନ୍ତୁ ନା କାହିଁକି ସେମାନେ ମଧ୍ୟ ନିଜ ଜୀବନରେ କଷ୍ଟ ଭୋଗ କରିଥାନ୍ତି । ଜୀବନରେ ସୁଖ ଓ ଦୁଃଖ ଲାଗି ରହିଥାଏ । ଜୀବନରେ କିଛି କଷ୍ଟ ଅଠା ଭଳି ଲାଗି ରହିଥାଏ, ସେହି କଷ୍ଟ ଦୂର ହୁଏ ନାହିଁ । ମନୁଷ୍ୟ ସେହି କଷ୍ଟ ପାଇ ବିରକ୍ତି ହୁଏ ଓ ସେଥିରୁ ମୁକ୍ତି ପାଇବା ପାଇଁ ଇଛା କରେ । ଜୀବନରେ ବଡ କଷ୍ଟ ବା ଚିନ୍ତା ନ ଆସନ୍ତା ତେବେ ବହୁତ ଭଲ ହୋଇଥାନ୍ତା । କଷ୍ଟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଶନିଦେବଙ୍କୁ ପୂଜା ଉପାସନା କରି  ନିମ୍ନ ମନ୍ତ୍ରକୁ ଜପ କରିଲେ ସମସ୍ତ କଷ୍ଟ ଚିନ୍ତା ଦୂର ହୋଇଥାଏ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସର୍ବଦା କ୍ରୋଧ ଓ ଆଶୀର୍ବାଦ ଦୁଇଟି ପାଇଁ ଶନିଦେବଙ୍କୁ ହିଁ ଜାଣିଥାଉ। କୁହାଯାଏ କି କ୍ରୋଧ ଯେତିକି କଷ୍ଟ ଦେଇଥାଏ ତାଙ୍କ ଆଶୀର୍ବାଦ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। ଯେଉଁ ବ୍ୟକ୍ତି ଶନିଦେବଙ୍କୁ ପୂଜା ଉପାସନା ମନ୍ତ୍ର ଜପ କରି ପ୍ରସନ୍ନ କରିଥାନ୍ତି ସେହି ବ୍ୟକ୍ତିର ଜୀବନରେ ସବୁ କଷ୍ଟ ଚିନ୍ତା ଦୂର ହୋଇଯାଏ। ଶନିଦେବଙ୍କ ଆଶୀର୍ବାଦ ଥିଲେ କୌଣସି ବ୍ୟକ୍ତି ମଧ୍ୟ ସେହି ବ୍ୟକ୍ତିର କିଛି କ୍ଷତି କରିପାରବେ ନାହିଁ।

ଶନିଦେବଙ୍କୁ ପ୍ରସନ୍ନ କରିବା ଏତେ ସହଜ କଥା ନୁହେଁ। କେତେ ବ୍ୟକ୍ତି ପ୍ରତ୍ୟେକ ଶନିବାର ଦିନ ଶନିଦେବଙ୍କୁ ପୂଜା କରନ୍ତି ଓ ସଫଳ ମଧ୍ୟ ହୋଇଥାନ୍ତି। ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସହଜ ସରଳ ଉପାୟ କୁହାଯାଇଛି। ଆପଣଙ୍କୁ ଏକ ମହତ୍ଵପୂର୍ଣ୍ଣ ପୂଜା ବିଧି  ଓ ଶନି ମନ୍ତ୍ର ଜପ କରିବାକୁ ହେବ। ଏହାକୁ ସଠିକ ଉପାୟରେ କରିଲେ ସବୁଦିନ ପାଇଁ ଶନିଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରିପାରିବେ।

ଶନିଦେବଙ୍କ ପୂଜା ବିଧି  ଓ ମନ୍ତ୍ର :

ପ୍ରତ୍ୟେକ ଶନିବାର ଦିନ ସ୍ନାନ କରି ଶନିଦେବଙ୍କ ବ୍ରତ ପାଳନ କରି ସାମ୍ନାରେ ସୋରିଷ ତେଲ ଦେଇ ଏକ ଦୀପ ଜାଳି ଆଳତି କରନ୍ତୁ। ଶନିଦେବଙ୍କ ସାମ୍ନାରେ ବସି ନିଜର ସମସ୍ୟା ବିଷୟରେ କୁହନ୍ତୁ। ପରେ ଶନିଦେବଙ୍କ ସାମ୍ନାରେ ଏକ ଗୋଡରେ ଠିଆ ହୋଇ ନିମ୍ନରେ ଦିଆଯାଇଥିବା ୫ଟି ମନ୍ତ୍ରକୁ ୭ଥର ଜପ କରନ୍ତୁ। ଏହି ମନ୍ତ୍ର ସକାଳେ ଓ ସନ୍ଧ୍ୟା ସମୟରେ ଜପ କରିବାକୁ ହେବ। ଶନିଦେବଙ୍କ ମନ୍ଦିରକୁ ଯାଇ ସୋରିଷ ତେଲ ମଧ୍ୟ ଚଢେଇପାରିବେ।    –

ଓଁ ଶ୍ରାଂ ଶ୍ରୀଂ ଶ୍ରୁଂ ଶନୈଶ୍ଚାରାୟ ନମଃ। ଓଁ ହଲୃଶଂ ଶନିଦେବାୟ ନମଃ। ଓଁ ଏଂ ହଲୃ ଶ୍ରୀଂ ଶନୈଶ୍ଚାରାୟ ନମଃ। ଓଁ ମନ୍ଦାୟ ନମଃ। ଓଁ ସୂର୍ଯ୍ୟ ପୁତ୍ରାୟ ନମଃ।

ନିଜ ଚିନ୍ତା କଷ୍ଟକୁ ଦୂର କରିବା ପାଇଁ ଏହି ମନ୍ତ୍ର ପ୍ରତ୍ୟେକ ଶନିବାର ଦିନ ବା ମାସକୁ ଥରେ ଜପ କରିପାରିବେ। ଏହାକଲେ ସବୁ କଷ୍ଟ ଚିନ୍ତା ନଷ୍ଟ ହୁଏ। ଏହି ଉପାୟ ଅନ୍ୟମନଙ୍କୁ ମଧ୍ୟ କୁହନ୍ତୁ, ସେମାନେ ମଧ୍ୟ ଲାଭାନ୍ଵିତ ହୋଇପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!