ଶନି ଚଳିଲେ ମକର ରାଶିକୁ, କଣ ରହିବ 12ଟି ରାଶି ଉଆୟରେ ଏହାର ପ୍ରଭାବ… ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା ଜୁଲାଇମାସ ୧୨ତାରିଖ ମଙ୍ଗଳବାର ଗ୍ରହରାଜ ଶନିଶ୍ଚର ଧନିଷ୍ଠା ନକ୍ଷତ୍ର ମକର ରାଶିକୁ ବକ୍ରସଂଚାରହେବେ । ପୁନରାୟ ସ୍ଵ ଗୃହକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଶନିଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଗ୍ରହରାଜ ଶନିଶ୍ଚର ନ୍ୟାୟ ତଥା ସନ୍ତୁଳନ ଗ୍ରହ । ମନୁଷ୍ୟ ଶରୀରର ଉଦର ତଥା ଜଙ୍ଘରେ ବାସ କରନ୍ତି । ଜାତକ ପ୍ରତି ଯଦି ଶୁଭ ଅଛନ୍ତି ତେବେ ଶ୍ରୀବୃଦ୍ଧି କରିଥାନ୍ତି । ଧନ ସମ୍ପତ୍ତିକୁ ସଦୁପଯୋଗ କରାଇ ଥାଆନ୍ତି । ଗୃହସ୍ଥକୁ ସୁଖୀ ରଖନ୍ତି । ଧର୍ମ ପ୍ରତି ଅଭିରୁଚି ବଢାନ୍ତି । ଶନି ପାପଭାଗୀ, ମନୁଷ୍ୟମାନଙ୍କର ନୀଚ୍ଚ ସ୍ଥାନରେ ରହି ଭାଗ୍ୟ ହରଣ କରନ୍ତି । ମନୁଷ୍ୟକୁ ମହାକାଙ୍ଗାଳ କରିଦିଅନ୍ତି । ବ୍ୟକ୍ତି ମରିବାକୁ ଚାହିଁଲେ ଶନିଗ୍ରହ ମରିବାକୁ ଦିଅନ୍ତି ନାହିଁ । ଶନିଦଶା ପଡିଲେ ବିବେକ ନଷ୍ଟ ହୋଇଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରୟାସ କଲେ ସୁଦ୍ଧା କୌଣସି କାର୍ଯ୍ୟରେ ସଫଳତା ମିଳେ ନାହିଁ । ଯଦି ଜାତକରେ ଶନିଙ୍କ ସ୍ଥିତି ଭଲ ନାହିଁ ତେବେ କିଛି ଭଲ କର୍ମ କରି ଶନିଦେବଙ୍କୁ ପ୍ରସନ୍ନ କରିପାରିବେ । ଜ୍ୟୋତିଷ ଗ୍ରନ୍ଥ ଅନୁସାରେ ଶନିଦେବ ମୁଖ୍ୟ ନ୍ୟାୟଧିଶ ଅଟନ୍ତି । ସ୍ୱୟଂ ଭଗବାନ ଶିବ ଶନିଦେବଙ୍କୁ ଏହି ଦାଇତ୍ଵ ଦେଇଛନ୍ତି । ଯଦି ଆପଣ କିଛି ଭୂଲ୍‌ କରିଛନ୍ତି ତେବେ ନିଜ ଅପରାଧକୁ ସ୍ୱୀକାର କରି ଶନିଦେବଙ୍କ ନିକଟରେ ପୂଜା ଅର୍ଚନା, ଦାନଧର୍ମ କରି ଶନିଦେବଙ୍କୁ ପ୍ରସନ୍ନ ସନ୍ତୁଷ୍ଟ କଲେ ଆଶୀର୍ବାଦ ପ୍ରାପ୍ତ ହୋଇ ପାରିବେ । ଶନିଦେବ ଖରାପ ସ୍ଥିତିରେ ଥିଲେ ସବୁ ଦୁଃଖ ଭରି ଦିଅନ୍ତି, କିନ୍ତୁ ଭଲ ସ୍ଥିତିରେ ଥିଲେ ଶନିଦେବ ରାଜା କରିଦିଅନ୍ତି ଅର୍ଥାତ୍‌ ସବୁ ସୁଖ ପ୍ରାପ୍ତ ହୋଇଥାଏ ।

ମେଷ:-ଗ୍ରହରାଜ ଶନିଶ୍ଚର ଦଶମ ଭାବରେ ରହି ବ୍ୟୟଭାବ, ସୁଖଭାବ ଓ ଜାୟା ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତ ସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ନୂତନ କର୍ମରେ ନିଯୁକ୍ତି ପାଇବେ । ପାରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପ୍ରିୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ । ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗାୟତ୍ରୀ ମନ୍ତ୍ର- ଭଗଭବାୟ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ । ଏହି ମନ୍ତ୍ରକୁ ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ ।

ବୃଷ:- ଗ୍ରହରାଜ ଶନିଶ୍ଚର ନବମ ଭାବରେ ରହି ଆୟଭାବ ବିକ୍ରମଭାବ ଓ ଶତ୍ରୁ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି ବୃଦ୍ଧି ପାଇବ । ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ । ପାରିବାରିକସ୍ତର ହସ ଖୁସିରେ କଟିବ । କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର ଆଦି ବ୍ୟବସାୟରେ ସଫଳତା ଲାଭ କରିବେ । ଉଚ୍ଚ ରାଜନୈତିକ ପଦ ପ୍ରାପ୍ତ ହେବେ । ରାଜଦୂତ, ମନ୍ତ୍ରୀ, ସାଂସଦ ସଭାପତି ଭଳି ପଦ ପାଇପାରନ୍ତି । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ବିଭିନ୍ନଦିଗରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ଆୟ ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ । ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା ଓ ଚିକିତ୍ସକମାନେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ । ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍ । ଶୁକ୍ଳପକ୍ଷ ପ୍ରତିପଦା, ଚତୁର୍ଥୀ ଓ ଚତୁର୍ଦ୍ଦଶୀ ତିଥିରେ ଯେଉଁ ଶନିବାର ପଡିବ ସେହିଦିନ ଶନିପୂଜା ଆରମ୍ଭ କରିବେ । ଏହିପୂଜା ୨୧ଦିନ ପର୍ଯ୍ୟନ୍ତ କରିବାକୁ ହେବ । ମନେରଖିବା ଉଚିତ୍‌ ଯେ ଅଷ୍ଟମୀ, ସପ୍ତମୀ ତଥା ଏକାଦଶୀରେ ଏହି ପୂଜା କଦାପି ଆରମ୍ଭ କରିବେ ନାହିଁ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ ।

ମିଥୁନ:-ଗ୍ରହରାଜ ଶନିଶ୍ଚର ଅଷ୍ଟମ ଭାବରେ ରହି କର୍ମଭାବ, ଧନଭାବ ଓ ସନ୍ତାନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବେ । ରାଜନୀତି କ୍ଷେତ୍ରରେ ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ମଧ୍ୟ ସଫଳତା ପ୍ରାପ୍ତ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ଛାତ୍ରଛାତ୍ରୀ ମାନଙ୍କର ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ । ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

କର୍କଟ:-ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ, ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ ଓ ମୁଣ୍ଡ ଉଚ୍ଚ ରହିବ । ରାଜନୀତିରେ ଲୋକସମର୍ଥନକୁ ଆଧାର କରି ବଳୀୟାନ ହେଲେ ବି ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ ହେବ । ସହକର୍ମୀମାନଙ୍କ ସହ ବାଦବିବାଦର ଅବସାନ ଘଟିବ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସାହାଯ୍ୟ ପାଇ କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ପାଇପାରନ୍ତି । ଭାଇ ଭଉଣୀ ଓ ବନ୍ଧୁମିତ୍ରଙ୍କ ସହ ଉତ୍ତମ ସମ୍ପର୍କ ରହିବା ଯୋଗେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦିତ ହେବେ । ସାଂସାରିକ ଜୀବନ ସୁଖମୟ ହେବ । ଭୋଗବିଳାସ ଓ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରି ପାରିବେ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟି ହୋଇ ନୂଆ ଚାକିରୀରେ ଯୋଗ ଦେଇପାରନ୍ତି । ନୂତନ ବସ୍ତୁ କ୍ରୟ କରିପାରିବେ । ସରକାରୀ ସାହାଯ୍ୟ ମିଳିପାରେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ବାସସ୍ଥାନ ବା ଯାନବାହାନର ନବୀକରଣ କରିପାରନ୍ତି । ଗ୍ରହରଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ୱରାୟ ନମଃ ।

ସିଂହ:-ଗ୍ରହରାଜ ଶନିଶ୍ଚର ଶତ୍ରୁ ଭାବରେ ରହି ନିଧନଭାବ, ବ୍ୟୟଭାବ ଓ ବିକ୍ରମ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, ସ୍ୱାସ୍ଥ୍ୟ ଠିକ୍ ରହିବ । ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ । ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାର ପ୍ରଭାବିତ ହେବା ଫଳରେ ଯଶ ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସହଯୋଗୀମାନେ ସହଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ସଂଚାଳକ, ଓକିଲ, ନ୍ୟାୟଧୀଶ, ଶିକ୍ଷକ, ପ୍ରଶିକ୍ଷକ, ନେତା, ରସାୟନଜ୍ଞ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ କିମ୍ବା ଏହି କ୍ଷେତ୍ରରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ । ଗାୟତ୍ରୀ ମନ୍ତ୍ର- ଭଗଭବାୟ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ । ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ ।

କନ୍ୟା:-ଗ୍ରହରାଜ ଶନିଶ୍ଚର ସନ୍ତାନ ଭାବରେ ରହି ଜାୟାଭାବ, ଆୟଭାବ ଓ ଧନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ବ୍ୟବସାୟରେ ପୁରୁଣା ପ୍ରାପ୍ୟ ଆଦାୟ ହୋଇଯିବା ଫଳରେ ଆନନ୍ଦ ଉଲ୍ଲାସରେ ସମୟ ବିତାଇବେ । କର୍ମକ୍ଷେତ୍ରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତିରେ ବାଧା ଦେଖାଦେଇପାରେ କିନ୍ତୁ ଠିକ୍ ସମୟରେ ସମସ୍ୟା ସମାଧାନ ହୋଇ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ରାଜନୀତି କ୍ଷେତ୍ରରେ କଳହ, ସହକର୍ମୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ପାରିବାରିକ କ୍ଷେତ୍ରରେ ସଂଯମତା ରକ୍ଷା କରି କଥାବାର୍ତ୍ତା କଲେ ସମସ୍ତ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ କରିପାରିବେ । ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଭଲଭାବରେ ବୁଝିସୁଝି ସିଦ୍ଧାନ୍ତ ନେବା ଉଚିତ୍ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ । ଶନିଙ୍କର ରୌଦ୍ର ରୂପ ଶାନ୍ତି କରିବା ପାଇଁ ନବଗ୍ରହ ଯନ୍ତ୍ର ପୂଜା କରିବା ଉଚିତ୍ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

ତୁଳା:-ଗ୍ରହରାଜ ଶନିଶ୍ଚର ସୁଖଭାବରେ ରହି ଶତ୍ରୁଭାବ, କର୍ମଭାବ ଓ ନିଜଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇଲେ ମଧ୍ୟ ସହଯୋଗୀ ମାନଙ୍କର କମ୍ ସହଯୋଗ ଯୋଗେ ଅଧିକ ପରିଶ୍ରମ କରିବାକୁ ପଡିବ । ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ବୈଜ୍ଞାନିକ ଓ ଚିକିତ୍ସକମାନେ ଅଧିକ ଲାଭବାନ୍ ହେବେ । ରାଜନୀତି କ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ ଆଶା ଆକାଂକ୍ଷ । ମହତ୍ଵକାଂକ୍ଷ । ପୂରଣ ହେବ । ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ ଓ ଦାମ୍ପତ୍ୟ ସୁଖରେ ଖୁସି ହେବେ । ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ । ପୁରାତନ ରୋଗ ପୀଡ଼ାର ଉପଶମ ହେବ ଓ ମନୋରଂଜନ କାର୍ଯ୍ୟରେ ସମୟ କଟିବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଗ୍ରହରାଜ ଶନିଶ୍ଚରଙ୍କୁ ସନ୍ତୁଷ୍ଟ କରିବାପାଇଁ ମାଟି କିମ୍ବା ପଥର ଦୀପରେ ରାଶିତେଲ କିମ୍ବା ସୋରିଷ ତେଲର ଦୀପ ଜାଳି ସେଥିରେ ଲୁହାକଣ୍ଟା ପକାଇ ଦୀପ ସମ୍ମୁଖରେ ବସି ଶନିଙ୍କ ବୀଜମନ୍ତ୍ର ପ୍ରତ୍ଯେକ ଶନିବାର ଦିନ ୧୦୮ ଥର ବୈଜୟନ୍ତୀ ମାଳାରେ ଜପ କରିବେ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ ।

ବିଚ୍ଛା:-ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହି ସନ୍ତାନଭାବ, ଭାଗ୍ୟଭାବ ଓ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସାମାଜିକ କ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଆର୍ଥିକ ଦିଗରୁ ଉନ୍ନତି ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ ପଦାର୍ଥ, ଖଣି ଖାଦାନ, କୋରିଅର, କୋଇଲା, କୋଳଥ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ କିମ୍ବା ଏହି ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ । ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ସହ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । ବିଭାଗୀୟ ପରୀକ୍ଷାରେ ଉତ୍ତିର୍ଣ ହୋଇ ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ବନ୍ଧୁ ମିତ୍ରଙ୍କ ସହଯୋଗରେ ପାରିବାରିକ ସମସ୍ୟାର ସମାଧାନ କରି ଆଗକୁ ବଢିବାର ଆଶା ପୂରଣ କରିପାରିବେ । ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ ଦୂରେଇଯାଇ ସମ୍ପର୍କର ମଧୁରତା ସୃଷ୍ଟି ହେବ । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ଗାୟତ୍ରୀ ମନ୍ତ୍ର- ଭଗଭବାୟ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ । ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ ।

ଧନୁ:-ଗ୍ରହରାଜ ଶନିଶ୍ଚର ଧନଭାବରେ ରହି ସୁଖଭାବ, ନିଧନଭାବ ଓ ଆୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହୋଇ ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟରେ ନୂଆ ନୂଆ ଯୋଜନା ପ୍ରସ୍ତୁତ କରି ପ୍ରଶଂସିତ ହେବେ । ସହଯୋଗୀମାନେ ସହଯୋଗ କରିବା ଫଳରେ ଆଶାତୀତ ଲାଭ ମିଳିବ । ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଶତ୍ରୁମାନଙ୍କୁ ପରାଜିତ କରି ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଋଣ ପାଇଁ ଚେଷ୍ଟା କଲେ ଆବଶ୍ୟକ ଅର୍ଥ ପାଇପାରିବେ । ପାରିବାରିକ କ୍ଷେତ୍ରରେ ଆର୍ଥିକସ୍ଥିତି ସୁଧୁରିଯିବା ଫଳରେ ଶାନ୍ତି ବାତାବରଣ ଦେଖାଦେବ । କୁଟୁମ୍ବରେ କୌଣସି ବୟୋଜେଷ୍ଠ ବ୍ୟକ୍ତିଙ୍କ ଠାରୁ ଆଶୀର୍ବାଦ ଓ ସହଯୋଗ ପ୍ରାପ୍ତି ହେବ । କାଳିଗାଈକୁ ପ୍ରତିଦିନ କିଛି ଖାଇବାକୁ ଦେଇ ଶନିଙ୍କୁ ସ୍ମରଣ କରି କହିବେ ଯେ- ହେ ଶନି ଦେବ! ମୁଁ ଆପଣଙ୍କ ନିମିତ୍ତ ଏହା ଦାନ କରୁଛି, କୃପାକରି ଏହା ସ୍ୱୀକାର କରନ୍ତୁ । ପ୍ରଭୁ ମୋର ସବୁ କଷ୍ଟ ଦୂର କରି ଦିଅନ୍ତୁ ।

ମକର:-ଗ୍ରହରାଜ ଶନିଶ୍ଚର ନିଜ ଭାବରେ ରହି ବିକ୍ରମଭାବ, ଜାୟାଭାବ ଓ କର୍ମଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ବ୍ୟବସାୟ କ୍ଷେତ୍ରରେ ଭାଗୀଦାର ଓ କର୍ମଚାରୀଙ୍କ ସହ ବାଦବିବାଦ ମେଣ୍ଟିଯିବା ଫଳରେ ଉତ୍ସାହ ସହ କାର୍ଯ୍ୟ କରି ଅଚଳାବସ୍ଥାକୁ ସୁଧାରିନେଇ ଆଶାତୀତ ଲାଭ ପାଇବେ । ବିଦେଶ ଯାତ୍ରା ଅଥବା ଜନ୍ମସ୍ଥାନ ଠାରୁ ଦୂରକୁ ଯାଇ କର୍ମ ବ୍ୟବସାୟ ବଢେଇବାକୁ ଚେଷ୍ଟା କରିବେ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରିପାରିବେ । ପରୀକ୍ଷା, ପ୍ରତିଯୋଗୀତା ସନ୍ତୋଷ ଜନକ ହେବ । ରାଜନୀତି କ୍ଷେତ୍ରରେ ବହୁଲୋକଙ୍କର ପ୍ରିୟ ଭାଜନ ହେବା ସହ ସମାନ ବିଚାରଧାରା ଲୋକଙ୍କ ଦରକାର ଅନୁଭବ ହେବ । ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ ହେବ ଓ ନିଜ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ କରିବା ଅନୁଚିତ୍ । ତରବରିଆ ଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ । ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଧନସମ୍ପଦ, ବସ୍ତ୍ରଆଭୂଷଣ ଆଦି ଲାଭହେବ । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳାସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

କୁମ୍ଭ:-ଗ୍ରହରାଜ ଶନିଶ୍ଚର ବ୍ୟୟ ଭାବରେ ରହି ଧନଭାବ, ଶତ୍ରୁଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ପରିବାରରେ ସୁଖଶାନ୍ତି ଫେରି ଆସିବା ସହ ପାରିବାରିକ ପରିସ୍ଥିତି ଠିକ୍ ରହି ଗୃହ ସୁଖ ମିଳିବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କଲେ ବହୁତ ଦିନରୁ ରଖିଥିବା ଧନ ଖର୍ଚ୍ଚ ହୋଇ ଯାଇପାରେ । ମନ ଭିତରେ ନୂତନ ଊର୍ଜାର ସଞ୍ଚାର ହେବା ସହ ସମସ୍ତ ଅବଗୁଣର ସମାପ୍ତି ହେବ । ଆର୍ଥିକସ୍ଥିତି ସୁଦୃଢ ରହିବା ସହ ଆୟ ଉପାର୍ଜନରେ ବୃଦ୍ଧି ପାଇବ । ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ । ଦୂରଯାତ୍ରାର ସୁଯୋଗ ପାଇବେ ଓ ଯାତ୍ରାଫଳରେ ଉତ୍ସାହିତ ହେବେ । ବ୍ୟବସାୟ ବାଣିଜ୍ୟ କିମ୍ବା ଯୌଥ ପରିବାର ସମ୍ପର୍କୀୟ ଘଟଣା ଯୋଗୁଁ ବିଶେଷ ବ୍ୟସ୍ତ ରହିବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ୍ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଗାୟତ୍ରୀ ମନ୍ତ୍ର- ଭଗଭବାୟ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ । ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୨୭ ଥର ଜପ କରନ୍ତୁ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।

ମୀନ:-ଗ୍ରହରାଜ ଶନିଶ୍ଚର ଆୟଭାବରେ ରହି ନିଜଭାବ, ସନ୍ତାନଭାବ ଓ ନିଧନ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଯାହା ଫଳରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣି ଖାଦାନ, ସାନିଟାରୀ, କୋରିଅର, କୋଇଲା, କୋଳଥ ଓ ବିରି ଜାତୀୟ ଦ୍ରବ୍ୟ ବ୍ୟବସାୟ କରୁଥିଲେ କିମ୍ବା ଏହି କର୍ମରେ ନିଯୁକ୍ତି ଥିଲେ ବିଶେଷ ଲାଭବାନ୍ ହେବେ । ନୂତନ କର୍ମ ନିଯୁକ୍ତିରେ ସଫଳ ହେବେ । ପାରିବାରିକ ସମସ୍ୟା ସମାଧାନ କରିପାରିବେ । ପତି-ପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ବା ତିକ୍ତତାଭାବ ଦୂରେଇ ଯାଇ ସୁଖୀ ଦାମ୍ପତ୍ୟ ଜୀବନ ଭୋଗ କରିବେ । ଶିକ୍ଷାର୍ଥୀ ମାନଙ୍କର ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ । ବିଦେଶଯାତ୍ରା କରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରି ପାରିବେ । ସହଯୋଗୀମାନେ ପୂର୍ଣ୍ଣ ସହଯୋଗ କରିବା ଫଳରେ କର୍ମକ୍ଷେତ୍ରରେ ପଦୋନ୍ନତି, ପଦ ପଦବୀ ପ୍ରାପ୍ତି, ବିଭାଗୀୟ ଅଧିକାରୀଙ୍କ ଠାରୁ ସମ୍ମାନମିଳିବ । ବୀଜ ମନ୍ତ୍ର- ଓଁ ପ୍ରାଂ ପ୍ରୀଂ ପ୍ରୌଂ ସଃ ଶନୈଶ୍ଚରାୟ ନମଃ । ଏହି ମନ୍ତ୍ରକୁ ପ୍ରତ୍ଯେକ ଦିନ ୧୦୮ ଥର ଜପ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!