ସିଂହ:-ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ଓ ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦାମ୍ପତ୍ୟ ସୁଖରେ ଖୁସି ହେବେ । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ବ୍ୟବସାୟ ସମ୍ବନ୍ଧୀୟ ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡ଼ିବ । ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବା ସହ ମାନସିକ ଶାନ୍ତି ମିଳିବ । ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ଦୂରେଇ ଯିବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଠାରୁ ସମ୍ମାନ ଲାଭ ହେବ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।
କନ୍ୟା:-ଗ୍ରହରାଜ ଶନିଶ୍ଚର ଶତ୍ରୁ ଭାବରେ ରହି ନିଧନଭାବ ବ୍ୟୟଭାବ ଓ ବିକ୍ରମ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଦୀର୍ଘ ୩୦ ବର୍ଷପରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ । ଦୀର୍ଘଦିନ ଧରି ଚିନ୍ତା କରୁଥିବା ନୂତନ କାର୍ଯ୍ୟ ଏବଂ ନୂତନ ବ୍ୟବସାୟ ଅତି ସହଜରେ ଆରମ୍ଭ କରି ପାରିବେ । ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବା ଫଳରେ ଯଶ, ମାନସମ୍ମାନ ପ୍ରତିଷ୍ଠା ମିଳିବ । କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ଆୟ ବଢିବ । କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବା ସହ ବାଦବିବାଦ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ସହ ଯୋଗ କରିବେ । ସେୟାର ବଜାର ଓ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ । କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ଧନର ଆଗମନ ହୋଇ ପାରେ । ପୁରାତନରୋଗରୁ ଉପଶମ ମିଳିବ । ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବ ଓ ମାନସିକ ସ୍ଥିରତା ଦେଖାଦେବ । ନୂଆ ଚାକିରୀରେ ଯୋଗ ଦେଇପାରନ୍ତି । ନୂତନ ବସ୍ତୁ କ୍ରୟ କରିପାରିବେ । ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ । ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ସକ୍ରିୟ ହୋଇ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଗାୟତ୍ରୀ ମନ୍ତ୍ର- ଭଗଭବାହ ବିଦ୍ମହେ ମୃତ୍ୟୁ ରୂପାୟ ଧୀମହୀ ତନ୍ନୋ ସୌରି ପ୍ରଚୋ ଦୟାତ୍ ।
ତୁଳା:-ଗ୍ରହରାଜ ଶନିଶ୍ଚର ସନ୍ତାନ ଭାବରେ ରହି ଜାୟାଭାବ ଆୟଭାବ ଓ ଧନଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ପଦ ପଦବୀ ପ୍ରାପ୍ତି, ଧନ ସମ୍ପତ୍ତି ବୃଦ୍ଧିହେବା ସହ ରାଜକୀୟ କାର୍ଯ୍ୟରେ ପ୍ରଗତି ହେବ । ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ପଦାର୍ଥ, ଖଣିଖାଦାନ, କୋରିଅର, କୋଇଲା, କୋଳଥ, ଗାଡି ମଟର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇ ପାରିବ । ନୂତନ କର୍ମରେ ନିଯୁକ୍ତି ପାଇବେ । ପରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତି ହେବ । ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତ ହେବେ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।
ବିଚ୍ଛା:-ଗ୍ରହରାଜ ଶନିଶ୍ଚର ସୁଖଭାବରେ ରହି ଶତ୍ରୁଭାବ କର୍ମଭାବ ଓ ନିଜଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ । ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ନେତା, ରସାୟନଜ୍ଞ ଓ ଚିକିତ୍ସକ ମାନେ ଅଧିକ ଲାଭବାନ୍ ହେବେ । ପ୍ରତିଦ୍ୱନ୍ଦିତାରେ ବିଜୟୀ ହୋଇ ନୂଆ ନିଯୁକ୍ତିର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ସହ ଯୋଗ କରିବେ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଶାରୀରିକ ସୁସ୍ଥତା ସହ ମାନସିକ ଅଶାନ୍ତି ଦୂର ହେବ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇ ସହଯୋଗୀମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବ୍ୟବସାୟିକ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଉନ୍ନତି ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । କିଛି ନୂତନ କର୍ମ ଆରମ୍ଭ କରି ନିକଟ ସମ୍ପର୍କୀୟଙ୍କଠାରୁ ପ୍ରଶଂସିତ ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ଉଚ୍ଚ ବ୍ୟକ୍ତିତ୍ଵ ବା ପ୍ରତିଭାକୁ ନେଇ ଉଚ୍ଚମନ୍ୟ ହେବାରେ ବାଧା-ପ୍ରତିବନ୍ଧକ ନାହିଁ । ବେଳେବେଳେ କ୍ଳାନ୍ତି ଓ ଅବସନ୍ନତାର ପ୍ରଭାବ କର୍ମବିମୁଖ କଲେ ବି କୌଣସି ଦିଗରୁ ଅନୁପ୍ରେରଣା ମିଳିବା ମାତ୍ରେ ପୁଣି ସତସିଂହର ବଳ-ପରାକ୍ରମ ଘେନି, କର୍ତ୍ତବ୍ୟଭୂମିରେ ନାୟକର ଭୂମିକା ହାସଲ ହେବା ଅବଧାରିତ । ବାଡିଅଁଳା ଚେର ଶନିବାର ଦିନ ସଂଗ୍ରହ କରି କଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ ।