ଦୈନିକ ରାଶିଫଳ: 4 ସେପ୍ଟେମ୍ବର 2021, ଶନିଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କର୍ମରେ ସଫଳତା

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୪ ତାରିଖ, ଶନିବାର, ସିଂହ ମାସ ୧୯ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ଦ୍ଵାଦଶୀ ତିଥି ସକାଳ ୮ଟା ୨୪ମିନିଟ୍ ଗତେ ତ୍ରୟୋଦଶୀ ତିଥି, ପୁଷ୍ୟା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ବରୀୟାନ ଯୋଗ ସକାଳ ୯ଟା ୩୭ମିନିଟ୍ ଗତେ ପରିଘ ଯୋଗ । ତୈତିଳ କରଣ ସକାଳ ୮ଟା ୨୪ମିନିଟ୍ ଗତେ ଗର କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ପୋଇ, ମସୁରଡାଲି ନ ଖାଇଲେ ଭଲ, ସକାଳ ୮ଟା ୨୪ମିନିଟ୍ ପରେ ବାଇଗଣ ନ ଖାଇଲେ ଭଲ । ଯୋଗିନୀ- ନୈରୁତେ ସକାଳ ୮ଟା ୨୪ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୩୫ମିନିଟ୍ ରୁ ସକାଳ ୭ଟା ୭ମିନିଟ୍, ଦିବା ୪ଟା ୨୩ମିନିଟ୍ ରୁ ସନ୍ଧ୍ୟା ୫ଟା ୫୫ମିନିଟ୍ । ଦିବା ୧ଟା ୧୮ମିନିଟ୍ ରୁ ଦିବା ୨ଟା ୫୦ମିନିଟ୍ । ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ରାତ୍ରି ୭ଟା ୨୩ମିନିଟ୍, ରାତ୍ରି ୪ଟା ୮ମିନିଟ୍ ରୁ ୫ଟା ୩୫ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୪ମିନିଟ୍ ରୁ ୧୨ଟା ୫୮ମିନିଟ୍, ରାତ୍ର ୮ଟା ୧୬ମିନିଟ୍ ରୁ ୧୦ଟା ୩୪ମିନିଟ୍, ରାତ୍ର ୧୨ଟା ୯ମିନିଟ୍ ରୁ ୧ଟା ୪୧ମିନିଟ୍, ରାତ୍ର ୨ଟା ୨୯ମିନିଟ୍ ରୁ ୪ଟା ୧ମିନିଟ୍ । ପର୍ବଦିନ- ଦ୍ଵାପରଯୁଗାଦି ଶ୍ରାଦ୍ଧ, ଶନି ପ୍ରଦୋଷ ବ୍ରତ ।

ମେଷ:-ସକାରାତ୍ମକ ଚିନ୍ତାଧାରା ମନରେ ଜନ୍ମ ହେବ । ପ୍ରାଇଭେଟ ଚାକିରୀ କରୁଥିବା ବ୍ୟକ୍ତିମାନଙ୍କର ମନ ଶାନ୍ତ ରହିବ ଓ ଆୟ ବୃଦ୍ଧି ହୋଇ ପାରେ । ଘରର ଗୁରୁଜନ ମାନଙ୍କଠାରୁ ପରାମର୍ଶ ନେଇ କାର୍ଯ୍ୟ କରିଲେ ଲାଭ ପାଇବେ । ନିଜର ଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିପାରିବ । ଚିକିତ୍ସା କ୍ଷେତ୍ରରେ ଜଡିତ ଲୋକମାନେ ସମ୍ମାନ ପାଇପାରନ୍ତି । ବିଦ୍ୟାର୍ଥୀମାନେ ଅଧ୍ୟୟନ ପ୍ରତି ଧ୍ୟାନ ଦେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବୃଷ:-ସହଯୋଗୀଙ୍କ ପ୍ରତି ନିଜ ବ୍ୟବହାର ଖରାପ କରନ୍ତୁ ନାହିଁ । ଆତ୍ମୀୟ ଲୋକଙ୍କୁ ବିଶ୍ୱାସ ଭରସା କଲେ କାର୍ଯ୍ୟ ସିଦ୍ଧି ହେବ । ଆଇନଗତ ବିଷୟରେ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ରହିବ । ସମ୍ପତ୍ତି ବିବାଦ ସମସ୍ୟା ସମାଧାନ କରିପାରିବେ । ପରିବାରରେ ଶାନ୍ତିର ପରିବେଶ ରହିବ । ପ୍ରେମକ୍ଷେତ୍ରରେ ଫୋନ୍ ଓ ଇଣ୍ଟରନେଟ୍ ର ଭଲ ଉପଯୋଗ କରିବେ । ପନିପରିବା ଚାଷୀମାନେ ବିଶେଷ ଲାଭାନ୍ୱିତ ହେବେ । ଗୁରୁତ୍ଵପୂର୍ଣ୍ଣ ଜିନିଷ କିଛି ହଜିଯାଇପାରେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମିଥୁନ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ । ଜୀବନସାଥୀଙ୍କ ପ୍ରତି ସମ୍ମାନଭାବ ଜାଗୃତ ହେବ । କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାମାନେ ଆପଣଙ୍କ ପ୍ରତି ବହୁତ ଖୁସି ରହିବେ । ଚଳଚ୍ଚିତ୍ର ସହିତ ଜଡିତ ଲୋକମାନେ ଭଲ ସୁଯୋଗ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ଘରର ସାଜସଜାରେ ଟଙ୍କା ଖର୍ଚ୍ଚ କରିବେ । ବିଦ୍ୟାର୍ଥୀମାନଙ୍କର ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକଳାପରେ ଆଗ୍ରହ ବୃଦ୍ଧି ପାଇବ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

କର୍କଟ:-ସନ୍ତାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ । ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ । କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ଜନସାଧାରଣଙ୍କ ନିକଟରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ । ନିଜ ପରିବାରର ସଦସ୍ୟଙ୍କ ସହିତ ଅଧିକାଂଶ ସମୟ ବିତାଇବେ । ପ୍ରତିକାର:- ପାଣିରେ ଟିକେ ହଳଦୀ ପକାଇ ସ୍ନାନ କରନ୍ତୁ ।

ସିଂହ:-ସନ୍ତାନଙ୍କର ଉନ୍ନତିରେ ଉତ୍ସାହିତ ହେବେ । ଅଫିସ୍ ରେ ମାଲିକଙ୍କର ଆଚରଣ ଆପଣଙ୍କ ପ୍ରତି ଭଦ୍ରଭାବ ରହିବ । ଖଣି ଓ ଜଙ୍ଗଲ କ୍ଷେତ୍ରରେ କର୍ମରତ ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ରାଜନୀତିରେ ସୁଯୋଗ ହାତଛଡା ହେବାର ନାହିଁ । ଯେଉଁ କାର୍ଯ୍ୟ କରିବାକୁ ଇଛା କରୁନଥିଲେ ପରିସ୍ଥିତିରେ ପଡି ସେହି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ଆଇନ୍ କାନୁନ୍ ସମସ୍ୟାକୁ ଅବହେଳା କରନ୍ତୁ ନାହିଁ । ପ୍ରେମପ୍ରସଙ୍ଗରେ ମିଛ କହିବା ଠାରୁ ଦୂରେଇ ରୁହନ୍ତୁ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସରକାରୀ କ୍ଷେତ୍ରରେ ଉନ୍ନତିହେବ । ବ୍ୟବସାୟରେ ଲାଭବାନ ହେବେ । ରାଜନୈତିକ କ୍ଷେତ୍ରରେ ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ଆପଣଙ୍କର ଶାନ୍ତସ୍ଵଭାବ ଓ ମଧୁର କଥା ହେତୁ ଲୋକମାନେ ଆକର୍ଷିତ ହେବେ । ଅଯଥା ଭ୍ରମଣ ହେତୁ ଟିକେ ଅସହଜ ଅନୁଭବ କରିବେ । ଟଙ୍କା ଦେବା ନେବା କାରବାରରୁ ଦୂରେଇ ରୁହନ୍ତୁ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-ଶୁଭ ସମ୍ବାଦପାଇ ଖୁସିହେବେ । ଆର୍ଥିକ ଦିଗରୁ ସୁବିଧା ସୁଯୋଗ ପାଇ ଉନ୍ନତି ହେବ । ମାନସିକ ଏକାଗ୍ରତା ରଖି ପାରିବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି । ଯେକୌଣସି ନୂତନକାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ ଅତ୍ୟନ୍ତ ଶୁଭ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ପ୍ରତିକାର- ମିଠାଦହି ଖାଇ କରି ଘରୁ ବାହାରନ୍ତୁ ।

ବିଚ୍ଛା:-ସାମାଜିକ ପତିଆରା ଅମଳିନ ରହିବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ପରିବାରରେ ବୁଝି ବିଚାରି କାର୍ଯ୍ୟ କଲେ ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ । ବ୍ୟବସାୟରେ ସାମାନ୍ୟ ଲାଭ ପାଇବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗରେ ଆର୍ଥିକ ଦିଗରୁ ସୁବିଧା ପାଇବେ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରିବେ ନାହିଁ ।

ଧନୁ:-ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସାର୍ବଜନୀନ ସମ୍ପର୍କରେ ନିଜର ବ୍ୟକ୍ତିତ୍ଵ ବିକଶିତ ହେବ । ରାଜନୀତିରେ ପ୍ରଶଂସିତ ହେବେ । ଯେ କୌଣସି ବିଷୟରେ ଆଲୋଚନା କରିବେ ଏକ ତରଫା ମତ ପ୍ରଦାନ କରିବା ଦ୍ଵାରା କିଛି କ୍ଷତି ହୋଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ । ସୁଖ, ସମ୍ପତ୍ତି ଲାଭ ଓ ସାହାଯ୍ୟ ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । ନୂତନ ବାହନ, ଜାଗା, ଜମି, ଗୃହ ଆଦି କ୍ରୟ କରିବାର ଯୋଜନା କରିବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ । ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ସୁବିଧା ସୁଯୋଗ ପାଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବା ସହ ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହେବ । ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପ୍ରଶଂସିତ ହେବେ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧିହେବା ସହ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ପ୍ରତିକାର- ପାଣିରେ ଟିକେ ଗୋମୁତ୍ର ପକାଇ ଘରକୁ ପୋଛନ୍ତୁ ।

ମୀନ:-ସାନ ଭାଇ ଭଉଣୀଙ୍କ ଠାରୁ ଲାଭ ପାଇବେ ଓ ପରିବାରରେ ମାନ ମନାନ୍ତର ଦୂର ହେବ । ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ । ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରି ପାରିବେ । ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ବ୍ୟବସାୟୀରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଶତୃ ଓ ବିରୋଧିମାନେ ଜଣାପଡି ଅପଦସ୍ଥ ହେବେ । ଧ୍ୟାନ ଓ ମେଡିଟେସନ ପାଇଁ ସମୟ ଦେବା ଉଚିତ୍ । ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!