ଦୈନିକ ରାଶିଫଳ: 2 ସେପ୍ଟେମ୍ବର 2021, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୨ ତାରିଖ, ଗୁରୁବାର, ସିଂହ ମାସ ୧୭ ଦିନ, ଭାଦ୍ରବ ମାସ, କୃଷ୍ଣପକ୍ଷ, ମଳ ଦଶମୀ ତିଥି ପ୍ରାତଃ ୬ଟା ୨୨ମିନିଟ୍ ଗତେ ଏକାଦଶୀ ତିଥି, ଆର୍ଦ୍ରା ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର । ସିଦ୍ଧି ଯୋଗ ଦିବା ୧୦ଟା ୮ମିନିଟ୍ ଗତେ ବ୍ୟତିପାତ ଯୋଗ । ବିଷ୍ଟି କରଣ ସକାଳ ୬ଟା ୨୨ମିନିଟ୍ ଗତେ ବବ କରଣ । ତୁଳା, କୁମ୍ଭ ରାଶିର ଘାତବାର । କନ୍ୟା ରାଶିର ଘାତଚନ୍ଦ୍ର । କଳମଶାଗ ନ ଖାଇଲେ ଭଲ, ପ୍ରାତଃ ୬ଟା ୨୨ମିନିଟ୍ ପରେ ଶିମ୍ବ, ଆମିଷ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ଉତ୍ତରେ ପ୍ରାତଃ ୬ଟା ୨୨ମିନିଟ୍ ପରେ ଆଗ୍ନୟେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୨ଟା ୫୧ମିନିଟ୍ ରୁ ଦିବା ୪ଟା ୨୪ମିନିଟ୍ । ଦିବା ୪ଟା ୨୪ମିନିଟ୍ ରୁ ସନ୍ଧ୍ୟା ୫ଟା ୫୭ମିନିଟ୍ । ରାତ୍ରି ୧୧ଟା ୪୬ମିନିଟ୍ ରୁ ରାତ୍ରି ୧ଟା ୧୩ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୫ମିନିଟ୍ ରୁ ୭ଟା ୧୨ମିନିଟ୍, ଦିବା ୧୦ଟା ୩୨ମିନିଟ୍ ରୁ ୧୨ଟା ୫୯ମିନିଟ୍, ରାତ୍ର ୨ଟା ୩୦ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ ।

ମେଷ:-ସାମାନ୍ୟ ପରିଶ୍ରମ କରି ଅଧିକ ଲାଭ ପାଇବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରି ପାରନ୍ତି । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ପେଶା, ବ୍ୟବସାୟ, ଭାଗୀଦାରି ଓ ବନ୍ଧୁମିତ୍ରଙ୍କ ଦ୍ୱାରା ଲାଭବାନ ହେବେ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବନାହିଁ । ପ୍ରତିକାର-ଲାଲଚନ୍ଦନ ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ବୃଷ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାକୁ ବିଚାର କରିବେ । ଫୋନ୍ ଓ ଇଣ୍ଟରନେଟ୍ ର ଭଲ ଉପଯୋଗ କରିବେ । ପ୍ରେମିକ ପ୍ରେମିକା ମାନେ ବିବାହ କରିବା ପାଇଁ ଯୋଜନା କରିବେ । କଳା ସଙ୍ଗୀତ ନୃତ୍ୟ ଗୀତ ଓ ଚଳଚ୍ଚିତ୍ର ସହିତ ଜଡିତ ଲୋକମାନେ ଭଲ ସୁଯୋଗ ପାଇବେ । ଆର୍ଥିକ ସମସ୍ୟା ଦୂର ହେବ । ଘରର ସାଜସଜାରେ ଟଙ୍କା ଖର୍ଚ୍ଚ କରିବେ । ପରିବାର ସହିତ ବାହାରକୁ ଖାଇବାକୁ ଯାଇପାରନ୍ତି । ଜୀବନସାଥୀଙ୍କ ପ୍ରତି ସମ୍ମାନଭାବ ଜାଗୃତ ହେବ । ପ୍ରତିକାର:- କଦଳୀଗଛ ମୂଳରେ ଗୁଡ଼ଟିକେ ଥୋଇ ଦିଅନ୍ତୁ ।

ମିଥୁନ:-ଆକସ୍ମିକ ଧନ ପ୍ରାପ୍ତିର ଯୋଗ ଅଛି । ପାରିବାରିକ ଜୀବନ ଆନନ୍ଦମୟ ହେବ । ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବ । ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ମାଲିମୋକଦ୍ଦମା ଓ ପ୍ରତିଦ୍ୱନ୍ଦିତାରେ ସଫଳ ହୋଇ ସମ୍ପତ୍ତି କ୍ରୟ କରିବେ । ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-କର୍ମକ୍ଷେତ୍ରରେ କର୍ମଚାରୀଙ୍କ ଠାରୁ କାମ ଆଦାୟ କରିବାକୁ ନିଜେ ପରିଶ୍ରମ କରିବାକୁ ପଡିବ । ଭବିଷ୍ୟତକୁ ନେଇ କାଳ୍ପନିକ ଚିନ୍ତାଧାରାରେ ରହିବେ ଓ ଭଲ ସୁଯୋଗର ଲାଭ ଉଠାଇ ପାରିବେ । ଯେ କୌଣସି କଥାରେ ନା ଶବ୍ଦ କହିବାକୁ ବହୁତ କଷ୍ଟ ହେବ । ଯେଉଁ କାର୍ଯ୍ୟ କରିବାକୁ ଇଛା କରୁନଥିଲେ, ପରିସ୍ଥିତିରେ ପଡି ସେହି କାର୍ଯ୍ୟ କରିବାକୁ ବାଧ୍ୟ ହେବେ । ବିଦ୍ୟାର୍ଥୀମାନଙ୍କର ପାଠପଢା ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟ କଳାପରେ ଆଗ୍ରହ ବୃଦ୍ଧି ପାଇବ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ:-ସ୍ୱାସ୍ଥ୍ୟ ଦିଗରୁ ପ୍ରାୟତଃ ଠିକ୍ ରହିବ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତିର ସୂଚନା ପାଇବେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଯାତ୍ରାରେ ସଫଳତା ପ୍ରାପ୍ତି ହେବ । ଜମିବାଡ଼ି ନେଇ କେତେକ ସମସ୍ୟା ସମାଧାନ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା:-ସହକର୍ମୀମାନଙ୍କର ସମର୍ଥନ ଏବଂ ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । କଳା, ସାହିତ୍ୟ ଓ ସାମ୍ବାଦିକତାରେ ପ୍ରଂଶସିତ ହେବେ । ପରିବାରରେ କ୍ରୋଧ ନିୟନ୍ତ୍ରଣ ନ ରଖିଲେ କ୍ଷତି ସହିବେ । ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ବ୍ୟବସାୟୀମାନେ କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ । କର୍ମକ୍ଷେତ୍ରରେ ଅପେକ୍ଷାକୃତ ସୁସ୍ଥ ବାତାବାରଣ ଦେଖାଦେବ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ । ବନ୍ଧୁ, ମିତ୍ର ଏବଂ ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ରାଜନୈତିକ କ୍ଷେତ୍ରର ସାବଧାନତା ପୂର୍ବକ ପାଦ ବଢ଼େଇବା ବୁଦ୍ଧିମତା ପୂର୍ଣ୍ଣ ହେବ । ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଭାଗୀଦାରୀ ବ୍ୟବସାୟି ମାନଙ୍କ ସହିତ ସାମାନ୍ୟ ତାଳମେଳ ରହିବ । ବିଦ୍ୟାର୍ଥୀମାନେ ଶିକ୍ଷକମାନଙ୍କ ଠାରୁ ବିଶେଷ ମାର୍ଗଦର୍ଶନ ପାଇବେ । ଯେପରି ଆପଣଙ୍କ କଥାରେ କାହାର ହ୍ରୁଦୟକୁ ନବାଧୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସଞ୍ଚୟ କରିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ କରିପାରନ୍ତି । ଜୀବନସାଥୀଙ୍କ ସହିତ ମତଭେଦ ବଢିବାକୁ ଦିଅନ୍ତୁ ନାହିଁ । ନିଜର ଇଛାଶକ୍ତିକୁ ଅବହେଳା କରନ୍ତୁ ନାହିଁ । ବେଳେବେଳେ କ୍ରୋଧିତ ହୋଇପାରନ୍ତି । ଅଳସୁଆପଣକୁ ଦୂର କରନ୍ତୁ । ପ୍ରତିକାର :- ଭୋକିଲା ଲୋକଙ୍କୁ ଭୋଜନ ଦିଅନ୍ତୁ ।

ଧନୁ:-ପୂର୍ବରୁ କରିଥିବା ଭୁଲ ଗୁଡିକୁ ସଂଶୋଧନ କରିବାର ସୁଯୋଗ ପାଇବେ । ପ୍ରେମୀଯୁଗଳ ଇଣ୍ଟରନେଟ୍ ଦ୍ଵାରା ନୂତନ ବନ୍ଧୁ ବା ମିତ୍ର ସୃଷ୍ଟି କରିପାରିବେ । କର୍ମକ୍ଷେତ୍ରରେ କର୍ମଚାରୀମାନେ ଆପଣଙ୍କୁ ସାହାଯ୍ୟ କରିବା ଫଳରେ ଜନସାଧାରଣଙ୍କ ନିକଟରେ ନିଜର ପ୍ରତିଭାକୁ ବିକଶିତ କରି ପାରିବେ । ସନ୍ତାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ, ସେଥିପାଇଁ ଆପଣ ଗର୍ବ ଅନୁଭବ କରିବେ । ନିଜ ପରିବାରର ସଦସ୍ୟଙ୍କ ସହିତ ଅଧିକାଂଶ ସମୟ ବିତାଇବେ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ଧାରଣ କରନ୍ତୁ ।

ମକର:-ସମାଜର ଗୁରୁତ୍ଵପୂର୍ଣ୍ଣ ଲୋକଙ୍କ ସହିତ ସମ୍ପର୍କ ମଜବୁତ ହେବା ଫଳରେ ସରକାରଙ୍କ ଠାରୁ ସମ୍ମାନ ମିଳିପାରେ । ବ୍ୟବସାୟରେ ବଡ ଧରଣର ନିବେଶ କରିବା ପାଇଁ ଚିନ୍ତା କରିବେ । ଅଳ୍ପ ଦୂରକୁ ଯାତ୍ରା କରିବାର ସମ୍ଭାବନା ଅଛି । ମାର୍କେଟିଂ ସହିତ ଜଡିତ ଲୋକମାନେ ଭଲ ଆର୍ଥିକ ଲାଭ ପାଇବେ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ସାଙ୍ଗମାନଙ୍କ ଠାରୁ ଉପହାର ପାଇବାର ସମ୍ଭାବନା ଅଛି । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

କୁମ୍ଭ:-ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ । ପୁରୁଣା ରୋଗ ସମସ୍ୟାରୁ ମୁକ୍ତି ମିଳିବ । ଅଧିକ ଓଭରଟାଇମ କାମ କରିବାକୁ ପଡିପାରେ । ନିଜର କାର୍ଯ୍ୟର ଗୁଣବତାକୁ ବଢାଇବାକୁ ଚେଷ୍ଟା କରିବେ । ଯୋଜନା ଅନୁଯାଇ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଅନିୟମିତ ଖାଦ୍ୟ ଖାଇବା ହେତୁ ଗ୍ୟାଷ୍ଟିକ ଓ ମୁଣ୍ଡବ୍ୟଥା ସମସ୍ୟା ଦେଖାଦେବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମୀନ:-ପିଲାଦିନର ସାଙ୍ଗମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇପାରିବେ । ନିଜର ଇଛାଶକ୍ତିକୁ ଅନ୍ୟଉପରେ ଲଦିଦେଇ ଫାଇଦା ଉଠେଇ ପାରିବେ । ପୈତୃକ ବ୍ୟବସାୟରେ ଉନ୍ନତି ହେବା ସହ ପୂର୍ବରୁ କରିଥିବା ପରିଶ୍ରମର ଫଳ ଉଚିତ୍ ପରିମାଣରେ ମିଳିପାରେ । ଆମଦାନୀ ରପ୍ତାନି ବ୍ୟବସାୟ ଲାଭଦାୟକ ହେବ । ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ । ଯାତ୍ରା ଫଳରେ ଉତ୍ସାହିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!