ସେପ୍ଟେମ୍ବର 12 ତାରିଖରୁ ସେପ୍ଟେମ୍ବର 18 ତାରିଖ ସାପ୍ତାହିକ ରାଶିଫଳ, ଏହି 2ଟି ରାଶିର ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ । ବନ୍ଧୁମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ପରିବାରରେ ସୁଖଶାନ୍ତି ଯୋଗେ ସମସ୍ତ ଚିନ୍ତା ଦୂର ହେବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଲୁଗାପଟା ଓ ସୌଖୀନ ଦ୍ରବ୍ୟରେ ବ୍ୟବସାୟୀମାନେ ଦ୍ଵିଗୁଣ ଲାଭ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ନୂତନ କର୍ମ ନିଯୁକ୍ତି ପାଇବେ ଓ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ସତର୍କ ରହିଲେ ଆର୍ଥିକ ଭରସାମ୍ୟ ରକ୍ଷାକରୀ ପାରିବେ ଓ ଶାନ୍ତିର ନିଃଶ୍ଵାସ ମାରି ପାରିବେ । ଶ୍ରମିକ ଓ କର୍ମଚାରୀ ମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଜୟଯୁକ୍ତ ହେବେ । ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ । ରାଜନୀତି କ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ । ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ । ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ ସାଙ୍ଗକୁ ସ୍ୱାସ୍ଥ୍ୟକର ପରିବେଶ ଓ ସମ୍ମାନଜନକ ଘଟଣା ଘଟିବ । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ପରିବାରରେ ସୁଖ ଶାନ୍ତି ଓ ସାମଞ୍ଜସ୍ୟ ବାତାବରଣ ରହିବ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ଅନେକ ପ୍ରକାର ପରିବର୍ତ୍ତନ ଆସିବ । ଗୃହୋପକରଣ କ୍ରୟ କରି ପାରନ୍ତି । ଆମୋଦ ପ୍ରମୋଦ, କ୍ରିଡା, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ମଉଜ ମଜିଲିସ୍ ରେ ଆନନ୍ଦିତ ହେବେ । ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସାମାଜିକ ପତିଆରା ଅମଳିନ ରହିବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ଅନେକ ପ୍ରକାର ଉଲ୍ଲେଖନୀୟ ପରିବର୍ତ୍ତନ ଆସିବ । ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟିତ ହେବେ । ବାଦବିବାଦ, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ କୂଟନୀତିର ପ୍ଲାନ୍ ଚଳାଇ ସ୍ଥାନ ଓ ସ୍ଥିତି ଅଟଳ ରଖି ପାରିବେ । ଛାତ୍ରଛାତ୍ରୀମାନେ ଅଳ୍ପ ପରିଶ୍ରମ କରି ଅଧିକ ଲାଭ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅର୍ଥ ସଂପର୍କିତ ଚୁକ୍ତିପତ୍ର କଲେ ପ୍ରଚୁର ଲାଭବାନ ହେବେ । କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ । କୌଣସି ମିତ୍ରଙ୍କ ସାହାଯ୍ୟ ଦ୍ଵାରା ଉନ୍ନତି କରିବେ ଓ ସୁଖ, ସମ୍ପତ୍ତି ଲାଭହେବ । ନୂତନ ଗୃହ ନିର୍ମାଣ କରିବାର ଯୋଜନା ପ୍ରସ୍ତୁତ କରିପାରନ୍ତି । ଉଚ୍ଚାଧିକାରୀ କାମରେ ପ୍ରସନ୍ନ ରହିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ କର୍ମତତ୍ପରତା ଓ ସଫଳତା ଯୋଗେ ଉଚ୍ଚ ସମ୍ମାନ ଲାଭ ହେବ । ପରିବାରରେ ସୁଖ ସମ୍ପଦ ପ୍ରାପ୍ତି ହେବ । ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ । କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କ ସହଯୋଗ ପାଇବା ସହ ଉପରିସ୍ଥ ଅଧୀକାରୀଙ୍କ ପ୍ରିୟଭାଜନ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ପରାସ୍ତ ହୋଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ଜାଗା ଜମି ଗୃହ ବାହନ ବା କୌଣସି ଇଲୋକଟ୍ରନିକ୍ସ ସାମଗ୍ରୀ ଓ ଘରର ଉପଯୋଗ ସାମଗ୍ରୀ କ୍ରୟ କରିପାରନ୍ତି । ନିଶ୍ଚିତ ରୂପରେ ଯୋଜନାବଦ୍ଧ କର୍ମରେ ସଫଳତା ମିଳିବ । ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ସିଂହ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପରିବାରରେ ଆର୍ଥିକ ଉନ୍ନତି ହେବାସହ ଖୁସିର ବାତାବରଣ ସ୍ଥାୟି ରହିବ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ, ଆୟବୃଦ୍ଧି ହେବ, ଋଣମୁକ୍ତି, ଲୋକ ସମ୍ପର୍କ ବୃଦ୍ଧି ହେବ । ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ । ସହଯୋଗୀଙ୍କ ଠାରୁ ସହଯୋଗ ପାଇ କର୍ମକ୍ଷେତ୍ରରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ । ଅଜ୍ଞାତ ବ୍ୟକ୍ତିଙ୍କୁ ସାକ୍ଷାତ ହେବା ଲାଭଦାୟକ ହେବ । ରାଜନୀତି କ୍ଷେତ୍ରରେ ପଦପଦବୀ ଓ ପ୍ରତିଷ୍ଠା ପ୍ରାପ୍ତି ହେବ । ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ବନ୍ଧୁ ମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ଯାହାର ବେଶି ଉପକାର କରିବେ ତାହାଦ୍ୱାରା ବେଶି ଆଘାତ ପାଇବେ । ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ କୌଣସି ଶୁଭକାର୍ଯ୍ୟ ଆୟୋଜନରେ ଯୋଗ ଦେବେ । ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ଜୀବନର ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ରାଜନୀତି କ୍ଷେତ୍ରରେ ଶୁଭ ସମ୍ବାଦ ପାଇବେ ଓ ବିଶେଷ ଲାଭାନ୍ୱିତ ହୋଇ ପାରନ୍ତି । ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷକ ଓ ସହପାଠୀ ମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ । ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳ ହେବେ । ଗୃହୋପକରଣ କ୍ରୟ କରିବା ପାଇଁ ମନ ବଲେଇବେ । ଧର୍ମକାର୍ଯ୍ୟକୁ ମନ ବଳାଇ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି । ଆର୍ଥିକ ଦିଗରୁ ଲାଭ ନହେଲେ ମଧ୍ୟ ବ୍ୟୟଭାର କମ୍‌ ହେବ । ବନ୍ଧୁ ମିତ୍ରମାନଙ୍କ ସହଯୋଗ ପାଇ ବ୍ୟବସାୟରେ ଅଚାନକ ଭାବରେ ପରିବର୍ତ୍ତନ ହୋଇପାରେ ଓ ଉଚିତ୍ ଲାଭ ମଧ୍ୟ ପ୍ରାପ୍ତି ହେବ । ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇ ପାରନ୍ତି । ଖେଳ, ବିଦ୍ୟାକ୍ଷେତ୍ରରେ ଆଦୃତ ହେବେ । ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପରିବାରର ସଦସ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ବ୍ୟବସାୟ କ୍ଷେତ୍ରରେ ସୁଖସୌଭାଗ୍ୟ ତଥା ଯଶପ୍ରସିଦ୍ଧି ଆଶା କରି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଅଫିସ୍ ରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ବନ୍ଧୁ ଓ ମିତ୍ରଙ୍କଠାରୁ ସାହାଯ୍ୟ ସଯୋଗ ମିଳିବ । ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ । କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ପ୍ରତିଦ୍ଵନ୍ଦିତାରେ ସଫଳ, ବିଦ୍ୟାକ୍ଷେତ୍ରରେ ଶୁଭଯୋଗ, ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ଦାମ୍ପତ୍ୟ କଳହ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ । ସାଧୁସନ୍ଥ ଓ ଗୁରୁଜନଙ୍କ ଶୁଭାଶୀର୍ବାଦ ପ୍ରାପ୍ତ ହେବ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ମାଲିମୋକଦ୍ଦମାରେ ସଫଳତା ମିଳିବ । ପରୋପକାର ଏବଂ ସମାଜସେବା କାର୍ଯ୍ୟରେ ରୁଚି ବୃଦ୍ଧିହେବ । ପିଲାମାନଙ୍କ ପ୍ରତି ସତର୍କ ରହି ଆନନ୍ଦିତ ହେବେ । ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ପ୍ରତିକାର-ପ୍ରତ୍ୟେକଦିନ ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିସ୍କାର କରିବେ । ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତି ସ୍ତରରେ ଅଳ୍ପରେ ସନ୍ତୁଷ୍ଟ ହୋଇ ମୁଣ୍ଡ ଉଚ୍ଚା ରହିବ । ସାହିତ୍ୟଚର୍ଚ୍ଚା, ସଭାସମିତିରେ ସଫଳତା ମିଳିବ । ସେୟାର ବଜାରରେ ମୁନାଫା ମିଳିବ ଓ ପୁରୁଣା ନିବେଶ ଲାଭ ଦେବ । କାର୍ଯ୍ୟକ୍ଷେତ୍ରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ନୂତନ ଯାନବାହନ, ଗୃହ, ଜାଗା ଜମି ଆଦି କ୍ରୟ କରି ପାରିବେ । ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ । ପରିବାରରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଶାରୀରିକ ଅସୁସ୍ଥତା ଦୂରେଇଯିବ ଓ ଶୁଭକାମ କରି ପ୍ରଶଂସିତ ହେବେ । କର୍ମକ୍ଷେତ୍ରରେ କର୍ତ୍ତବ୍ୟ ଠିକ୍ ତୁଲେଇବା ଫଳରେ ଯଶ, ମାନ, ପ୍ରତିଷ୍ଠାର ଅଧିକାରୀ ହେବେ । ଛାତ୍ର ଛାତ୍ରୀମାନେ ସାକ୍ଷାତକାର ପାଇଁ ଦୂରଯାତ୍ରା କରିପାରନ୍ତି । ରାଜନୈତିକ କ୍ଷେତ୍ରରେ ଲୋକମାନଙ୍କୁ ଆପଣେଇ ନବା ଫଳରେ ସମ୍ମାନିତ ହୋଇ ପାରନ୍ତି । କୌଣସି ନୂତନ ଗୃହୋପକରଣ କିଣିବା ପାଇଁ ଯୋଜନା କରିବେ । ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ବିଶେଷ ଲାଭବାନ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ପାରିବାରିକ ଜୀବନରେ ସୁଧାର ଆସିବା ସହ ପଡାପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ସୁଖଶାନ୍ତିରେ ସମୟ କଟାଇ ପାରିବେ । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ରାଜନୀତି କ୍ଷେତ୍ରରେ ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ପରିବର୍ତ୍ତନ ହେଲେ ମଧ୍ୟ କ୍ଷୟକ୍ଷତି ଘଟିବାର ଆଶଙ୍କା ନାହିଁ । ନୂତନ ବନ୍ଧୁ ମିତ୍ରଙ୍କ ସହ ମିଳନ ହେବ । ବିପରୀତ ଲିଙ୍ଗୀଙ୍କ ସହଯୋଗ ଦ୍ଵାରା ଆଗକୁ ବଢିବେ । କାର୍ଯ୍ୟ କ୍ଷେତ୍ରରେ ଲାଭ ଉଠେଇବେ । ଧର୍ମକର୍ମରେ ରୁଚି ରହିବ । ମିତ୍ରଙ୍କ ସାହାଯ୍ୟ ଦ୍ଵାରା କର୍ମ ହେବ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା, ପ୍ରତିଯୋଗୀତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ଆୟ ଓ ପ୍ରତିଷ୍ଠାରେ ଅପ୍ରତ୍ୟାଶିତ ତେଜ ଆସିବ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । କୌଣସି ମହତ୍ଵପୂର୍ଣ୍ଣ କାର୍ଯ୍ୟଭାର ହାତକୁ ନେବେ । ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅଟକିଥିବା କାର୍ଯ୍ୟ ସମ୍ପନ୍ନ ହେବ । ଯେ କୌଣସି ପରୀକ୍ଷା ବା ସାକ୍ଷାତ୍କାରର ପରିଣାମ ଆପଣଙ୍କ ସପକ୍ଷରେ ରହିବ । ମନରେଥିବା କାମନା ପୂର୍ଣ୍ଣ ହେବ । ପ୍ରେମପ୍ରସଙ୍ଗରେ ଆଗକୁ ବଢିପାରିବେ ଓ ସଫଳତା ମିଳିବ । ବିତିଯାଇଥିବା ମାମଲାରେ ମଧ୍ୟ ସଫଳତା ମିଳିବ । ଅଏସ୍ ଆରାମ ସୁଖସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ । କାରବାରରେ ଲାଭ ହୋଇ ଆର୍ଥିକ ମାମଲାରେ ସ୍ଥାୟିତ୍ଵ ଆସିବ । ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ । ଉଚ୍ଚାଧିକାରୀ ବ୍ୟକ୍ତିମାନେ ପ୍ରସନ୍ନ ରହିବେ । ଲୋକକଲ୍ୟାଣ କର୍ମରେ ନିଜକୁ ନିୟୋଜିତ କରିବେ । ସାମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ । ରାଜନୀତି କ୍ଷେତ୍ରରେ ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଛାତ୍ରଛତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ । କୋର୍ଟ କଚେରୀ ମାମଲାର ଶୁଣାଣି ସପକ୍ଷରେ ଯିବ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!