ସେପ୍ଟେମ୍ବର 05 ତାରିଖରୁ ସେପ୍ଟେମ୍ବର 11 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିର ବନୁଛି ମହାସଂଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ । ବ୍ୟବସାୟୀମାନେ କଠିନ ପରିଶ୍ରମ କରି ଆଶାନୁରୂପ ଲାଭବାନ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟଲାଭ ହେବ । ରାଜନୈତିକ କ୍ଷେତ୍ରରେ ଭୟ ସତ୍ତ୍ୱେ ଜୟ ଓ ନାନା ସମସ୍ୟାର ସମାଧାନ ହେବ । ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ କରିବା ପାଇଁ ଚେଷ୍ଟିତ ହେବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ । ସେୟାର ବଜାରରେ ମୁନାଫା ମିଳିବ । ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ପ୍ରମୋଶନର ସୂଚନାପାଇ ଖୁସି ହେବେ । ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ । ଆୟ ଉପାର୍ଜନ ବୃଦ୍ଧି ପାଇବ । ପ୍ରତିକାର- ନାଲିରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବହୁତ ଦିନରୁ ଲାଗିଥିବା ଚିନ୍ତା ଓ ବିବାଦରୁ ମୁକ୍ତି ମିଳିବ । ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ଯୋଗେ ଧନର ଆଗମନ ହୋଇପାରେ । ସ୍ଥଗିତଥିବା କର୍ମଟି ପୂରଣ ହେବାପାଇଁ ଆର୍ଥିକ ସଙ୍କଟ ଦୂରେଇ ଯିବ । କୌଣସି ନୂତନ କର୍ମ କରୁଥିଲେ ସେଥିରେ ବିଜୟୀ ହେବେ । ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ । ଆୟବୃଦ୍ଧି, ଋଣମୁକ୍ତି, ଲୋକ ସମ୍ପର୍କ ବୃଦ୍ଧି ହେବ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । ପ୍ରେମିକ ପ୍ରେମିକା ମାନଙ୍କର ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ । କୃଷି କ୍ଷେତ୍ରରେ ସଫଳତା ଦେଖାଦେବ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ବ୍ୟବସାୟ ପାଇଁ ଦୂରଯାତ୍ରା କରିବା ଫଳରେ ଆଶାତୀତ ଲାଭ ମିଳିବ । କ୍ରୋଧିତ ହେଲେ ତିଆରି କରିଥିବା କାର୍ଯ୍ୟରେ ସଫଳ ହେବେ ନାହିଁ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କୌଣସି ନୂତନ ବ୍ୟକ୍ତିଙ୍କ ସହିତ ଭେଟ ହେବା ଫଳରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ । ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ରାଜନୀତିରେ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ । ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ନିଯୁକ୍ତି ପାଇବେ । ଅସହାୟ ଓ ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ମନ ବଳାଇବେ । ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ । ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧକୁ ବିବାହରେ ପରିଣତ କରିବାକୁ ଚେଷ୍ଟା କରିବେ । ପ୍ରତିକାର- ପ୍ରତ୍ୟେକ ଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ରାଜନୈତିକ କ୍ଷେତ୍ରରେ ସ୍ଥିତି ସୁଦୃଢ଼ ହେବା ସହ କାର୍ଯ୍ୟଭାର ବୃଦ୍ଧି ପାଇବ । ବ୍ୟବସାୟ ପାଇଁ ଆଖପାଖକୁ ଯାତ୍ରା କରିବାର ସମ୍ଭାବନା ଅଛି । ମିତ୍ର ସହଯୋଗୀ ମାନେ ସାହାଯ୍ୟ ସହଯୋଗ କରିବେ । ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ । ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ । ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ । ବାଦବିବାଦ, ମାଲିମୋକଦ୍ଦମା, ପରୀକ୍ଷା ପ୍ରତିଯୋଗିତାରେ ଉଚ୍ଚ ପ୍ରଶଂସିତ ହେବେ । ଇଛାଶକ୍ତି ପ୍ରବଳ ମାତ୍ରାରେ ଜାଗ୍ରତ ହେବା ଫଳରେ ଅର୍ଥର ସମ୍ୟକ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହୋଇ ପାରନ୍ତି । ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁବଢ଼ିବାର ଯୋଜନା ସଫଳହେବ । କଳା, ସାହିତ୍ୟ ଓ ସାମ୍ବାଦିକ ତାରେ ପ୍ରଂଶସିତ ହେବେ । ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ଏ ସପ୍ତାହରେ ମହିଳା ଓ ପୁରୁଷ ମାନେ ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ । ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ । ଲେଖନ, କଳା ଓ ସମ୍ପାଦନ ଆଦିରେ ଜଡିତ ବ୍ୟକ୍ତିଙ୍କର ଉନ୍ନତି ହେବ । ଚାକିରି କରିଥିବା ବ୍ୟକ୍ତିମାନେ ବହୁତ ଲାଭ ଉଠାଇ ପାରିବେ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ । କେତେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି । ବ୍ୟବସାୟ ପ୍ରସାର ପ୍ରଚାର ଫଳରେ ଅତ୍ୟଧିକ ଲାଭହେବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତକର୍ମ ବହୁତ ସହଜରେ ହିଁ ସମ୍ପନ୍ନହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କନ୍ୟା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ । ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କୋର୍ଟ-କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ଶତୃ ଓ ବିରୋଧୀମାନେ ପରାସ୍ତ ହେବେ । ନୂଆ କାମ ନୂଆ ପ୍ରେରଣା ଦେବ । ଆୟ ଉପାର୍ଜନ ମଧ୍ୟମ ଧରଣର ହେଲେବି ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ । ଏକ ବିରାଟ କାର୍ଯ୍ୟର ସଂକଳ୍ପ ନେବେ ଯାହା ଫଳରେ ଆର୍ଥିକ କ୍ଷେତ୍ରରେ ସ୍ଵଚ୍ଛଳତା ଦେଖାଦେବ । ପ୍ରତିଯୋଗୀତା ପରୀକ୍ଷା ଅଥବା ବିଭାଗୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଦୈବୀ କୃପା ଫଳରେ ପୁରୁଣା ସମସ୍ୟାର ସମାଧାନ ହୋଇଯିବ । ରାଜନୀତି କ୍ଷେତ୍ରରେ ଯଶମାନ ବୃଦ୍ଧି ହେବ । ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ । ପ୍ରତିକାର:- ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ଶତୃ, ରୋଗ, ଋଣରୁ ମୁକ୍ତି ହେବେ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଭାକୁ ପ୍ରୋତ୍ସାହନ ମିଳିପାରେ । ନୂଆ ଲୋଳଙ୍କ ସହିତ ସମ୍ପର୍କ ମଜବୁତ ହେବ । ଯଦି ବ୍ୟବସାୟ ବଢେଇବା ପାଇଁ କୌଣସି ଋଣ କରିବାକୁ ଇଛା କରୁଛନ୍ତି ତେବେ ସେଥିରେ କିଛି ବାଧା ବିଘ୍ନର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆକସ୍ମିକ ଧନପ୍ରାପ୍ତି, ଆୟ ବଢାଇବା ପାଇଁ ଆପ୍ରାଣ ଚେଷ୍ଟା କରିବେ, ଶତ୍ରୁ ଓ ବିରୋଧୀମାନେ କିଛି ଅହିତ ସାଧନ କରି ପାରିବେ ନାହିଁ । ବନ୍ଧୁ ବାନ୍ଧବଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇ ଆପଣଙ୍କର ସବୁସ୍ୱପ୍ନ ସାକାର ହେବ । ଆଧ୍ୟାତ୍ମିକ ଓ ବୌଦ୍ଧିକ କ୍ଷମତା ପ୍ରାପ୍ତ କରିବେ । ଦୁର୍ବଳ ବା ବୃଦ୍ଧ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢେଇବେ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସାଧାରଣ ଲୋକଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବେ । ବ୍ୟାପାରରେ ନୂଆ ଅର୍ଡର ବା ଏଗ୍ରୀମେଣ୍ଟ କରିପାରିବେ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ସଫଳତା ପାଇବେ । ଜାଗା, ଜମି, ଗୃହ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କଲେ ସଫଳ ହେବେ । ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ସହଯୋଗ କରିବେ । ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ । ପରିବାରରେ ସମୃଦ୍ଧତା ଓ ସନ୍ତୁଷ୍ଟିର ପରିବେଶ ରହିବ । ଆତ୍ମବିଶ୍ଵାସରେ ବୃଦ୍ଧି ହେବ । କୌଣସି ମହତ୍ଵପୂର୍ଣ୍ଣ ସୂଚନା, ସନ୍ଦେଶ, ଅର୍ଡର ବା ପେମେଣ୍ଟ ଆଦି ପ୍ରାପ୍ତ ହେବ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ଆଗକୁ ବଢିବାରେ ସହାୟତା ମିଳିବ । ଅଧ୍ୟୟନ, ଅନୁସନ୍ଧାନ, ଧ୍ୟାନ, ପ୍ରାର୍ଥନା ଆଦି ପାଇଁ ସମୟ ଉପଯୁକ୍ତ ଅଟେ । ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ପ୍ରତିକାର-ପ୍ରତ୍ୟେକଦିନ ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ନୂତନପନ୍ଥା ଅନୁସରଣ କରି ସୁଖ ସମୃଦ୍ଧି ବୃଦ୍ଧି କରିବା ସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବେ । କୌଣସି ପ୍ରତିଷ୍ଠିତ ରାଜନେତାଙ୍କ ସହ ସାକ୍ଷାତ କରି ଅଟକୁଥିବା କାର୍ଯ୍ୟକୁ ପୂରଣ କରିବେ । ଶତୃ, ରୋଗ, ଋଣରୁ ମୁକ୍ତି ହେବେ । ସାମ୍ବାଦିକତାରୁ ଲାଭ ଓ ଶୁଭ ସମାଚାର ମିଳିବ । ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ । ଶୁଭ ସମାଚାର ପାଇ ପାରିବାରିକ କ୍ଷେତ୍ରରେ ଆନନ୍ଦ ମିଳିବ । କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ ବିଜୟୀ ହେବେ । ନୂତନ ବସ୍ତ୍ରଭୂଷଣ ଆଦି ଲାଭ ହେବ । ବିଦେଶ ଯାତ୍ରାରେ ଲାଭବାନ ହେବେ । ବ୍ୟବସାୟରେ ମନ ଲଗେଇ କାମକଲେ ଭଲ ଲାଭହେବ । ଗୃହରେ ଥିବା କଳହ, ପତିପତ୍ନୀଙ୍କ ମଧ୍ୟରେ ମତଭେଦ, ବିରୋଧଭାବ ଓ ତିକ୍ତତା ଭାବର ସମାଧାନ ହେବ । ପ୍ରତିକାର- ପ୍ରତ୍ୟେକ ଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପଡୋଶୀଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ । କର୍ମସନ୍ଧିତ୍ସୁମାନେ କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ରାଜନୀତି କ୍ଷେତ୍ରରେ ବିରୋଧି ମାନେ ପ୍ରଶଂସା କରିବେ । ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନଯୋଗ ଦେବେ । ଉଚ୍ଚାଅଧିକାରୀ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ସ୍ଥାପନ ହେବ । ଅଧୁରା କାର୍ଯ୍ୟ ପୂରଣ ପାଇଁ ଚେଷ୍ଟା କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ସାନ ଭାଇ ଭଉଣୀଙ୍କ ଠାରୁ ଲାଭ ପାଇବା ସହ ଆପଣ ସେମାନଙ୍କର ସବୁ ଆବଶ୍ୟକତାର ସଂପୂର୍ଣ୍ଣ ଯତ୍ନ ନେବେ । ନୂତନ ବ୍ୟବସାୟ ଦ୍ୱାରା ବିଶେଷ ଲାଭାନ୍ୱିତ ହେବେ ଓ ଧନ ସଂଗ୍ରହ କରିବାର ଚେଷ୍ଟା ସଫଳ ହେବ । ଯେ କୌଣସି ରଚନାତ୍ମକ କାର୍ଯ୍ୟରେ ବ୍ୟସ୍ତ ରହିବେ । ଆପଣ ବିଚାର କରିଥିବା କାର୍ଯ୍ୟ ଗୁଡିକୁ ପୁଣି ଆରମ୍ଭ କରିବାକୁ ଚେଷ୍ଟା କରିବେ । ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ । ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଆରମ୍ଭ କରିପାରିବେ । ରିଅଲଷ୍ଟେଟ ସହିତ ଜଡିତ ଥିବା ବ୍ୟକ୍ତିମାନଙ୍କୁ ଏକ ବଡ ଧରଣର ଡିଲ୍ ମିଳିପାରେ । ଆର୍ଥିକ କ୍ଷେତ୍ରରେ ଉନ୍ନତି, କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ । କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ସଫଳତା ଅର୍ଜନ କରିବେ । ପ୍ରଶାସନିକ ସ୍ତରରେ ପରିଚାଳନା ଦାୟିତ୍ୱ ବୃଦ୍ଧି ପାଇବ । ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ସହ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ରାଜନୀତି କ୍ଷେତ୍ରରେ ଦୂରଯାତ୍ରାର ସୁଯୋଗ ପାଇବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ପିଲାମାନଙ୍କ କାର୍ଯ୍ୟରେ ଆନନ୍ଦିତ ହେବେ । ଧୀରସ୍ଥିର ଭାବରେ ସମସ୍ୟା ଗୁଡିକ ସୁଧାରୀ ନେବା ଉଚିତ୍ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ପ୍ରତିକାର- ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ନୀଳ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପଦସ୍ଥବ୍ୟକ୍ତି ଓ ବରିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟରେ ଅଟକିଥିବା କାର୍ଯ୍ୟ ପୂରଣ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । ଆତ୍ମବିଶ୍ୱାସ ଫଳରେ ସମସ୍ତ କାର୍ଯ୍ୟ ସହଜ ସରଳରେ ସମାଧାନ ହୋଇଯିବ । ବାଦବିବାଦ, ପ୍ରତିଯୋଗୀ ପରୀକ୍ଷା, ବିଭାଗୀୟ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରେମିକ ପ୍ରେମିକା ମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ପରିବାର ସହିତ ଭଲରେ ସମୟ ବିତାଇବେ । ଜୀବନ ପ୍ରତି ସକାରାତ୍ମକ ମନୋଭାବ ରହିବ । ପୁରୁଣା ବନ୍ଧୁଙ୍କ ସହାୟତାରେ ଆର୍ଥିକସ୍ଥିତି ବଦଳିବ । ସମ୍ପର୍କୀୟ ବ୍ୟକ୍ତିଙ୍କ ସହ ମାନମନାନ୍ତର ଦୂରେଇ ଯିବ । ଶୁଭ ସମ୍ବାଦ ପାଇବେ ଓ ବ୍ୟକ୍ତିଗତ ସମସ୍ୟା ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ । କ୍ରୋଧକୁ ଦମନ କରି ହସଖୁସିର ବାତାବରଣ ସୃଷ୍ଟି ହେବ । ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ । ପ୍ରତିକାର- ପ୍ରତ୍ୟେକ ଦିନ ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!