ଦୈନିକ ରାଶିଫଳ: 25 ସେପ୍ଟେମ୍ବର 2021, ମା’ ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୨୫ ତାରିଖ, ଶନିବାର, କନ୍ୟା ମାସ ୯ ଦିନ, ଆଶ୍ଵିନ ମାସ, କୃଷ୍ଣପକ୍ଷ, ଚତୁର୍ଥୀ ତିଥି ଦିବା ୧୦ଟା ୩୬ମିନିଟ୍ ଗତେ ପଞ୍ଚମୀ ତିଥି, ଦ୍ଵିଜା ନକ୍ଷତ୍ର ଦିବା ୧୧ଟା ୩୩ମିନିଟ୍ ଗତେ କୃତ୍ତିକା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ । ବାଳବ କରଣ ଦିବା ୧୦ଟା ୩୬ମିନିଟ୍ ଗତେ କୌଳବ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ ଦିବା ୧୦ଟା ୩୬ମିନିଟ୍ ପରେ ବେଲ, ପଣସ ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯୋଗିନୀ- ନୈରୁତେ ଦିବା ୧୦ଟା ୩୬ମିନିଟ୍ ପରେ ଦକ୍ଷିଣେ ଯାତ୍ରା ନିଷେଧ । ଶ୍ରାଦ୍ଧ ତର୍ପଣ- ପଞ୍ଚମୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୩୯ମିନିଟ୍ ରୁ ସକାଳ ୭ଟା ୯ମିନିଟ୍, ଦିବା ୪ଟା ୭ମିନିଟ୍ ରୁ ସନ୍ଧ୍ୟା ୫ଟା ୩୬ମିନିଟ୍ । ଦିବା ୧ଟା ୭ମିନିଟ୍ ରୁ ଦିବା ୨ଟା ୩୭ମିନିଟ୍ । ସନ୍ଧ୍ୟା ୫ଟା ୩୬ମିନିଟ୍ ରୁ ରାତ୍ରି ୭ଟା ୭ମିନିଟ୍, ରାତ୍ରି ୪ଟା ୯ମିନିଟ୍ ରୁ ୫ଟା ୩୯ମିନିଟ୍ । ଶୁଭସମୟ- ସକାଳ ୭ଟା ୧୬ମିନିଟ୍ ରୁ ସକାଳ ୮ଟା ୩୭ମିନିଟ୍, ଦିବା ୧୨ଟା ୩ମିନିଟ୍ ରୁ ୧ଟା ୬ମିନିଟ୍, ଦିବା ୨ଟା ୩୮ମିନିଟ୍ ରୁ ୩ଟା ୧୨ମିନିଟ୍, ଦିବା ୪ଟା ୨ମିନିଟ୍ ରୁ ୪ଟା ୬ମିନିଟ୍, ରାତ୍ର ୨ଟା ୨୮ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ ।

ମେଷ:-ସୋସିଆଲ ମିଡିଆରେ ନୂଆ ସାଙ୍ଗ ସୃଷ୍ଟି ହେବେ । କୌଣସି କାମକୁ ଅଧୁରା ଛାଡନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ । ପରିବାରରେ ଆର୍ଥିକ ସମସ୍ୟା ସମାଧାନ ହୋଇଯିବ । ବାହାର ଲୋକଙ୍କୁ ଘରୋଇ ମାମଲାରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ । ଧ୍ୟାନ ରଖିବାକୁ ହେବ ଯେ ପ୍ରେମ ସମ୍ବନ୍ଧ ସୀମାହୀନ ନ ହେବା ଉଚିତ୍‌ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ରାଜନୈତିକ ବ୍ୟକ୍ତିଙ୍କ ସହିତ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ଅଚାନକ ଭାବରେ ଲାଭ ହୋଇପାରେ । ଦେଖେଇ ହେବା ହେତୁ ଉପହାସର ପାତ୍ର ହେବେ । ନିଜ ପରିଶ୍ରମର ଫଳ ଅନ୍ୟ କେହି ନେଇପାରନ୍ତି, ସେଥିପାଇଁ ସଜାଗ ରହିବା ଆବଶ୍ୟକ । କ୍ରୋଧଭାବରେ ରହି କଟୁବଚନ କହିବା ଫଳରେ ସହକର୍ମୀମାନେ ଈର୍ଷାପରାଣୟ ହୋଇପାରନ୍ତି । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-ନୂତନ ସମ୍ପର୍କର ଆନନ୍ଦ ଉପଭୋଗ କରିବେ । ଜୀବନସାଥୀଙ୍କ ସହିତ ମନୋରଞ୍ଜନ କରିବାକୁ ବା ଚଳଚ୍ଚିତ୍ର ଦେଖିବାକୁ ଯାଇ ପାରନ୍ତି । ଅଟୋମୋବାଇଲ୍‌ କ୍ଷେତ୍ରରେ ଜଡିତ ବ୍ୟବସାୟୀମାନଙ୍କୁ ସାମାନ୍ୟ ପରିଶ୍ରମ କରିବାକୁ ପଡିପାରେ । ପୁରୁଣା କ୍ଷତିର ଭରଣା କରିବାର ସମ୍ଭାବନା ଅଛି । ବ୍ୟବସାୟ ପାଇଁ ବିଦେଶ ଯିବାର ସୁଯୋଗ ପାଇବେ । ଚାକିରୀ ପାଇଁ ଦେଇଥିବା ଇଣ୍ଟରଭ୍ୟୁରେ ସଫଳତା ପାଇବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

କର୍କଟ:-ଅଧୀନସ୍ଥ କର୍ମଚାରୀମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ । କର୍ମକ୍ଷେତ୍ରରେ ଯଦି ସ୍ଥାନ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ତେବେ ତାହା କରିପାରିବେ । ବହୁତ ଦିନ ପରେ ଖୁସି ଓ ଆରାମ ଦାୟକ ଅନୁଭବ କରିବେ । କଳା ଓ ସାହିତ୍ୟପ୍ରତି ଆଗ୍ରହ ବୃଦ୍ଧି ହେବ । ପୁରୁଣା ସମ୍ପତ୍ତି କ୍ରୟବିକ୍ରୟରୁ ଧନ ଲାଭ ହୋଇପାରିବ ଓ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ବ୍ୟବସାୟ କରୁଥିବା ଲୋକମାନଙ୍କର ଶୁଭ ହେବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ପରିବାର ସଦସ୍ୟଙ୍କର ମନୋଭାବ ବଦଳିପାରେ । ବ୍ୟବସାୟିକ କାର୍ଯ୍ୟ ଠିକ୍‌ ସମୟରେ ପୂରଣ କରିପାରିବେ । ସ୍ୱଭାବରେ ପରିବର୍ତନ ଯୋଗୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଜବୁତ୍‌ ରହିବ । ଅଧିନସ୍ଥ କର୍ମଚାରୀଙ୍କ ସହତି ଥଟ୍ଟା ମଜା ନକରି ଭଦ୍ର ଆଚରଣ କରନ୍ତୁ । ଅନ୍ୟମାନଙ୍କ ବ୍ୟବହାରରେ ଆପଣଙ୍କର କିଛି ଫରକ ପଡିବ ନାହିଁ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ବିରୋଧି ମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ ତେଣୁ ଅଫିସ୍‌ରେ ପରିବେଶ ବହୁତ ଭଲ ରହିବ । ନୂଆ ଟେକ୍ନୋଲୋଜି ବିଷୟରେ ଅଧ୍ୟୟନ ପ୍ରତି ଆଗ୍ରହ ବୃଦ୍ଧି ହେବ । ସନ୍ତାନଙ୍କ ପାଠପଢ଼ା ଓ ବ୍ୟବହାରରେ ନଜର ଦିଅନ୍ତୁ । ଯଦି ସପିଂ କରିବାକୁ ଯାଉଛନ୍ତି ତେବେ ନିଜ ବଜେଟ୍‌କୁ ଧ୍ୟାନ ରଖିବା ଉଚିତ୍‌ । ଏକୁଟିଆ ବାହନରେ କୌଣସି ଜାଗାକୁ ଯାତ୍ରାକଲେ ସତର୍କତା ଅବଲମ୍ବନ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ସମ୍ପର୍କୀୟ ମାନଙ୍କ ସହିତ ଭଲ ସମ୍ପର୍କ ରଖିବା ଉଚିତ୍‌ । ବିଦେଶକୁ ଯାଇ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନେ ବହୁତ ଭଲ ସୁବିଧା ସୁଯୋଗ ପାଇବେ । ମନ ଶାନ୍ତି ହୋଇପାରେ । ବ୍ୟବସାୟରେ ଦୃତ ଗତିରେ ଉନ୍ନତି ହେବାରୁ ଉତ୍ସାହ ବୃଦ୍ଧି ହେବ । ପୁରୁଣା ବିବାଦର ସମାଧାନ ହୋଇପାରିବ । ବନ୍ଧୁ ମିତ୍ର ଓ ପରିବାରର ସଦସ୍ୟମାନେ ଆପଣଙ୍କ ସଫଳତାରେ ଖୁସି ହେବେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ମଧୁରମୟ ହେବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-ନୂଆ ପ୍ରୋଜେକ୍ଟରେ କାମ ଆରମ୍ଭ କରିପାରିବେ । ଅଫିସ୍‌ରେ ସହକର୍ମୀ ମାନଙ୍କ ସହିତ ଭଲ ସମ୍ପର୍କ ରଖିଲେ ବ୍ୟକ୍ତିତ୍ୱର ବିକାଶ ହେବ । ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପ୍ରତି ଧ୍ୟାନ ଦେବା ଉଚିତ୍‌ । ପରିବାର ସହିତ ଅଧିକ ସମୟ ବିତେଇବା ଆପଣଙ୍କ ପାଇଁ ଉପଯୁକ୍ତ ହେବ । ପ୍ରେମ ସମ୍ବନ୍ଧରେ କିଛି ସମସ୍ୟା ଥିଲେ ସମାଧାନ ହୋଇପାରେ । ନିଜ କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ କରିବା ଫଳରେ ଅଚାନକ ଧନ ପ୍ରାପ୍ତି ହେବ । ପ୍ରତିକାର- ନାଲି ରୁମାଲ ଟିଏ ପାଖରେ ରଖନ୍ତୁ ।

ଧନୁ:-ସ୍ୱାଦିଷ୍ଟ ଖାଦ୍ୟ ଖାଇବେ । ବିପରୀତ ପରିସ୍ଥିତି ସତ୍ତ୍ୱେ ଖୁସି ରହିବେ । କର୍ମକ୍ଷେତ୍ରରେ ନିଜ ଯୋଗ୍ୟତାର ପରୀକ୍ଷା କରାଯାଇପାରେ । ଶତୃମାନେ କ୍ଷତି କରିବାକୁ ଚେଷ୍ଟା କରି ଅପଦସ୍ତ ହେବେ । ଜଣେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ବଡ଼ ଧାରଣର ପ୍ଲାନିଂ କରିବେ । ସାଙ୍ଗମାନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ । ଯଦି କେହି ଆପଣଙ୍କ ପରାମର୍ଶ ସହିତ ସହମତ ନୁହଁନ୍ତି ତେବେ ସେମାନଙ୍କୁ ପରାମର୍ଶ ଦିଅନ୍ତୁ ନାହିଁ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମକର:-ନିଜର ଚିନ୍ତାଧାରାକୁ ସକରାତ୍ମକ ରଖିବା ଫଳରେ ବ୍ୟବସାୟକୁ ନେଇ ଏକ ବଡ଼ ଡିଲ୍‌ ହୋଇପାରେ । ଦାମ୍ପତ୍ୟ ଜୀବନରେ ଧୈର୍ଯ୍ୟ ଓ ସଂଯମତା ହେତୁ ସଫଳତା ପାଇବେ । ଘରକୁ ଅନଚାନକ ଭାବରେ ଅତିଥିମାନେ ଆସିବାର ସମ୍ଭାବନା ଅଛି । ଗୁରୁଜନ ମାନେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି । ଘରେ ଖୁସିର ବାତାବରଣ ସୃଷ୍ଟି ହେବ । ଦିନଚର୍ଯ୍ୟାକୁ ବ୍ୟବସ୍ଥିତ ରଖି ପ୍ରଶଂସିତ ହେବେ । ପ୍ରିୟଜନଙ୍କ ସହିତ ଭଲରେ ସମୟ ବିତାଇବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କୁମ୍ଭ:-ଆୟର ନୂଆଉତ୍ସ ବିକଶିତ ହେବ । ଅନୁସନ୍ଧାନ ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିବ । ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବା ହେତୁ ମନ ଖୁସି ରହିବ । କ୍ୟାରିୟରରେ ସୃଷ୍ଟି ହେଉଥିବା ସମସ୍ୟା ଦୂର ହେବ । ବ୍ୟବସାୟରେ ନୂତନ ଚୁକ୍ତିନାମା ହୋଇ ପାରେ । ବିପରୀତ ପରିସ୍ଥିତୁକୁ ନିୟନ୍ତ୍ରଣରେ ରଖି ସକରାତ୍ମକ ଚିନ୍ତାଧାରାକୁ ଉଜ୍ଜୀବିତ କରିପାରିବେ । କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ବାହାରକୁ ଯିବାକୁ ପଡିପାରେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମୀନ:-ମାଆ ବାପାଙ୍କ ଆଦେଶ ପାଳନ କଲେ ଘରର ସୁଖ ଶାନ୍ତିର ପରିବେଶ ପିଲାମାନଙ୍କ କ୍ୟାରିୟରରେ ପ୍ରଭାବ ପଡିବ । ରଚନାତ୍ମକ ବିଚାର ହେତୁ ପ୍ରଶଂସାର ପାତ୍ର ହେବେ । ବିଦ୍ୟାର୍ଥିମାନେ ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରି ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରିବାକୁ ତତ୍ପର ହେବେ । କ୍ରୀଡ଼ା ଓ କଳା ସହିତ ଜଡିତଥିବା ଲୋକମାନଙ୍କର କ୍ୟାରିୟରରେ ସଫଳତା ପାଇବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!