ଦୈନିକ ରାଶିଫଳ: 24 ସେପ୍ଟେମ୍ବର 2021, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୨୪ ତାରିଖ, ଶୁକ୍ରବାର, କନ୍ୟା ମାସ ୮ ଦିନ, ଆଶ୍ଵିନ ମାସ, କୃଷ୍ଣପକ୍ଷ, ତୃତୀୟା ତିଥି ସକାଳ ୮ଟା ୩୦ମିନିଟ୍ ଗତେ ଚତୁର୍ଥୀ ତିଥି, ଅଶ୍ଵିନୀ ନକ୍ଷତ୍ର ସକାଳ ୮ଟା ୫୪ମିନିଟ୍ ଗତେ ଦ୍ଵିଜା ନକ୍ଷତ୍ର, ମେଷ ରାଶିରେ ଚନ୍ଦ୍ର । ବ୍ୟାଘାତ ଯୋଗ । ବିଷ୍ଟି କରଣ ସକାଳ ୮ଟା ୩୦ମିନିଟ୍ ଗତେ ବବ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ମେଷ ରାଶିର ଘାତଚନ୍ଦ୍ର । ପୋଟଳ ନ ଖାଇଲେ ଭଲ ସକାଳ ୮ଟା ୩୦ମିନିଟ୍ ପରେ ମୂଳା ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ସକାଳ ୮ଟା ୩୦ମିନିଟ୍ ପରେ ନୈରୁତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧୦ଟା ୮ମିନିଟ୍ ରୁ ଦିବା ୧୧ଟା ୩୮ମିନିଟ୍ । ସକାଳ ୮ଟା ୩୮ମିନିଟ୍ ରୁ ଦିବା ୧୦ଟା ୮ମିନିଟ୍ । ରାତ୍ରି ୮ଟା ୩୮ମିନିଟ୍ ରୁ ରାତ୍ରି ୧୦ଟା ୮ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୪୦ମିନିଟ୍ ରୁ ୬ଟା ୨୬ମିନିଟ୍, ସକାଳ ୭ଟା ୧୬ମିନିଟ୍ ରୁ ୮ଟା ୩୭ମିନିଟ୍, ଦିବା ୧୨ଟା ୩ମିନିଟ୍ ରୁ ୩ଟା ୧୩ମିନିଟ୍, ଦିବା ୪ଟା ୨ମିନିଟ୍ ରୁ ସନ୍ଧ୍ୟା ୫ଟା ୩୬ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ରାତ୍ର ୮ଟା ୩୭ମିନିଟ୍, ରାତ୍ର ୧୨ଟା ୩ମିନିଟ୍ ରୁ ରାତ୍ର ୧ଟା ୩୭ମିନିଟ୍, ରାତ୍ର ୨ଟା ୨୮ମିନିଟ୍ ରୁ ରାତ୍ର ୪ଟା ୨ମିନିଟ୍ ।

ମେଷ:-ପରିବାରର ସଦସ୍ୟଙ୍କ ଭାବନା ପ୍ରତି ଧ୍ୟାନ ଦେଇ ଜୀବନସାଥୀଙ୍କ ସହିତ ସମୟ ବିତାଇବେ । ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ । କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ । ଘରୋଇ କାମରେ ସଫଳତା ମିଳିବ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । ବିଦ୍ୟାର୍ଥିମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-ସାମାଜିକ ଉତ୍ସବରେ ଯୋଗ ଦେଇ ମାନପ୍ରତିଷ୍ଠା ବଢିବ । କଳା, ସାହିତ୍ୟ କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ଧନ ଲାଭ ଓ ସମ୍ମାନ ପ୍ରାପ୍ତ ହୋଇପାରେ । ମିତ୍ରମାନେ ଆପଣଙ୍କର ସମସ୍ୟାକୁ ବୁଝିପାରିବେ ଓ ସମସ୍ୟା ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିବେ । ଅଧିକାଂଶ କାର୍ଯ୍ୟ ବିନା ସମର୍ଥନ ବା ସହଯୋଗ ନପାଇ ନିଜେ କରିବାକୁ ପଡିବ । ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଅତି ପ୍ରିୟ ବନ୍ଧୁଙ୍କ ଠାରୁ ପରାମର୍ଶ ନେବା ଆବଶ୍ୟକ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମିଥୁନ:-ସମ୍ପର୍କକୁ ଆନ୍ତରିକତାର ସହିତ ବଜାୟ ରଖିବାକୁ ଚେଷ୍ଟା କରିବେ । ବ୍ୟବସାୟ ବିସ୍ତାର ହେବା ପାଇଁ ନୂଆ ପଦ୍ଧତି ଅନୁସରଣ କରିଲେ ଲାଭଦାୟକ ହେବ । ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ମିତ୍ରମାନଙ୍କ ମାଧ୍ୟମରେ ଶୁଭ ସମାଚାର ଶୁଣିବାକୁ ମିଳିପାରେ । ପାରିବାରିକ ମାମଲା ବହୁତ ସହଜ ସରଳହେବ । ସ୍ୱାସ୍ଥ୍ୟ ଭଲ ରହିବ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ସନ୍ତାନ ମାନଙ୍କର ସଫଳତାରେ ମନ ଉତ୍ସାହିତ ରହିବ । କୌଣସି ବିଦେଶୀ କମ୍ପାନୀରୁ ଚାକିରୀ କରିବାର ଅଫର୍‌ ମିଳି ପାରେ । ବ୍ୟବସାୟ ବୃଦ୍ଧି ହେବାରୁ ପୁରୁଣା ଋଣରୁ ମୁକ୍ତି ପାଇବେ । ନୂତନ ବାହନ କ୍ରୟ କରିବା ପାଇଁ ଯୋଗାଯୋଗ କରିବେ । ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ । ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ସମାଧାନ କରି ପ୍ରଶଂସିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-ନିଜର ଦକ୍ଷତାକୁ ସଠିକ୍‌ ମୂଲ୍ୟାଙ୍କନ କରିବା ପରେ ହିଁ କୌଣସି କାର୍ଯ୍ୟର ଦାୟିତ୍ୱ ହାତକୁ ନିଅନ୍ତୁ । ପରିବାରରେ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ସମାଜରେ ଆପଣଙ୍କ ବିଶେଷତା ଉପରେ ଆଲୋଚନା ହୋଇପାରେ । ନିଜ ଅହଂକାର ଭାବ ହେତୁ ମିତ୍ରମାନଙ୍କ ସହିତ ମତଭେଦ ହୋଇପାରେ । ଗୁରୁଜନଙ୍କ ଉପଦେଶ ଅନୁଭବ ଦ୍ୱାରା କିଛି ଶିଖିବାକୁ ଚେଷ୍ଟା କରନ୍ତୁ । ପାରିବାରିକ ସ୍ତର ହସ ଖୁସିରେ କଟିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

କନ୍ୟା:-ସରକାରୀ କର୍ମଚାରୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ନିଜ ବିଷୟରେ ଲୋକଙ୍କ ମତାମତ ଜାଣିବାକୁ ଆଗ୍ରହୀ ହେବେ । ନିଜର ବିଚାରଧାରା ଉପରେ ଲୋକମାନଙ୍କୁ ପରାମର୍ଶ ଦେଇ ପ୍ରଶଂସା ପାଇବେ । ନିଜ ମନକୁ ଶାନ୍ତ ରଖି ଜୀବନସାଥୀଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିପାରିବେ । ପାରିବାରିକ ସୁଖ ସମ୍ପନ୍ନତା ଲାଭ ହୋଇ ସାମାଜିକ ସ୍ଥିତି ଓ ମାନସମ୍ମ । ନ ବଜାୟ ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-ସୋସିଆଲ୍‌ ମିଡିଆରେ ଅଧିକ ସମୟ ବିତାଇବେ । ବ୍ୟବସାୟରେ ଆୟ ବୃଦ୍ଧି ହେବା ସହ ଆଶା କରିଥିବା କାର୍ଯ୍ୟ ସମୟ ପୂର୍ବରୁ ପୂରଣ କରିପାରିବେ । ନିଜ ଦାୟିତ୍ୱ ପ୍ରତି ନିଷ୍ଠାବାନ ରହିବା ଫଳରେ ସଠିକ୍ ନିଷ୍ପତ୍ତି ନେବାର କ୍ଷମତା ବୃଦ୍ଧି ପାଇବ । ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆର୍ଥିକ କ୍ଷେତ୍ରରେ ଅଭାବ ପୂରଣ ହୋଇପାରେ । କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରିବାକୁ ଚେଷ୍ଟା କରିବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ । ଅଧୁରା ରହିଥିବା କାର୍ଯ୍ୟ ପୂରଣ କରିପାରିବେ । ପୈତୃକ ସମ୍ପତ୍ତିକୁ ନେଇ ବାଦବିବାଦ ଲାଗି ରହିଥିଲେ ଆଜି ତାହାର ସମାଧାନ କରିପାରିବେ । ରାଜନୀତି କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ଉଚ୍ଚପଦ ମିଳିପାରେ । ଛୋଟ ଭାଇ ଭଉଣୀଙ୍କୁ ଉପହାର ଦେଇପାରନ୍ତି । ବ୍ୟବସାୟୀମାନେ ନୂଆ ଚୁକ୍ତି କରିବା ପୂର୍ବରୁ ତାହା ସତର୍କତା ଓ ଅନୁସନ୍ଧାନ କରିବା ଆବଶ୍ୟକ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ସନ୍ତାନ ସନ୍ତତି ମାନଙ୍କଖୁସିରେ ଆନନ୍ଦିତ ହେବେ । ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ ଓ ଅଟକି ଥିବା କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହେବ । ବାସ ଗୃହ ଓ ଯାନବାହାନର କେତେକ ସମସ୍ୟାର ସମାଧାନ ହେବ । କର୍ମ କ୍ଷେତ୍ରରେ ସ୍ଥାନାନ୍ତର ଓ ମତାନ୍ତର ଭୟ ଦୂରେଇ ଯିବ । ରାଜନୈତିକ କ୍ଷେତ୍ରରେ ପ୍ରଶଂସିତ ହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ଅନ୍ୟମାନଙ୍କୁ ସାହଯ୍ୟ କରିବା ଦ୍ୱାରା ଆତ୍ମସନ୍ତୋଷର ଅନୁଭବ ହେବ । ପୂର୍ବରୁ କରିଥିବା ଯୋଜନାରେ କାର୍ଯ୍ୟ କଲେ ଠିକ୍‌ ସମୟରେ ପୂରଣ କରିପାରିବେ । ମନର ଅଯଥାଚିନ୍ତା ଦୂର ହେବ । ମହତ୍ୱପୂର୍ଣ୍ଣ ଲୋକମାନଙ୍କ ସହିତ ସମ୍ପର୍କ ବିକସିତ ହେବ । ଚାକିରୀ ସମସ୍ୟା ଦୂର ହୋଇ ଅଫିସ୍‌ରେ ଅଧିକାରରେ ବୃଦ୍ଧି ହେବ । ଅଯଥା କାର୍ଯ୍ୟରୁ ଦୂରେଇ ରହି ଆଚରଣ ଭଲ ରଖିଲେ ବ୍ୟବସାୟରେ ଆଶାତୀତ ଲାଭ ପାଇବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

କୁମ୍ଭ:-ସଠିକ୍‌ ସମୟରେ ସବୁ କାର୍ଯ୍ୟ ପୂରଣ କରିପାରିବେ । ଆପଣଙ୍କ ପରାମର୍ଶରେ ଲୋକମାନେ ଉପକୃତ ହୋଇପାରିବେ । ଭାଇ ଭଉଣୀଙ୍କ ସଫଳତାରେ ଗୌରବର ଅନୁଭୂତି ହେବ । ପିଲାମାନଙ୍କ ସହିତ ହସ ଖୁସିରେ ସମୟ ବିତାଇବେ । ନିଜ ବ୍ୟବହାରକୁ ସଂଯମ ରଖିଲେ ସହକର୍ମୀମାନେ ପ୍ରଶଂସା କରିବେ । ଆଇନ କାନୁନ ସମ୍ବନ୍ଧରେ ବିଜୟୀ ହେବେ । କ୍ୟାରିୟର ବିଷୟରେ ଶୁଭ ଖବର ପାଇବାର ସମ୍ଭାବନା ଅଛି । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ମୀନ:-ସାହିତ୍ୟଚର୍ଚ୍ଚା ଓ ସଭାସମିତିରେ ସଫଳତା ମିଳିବ । ଜୀବନ ସାଥୀଙ୍କ ଉପରେ ବିଶ୍ୱାସ ରଖନ୍ତୁ । କ୍ରୋଧଭାବ ନ କରି ଶାନ୍ତ ମନରେ ସମସ୍ୟାର ସମାଧାନ କରନ୍ତୁ । ନିଜ ମନର କଥା ସାଙ୍ଗମାନଙ୍କ ପାଖରେ କହିପାରିବେ । ରାଜନୈତିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ ପାଇବ । ନୂତନ ଟେକ୍ନୋଲୋଜିର ବ୍ୟବହାର କରିବାକୁ ଶିଖିପାରିବେ । କଠିନ ପରିଶ୍ରମର ପୂର୍ଣ୍ଣଫଳ ପାଇବେ । ଏକୁଟିଆ ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!