ଦୈନିକ ରାଶିଫଳ: 14 ସେପ୍ଟେମ୍ବର 2021, ମା’ ମଙ୍ଗଳାଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୧୪ ତାରିଖ, ମଙ୍ଗଳବାର, ସିଂହ ମାସ ୨୯ ଦିନ, ଭାଦ୍ରବ ମାସ, ଶୁକ୍ଳପକ୍ଷ, ଅଷ୍ଟମୀତିଥି, ଜ୍ୟେଷ୍ଠାନକ୍ଷତ୍ର ବିଛାରାଶିରେ ଚନ୍ଦ୍ର ସକାଳ ୭ଟା ୪ମିନିଟ୍ ଗତେ ମୂଳା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର । ପ୍ରୀତି ଯୋଗ ସକାଳ ୬ଟା ୨ମିନିଟ୍ ଗତେ ଆୟୁଷ୍ମାନ ଯୋଗ । ବବ କରଣ । ମକର ରାଶିର ଘାତବାର । ସକାଳ ୭ଟା ୪ମିନିଟ୍ ଗତେ ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ, ଦିବା ୧ଟା ୯ମିନିଟ୍ ପରେ ଲାଉ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ଦିବା ୧ଟା ୯ମିନିଟ୍ ପରେ ପୂର୍ବେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ଏବଂ ନବମୀର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ଦିବା ୧ଟା ୧୩ମିନିଟ୍ ରୁ ଦିବା ୨ଟା ୪୪ମିନିଟ୍ । ସକାଳ ୭ଟା ୮ମିନିଟ୍ ରୁ ସକାଳ ୮ଟା ୩୯ମିନିଟ୍ । ସନ୍ଧ୍ୟା ୭ଟା ୧୫ମିନିଟ୍ ରୁ ରାତ୍ରି ୮ଟା ୪୪ମିନିଟ୍ । ଶୁଭସମୟ-ସକାଳ ୮ଟା ୪୦ମିନିଟ୍ ରୁ ୧୦ଟା ୨୮ମିନିଟ୍, ଦିବା ୧୨ଟା ୫୬ମିନିଟ୍ ରୁ ୧ଟା ୧୨ମିନିଟ୍, ଦିବା ୪ଟା ୧୬ମିନିଟ୍ ରୁ ୪ଟା ୫୭ମିନିଟ୍, ସନ୍ଧ୍ୟା ୫ଟା ୪୭ମିନିଟ୍ ରୁ ୬ଟା ୩୩ମିନିଟ୍, ରାତ୍ର ୮ଟା ୫୭ମିନିଟ୍ ରୁ ୧୧ଟା ୧୭ମିନିଟ୍, ରାତ୍ର ୧ଟା ୪୧ମିନିଟ୍ ରୁ ରାତ୍ର ୩ଟା ୧୪ମିନିଟ୍ । ପର୍ବଦିନ- ସର୍ବସମ୍ମତ ରାଧାଷ୍ଟମୀ, ଦୂର୍ବାଷ୍ଟମୀ ।

ମେଷ:-ଆର୍ଥିକ ସ୍ଥିତିରେ ବୃଦ୍ଧି ହେବ । କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ । ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଯୋଗାଯୋଗ କଲେ ଆଶା କରୁଥିବା ସ୍ଥାନକୁ ସ୍ଥାନାନ୍ତରଣ ହୋଇ ପାରିବେ । ବ୍ୟବସାୟିକ ଗତିବିଧି ଠିକ୍ ରହିବ ଓ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତିହେବ । ନୂତନକର୍ମ ପ୍ରାପ୍ତି ହେବ । କ୍ରୋଧଭାବ ଓ ସନ୍ଦେହ ଠାରୁ ଦୂରେଇ ରହିଲେ ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସମ୍ମାନ ଲାଭ କରିବେ । ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ । ଛାତ୍ର-ଛାତ୍ରୀମାନେ ଯାନ ବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରି ପାରନ୍ତି । ସାମାଜିକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଦୃଢ଼ ଆତ୍ମବିଶ୍ୱାସ ଦ୍ୱାରା ସମସ୍ତବାଧା ବିଘ୍ନକୁ ଅତିକ୍ରମକରି ଆଗକୁ ବଢ଼ିବାର ଯୋଜନା ସଫଳ ହେବ । ଖାଦ୍ୟପେୟର ଅନିୟମିତତା ସ୍ଵାସ୍ଥ୍ୟହାନିର କାରଣ ହୋଇପାରେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମିଥୁନ:-ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ । ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ଶିକ୍ଷାକ୍ଷେତ୍ରରେ ନୂଆ କୌଶଳ ଶିଖିବାର ସୁଯୋଗ ପାଇବେ । ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା ସମୟ ପୂର୍ବରୁ ବ୍ୟବସାୟରେ ନିଜର ଲକ୍ଷ ପୂରଣ କରି ପାରିବେ । ଜୀବନ ସାଥୀଙ୍କ ଠାରୁ ଭଲ ସମର୍ଥନ ପାଇ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କର୍କଟ:-ସାମାଜିକ କାର୍ଯ୍ୟରେ ଯୋଗ ଦେଇ ନିଜର ସବୁ କାର୍ଯ୍ୟ ଅତି ଯତ୍ନରେ ଓ ପରିଷ୍କାର ଭାବରେ ସମ୍ପନ୍ନ କରିବେ । ଧନ ସମ୍ବନ୍ଧିୟ ସମସ୍ୟା ସମାଧାନ ହୋଇଯିବ । ପ୍ରିୟଜନ ମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ସମାଚାର ଶୁଣିବାକୁ ପାଇବେ । କର୍ମକ୍ଷେତ୍ରରେ ସହଯୋଗାତ୍ମକ ସମ୍ପର୍କ ରହିବା ଯୋଗେ କର୍ମୀମାନେ ନିଜକର୍ତ୍ତବ୍ୟ ଉପରେ ବହୁତ ଗୁରୁତ୍ୱ ଦେବେ । ଘର ପାଇଁ ଇଲୋକ୍ଟ୍ରୋନିକ୍‌ ଜିନିଷ କିଣି ପାରନ୍ତି । ପୁରୁଣା ଋଣ ସୁଝି ପାରିବେ । ପ୍ରତିକାର- ଘିଅ ବା କ୍ରିମରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ସିଂହ:-ପୁରୁଣା କଥାକୁ ଦୂରେଇ ଦେଇ ନିଜର ବିଚାର ଧାରାକୁ ସକରାତ୍ମକତା ରଖନ୍ତୁ । ଠିକ୍‌ ସମୟରେ ନୂଆ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଭାଗିଦାରୀଙ୍କ ସହିତ ମାନଅଭିମାନ ମେଣ୍ଟିଯିବା ଫଳରେ ଅଟକିଥିବା କାର୍ଯ୍ୟର ଅଗ୍ରଗତି ହୋଇପାରେ । ବିଦ୍ୟାର୍ଥିମାନେ ନିଜ କ୍ୟାରିୟର ପାଇଁ ଭଲ ସୁଯୋଗ ପାଇପାରିବେ । ଗୁରୁଜନ ମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ତୁଟିଯାଇଥିବା ସମ୍ପର୍କକୁ ଆଉଥରେ ଯୋଡିବା ପାଇଁ ସୁଯୋଗ ମିଳିବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଅପରିଚିତ ଲୋକଙ୍କୁ ବିଶ୍ୱାସ କରି ତରତର ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପରିବାରରେ କୋଣସି ଉତ୍ସବ ପାଳନ କରିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରିବାକୁ ପଡିପାରେ । ଜୀବନସାଥୀଙ୍କ ସହିତ ବୁଲିବାକୁ ଯାଇ ପାରନ୍ତି । ଯଦି ଋଣ କରିବାକୁ ଚାହୁଁଛନ୍ତି ତେବେ ଡକ୍ୟୁମେଣ୍ଟ ଗୁଡିକୁ ଭଲଭାବରେ ପଢ଼ନ୍ତୁ । ଚାକିରୀ କ୍ଷେତ୍ରରେ ସହକର୍ମୀ ମାନଙ୍କ ହେତୁ ଠିକ୍‌ ସମୟରେ କାମ ପୂରଣ କରିପାରିବେ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ତୁଳା:-କର୍ମକ୍ଷେତ୍ରରେ ଉଚ୍ଚାଧିକାରୀମାନେ ପ୍ରଶଂସା କରିବେ । ଆତ୍ମବିଶ୍ୱାସରେ ବୃଦ୍ଧି ହେବା ସହ ରୋଜଗାରରେ ପରିବର୍ତ୍ତନ କରି ପାରନ୍ତି । କୋର୍ଟ କଚେରୀ ମାମଲାରେ ବିଜୟ ପ୍ରାପ୍ତ ହେବେ । ପାରିବାରିକ ସମସ୍ୟା ଗୁଡ଼ିକୁ ସମାଧାନ କରିବା ଉଚିତ୍‌ । ସରକାରୀ ଚାକିରୀ କରୁଥିବା ଲୋକଙ୍କର ସ୍ଥାନାନ୍ତର ବିଷୟରେ ଆଲୋଚନା ହୋଇପାରେ । ପ୍ରେମ ସମ୍ପର୍କରେ ପର୍ଯ୍ୟାପ୍ତ ସମୟ ଦେବାକୁ ପଡିବ । ଅଧିକ ଚିନ୍ତା ହେତୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ସଠିକ୍‌ ବୁଝାମଣା ହେତୁ କଷ୍ଟସାଧ୍ୟ କାର୍ଯ୍ୟ ସହଜରେ ସମାଧାନ କରି ପାରିବେ । ଆୟ ବୃଦ୍ଧି ହେବା ଯୋଗେ କାର୍ଯ୍ୟରେ ମନ ଲାଗିବ । ପରିବାରରେ ହସଖୁସିର ବାତାବରଣ ରହିବ । ପ୍ରତିଯୋଗିତା ପରୀକ୍ଷାରେ ବଡ଼ ସଫଳତା ପାଇବେ । ବିରୋଧୀମାନେ ଦୂରେଇ ରହିବା ଫଳରେ ନିଜ ଯୋଗ୍ୟତାର ସମ୍ପୂର୍ଣ୍ଣ ଲାଭ ଉଠାଇବେ । ଦାଂପତ୍ୟ ଜୀବନ ସୁଖମୟ ହେବ । ପ୍ରେମ ସମ୍ପର୍କରେ ନିଜର ସାବଧାନତା ହେତୁ ବଡ଼ ସଫଳତାର ବାଟ ଖୋଲିଯିବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ଧନୁ:-ପୁରୁଣା ସାଙ୍ଗମାନଙ୍କ ସହିତ ଇଣ୍ଟରନେଟ୍‌ରେ ଯୋଗାଯୋଗ କରିପାରିବେ । ପ୍ରେମିକ ପ୍ରେମିକାମାନଙ୍କର ନୂଆ ଓ ପ୍ରଭାବଶାଳୀ ସମ୍ପର୍କ ଗଠନ ହୋଇପାରେ । ଚାକିରୀ ଖୋଜୁଥିବା ଲୋକମାନଙ୍କୁ ସଫଳତା ମିଳିବ । ପିଲାମାନେ ଆପଣଙ୍କ ଆଦେଶକୁ ପାଳନ କରିବା ଫଳରେ ଖୁସିହେବେ । ମାଲିକଙ୍କ ସହିତ ଆତ୍ମୀୟତା ସୃଷ୍ଟି ହେବା ଯୋଗେ ଆପଣଙ୍କ ନିଷ୍ପତ୍ତିକୁ ବିନା ଦ୍ୱିଧାରେ ମାନି ନେବେ । କିନ୍ତୁ ସବୁ ପରିସ୍ଥିତିରେ ଧୈର୍ଯ୍ୟ ରଖିବା ଉଚିତ୍‌ । ପ୍ରତିକାର- ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-କର୍ମକ୍ଷେତ୍ରରେ ଭଲରେ ସମୟ ବିତାଇବେ । ଗ୍ରାଫିକ୍ସ ଓ ଉନ୍ନତ ଜ୍ଞାନ କୌଶଳରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବିଶେଷ ଶୁଭ ହେବ । ନିଜର ଗୁପ୍ତ ଜିନିଷ କିମ୍ବା ଗୁପ୍ତ ଯୋଜନାକୁ ଅନ୍ୟମାନଙ୍କ ପାଖରେ କୁହନ୍ତୁ ନାହିଁ । ନଚେତ୍‌ କିଛି ଲୋକ ଏହାର ଲାଭ ଉଠାଇବାକୁ ଚେଷ୍ଟା କରିପାରନ୍ତି । ନିଜର କ୍ରୋଧକୁ ନିୟନ୍ତ୍ରଣରେ ରଖି ଯେଉଁ କାର୍ଯ୍ୟ କରୁଛନ୍ତି ଭାବିଚିନ୍ତି ବୁଝିବିଚାରୀ କରନ୍ତୁ । ରାସ୍ତାରେ ଯିବା ସମୟରେ ସତର୍କ ରହିବା ଆବଶ୍ୟକ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସମ୍ପତ୍ତି ସମ୍ବନ୍ଧିୟ ବିବାଦ ବୁଦ୍ଧିମାନ ଲୋକଙ୍କର ପରାମର୍ଶରେ ସମାଧାନ ହୋଇଯିବ । ଠିକ୍‌ ସମୟରେ ଅଫିସ୍‌ କାମ ପୂରଣ ହେବା ଯୋଗେ ମନରେ ପ୍ରସନ୍ନତା ରହିବ । ବଡ଼ କମ୍ପାନୀରେ ଚାକିରୀ କରୁଥିବା ଲୋକମାନେ ସହକର୍ମୀ ମାନଙ୍କ ସହିତ ଉତ୍ସର୍ଗୀକୃତ ରହି ସନ୍ତୁଷ୍ଟ ରହିବେ । ନିଷ୍ଠା ଓ କାର୍ଯ୍ୟକ୍ଷମତା ଲୋକମାନଙ୍କ ପାଇଁ ପ୍ରେରଣା ସୃଷ୍ଟି କରିବ । ଯଦି ଯାତ୍ରା କରିବାକୁ ଯାଉଛନ୍ତି ତେବେ ସାବଧାନ ରହିବା ଆବଶ୍ୟକ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମୀନ:-ସାମାଜିକ କାର୍ଯ୍ୟରେ ଯୋଗ ଦେଇ । ଯାତ୍ରାରେ ଲାଭ ପ୍ରାପ୍ତ ହେବ । ରାଜନେତାଙ୍କ ମାଧ୍ୟମରେ କିଛି କାମ ହାସଲ କରିପାରିବେ । ଅଧିକାରୀ ମାନଙ୍କ ସହିତ ସମ୍ପର୍କ ମଧୁର ହେବା ଫଳରେ ମନରେ ଥିବା ଚିନ୍ତାଧାରା ପରିପୂର୍ଣ୍ଣ ରହିବ । ଛୋଟ ବ୍ୟବସାୟୀ ମାନଙ୍କର ବହୁତ ଲାଭ ହେବ । ଆଇଟି ଓ ସଫ୍ଟୱେର୍‌ ଇଣ୍ଡଷ୍ଟି୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ବହୁତ ଶୁଭ ହେବ । ନିଜର ପ୍ରତିଭାକୁ ରଚନାତ୍ମକ କାର୍ଯ୍ୟରେ ବ୍ୟବହାର କରନ୍ତୁ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!