ଦୈନିକ ରାଶିଫଳ: 12 ସେପ୍ଟେମ୍ବର 2021, ସୂର୍ଯ୍ୟଦେବଙ୍କ କୃପାରୁ ଆଜି ଏହି ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ସେପ୍ଟେମ୍ବର ମାସ ୧୨ ତାରିଖ, ରବିବାର, ସିଂହ ମାସ ୨୭ ଦିନ, ଭାଦ୍ରବ ମାସ, ଶୁକ୍ଳପକ୍ଷ, ଷଷ୍ଠୀତିଥି, ବିଶାଖା ନକ୍ଷତ୍ର ସକାଳ ୯ଟା ୫୦ମିନିଟ୍ ଗତେ ଅନୁରାଧା ନକ୍ଷତ୍ର, ବିଛା ରାଶିରେ ଚନ୍ଦ୍ର । ବୈଧୃତି ଯୋଗ ଦିବା ୧୧ଟା ୪୨ମିନିଟ୍ ଗତେ ବିଷ୍କୁମ୍ଭ ଯୋଗ । କୌଳବ କରଣ ସକାଳ ୬ଟା ୨୮ମିନିଟ୍ ଗତେ ତୈତିଳ କରଣ । ମେଷ ରାଶିର ଘାତବାର । ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ, ସନ୍ଧ୍ୟା ୫ଟା ୨୧ମିନିଟ୍ ପରେ ତାଳ ନ ଖାଇଲେ ଭଲ । ଯୋଗିନୀ- ପଶ୍ଚିମେ ସନ୍ଧ୍ୟା ୫ଟା ୨୧ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧ ତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ-ଦିବା ୧୧ଟା ୪୨ମିନିଟ୍ ରୁ ଦିବା ୧ଟା ୧୪ମିନିଟ୍ । ଦିବା ୧୦ଟା ୧୧ମିନିଟ୍ ରୁ ଦିବା ୧୧ଟା ୪୨ମିନିଟ୍ । ରାତ୍ରି ୧ଟା ୧୧ମିନିଟ୍ ରୁ ରାତ୍ରି ୨ଟା ୪୦ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୩୮ମିନିଟ୍ ରୁ ୯ଟା ୩୯ମିନିଟ୍, ଦିବା ୧ଟା ୧୫ମିନିଟ୍ ରୁ ୧ଟା ୪୩ମିନିଟ୍, ସନ୍ଧ୍ୟା ୬ଟା ୩୬ମିନିଟ୍ ରୁ ରାତ୍ର ୮ଟା ୫୬ମିନିଟ୍, ରାତ୍ର ୧୨ଟା ୭ମିନିଟ୍ ରୁ ୧ଟା ୧୦ମିନିଟ୍ । ପର୍ବଦିନ- ଲଳିତା ସପ୍ତମୀ ବା କୁକ୍କୁଟି ବ୍ରତ, ଖୁଦୁରୁକୁଣୀ ଓଷା ତୃତୀୟ ପାଳି ।

ମେଷ:-ସନ୍ତାନଙ୍କର କ୍ୟାରିୟରକୁ ନେଇ ଆନନ୍ଦିତ ହେବେ । ଜୀବନସାଥୀଙ୍କ ବ୍ୟବହାରରେ ମନ ବହୁତ ଖୁସି ରହିବ । ଯଦି ଯୋଜନା କରିବା ପରେ ସବୁ କାମ କରିବେ ତେବେ ଲାଭ ପାଇବେ । ଯେ କୌଣସି କାର୍ଯ୍ୟ ହାତକୁ ନେବେ ତାହା ଠିକ୍‌ ସମୟରେ ପୂରଣ କରିପାରିବେ । ବ୍ୟବସାୟରେ ଅଟକିଥିବା ଟଙ୍କା ଫେରିପାଇବେ । ପ୍ରେମ ସମ୍ବନ୍ଧରେ ଭାବପ୍ରବଣତା ଦୂର ହୋଇପାରେ । ବ୍ୟକ୍ତିଗତ ସମସ୍ୟା ଅନ୍ୟମାନଙ୍କ ଆଗରେ ଆଲୋଚନା କରନ୍ତୁ ନାହିଁ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-କିଛି ବିଶେଷ କାର୍ଯ୍ୟ ପାଇଁ ସମ୍ମାନିତ ହୋଇ ପାରନ୍ତି । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିବେ । ବ୍ୟବସାୟରେ ଆଶାତୀତ ଲାଭ ହୋଇ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମନରେ ଭାବିଥିବା କାର୍ଯ୍ୟ ପୂରଣ ହେବ । ପୁରୁଣା କରଜ ସୁଝିବା ପାଇଁ ଚେଷ୍ଟିତ ହେବେ । ରିଅଲ୍‌ ଇଷ୍ଟେଟ୍‌ ସହିତ ଜଡିତ ବ୍ୟବସାୟରେ ମିତ୍ରମାନଙ୍କ ସହଯୋଗରେ ଭଲଲାଭ ପାଇବେ । ମିତ୍ରମାନଙ୍କ ସହିତ ହସଖୁସିରେ ସମୟ ଅତିବାହିତ କରିବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ଶତୃମାନେ ବନ୍ଧୁତ୍ୱର ହାତ ବଢ଼ାଇ ପାରନ୍ତି । ବ୍ୟବସାୟ ପାଇଁ ବଡ଼ବଡ କମ୍ପାନୀ ମାନଙ୍କ ସହିତ ଡିଲ୍‌ ହୋଇପାରେ । ରାଜନୀତି ସହିତ ଜଡିତ ଲୋକମାନଙ୍କର ନିଜ ପ୍ରତିଷ୍ଠା ପାଇଁ ଚେଷ୍ଟିତହେବେ । ନିଜର ପ୍ରତିଭା ଓ ଯୋଗ୍ୟତାକୁ ପ୍ରଶଂସା ମିଳିବ । ପାରିବାରିକ ବିବାଦ ସମାଧାନ ହେବାର ବାଟ ଦେଖାଦେବ । ପ୍ରେମକ୍ଷେତ୍ରରେ ନିଜର କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରିବା ଉଚିତ୍‌ ହେବ । ନୂଆ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-ବ୍ୟବସାୟରେ ଅଚାନକ ଭାବରେ ଭଲ ଅର୍ଡର ମିଳିବା ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ନିଜର ବିଚାର ଧାରାକୁ ସକରାତ୍ମକତା ରଖିବା ଫଳରେ ମନ ମୁତବକ ରୋଜଗାର କରି ପାରିବେ । ଜୀବନସାଥୀଙ୍କ ସହଯୋଗରେ ମନୋବଳ ବୃଦ୍ଧିହେବ । ପିଲାମାନଙ୍କ ପାଠପଢ଼ାରେ ଭଲ ସଫଳତା ମିଳିବ । ପରିବାରରେ ଗୁରୁଜନଙ୍କ ବିଚାରକୁ ସମ୍ମାନ ଦେଇ କାର୍ଯ୍ୟ କରିବା ଫଳରେ ମାନସମ୍ମାନ ବୃଦ୍ଧି ପାଇବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-ସମ୍ପତ୍ତି ସଂବନ୍ଧିୟ ବିବାଦ ସମାଧାନ ହୋଇଯିବ । ବ୍ୟବସାୟରେ ଆଶା କରିଥିବା କ୍ଷେତ୍ରରୁ ଅଧିକ ଧନ ଲାଭ ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ ପ୍ରସ୍ତାବ ପାଇବେ । ଆଇଟି ଓ ସଫ୍ଟୱେର୍‌ କ୍ଷେତ୍ରରେ ଜଡିତ ଲୋକମାନଙ୍କର କାର୍ଯ୍ୟଦକ୍ଷତା ଉତ୍କୃଷ୍ଟ ହେବ । ଅଧିକାଂଶ କାର୍ଯ୍ୟ ଫୋନ୍‌ ମାଧ୍ୟମରେ ସମ୍ପର୍ଣ୍ଣ କରିବେ । ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କଲେ ଲାଭ ମିଳିବ । ଅନ୍ୟମାନଙ୍କ ପାରିବାରିକ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କନ୍ୟା:-ବହୁତ ଦିନରୁ ଅପେକ୍ଷା କରିଥିବା କାର୍ଯ୍ୟ ଆରମ୍ଭ ହୋଇପାରେ । ଜୀବନସାଥୀଙ୍କ ସହଯୋଗରେ ନୂତନ ସମ୍ପତ୍ତି କିଣି ପାରନ୍ତି । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ସ୍ଥିର ହୋଇପାରେ । ପିଲାମାନଙ୍କର ଉନ୍ନତିରେ ଖୁସି ହେବେ । ଲୋକମାନେ ଆପଣଙ୍କଠାରୁ ପରାମର୍ଶ ଓ ପ୍ରେରଣା ଗ୍ରହଣ କରିବେ । ଆର୍ଥିକ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମିଳିପାରେ । ମିଡିଆ ସହିତ ଜଡିତ ଲୋକମାନେ ସମ୍ମାନ ପାଇପାରିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ଚିକିତ୍ସକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ପ୍ରାଇଭେଟ୍‌ ଚାକିରୀ କରୁଥିବା ଲୋକମାନେ ପଦୋନ୍ନତି ପାଇବାର ସମ୍ଭାବନା ଅଛି । ଇଞ୍ଜିନିୟରିଂ କ୍ଷେତ୍ରର ବ୍ୟବସାୟରେ ଜଡିତ ଲୋକମାନଙ୍କର ଭଲ ଲାଭ ହେବ । ପୁରୁଣା ଜିନିଷ କିଣି ପାରନ୍ତି । ଅହଂକାର ପ୍ରକୃତିକୁ ନିୟନ୍ତ୍ରଣ କରି ଅନ୍ୟମାନଙ୍କ ଭାବନାକୁ ସମ୍ମାନ ଦିଅନ୍ତୁ । ବିଦ୍ୟାର୍ଥିୀମାନେ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନରେ ଆଡମିଶନ କରି ପାରିବେ । ଇଣ୍ଟରଭ୍ୟୁରେ ଉତ୍ତମ ସଫଳତା ମିଳିବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଅଟକି ରହିଥିବା କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନା ରହିଛି । ବ୍ୟବସାୟରେ ଅଧିକଅର୍ଥ ବିନିଯୋଗ କରିବାର ଚେଷ୍ଟା ସଫଳ ହେବ । ନିଜର ଭାବନାତ୍ମକ କ୍ଷେତ୍ରରେ ସକରାତ୍ମକତା ଭରପୁର ରହିବ । ପିଲାମାନଙ୍କର ସଫଳତାରେ ଗୌରନ୍ଵିତ ଅନୁଭବ କରିବେ । ନିଜର ଯୋଜନା ଓ ବନ୍ଧୁମିତ୍ରଙ୍କ ଚେଷ୍ଟାରେ ବାକିପଡିଥିବା ଧନ ପ୍ରାପ୍ତ ହୋଇପାରେ । ବୁଦ୍ଧିମାନ ଲୋକଙ୍କର ସାନିଧ୍ୟ ଲାଭକରି ସମ୍ପତ୍ତି ସମ୍ବନ୍ଧିୟ ବିବାଦକୁ ଅପୋଷ ସମାଧାନ କରିଦେଇ ପାରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ । ରାଜନୈତିକ କ୍ଷେତ୍ରରେ ବିପଦ ସଙ୍କୁଳ ଦେଖାଦେଇ ଟଳିଯିବ । ବନ୍ଧୁଙ୍କ ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ କିନ୍ତୁ ଯାତ୍ରାରେ ସଫଳତା ଲାଭ ହେବ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବନ୍ଧୁଙ୍କ ଶୁଭକର୍ମରେ ଯୋଗଦେବାକୁ ବାଧ୍ୟ ହେବେ । ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ପରିବାରରେ ମନୋମାଳିନ୍ୟ ଓ ଆର୍ଥିକ ସଙ୍କଟ ଦୂରେଇ ଯାଇ ଶାନ୍ତିଶୃଙ୍ଖଳା ଦେଖାଦେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । ପ୍ରବାସ ଯାତ୍ରାରେ ଲାଭବାନ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ । ପୁରାତନରୋଗର ଉପଶମ ମିଳିବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଆୟ ଉପାର୍ଜନରେ ବାଧା ନାହିଁ । ପ୍ରତିକାର- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ । ଜାଗା, ଜମି, ଗୃହପୋକରଣ କ୍ରୟ କରିବେ । ନୂତନକର୍ମପ୍ରାପ୍ତିର ସୁଯୋଗ ପାଇବେ । ବ୍ୟବସାୟରେ ଆଶାତୀତ ଲାଭ ମିଳିବ । ପରିବାରରେ ସୁସ୍ଥ ବାତାବରଣ ଜାରିରହିବ । ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ । ଦୂରଯାତ୍ରାର ସୁଯୋଗ ପାଇବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ସାକ୍ଷାତ୍କାରରେ ସଫଳହେବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:-ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ବିଦ୍ୟାକ୍ଷେତ୍ରରେ ଶୁଭଯୋଗ ଓ ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ । ବ୍ୟବସାୟରେ କ୍ରୋଧ ନିୟନ୍ତ୍ରଣ ରଖିଲେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାରବାର କରି ଅଧିକ ଲାଭ ପାଇବେ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ । ପ୍ରତିକାର- ଭୋକିଲା ଲୋକକୁ ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!