ଶାଳଗ୍ରାମ ପୂଜା କରିଲେ ହୁଏ ନାହିଁ ଧନର ଅଭାବ, କେବଳ ଏହି ସବୁ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶାଳଗ୍ରାମକୁ ଭଗବାନ ବିଷ୍ଣୁଙ୍କ ପଥର କୁହାଯାଏ ଓ ଏହାକୁ ପୂଜା କରି ବିଷ୍ଣୁଙ୍କୁ ପ୍ରସନ୍ନ କରାଯାଏ । ଶାଳଗ୍ରାମ ପଥର ନେପାଳର ମୁକ୍ତିନାଥ ଓ କଲି ଗଣ୍ଡକୀ ନଦୀରେ ହିଁ ମିଳିଥାଏ, ଏବଂ ଏହା ୩୩ ପ୍ରକାର ହୋଇଥାଏ । ଏହି ୩୩ ପ୍ରକାର ଶାଳଗ୍ରାମରୁ ୨୪ପ୍ରକାର ଶାଳଗ୍ରାମକୁ ବିଷ୍ଣୁଙ୍କ ୨୪ ପ୍ରକାର ଅବତାର ବୋଲି କୁହାଯାଏ । ଏହାବ୍ୟତୀତ ଆମେ ପାଳନ କରୁଥିବା ୨୪ଟି ଏକାଦଶୀକୁ ଏହି ଶାଳଗ୍ରାମକୁ ଦର୍ଶାଇ ଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶାସ୍ତ୍ରାନୁଯାଇ ଶାଳଗ୍ରାମର ଆକାର ଉପରେ ନିର୍ଭର ହୁଏ ଯେ ଏହା ବିଷ୍ଣୁଙ୍କର କେଉଁ ଅବତାର ହୋଇଥାଏ ।

ଯଦି ଶାଳଗ୍ରାମର ଆକାର ମାଛ ପରି ହୋଇଥାଏ ତେବେ ଏହା ବିଷ୍ଣୁଙ୍କର ମତ୍ସ୍ୟ ଅବତାରର ପ୍ରତୀକ ହୋଇଥାଏ । ଶାଳଗ୍ରାମର ଆକାର ଗୋଲ୍ ହୋଇଥାଏ ତେବେ ଏହା ବିଷ୍ଣୁଙ୍କର ଗୋପାଳ ରୂପ ମନାଯାଏ । ସେହିପରି ଶାଳଗ୍ରାମର ଆକାର କଇଁଛ ପରି ହୋଇଥାଏ ତେବେ ଏହା ବିଷ୍ଣୁଙ୍କର କଚ୍ଛପ ରୂପ ଓ କୂର୍ମ ଅବତାରର ପ୍ରତୀକ ହୋଇଥାଏ ।

ଏହି ଶାଳଗ୍ରାମକୁ ଦେବୀ ତୁଲସୀଙ୍କ ସ୍ଵାମୀ ବୋଲି ମନାଯାଏ । ଏହି ଶାଳଗ୍ରାମରେ ଚକ୍ର ଚିହ୍ନ, ରେଖା ଚିହ୍ନ ଥାଏ ଏହା ବିଷ୍ଣୁଙ୍କ ଅନ୍ୟ ଅବତାର ଓ ଶ୍ରୀକୃଷ୍ଣଙ୍କ ବଂଶର ଲୋକଙ୍କ ପ୍ରତୀକ ହୋଇଥାଏ । ପ୍ରତ୍ୟେକ ବର୍ଷ ଲୋକମାନେ ବିଧି ବିଧାନରେ ଦେବୀ ତୁଳସୀଙ୍କୁ ଶାଳଗ୍ରାମ ସହିତ ବିବାହ କରାଇଥାନ୍ତି । ସେଥିପାଇଁ ଶାଳଗ୍ରାମକୁ ଦେବୀ ତୁଳସୀଙ୍କ ସ୍ଵାମୀ ବୋଲି କୁହାଯାଏ ।

ଆସନ୍ତୁ ଜାଣିବା କିପରି ଶାଳଗ୍ରାମର ପୂଜା କରିବା ଉଚିତ୍ । ଏହାକୁ ପୂଜା କରିବା ପାଇଁ କିଛି ନିୟମ ପାଳନ କରି ସାବଧାନତା ପୂର୍ବକ  ପୂଜା କରିବା ଦରକାର ।

ଶାଳଗ୍ରାମକୁ ପୂଜା କରିବା ପାଇଁ ସର୍ବ ପ୍ରଥମେ ପଞ୍ଚାମୃତରେ ସ୍ନାନ କରିବାକୁ ହେବ । ଏହା ପରେ ଶାଳଗ୍ରାମ ଉପରେ ଚନ୍ଦନ ଲଗାଇ ଏକ ତୁଳସୀ ପତ୍ର ରଖନ୍ତୁ । ତୁଳସୀ ବିଷ୍ଣୁଙ୍କର ଅତି ପ୍ରିୟ ବୋଲି ମନାଯାଏ । ସେଥିପାଇଁ ଯେତେବେଳେ ପୂଜା କରାଯାଏ ତୁଲସୀ ପତ୍ର ଚଢାଯାଇ ଥାଏ । ଏହାପରେ ଶାଳଗ୍ରାମକୁ ଫୁଲ ଅର୍ପିତ କରି ପୂଜା କରନ୍ତୁ ।

ଶାଳଗ୍ରାମ ସହିତ ଜଡିତ କିଛି ବିଶେଷ ମହତ୍ଵପୂର୍ଣ୍ଣ ଉପଦେଶ –

ବିଦ୍ଵାନ ପଣ୍ଡିତଙ୍କ ଅନୁସାରେ ଘରେ କେବଳ ଗୋଟିଏ ଶାଳଗ୍ରାମ ରଖିବା ଉଚିତ୍ । ତେଣୁ ଘରେ ଏକରୁ ଅଧିକ ଶାଳଗ୍ରାମ ରଖନ୍ତୁ ନାହିଁ ।

ଶାଳଗ୍ରାମକୁ କେବଳ ମନ୍ଦିରରେ ହିଁ ରଖିବା ଉଚିତ୍ ଓ ଏହାକୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ନିକଟରେ ହିଁ ସ୍ଥାପିତ କରିବା ଉଚିତ୍ ।

ଏହାକୁ ଏକ ନାଲି ରଙ୍ଗର ବସ୍ତ୍ର ଉପରେ ହିଁ ରଖନ୍ତୁ ଓ ପ୍ରତ୍ୟେକ ଦିନ ପୂଜା କରନ୍ତୁ ।

ଏହାକୁ ପୂଜା କରିଲେ କିପ୍ରକାର ଲାଭ ମିଳେ-

କୁହାଯାଏ କି ଏହାକୁ ପୂଜା କରିଲେ ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି ଓ ନିଜର ସବୁ ମନସ୍କାମନା ପୂରଣ ହୋଇଥାଏ ।

ଯେଉଁ ଗୃହରେ ସର୍ବଦା ଶାଳଗ୍ରାମ ପୂଜା ହୁଏ ସେହି ଘରେ ସର୍ବଦା ମାତା ଲକ୍ଷ୍ମୀ ବାସ କରନ୍ତି ଓ କେବେ ମଧ୍ୟ ଧନର ଅଭାବ ହୁଏ ନାହିଁ ।

ସ୍ଵଛ ମନରେ ଶାଳଗ୍ରାମ ପୂଜା କରିଲେ  ସବୁ ପାପ ନଷ୍ଟ ହୋଇଯାଏ ଓ ଏହି ପାପରୁ ରକ୍ଷା ପାଇବେ ।

ଏହି ଶାଳଗ୍ରାମ ପୂଜା କରିଲେ ନିଜର କ୍ରୋଧଭାବ ଦୂର ହୋଇ ମନରେ ଶାନ୍ତି ମିଳେ ।

ଏହି ଶାଳଗ୍ରାମକୁ ଘରେ ରଖି ପୂଜା କରିଲେ ନକରାତ୍ମକ ଊର୍ଜା ଦୂର ହୋଇଯାଏ ଓ ପରିବାରରେ ଶାନ୍ତିଭାବ ଦେଖା ଦିଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!