ଯଦି ରୋଷେଇ ଘରେ କରୁଛନ୍ତି ଏହି କାମ ତେବେ ସଙ୍ଗେ ସଙ୍ଗେ ଅଟକାଇ ଦିଅନ୍ତୁ, ନ ହେଲେ ରୁଷ୍ଟ ହୋଇଯିବେ ମା’ଲକ୍ଷ୍ମୀ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଭାରତୀୟ ଘରର ମହିଳାମାନେ ଦିନର ପ୍ରାୟତଃ ସମୟ ରୋଷେଇ ଘରେ ହିଁ ବିତାଇଥାନ୍ତି । ଯେଉଁଠି ଘରର ସ୍ତ୍ରୀଲୋକମାନେ ନିଜ ପରିବାର ପାଇଁ ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି । ଯେଉଁଭଳି ଆମେ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଘରକୁ ସଫା ସୁତୁରା ରଖିଥାଉ ସେହିଭଳି ରୋଷେଇ ଘରକୁ ମଧ୍ୟ ସଫା ସୁତୁରା ନିହାତି ଆବଶ୍ୟକ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କାରଣ କୌଣସି ଘରର ରୋଷେଇ ଘର ମଧ୍ୟ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଯଦି ଆପଣ ରୋଷେଇ ଘରେ କିଛି ବି ଭୁଲ କାମ କରୁଛନ୍ତି ତେବେ ତାହାର ସିଧା ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ । ଯଦି ଆପଣ ଏହି କଥା ପ୍ରତି ଧ୍ୟାନ ରଖିବେ ନାହିଁ ତେବେ ଆପଣଙ୍କର ଆର୍ଥିକ ପରିସ୍ଥିତି ଉପରେ ଗଭୀର ପ୍ରଭାବ ପଡିଥାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ କି ଆପଣ ନିଜ ରୋଷେଇ ଘରେ କେଉଁ ସବୁ କଥା ଗୁଡିକ ପ୍ରତି ଧ୍ୟାନ ଦେବେ ।

· ବହୁତ ଲୋକମାନଙ୍କର ଅଭ୍ୟାସ ଅଛି କି ସେ ରୋଷେଇ ଘରେ ବ୍ରଶ କରିଥାନ୍ତି, କିନ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଅଶୁଭ ବୋଲି କୁହାଯାଏ । ଯଦି ଆପଣ ବି ରୋଷେଇ ଘରେ ବ୍ରଶ କରୁଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କର ଧନ ହାନୀ ହୋଇଥାଏ ।

· ଆଗରୁ ସ୍ତ୍ରୀମାନେ ଗାଧୋଇବା ପରେ ହିଁ ରୋଷେଇ ଘରେ ପ୍ରବେଶ କରୁଥିଲେ । କାରଣ ପ୍ରଥମ ଖାଦ୍ୟ କରି ସାରିବା ପରେ ତାହାକୁ ଭଗବାନଙ୍କ ନିକଟରେ ଲଗାଇଥାନ୍ତି । ଏହା ମଧ୍ୟ କୁହାଯାଏ କି ରୋଷେଇ ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ସେଥିପାଇଁ ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ ।

· କହି ରଖୁଛୁ କି ରୋଷେଇ ଘରେ କେବେ ବି ଝାଡୁ, ଜୋତା ଚପଲ ରଖିବେ ନାହିଁ । କାରଣ ଏହା କରିବା ଦ୍ଵାରା ଆପଣଙ୍କ ଉପରେ ମାତା ଅନ୍ନପୂର୍ଣ୍ଣା ରାଗିଯାଆନ୍ତି ଓ ଘରର ଉନ୍ନତି ହୁଏ ନାହିଁ ।

· ଏହା ଛଡା କିଛି ଥର ଦେଖା ଯାଇଛି କି ରୋଷେଇ ଘରର କଳରୁ ପାଣି ପଡୁଥାଏ, ଏହା ଅଶୁଭ ହୋଇଥାଏ । ଏହା ଦ୍ଵାରା ଧନ ହାନି ହୋଇଥାଏ । ସେଥିପାଇଁ ଏହାକୁ ଜଲ୍ଦି ହିଁ ଠିକ କରି ଦିଅନ୍ତୁ ।

· ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘରକୁ ସବୁବେଳେ ପୂର୍ବ ଦିଗରେ ହିଁ କରିବା ଉଚିତ ଓ ସବୁବେଳେ ପୂର୍ବ ଦିଗକୁ ହିଁ ମୁହଁ କରି ରୋଷେଇ କରିବା ଉଚିତ ।

· ଏହା ବ୍ୟତୀତ କେବେ ବି ଉତ୍ତର ଓ ଦକ୍ଷିଣ ଦିଗକୁ ମୁହଁ କରି ରୋଷେଇ କରିବା ଉଚିତ ନୁହେଁ ।

· କିଛି ଥର ଦେଖା ଯାଇଛି କି ଲୋକମାନେ ରୋଷେଇ କରିବା ପରେ ରୋଷେଇ ଘରୁକୁ ସଫା କରନ୍ତି ନାହିଁ ଏବଂ ରୋଷେଇ ଘରେ ଅଇଁଠା ବାସନ ରଖି ଦିଅନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ । ରୋଷେଇ ଘରେ କାମ ସାରିବା ପରେ ରୋଷେଇ ଘରକୁ ସଫା କରି ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!