ରବି ଚଳିଲେ ବିଛା ରାଶିକୁ, ବିଛାରାଶିକୁ ରବି ସଂକ୍ରମଣ କରିବା ଫଳରେ ଏହି ଚାରୋଟି ରାଶିର ଅତ୍ୟନ୍ତଶୁଭ ଫଳ ପ୍ରାପ୍ତି ହେବ ଆସନ୍ତୁ ଜାଣିବା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ଆର୍ଥିକ  କ୍ଷେତ୍ରରେ ଉନ୍ନତି ଦେଖାଦେବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନବୃଦ୍ଧି ହେବ। କର୍ମଚାରୀମାନେ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କର୍ମ ନିଯୁକ୍ତି ପାଇବେ। ବିଦ୍ୟାରେ ଯଥେଷ୍ଟ ଫଳ ପ୍ରାପ୍ତି ହେବ। ଇଚ୍ଛାକରି ଆଳସ୍ୟ ହେବେ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଅଚାନକ ଧନ ପ୍ରାପ୍ତି ହେବା ଫଳରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ।  ସରକାରୀ କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ। ସାମାଜିକ ପ୍ରତିଷ୍ଠା, ମାନ, ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ  ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଗୃହରେ ମାଙ୍ଗଳିକ କାର୍ଯ୍ୟରେ ଧନ ବ୍ୟୟହେବ। ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ସଂଚାଳକ, ଓକିଲ, ନ୍ୟାୟଧୀଶ, ଚିକିତ୍ସକ, କଳାକାର ମାନଙ୍କର ପ୍ରବଳ ଉନ୍ନତି ହେବ। ରାଜନୈତିକ କ୍ଷେତ୍ରରେ ପ୍ରବଳ ଲୋକ ସମର୍ଥନ ମିଳିବ। ପୁରୁଖା ନେତା ବା ଦଳର ମୁଖ୍ୟଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇ ପାରିବେ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ। ଅଧା ହୋଇଥିବା କାର୍ଯ୍ୟ ସହଜରେ ପୂରଣ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରତିକାର:- ଗୋମାତାକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

କର୍ମକ୍ଷେତ୍ରରେ ଦାୟିତ୍ଵ ବଢିବା ସହ ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ ଓ ନିଜ ଲୋକମାନେ ହିଁ କାମରେ ଆସିବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ଆୟ ଅଧିକ ହେବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ବ୍ୟବସାୟରେ ଉଧାର ଦେଲେ ଫେରି ପାଇବା ପାଇଁ ଅନାବଶ୍ୟକ ଧାଁଦୌଡ଼ କରିବାକୁ ପଡିବ। ମାନସିକ ଅଶାନ୍ତି ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି, ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। କଥା ବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ବିପଦର ସମ୍ମୁଖୀନ ହେବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ପରିବାର ଭିତରେ ଜଗିରଖି ଚଳିଲେ ପାଖ ପଡୋଶିଙ୍କ ଦ୍ଵାରା ପ୍ରଶଂସା ପାଇବେ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମିଥୁନ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି। ଠିକାଦାରୀ, ସଡକ, ଗୃହନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ, ଦଳ ସମର୍ଥନ ବଢିବା ସହ ମୁଖ୍ୟନେତାଙ୍କର ପ୍ରିୟପାତ୍ର ହେବେ। ଶତୃମାନେ ତଳମୁହାଁ ହେବେ। ମାଲିମକଦ୍ଦମାରେ ବିଜୟଲାଭ ହେବ। ସମସ୍ତ ସମସ୍ୟା ଅପସରି ଯିବ। ସନ୍ତାନ ଯୋଗେ ଆନନ୍ଦିତ ହେବେ। ଉଚ୍ଚାଧିକାରୀ, ସହ କର୍ମୀ, ଭାଇ ବନ୍ଧୁ ବା କୌଣସି ବିଶିଷ୍ଠ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢ଼େଇ ଦେବ। ପ୍ରବାସ ଯାତ୍ରାରେ ଲାଭବାନ୍ ହେବେ। ବ୍ୟବସାୟ କ୍ଷେତ୍ରରେ ପ୍ରସାର, ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ। ପ୍ରତିକାରପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ

ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଆୟ ଉପାର୍ଜନର ବୃଦ୍ଧି ହେବ। ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବା ଦ୍ଵାରା ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ। ଦାମ୍ପତ୍ୟ  ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ। ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ସରକାରୀ କର୍ମଚାରୀମାନଙ୍କର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ। ଜୀବନ ସାଥିଙ୍କ ସହ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ। ପ୍ରତିକାର କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ସିଂହ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହୋଇ ଆର୍ଥିକ କ୍ଷେତ୍ରରେ  ଉନ୍ନତି  ହେବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବନ୍ଧୁ ମିତ୍ରମାନେ ସହଯୋଗ କରିବେ। ଦୂରସ୍ଥାନକୁ ଯାତ୍ରା କରିବେ। ନୂତନ ଗୃହସୁଖ ଓ ଯାନବାହନ ସୁଖ ମିଳିବ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ବ୍ୟବସାୟରେ ସ୍ଥିତି ସୁଧୁରିବା ଫଳରେ ନିଜ ପରିଶ୍ରମରୁ ଭଲ ଲାଭ ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ପାଇବେ। ଉତ୍ତମ ରୋଜଗାର ମିଳିବ। ନୂତନ କର୍ମ ନିଯୁକ୍ତି ପାଇବେ। ଗୃହସ୍ଥ ଜୀବନ ସୁଖମୟ ହେବ। ନୂତନ ଯୋଜନାରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ପାଇ ସହକର୍ମୀଙ୍କ ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନଦେଇ କାର୍ଯ୍ୟ କରନ୍ତୁ ନତୁବା ଦୂରଯାତ୍ରା କରି ନିଜକୁ ଅସୁସ୍ଥ ମନେକରିବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ଶାରିରୀକ ଅସୁସ୍ଥତା ଦୂରେଇ ଯିବା ଫଳରେ ଆନନ୍ଦିତ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି। ଆର୍ଥିକ ଉନ୍ନତି ଯୋଗୁଁ ଗୃହର ବାତାବରଣ ଶାନ୍ତ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ବିବାଦ ଠିକ୍ ଲୋକ ମଧ୍ୟସ୍ଥିରେ ସମାଧାନ ହେବ। ରାଜନୀତିରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରି ନୂତନ ଯୋଜନାକୁ କ୍ରିୟାନ୍ୱିତ କରିବେ ଓ ସାମାଜିକ ପ୍ରତିଷ୍ଠା, ମାସମ୍ମାନ ବୃଦ୍ଧି ହେବ। ଶୁଭ ସମାଚାର ମିଳିବ ଓ ନିଜଲୋକ ସାହାଯ୍ୟ କରିବେ। ସରକାରୀ କର୍ମଚାରୀମାନେ କର୍ମକ୍ଷେତ୍ରରେ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ଓ ଅନୁଭବି ହେବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବା ଫଳରେ ପଦୋନ୍ନତିର ସୁଯୋଗ ପାଇ ପାରିବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବା ସହ ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଉନ୍ନତି ଓ ଲାଭ କରିବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରତିକାର ହରିଡା ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ତୁଳା:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରି ସୁଖଶାନ୍ତି ଫେରି ପାଇବେ ଏବଂ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ବାଣିଜ୍ୟ କ୍ଷେତ୍ରରେ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ବିଦ୍ୟାରେ ଉନ୍ନତି ସହ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ପ୍ରଶଂସିତ ହେବେ। ଦୂରେଇ ଯାଇଥିବା ବନ୍ଧୁମାନେ ପୁଣି ନିକଟବର୍ତ୍ତୀ ହେବେ। ବିବାଦୀୟ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ ଓ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ ଓ ଚାକିରିରେ ପ୍ରତିଷ୍ଠିତ ହେବା ସହ ସୁଖ ସୌଭାଗ୍ୟ ବୃଦ୍ଧି ହେବ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତ କାରରେ କୃତକାର୍ଯ୍ୟ ହେବେ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ କରି ପାରିବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ବିଚ୍ଛା:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ସରକାରୀ କର୍ମଚାରୀମାନେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ଓ କର୍ମକ୍ଷେତ୍ରରେ ସାସାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ  ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଆଶାତୀତ ଲାଭବାନ ହେବେ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ। ଆର୍ଥିକ ଉନ୍ନତି ଦେଖାଦେବ। ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ପ୍ରାପ୍ତି ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିବେ। ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ଛାତ୍ରଛାତ୍ରୀମାନେ ଯାନ ବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରି ପାରନ୍ତି। ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ପ୍ରତିକାର ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ:- ଏହିମାସଟି ଅପଣଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ

ଶରୀର ସୁସ୍ଥ ରହିବ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ।  ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେଇ ସହକର୍ମୀ ମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଦାମ୍ପତ୍ୟ ସୁଖରେ ଖୁସି ହେବେ। ଅଧିକ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ ଓ ଆଶାତୀତ ଲାଭ ପାଇବେ। ଘରୋଇ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ  ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହୋଇ ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। ଛାତ୍ର-ଛାତ୍ରୀମାନେ ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କର  ବିବାହ ପ୍ରସ୍ତାବ  ସ୍ଥିର ହେବ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ।  ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମକର:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତା କରିବା ଫଳରେ ସ୍ଥଗିତଥିବା କର୍ମଟି ପୂରଣ ହେବ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପରିବାରର ସାହାଯ୍ୟରେ ଉପକୃତ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ। ଠିକାଦାରୀ, ସଡକ, ଗୃହନିର୍ମାଣ ସାମଗ୍ରୀ ବ୍ୟବସାୟ, ପ୍ଳାଷ୍ଟିକ୍ ଚମଡା, ବସ୍ତ୍ର, ଫଳ, ତେଲ, ଲୁହା, ମଟର ପାର୍ଟସ୍, କୋଇଲା, ପେଟ୍ରୋଲିୟମ ପଦାର୍ଥ, ଏଜେନ୍ସି ଆଦି ବ୍ୟବସାୟରେ ଲାଭବାନ ହେବେ। କଳକାରଖାନା, କୋଇଲା ଖଣି, ରେଳବିଭାଗ, ଡାକ ଓ ତାର ବିଭାଗ, ଟ୍ରାନ୍ସପୋର୍ଟ ବିଭାଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଅଧିକ ପରିଶ୍ରମ କରି ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାରମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:- ଏହିମାସଟି ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ

ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ପରିବାରରେ ମାନ ମନାନ୍ତର ଦୂର ହୋଇ ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ କରିବା ପାଇଁ ଚେଷ୍ଟା କରିବେ। ବିଦେଶ ଯାତ୍ରାରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ଶ୍ରମ ସାର୍ଥକ ହେବ ଓ ଆୟ ବଢିବ। କେତେକ କ୍ଷେତ୍ରରେ ଆତ୍ମନିର୍ଭର ଶୀଳ ହେବେ। ନୂତନ କାର୍ଯ୍ୟରମ୍ଭ, ଶତ୍ରୁହାନି, ଉଚ୍ଚ ପ୍ରଶଂସା ଲାଭ, ଦମ୍ଭ ସାହସ ବୃଦ୍ଧି, କ୍ଷମାଗୁଣରେ ଯଶପ୍ରାପ୍ତି, ସୁସମ୍ବାଦ ଶୁଣିବେ ଓ ଆର୍ଥିକ ସଙ୍କଟ ଦୂରେଇଯିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। ପାରିବାରିକ ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ। ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ ବା କ୍ରୟ କରି ପାରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ପ୍ରତିକାର ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:- ଏହିମାସଟି ଅପଣଙ୍କ ପାଇଁ ମଧ୍ୟମ ଶୁଭଫଳ ପ୍ରଦାନ କରିବ।

ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବା ସହ ମାନ ସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ।  ନୂତନକର୍ମ ସଂସ୍ଥାନ ରେ ନିଯୁକ୍ତି ପାଇବାର ଯୋଗ ରହିଛି। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ଓ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ବ୍ୟବସାୟ ଶୁଭାରମ୍ଭ କରିବାର ସୁଯୋଗ ପାଇବେ। ଅନେକ ସମସ୍ୟାର ସମାଧାନ ହୋଇ, ପରିବାରରେ ହସ ଖୁସିରେ ବାତାବରଣ ଖେଳିଯିବ। ଯାତ୍ରା ଫଳରେ ଉତ୍ସାହିତ ହେବେ। ଗୃହୋପକରଣ କ୍ରୟ କରିବେ। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଆଶା କରିଥିବା କାମଟି ସମ୍ପନ୍ନ କରିପାରିବେ ନାହିଁ। କଠିନ ପରିଶ୍ରମ କରିବା ଯୋଗୁଁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ। ରାଜନୈତିକ କ୍ଷେତ୍ରରେ ଭୋଗବିଳାସ ଓ ଆନନ୍ଦମୟ ମୂହୁର୍ତ୍ତ ସାଙ୍ଗକୁ ଅସ୍ଵାସ୍ଥ୍ୟକର ପରିବେଶ ଓ ଅସମ୍ମାନଜନକ ଘଟଣା ଘଟି ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!